ଆମ୍ବ

ଆମ୍ବର ବୀଜାଣୁ କଳା ଚିହ୍ନ

Xanthomonas citri pv. mangiferaeindicae

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ପତ୍ରରେ ପାଣିଭିଜା କଳା ଚିହ୍ନ । ପରେ , ଚିହ୍ନ ଶୁଖିଯାଏ ଓ ପାଉଁଶିଆ ଧୂସର ଫିକା ବାଦାମୀରେ ପରିଣତ ହୁଏ । ଅକାଳ ପତ୍ରଝଡା ଦିଏ । ଫଳରେ ଛୋଟ କଳା ଚିହ୍ନ , ପରେ ଫଳରେ ଅଠା ବାହାରୁଥିବା କଣା ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆମ୍ବ

ଲକ୍ଷଣ

ଆମ୍ବର ବୀଜାଣୁ କଳା ଚିହ୍ନ ରୋଗର ମୁଖ୍ୟ ଲକ୍ଷଣ ପତ୍ର ଓ ଫଳ ଉପରେ ଦେଖାଯାଏ , କିନ୍ତୁ ଅତ୍ୟଧିକ ସଂକ୍ରମଣ ମାତ୍ରାରେ ଛୋଟ ଡାଳ ଓ ଶାଖା ମଧ୍ୟ ପ୍ରଭାବିତ ହୋଇପାରେ । ପ୍ରାରମ୍ଭରେ , ଛୋଟ କଳା ଏବଂ ପାଣିଭିଜା କ୍ଷତ ଚିହ୍ନ ଦେଖାଯାଏ । ଏହି ଚିହ୍ନ ଚାରିପଟେ ପାଣ୍ଡୁର ଧାର ଓ ଶିରା ଦ୍ଵାରା ସୀମିତ ଥାଏ । ରୋଗ ବଢିବା ସମୟରେ , ଚିହ୍ନ ଶୁଖିଯାଏ ଓ ପତ୍ର ଝଡିଯାଇପାରେ ଓ ଗଛରେ ପତ୍ରହୀନତା ଦେଖାଦିଏ । ସହଳ ଅବସ୍ଥାରେ , ପାଣିଭିଜା , ଫିକା ଚିହ୍ନ ସଂକ୍ରମିତ ଫଳ ଉପରେ ଦେଖାଯାଏ । ପରେ, ସେମାନେ ଗାଢ ତାରା ଆକାରର କଣା ( ଆଗ୍ନେୟ ଉଦ୍ଗିରଣର ମୁଖ ଭଳି ) ରେ ପରିଣତ ହୁଅନ୍ତି ଓ ସଂକ୍ରାମକ ଅଠାବହାର କରନ୍ତି ଯାହା ସୁବିଧାବାଦୀ ରୋଗକାରୀ ଜୀବାଣୁକୁ ଆକ୍ରୁଷ୍ଟ କରେ । ହାଲୁକା ସଂକ୍ରମଣ ଫଳ ମାନରେ ହ୍ରାସ କରେ ଓ ଅତ୍ୟଧିକ ସଂକ୍ରମଣରେ ଫଳ ଝଡିଯାଇପାରେ । କ୍ଷତ ଚିହ୍ନ କଳା , ଏବଂ ଫାଟ ଶାଖା ସୃଷ୍ଟି କରିପାରେ ଯାହାକି , ଅନ୍ୟ ପକ୍ଷରେ , ଗଛର ଦୃଢତାକୁ ଦୁର୍ବଳ କରିଦିଏ ।

Recommendations

ଜୈବିକ ନିୟନ୍ତ୍ରଣ

କପର ଅକ୍ସିକ୍ଳୋରାଇଡ ଥିବା ସିଞ୍ଚନର ନିୟମିତ ପ୍ରୟୋଗ ଏହି ସଂକ୍ରମଣ କମାଇବାରେ ଫଳପ୍ରସୂ ବୋଲି ପ୍ରମାଣିତ ହୋଇଛି । ସଂକ୍ରମିତ ଗଛରେ ଜୈବ ନିୟନ୍ତ୍ରକ ଏସିନେଟୋବାକ୍ଟେର ବାଉମାନିଲ ମଧ୍ୟ ଜାନ୍ଥୋମୋନାଶ ସିଟ୍ରି ସଂଖ୍ୟା ହ୍ରାସ କମାଇବାରେ ଫଳପ୍ରସୂ ହୋଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଏହି ରୋଗର ନିୟନ୍ତ୍ରଣ ପାଇଁ ଥାୟୋଫିନେଟ ମିଥାଇଲ କିମ୍ବା ବେଞ୍ଜିମିଡେଜଲ ଥିବା ସିଞ୍ଚନ ପ୍ରୟୋଗ କରାଯାଇପାରେ ।

ଏହାର କାରଣ କଣ

ଜାନ୍ଥୋମୋନାଶ ସିଟ୍ରି ବୀଜାଣୁ ଯୋଗୁଁ ଏହି ରୋଗ ହୁଏ । ଏହା ଜୀବନ୍ତ ଟିସୁରେ 8 ମାସ ପର୍ଯ୍ୟନ୍ତ ବଞ୍ଚିପାରେ । ଏହା ଗଛକୁ ଘା' ଓ ପ୍ରାକୃତିକ ରନ୍ଧ୍ର ଦେଇ ସଂକ୍ରମଣ କରେ । ଏହି ଜୀବାଣୁ ଗଛ ରୁ ଗଛକୁ କିମ୍ବା ଜମିରୁ ଜମିକୁ ପବନ ବାହିତ ବର୍ଷା କିମ୍ବା କାଟଛାଣ୍ଟ ଓ ଅନ୍ୟାନ୍ୟ କାର୍ଯ୍ୟରେ ଜମିରେ ବ୍ୟବହୃତ ଯନ୍ତ୍ରପାତି ଦ୍ଵାରା ବିସ୍ତାର ହୁଏ । ବିକଳ୍ପ ଭାବରେ , ସଂକ୍ରମିତ ଗଛ ସାମଗ୍ରୀ କିମ୍ବା ଫଳ କ୍ଷେତ୍ରରେ ସ୍ପର୍ଶ ଦ୍ଵାରା ବିସ୍ତାର ହୁଏ । ଏହି ରୋଗ ପାଇଁ 25 - 30 ଡିଗ୍ରୀ C ହେଉଛି ସବୁଠାରୁ ଅନୁକୂଳତମ ତାପମାତ୍ରା । ଉଚ୍ଚ ଆର୍ଦ୍ରତା ମଧ୍ୟ ସଂକ୍ରମଣ ବଢାଏ । ପବନ ରୋଧକ କିମ୍ବା ବଗିଚା ଚାରିପଟେ ଘଞ୍ଚ ପତ୍ର ସମୂହ ଥିବା ପ୍ରଜାତିର ଗଛ ଲଗାଇବା ଦ୍ଵାରା ରୋଗ ବିସ୍ତାର କମେ ।


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ରୋପଣ ଓ କଲମୀ ସାମଗ୍ରୀ ବ୍ୟବହାର କରନ୍ତୁ । ଯଦି ମିଳେ , ପ୍ରତିରୋଧି କିସମ ବ୍ୟବହାର କରନ୍ତୁ । ଗଛର ଉତ୍ତମ ବାୟୁ ଚଳାଚଳ ସୁନିଶ୍ଚିତ କରନ୍ତୁ । ସଂକ୍ରମିତ ଛୋଟ ଡାଳ , ଶାଖା ଓ ଫଳ ନିୟମିତ କାଢନ୍ତୁ । ଜମିରେ କାମ କରିବା ସମୟରେ ଆମ୍ବ ଗଛକୁ ଯାନ୍ତ୍ରିକ ଆଘାତ ଦିଅନ୍ତୁ ନାହିଁ । ପବନ ରୋଧକ ଦ୍ଵାରା ପବନ ଓ ମୁଷଳ ବର୍ଷା ଦାଉରୁ ରକ୍ଷା କରନ୍ତୁ । ସଂକ୍ରମିତ ଫଳ ଏବଂ ଗଛ ସାମଗ୍ରୀ ନଷ୍ଟ କରନ୍ତୁ । କାମକରୁଥିବା ଯନ୍ତ୍ରପାତି ଓ ଉପକରଣ ବିଶୋଧନ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ