ବିନ

ବିନ ମାଛି

Ophiomyia phaseoli

ପୋକ

5 mins to read

ସଂକ୍ଷେପରେ

  • ପତ୍ରଗୁଡ଼ିକ ଚିହ୍ନ ଚିହ୍ନ ହୋଇଯାଏ । ପାତ୍ର ଡେମ୍ଫରେ ରୂପ ବର୍ଣର ବଙ୍କା ଦାଗ ଦେଖାଯାଏ ,ପରେ ତାହା ଗାଢ ବର୍ଣ ହୁଏ । ପାତ୍ର ଶୁଖିଯାଏ ଓ ଝଡିଯାଏ । ଛୋଟ ଗାଢ ବର୍ଣର ମାଛି ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ

ବିନ

ଲକ୍ଷଣ

ନୂଆ ପତ୍ରର ଉପରେ ମୁଖ୍ୟତଃ ପତ୍ର ମୂଳରେ ଅନେକ କଣା ଏବଂ ଫିକା ହଳଦିଆ ଚିହ୍ନ ଦେଖାଯାଏ । ଶୂକ ପାତ୍ର ଡେମ୍ଫ ଓ କାଣ୍ଡ ଦେଇ ଖାଏ ଯାହା ପରେ ବଙ୍କା ରୁପେଲି ଦାଗ ଆକାରରେ ଦେଖାଯାଏ। ପତ୍ରର ଉପରେ ଅଳ୍ପ କେତେକ ସୁଡଙ୍ଗ ଦେଖାଯାଏ , ଯାହାକି ପରେ ଗାଢ ବାଦାମୀ ରଙ୍ଗର ହୁଏ ଓ ଝାଉଂଳା ଦେଖାଯାଏ । ଏହି ପାତ୍ର ଶୁଖିଯାଏ ଓ ଝଡିଯାଏ । ପରିପକ୍ଵ ସଂକ୍ରମିତ ଗଛରେ ଡେମ୍ଫ ଗୁଡିକ ଫୁଲିଯାଏ ଓ ପାତ୍ର ଝାଉଂଳି ଯାଏ । କାଣ୍ଡ ଉପରେ ଖିଆହୋଇଥିବା ସୁଡଙ୍ଗ ଦେଖାଯାଏ । ଶୂକର ଅତ୍ୟଧିକ ଖାଇବା ଯୋଗୁଁ ଚେର ଓ କାଣ୍ଡ ସନ୍ଧିର ଚାରିପଟେ ଅନ୍ତଃ ଟିସୂର କ୍ଷତି ହୁଏ ଏବଂ ପାତ୍ର ହଳଦିଆ ,ଗଛର ରୁଗୁଡିଆ ବୃଦ୍ଧି ଏପରିକି ଗଛ ମରିଯାଇପାରେ । ଅଧିକାଂଶ କ୍ଷେତ୍ରରେ , ଗଛଗୁଡିକ ଗଜା ହେବାର 10 - 15 ଦିନ ମଧ୍ୟରେ ମାରି ଯାନ୍ତି ।

Recommendations

ଜୈବିକ ନିୟନ୍ତ୍ରଣ

ବିନ ମାଛିର ପ୍ରାକୃତିକ ଶତ୍ରୁ ଅଛନ୍ତି । ଏସିଆ ଓ ଆଫ୍ରିକାରେ କେତେକ ବିରୁଡି ଜାତୀୟ ପରାଭକ୍ଷୀ ପ୍ରଜାତି ବ୍ୟବହାର କରାଯାଏ । 2 ଟି ପ୍ରଜାତି ଅପିଆଶ ଫାଜିୟଲ ଓ ଅପିଆଶ ଇମ୍ପୋର୍ତତସ ହାୱାଇରେ 1969ରେ ପ୍ରୟୋଗ କରାଯାଇଥିଲା । କିନ୍ତୁ ବର୍ତମାନ ମଧ୍ୟ ବେଳେବେଳେ ଏହା ଦେଖାଯାଉଛି । ପ୍ରାୟ 90% ପର୍ଯ୍ୟନ୍ତ ପୋକ ମୃତ୍ୟୁ ହୁଏ । ପୂର୍ବ ଆଫ୍ରିକା ରେ ପୋକ ପରିଚାଳନା ପାଇଁ ମାଛିର ରୋଗସୃଷ୍ଟିକାରୀ କବକ ଭିତ୍ତିକ ପଦାର୍ଥ ମଧ୍ୟ ପରୀକ୍ଷା କରାଯାଇଛି ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା ଏକ ଜୈବିକ ଉପଚାର ସହିତ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଯେଉଁଠି ଏହି ମାତ୍ରା ଅଧିକ ଅଛି ,କୀଟନାଶକ ପ୍ରୟୋଗ କରାଯାଇପାରେ। ଯାହାହେଲେବି , କ୍ଷତି କରୁଥିବା ପୋକ ଗଛ ମଧ୍ୟରେ ସୁରକ୍ଷିତ ଥାଏ । ଫସଲ ବୁଣିବା ସମୟରେ କିମ୍ବା ଗଜା ବାହାରିବା ବେଳେ ଇମିଦାକ୍ଲୋର୍ପିଦ ଥିବା କୀଟନାଶକ ପ୍ରୟୋଗ କଲେ ଏହା କମିଥାଏ । ଗଜା ବାହାରିବାର 3 ରୁ 4 ଦିନ ପରେ ଚାରା ଗୁଡିକ ବିଶୋଧିତ କରାଯାଏ । ଯଦି ସଂକ୍ରମଣର ମାତ୍ରା ଅଧିକ ଥାଏ ଏହା 7 ଦିନରେ ଓ 14 ଦିନରେ କରାଯାଇପାରେ ।ଶରୀରଚର କୀଟନାଶକ ଡାଇମେଥିୟଅଟେ ମଧ୍ୟ ସାଧାରଣ ଭାବରେ ବ୍ୟବହାର କରାଯାଏ । ସବୁ ରାସାଯନିକ କ୍ଷତିକାରକ ଅଟେ ଏବଂ ସତର୍କ ରହିବା ଉଚିତ ।

ଏହାର କାରଣ କଣ

ପୃଥିବୀର ଅଧିକ କ୍ଷତି କରୁଥିବା ପୋକ ମାନଙ୍କ ମଧ୍ୟରେ ଅନ୍ୟତମ ପୋକ ଓଫିୟମିଆ ଫାଜିୟଲି ର ଉଭୟ ବୟସ୍କ ମାଛି ଓ ଶୁକମାନଙ୍କ ଦ୍ଵାରା ଏହି ଲକ୍ଷଣ ହୁଏ । ଏସିଆ ,ଆଫ୍ରିକା ,ହାୱାଇ ଏବଂ ଓସିନିଆ ଆଦିର କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଅଞ୍ଚଳରେ ଏହା ଅଧିକ ଦେଖାଯାଏ । କେତେକ କ୍ଷେତ୍ରରେ ,ଏହା ଯୋଗୁଁ ଅମଳରେ 30 ରୁ 50 % କ୍ଷତି ହୋଇଥାଏ । ଏହି କ୍ଷତିର ମାତ୍ରା ଋତୁକାଳୀନ ହୋଇଥାଏ ଏବଂ ଶୁଖିଲା ପାଗରେ ଅଧିକ ଓ ଓଦା ପାଗରେ କମ ( 80% ଭିଏସ 13% ଯଥାକ୍ରମେ ) ହୋଇଥାଏ । ଉଭୟ ବୟସ୍କ ମାଛି ଓ ଶୂକ କ୍ଷତି କରେ ଏବଂ ମୁଖ୍ୟତଃ ଚାରାରେ କରେ । ବଯସ୍କମାନେ ନୂଆ ପତ୍ରରେ କଣା କରନ୍ତି ଏବଂ ଡେମ୍ଫ ପାଖରେ ଧଳା ବର୍ଣର ଅଣ୍ଡା ଦିଅନ୍ତି । ବଢୁଥିବା ଶୂକ କାଣ୍ଡରୁ ଖାଇ ଖାଇ ମୁଖ୍ୟ ଚେର ଆଡକୁ ଯାଏ ଏବଂ ପଛକୁ ଫେରି ମାଟି ପାଖ କାଣ୍ଡର ମୂଳରେ କୋଷା କରେ । ତାପମାତ୍ରା ଅନୁସାରେ କୋଷା 10 ରୁ 12 ଦିନ ପର୍ଯ୍ୟନ୍ତ ରହେ ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ , ପ୍ରତିରୋଧି କିସମ ଲଗାନ୍ତୁ । ପାଗ ଓଦା ଥିବା ବେଳେ ଲଗାନ୍ତୁ । ଲଗାଇବା ପୂର୍ବରୁ ସାହାଯ୍ୟ କରୁଥିବା ମୁଖ୍ୟତଃ ଡାଲି ଜାତୀୟଗଛ କାଢି ନିଅନ୍ତୁ । ଏକ ପ୍ରକାର ପୁରୁଣା ବିନ ଗଛ ପରେ ପୁନର୍ବାର ନୂଆରେ ତାହା ଲଗାନ୍ତୁ ନାହି ।ଗଛ ଗଛ ମଧ୍ୟରେ ଆବଶ୍ୟକ ବ୍ୟବଧାନ ଦିଅନ୍ତୁ । ସହଳ ବୃଦ୍ଧି ଅବସ୍ଥାରେ ( ଗାଯ ହେବାର 2 -3 ସପ୍ତାହ) ଚେରକୁ କଦଳୀ ପତ୍ର , ଧାନ ନଡା କିମ୍ବା ଘାସ ଦ୍ଵାରା ଆଚ୍ଛାଦନ କରନ୍ତୁ । ଗାଯ ହେବାର 4 - 5 ସପ୍ତାହ ପର୍ଯ୍ୟନ୍ତ କ୍ଷତି ଦେଖିବା ପାଇଁ ନିରୀକ୍ଷଣ କରନ୍ତୁ । ଅମଳ ପରେ ଗଛ ଅବଶେଷକୁ ସଂଗ୍ରହ କରି ପୋତି ଦିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ