ଆମ୍ବ

ଆମ୍ବ ଫଳ ବିନ୍ଧା ପୋକ

Citripestis eutraphera

ପୋକ

5 mins to read

ସଂକ୍ଷେପରେ

  • ଫଳ ଉପରେ କଳା କଣା , ନିର୍ଗତ ହେଉଥିବା ଶସ ଓ ରସ ଥାଏ । ଫଳ ଫାଟି ଯାଇ ଝଡି ପଡେ । ଗୋଲାପି ଶରୀର ଓ କଳା ମୁଣ୍ଡ ଥିବା ଶୂକ , ପରେ ଲାଲ ବାଦାମି ରଙ୍ଗରେ ପରିଣତ ହୁଏ । ବୟସ୍କ ପ୍ରଜାପତିଙ୍କ ଗାଢ ବାଦାମି ଆଗ ଡେଣା ଏବଂ ଈଷତ ଧଳା ଧୂସର ପଛ ଡେଣା ଥାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆମ୍ବ

ଲକ୍ଷଣ

ଗଛରେ ଝୁଳୁଥିବା ମଟର ବା ଲେମ୍ବୁ ଆକାରର ଫଳର ତଳ ଶେଷ ଭାଗରେ ଗୋଲ ଓ ବିବର୍ଣ ତାଳି ଦ୍ଵାରା ଘେରି ହୋଇ ରହିଥିବା ପ୍ରବେଶ କଣା ଥାଏ ।ଫଳର ଆକାର ଲେମ୍ବୁଠାରୁ ବଡ ହେଲେ ଚୋବାହୋଇଥିବା ଶସ ଓ ରସ ପ୍ରବେଶ କଣାରୁ ବାହାରେ ।ବିନ୍ଧା ପୋକର ସୁଡଙ୍ଗ କାର୍ଯ୍ୟ ଯୋଗୁଁ ଫଳ ଫାଟିଯାଇପାରେ । ତାପରେ ଶୂକ ଅନ୍ୟ ଫଳକୁ ଚାଲିଯାଏ । ନୂଆରେ ବାହାରିଥିବା ଶୁକମାନଙ୍କ ଗାଢ ବାଦାମି ଠାରୁ ମୁଣ୍ଡ ସହିତ ଗୋଲାପି ହୋଇଥାନ୍ତି । ପରେ , ସେମାନେ ଲାଲ ବାଦାମି ରଙ୍ଗରେ ପରିଣତ ହୁଅନ୍ତି । ପ୍ରଥମରେ ,ସେମାନେ ଫଳ ଚୋପକୁ କୋରନ୍ତି ଓ ଯାଦୁରା ଭଳି ତାଳି ସୃଷ୍ଟି କରନ୍ତି ଓ ତାପରେ ସେମାନେ ଫଳକୁ କଣା କରନ୍ତି ଏବଂ ଅକାଳ ଫଳ ଝଡା କରନ୍ତି , ନିର୍ଦ୍ଦିଷ୍ଟ ଭାବରେ ନୂଆ ଫଳରେ । ଅତ୍ୟଧିକ ଆକ୍ରମିତ ଗଛ ତଳେ ଶହ ଶହ ନୂଆ ଫଳ ମିଳେ ।ଆକ୍ରମିତ ଫଳ ଅକାଳରେ ଝଡିପଡେ ।

Recommendations

ଜୈବିକ ନିୟନ୍ତ୍ରଣ

ନିମ୍ବ ନିର୍ଯ୍ୟାସ (azadirachtin ) ଏକ ସପ୍ତାହ ଅନ୍ତରରେ ଆମ୍ବର ଫୁଲ ଅବସ୍ଥା ଠାରୁ ଲଗାତର 2 ମାସ ପ୍ରୟୋଗ କରନ୍ତୁ । ଆମ୍ବ ଫଳ ବିନ୍ଧା ପୋକର ପ୍ରାକୃତିକ ଶତ୍ରୁ , ଉଦାହରଣ ସ୍ୱରୂପ ରିଚିଆମ ଆତ୍ରିଶିମମ ବିରୁଡି ( ଶୂକ ଖାଏ ) ଏବଂ ଟ୍ରାଇକୋଗ୍ରାମ୍ମା ଚିଲୋନିସ ଓ ଟ୍ରାଇକୋଗ୍ରାମା ଚିଲୋତ୍ରି ଯାହାକି ଏହି ପୋକର ଅଣ୍ଡାକୁ ନିଷ୍କ୍ରିୟ କରେ , ସଂଖ୍ୟା ପରିଚାଳନା କରନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ଥାୟାକ୍ଲୋପ୍ରିଡ ଥିବା ସିଂଚନ ଫଳପ୍ରସୂ ଭାବେ ଆମ୍ବ ଫଳ ବିନ୍ଧା ପୋକ ନିୟନ୍ତ୍ରଣ କରିବ । ଛିଟିଛିଟିକା ଆକାରର( marble -sized ) ଫଳରେ କୀଟନାଶକ ସିଞ୍ଚନ ଭଲ କାମ କରେ । କ୍ଳୋରିପାରିଫସ ଥିବା ସିଞ୍ଚନ ( 2.5 ମିଲି / ଲିଟର ପାଣି ) ମଧ୍ୟ ଆମ୍ବ ଫଳ ବିନ୍ଧା ପୋକକୁ ଫଳପ୍ରସୂ ଭାବେ ନିୟନ୍ତ୍ରଣ କରିପାରେ ।

ଏହାର କାରଣ କଣ

ବୟସ୍କ ପ୍ରଜାପତିର ବାଦାମି ଆଗ ଡେଣା ଓ ଈଷତ ଧଳା ଧୂସର ପଛ ଡେଣା ଥାଏ । ଏହା ମଧ୍ୟମ ଆକାରର ପ୍ରଜାପତି ଓ ଏହାର ଡେଣାର ଆକାର ପ୍ରାୟ 20 ମିମି ଅଟେ । ବୟସ୍କ ପ୍ରଜାପତି ପ୍ରାୟ ଏକ ସପ୍ତାହ ବଞ୍ଚେ ଏବଂ 125 ରୁ 450ଟି ଲେଖାଏଁ ଅଣ୍ଡା ଫଳ ଓ ଡେମ୍ଫର ଖଦଡ ଜାଗାରେ ଦିଏ । ଶୂକମାନେ ଫଳ ଭିତରେ ପଶେ ଓ ଶସ ଏବଂ ମଞ୍ଜି ଖାଏ । ପୂର୍ଣାଙ୍ଗ ପ୍ରାପ୍ତ ସମ୍ବାଳୁଆ ପ୍ରାୟ 20 ମିମି ଲମ୍ବ ହୁଏ । ଝଡିଥିବା ଫଳ ପାଖ ମାଟିରେ ଢିଲା ଭାବେ ବୁଣା ହୋଇଥିବା ରେଶମୀ କୋଷା ଭିତରେ ଏହା ପ୍ୟୁପା କରେ । ବିକାଶ ପ୍ରାୟ 30 ଦିନ ନିଏ । ଆକ୍ରମିତ ଫଳ ପରିବହନ ଦ୍ଵାରା ପୋକ ବିସ୍ତାର କରେ । ଯାହା ଅଧିକ , ବୟସ୍କ ପ୍ରଜାପତିମାନେ ଅନ୍ୟ ବଗିଚାକୁ ଉଡିଯିବାକୁ ସମର୍ଥ ଅଟନ୍ତି


ସୁରକ୍ଷାତ୍ମକ ଉପାୟ

  • ବିଶ୍ଵାସୀ ଯୋଗଣକାରୀଙ୍କଠାରୁ ବିହନ ସାମଗ୍ରୀ ଆଣନ୍ତୁ , ନିର୍ଦ୍ଦିଷ୍ଟ ଭାବରେ ପ୍ରାମାଣିକ ସାମଗ୍ରୀ ବ୍ୟବହାର କରନ୍ତୁ । ପୋକର ଉପସ୍ଥିତି ଓ ବ୍ୟତିକ୍ରମ ଲକ୍ଷଣ ଜାଣିବା ପାଇଁ ବଗିଚା ବାରମ୍ବାର ନିରୀକ୍ଷଣ କରନ୍ତୁ , ମୁଖ୍ୟତଃ ଫଳ ଧରିବା ଆରମ୍ଭ ହେବ ସମୟରେ । ଆକ୍ରମିତ ଫଳ ଏବଂ ସେହି ଗଛର ବକଳ ନଷ୍ଟ କରନ୍ତୁ । ପବନ ରୋଧକ ବଗିଚାକୁ ପ୍ରଜାପତି ଆକ୍ରମଣରୁ ରକ୍ଷା କରେ । ଉପକାରୀ କୀଟକୁ ସୁହାଇବା ପାଇଁ ଅଧିକ କୀଟନାଶକ ପ୍ରୟୋଗ କରନ୍ତୁ ନାହି । ଆକ୍ରମିତ ଗଛ ସାମଗ୍ରୀ କିମ୍ବା ଫଳ ଅନ୍ୟ ସ୍ଥାନକୁ ପରିବହନ କରନ୍ତୁ ନାହି ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ