ବିନ

ବିନର ପାତ୍ର ମୋଡା ପୋକ

Urbanus proteus

ପୋକ

5 mins to read

ସଂକ୍ଷେପରେ

  • ପତ୍ର ଉପରେ ଖାଇବା ଜନିତ କ୍ଷତି ଦେଖାଯାଏ । କୁଞ୍ଚିତ ପତ୍ର ଥାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ବିନ

ଲକ୍ଷଣ

ବିନ ପତ୍ର ମୋଡା ପୋକର ଶୁକମାନେ ଗଛକୁ ପତ୍ରହୀନ କରିଦିଅନ୍ତି । ଏମାନେ ପତ୍ର ଧାରରେ ଛୋଟ ତ୍ରିକୋଣୀୟ ଆକାରରେ କାଟନ୍ତି , ଭାଙ୍ଗ କରନ୍ତି ଓ ଏହା ଭିତରେ ରହନ୍ତି । ସେମାନେ ଆଶ୍ରୟ ସ୍ଥଳୀ ଗୁଡିକୁ ରେଶମ ସୂତାରେ ଗୁଡାନ୍ତି ଓ ରାତିରେ ଖାଇବାପାଇଁ ସେଠାରେ ରହନ୍ତି ।

Recommendations

ଜୈବିକ ନିୟନ୍ତ୍ରଣ

ଯଦି ସଂଖ୍ୟା ଆର୍ଥିକ ସୀମା ଟପେ , ଗଛକୁ କ୍ଷତି ହୋଇପାରେ । ନିର୍ଦ୍ଦିଷ୍ଟ ପ୍ରଜାତିର ବିରୁଡି ଓ ନାହୁଡ ଥିବା ପୋକ ଏହାର ପ୍ରକୃତିକ ପରାଭକ୍ଷୀ ଅଟନ୍ତି , ଉଦାହରଣ ସ୍ୱରୂପ ,ପୋଲିସ୍ତେସିସ ( ବିରୁଡି ) ଏବଂ ଏଉଥିରାଞ୍ଚୁସ ଫ୍ଲୋରିଡାନ୍ସସ ନାହୁଡ ପୋକ । ବିନ ପତ୍ର ମୋଡା ପାଇଁ ପାଇରେଥ୍ରୋଇଦ କୀଟନାଶକ ସିଂଚନ କାମ ଦେଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ପତ୍ରମୋଡାର ଫଳପ୍ରସୂ ଦମନ ପାଇଁ ପତ୍ରରେ କୀଟନାଶକ ପ୍ରୟୋଗ କରନ୍ତୁ। ଏହା କେବଳ ବିଳମ୍ବ ଋତୁ ବିନ ଫସଲ ପାଇଁ ଦରକାର ଅଟେ । ପାଇରେଥ୍ରୋଇଦ ଥିବା ଦ୍ରବଣ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିପାରେ ।

ଏହାର କାରଣ କଣ

ପୋଷକ ଗଛର ପତ୍ର ତଳେ ମାଈ ପୋକ 20 ଟି ପର୍ଯ୍ୟନ୍ତ ଅଣ୍ଡା( ସାଧାରଣତଃ 2 ରୁ 6 ଟି ଗୋଷ୍ଠୀରେ ) ଦିଏ । ଅଣ୍ଡା ଗୁଡିକ କ୍ଷୀର ଭଳି ଧଳା ଠାରୁ ନୀଳ ସବୁଜ ରଙ୍ଗର ଓ 1 ମିମି ବିଶିଷ୍ଟ ଅର୍ଦ୍ଧବୃତ୍ତାକାର । ଉପରେ କଳା ଗାର ଓ ଦୁଇ ପଟେ ଦୁଇଟି ହଳଦିଆ ଗାର ସହିତ ସବୁଜ ରଙ୍ଗର ଶୂକ ଅଟେ । ମୁଣ୍ଡ ବାଦାମୀ କିମ୍ବା କଳା ଏବଂ ପ୍ରତ୍ୟେକ ପଟେ କମଳା ବା ହଳଦିଆ ଚିହ୍ନ ଥାଏ । ସନ୍ତସନ୍ତିଆ ଏବଂ ଜଙ୍ଗଲ ଜମି ଧାରରେ ଏମାନଙ୍କ ଆବାସସ୍ଥଳୀ ଅଟେ । ଏମାନକ ବଣ୍ଟନ ତାପମାତ୍ରା ଉପରେ ନିର୍ଭର କରେ । ଏମାନେ ଉଚ୍ଚ ଜାଗାରେ ରହନ୍ତି ନାହି କାରଣ ଏମାନେ ଥଣ୍ଡା ଜାଗାରେ ଅଧିକ ଦିନ ବଞ୍ଚନ୍ତି ନାହି ।


ସୁରକ୍ଷାତ୍ମକ ଉପାୟ

  • ନିୟମିତ ଜମି ପର୍ଯ୍ୟବେକ୍ଷଣ କରନ୍ତୁ ଓପତ୍ରର ଧାରରେ କୁଞ୍ଚିତ ତ୍ରିକୋଣୀୟ ଅଂଶରେ ଏହାର ଉପସ୍ଥିତି ପରୀକ୍ଷା କରନ୍ତୁ । ରୋଗା ପତ୍ର କିମ୍ବା ଗଛ ଅଂଶ କାଢିନିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ