ଆମ୍ବ

ଆମ୍ବ ପତ୍ର ଜାଲ କରିବା ପୋକ

Orthaga euadrusalis

ପୋକ

5 mins to read

ସଂକ୍ଷେପରେ

  • ପତ୍ରରେ କୋରା ଚିହ୍ନ ଦେଖାଯାଏ । କଅଁଳ ଡାଳ ଓ ପତ୍ରକୁ ମିଶାଇ ବୁଣାଯାଇଥିବା ଜାଲ ଥାଏ । ପତ୍ର ଶୁଖା ଓ ବାଦାମୀ ଦେଖାଯାଏ । କଳା ଓ ଧଳାର ପଟ୍ଟୀ ରେଖା ସହିତ ସବୁଜ ଶୂକ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆମ୍ବ

ଲକ୍ଷଣ

ପତ୍ରରେ ଲକ୍ଷଣ ସ୍ପଷ୍ଟ ଜଣାପଡେ ।ଶୂକମାନେ କଅଁଳ ପତ୍ରର ଶିରାମାନଙ୍କ ଭିତରେ ଥିବା ଉପର ଚର୍ମ କୋରି ଖାଆନ୍ତି । ସେମାନେ ମଧ୍ୟଶିରା ଓ ଶିରାଗୁଡିକ ଛାଡି ପତ୍ରର ଅନ୍ୟ ସବୁ ଅଂଶ ମନଇଚ୍ଛା ଖଇଚାଲନ୍ତି । ଏହା ଯୋଗୁଁ ଶୁଖିଲା ,ଜାଲ ଥିବା ମଉଳିଯାଇଥିବା ପତ୍ର ଗୁଛାକାରରେ ମିଳେ । ମାତ୍ରାଧିକ ଆକ୍ରମଣରେ , ଡାଳ ଶୁଖିଯାଏ ଓ ଆଲୋକ ସଂଶ୍ଳେଷଣ କମାଏ । ପ୍ରଭାବିତ ଗଛ ଅସୁସ୍ଥ ଦେଖାଯାଏ ଏବଂ ସେମାନଙ୍କ ବାଦାମୀ , ଶୁଖିଲା ଓ ଗୁଛାକାର ପାତ୍ର ଯୋଗୁଁ ସହଜରେ ଜଣାପଡିଯାନ୍ତି । ଫୁଲ ଡେମ୍ଫ ସୃଷ୍ଟି ପ୍ରଭାବିତ ହୁଏ ଯାହାକି ଫୁଲ ଓ ଫଳ ଧରିବା ପ୍ରକ୍ରିୟାକୁ ପ୍ରଭାବିତ କରେ ।

Recommendations

ଜୈବିକ ନିୟନ୍ତ୍ରଣ

ପତ୍ର ଜାଲ କରୁଥିବା ପୋକର ପ୍ରାକୃତିକ ପରଭୋଜୀ ବ୍ରାଚିମେରିଆ ଲାସସ , ହୋର୍ମିଅସ ଜାତି , ପେଡିୟବିଉସ ବୃଶିଶିଡା ଏବଂ ପ୍ରାକୃତିକ ପରଭକ୍ଷୀ ଯଥା କାରାବିଡ ଭୃଙ୍ଗ ଓ ରେଦୁଭିଡ ଭୃଙ୍ଗବ୍ୟବହାର କରନ୍ତୁ । ବିଉଭେରିଆ ବାସିଆନା ଉଚ୍ଚ ଆର୍ଦ୍ରତା ସମୟରେ 3 ଥର ସିଞ୍ଚନ କରନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । କୁଇନଆଲଫସ( 0.05)ର ତିନୋଟି ସିଞ୍ଚନ 15 ଦିନ ଅନ୍ତରରେ ପ୍ରୟୋଗ କରନ୍ତୁ । ଲାମ୍ବଡା-ସିୟାହାଲୋଥ୍ରିନ 5 ଇସି ( 2ମିଲି /ଲିଟର ପାଣି ) କିମ୍ବା କ୍ଳୋରୋପାଇରିଫସ ( 2 ମିଲି / ଲିଟର ), ଏସିଫେଟ (1.5 ଗ୍ରାମ /ଲିଟର ) ସିଞ୍ଚନ କରନ୍ତୁ ।

ଏହାର କାରଣ କଣ

ଅର୍ଥଗା ଇଉଦୃସାଲିସ ର ଶୂକ ଯୋଗୁଁ ଏହି କ୍ଷତି ହୁଏ । ମାଈ ପ୍ରଜାପତି ହଳଦିଆ ସବୁଜ ମୃଦୁ ବର୍ଣ୍ଣର ଅଣ୍ଡା ପତ୍ର ଉପରେ ଦିଏ ଯାହାକି ଏକ ସପ୍ତାହ ମଧ୍ୟରେ ଫୁଟେ । ପାଣିପାଗ ପରିସ୍ଥିତି ଅନୁସାରେ , ଶୂକ ସମୟ 15 ରୁ 30 ଦିନ ଭିତରେ ଅଲଗା ଅଲଗା ହୁଏ ,ଯେହେତୁ ସେମାନଙ୍କ 5ଟି ଶୂକ ନିର୍ମୋଚ ଅବସ୍ଥା ଥାଏ । ଶେଷ ନିର୍ମୋଚ ପରେ ଶୂକ ଜାଲ ଭିତରେ କୋଷା କରେ , ଏକ ଧକ୍କା ସହିତ ମାଟିରେ ପଡେ ଏବଂ ମାଟିରେ ଏହି ପ୍ରକ୍ରିୟା ଚାଲୁ ରଖେ । ତାପମାତ୍ରା ଅନୁସାରେ କୋଷା ସମୟ 5 ରୁ 15 ଦିନ ମଧ୍ୟରେ ବଦଳେ । ଘଞ୍ଚ ଭାବେ ଲଗାଯାଇଥିବା ବଗିଚାରେ ସାଧାରଣ ଦୂରତା ରକ୍ଷା କରି ପତ୍ର ସମୂହ ପରିଚାଳନା କରାଯାଇଥିବା ବଗିଚା ଅପେକ୍ଷା ଆକ୍ରମଣ ହାର ଅଧିକ ଥାଏ । ସାଧାରଣତଃ ଏପ୍ରିଲ ମାସଠାରୁ ପୋକ ଆକ୍ରମଣ ଆରମ୍ଭ ହୁଏ ଏବଂ ଡିସେମ୍ବର ପର୍ଯ୍ୟନ୍ତ ଚାଲୁରହେ । ଆପେକ୍ଷିକ ଆର୍ଦ୍ରତା ସହିତ ପତ୍ର ଜାଲ କରିବା ପୋକ ସଂଖ୍ୟା ସମ୍ପୃକ୍ତ ଥାଏ ।


ସୁରକ୍ଷାତ୍ମକ ଉପାୟ

  • ମାସକୁ ଥରେ ବଗିଚା ନିରୀକ୍ଷଣ କରନ୍ତୁ । ଆକ୍ରମିତ ଡାଳ କାଢି ଜଳାଇଦିଅନ୍ତୁ । ଜାଲ ହୋଇଥିବା , ଆକ୍ରମିତ ପତ୍ରକୁ କାଢିବା ପାଇଁ ଦାନ୍ତି କୋଦାଳରେ ଗଛ ମୂଳ ମାଟି ଖୋସନ୍ତୁ । ଘଞ୍ଚ ବଗିଚା କାଟଛାଣ୍ଟ କରିବା ଉଚିତ ଯେପରି ଗଛର ପତ୍ର ସମୂହ ସବୁ ଦିଗରୁ ଖୋଲା ରହିବ ଏବଂ ପ୍ରଚୁର ପବନ ଓ ସୂର୍ଯ୍ୟାଲୋକ ଆସି ପାରିବ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ