କଫି କୋଳି ରୋଗ

କଫି

କଫି କୋଳି ରୋଗ

Colletotrichum kahawae

ଫିମ୍ପି

ସଂକ୍ଷେପରେ

  • କୋଳିର ଅଗ୍ର ଭାଗରେ ପିନ ଭଳି କଣା ଥାଏ। ଗାଢ ଖାଲୁଆ କ୍ଷତ ଦାଗ ସବୁଜ କୋଳିରେ ଦେଖାଯାଏ। କୋଳି ଶୁଖିଯାଏ ଏବଂ ଅସମୟରେ ଝଡି ଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
କଫି

କଫି କୋଳି ରୋଗ

କଫି

ଲକ୍ଷଣ

କୋଳିରେ ଗାଢ ଖାଲୁଆ କ୍ଷତ ଦାଗ ସୃଷ୍ଟି ହୋଇଥାଏ, ଯାହାକି ଅସମୟ ଶୁଷ୍କତା ଆଣିଥାଏ ଏବଂ ଝଡିଯାଏ। ବେଳେବେଳେ, ଏହା ପତ୍ରକୁ ମଧ୍ୟ ପ୍ରଭାବିତ କରିଥାଏ। ଏହି ରୋଗ ଗଛର ସବୁ ଅବସ୍ଥାକୁ ପ୍ରଭାବିତ କରିଥାଏ। ଫୁଲ ଅବସ୍ଥାରୁ ସଂକ୍ରମଣ ଆରମ୍ଭ ହୋଇପାରେ, କିନ୍ତୁ ଲକ୍ଷଣ କେବଳ ସବୁଜ ଓ ପାଚିଲା ଫଳରେ ଦେଖାଯାଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ପ୍ରତିରୋଧୀ କିସମ ଲଗାନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଉପଲବ୍ଧ ଜୈବିକ ଉପଚାର ସହିତ ସର୍ବଦା ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଫୁଲ ଆସିଲେ ପ୍ରଥମ ସ୍ପ୍ରେ ପ୍ରୟୋଗ କରନ୍ତୁ। କପର ଥିବା କବକନାଶୀ ନିରାକରଣାତ୍ମକ ଦ୍ଵି-ମାସିକ ସ୍ପ୍ରେ ଏହି ରୋଗ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିପାରେ। ଯଦି ଆପଣ ନିରାକରଣାତ୍ମକ ଉପଚାର ପ୍ରୟୋଗ କରି ନାହାନ୍ତି, ଯେତେବେଳେ ପ୍ରାଥମିକ ଲକ୍ଷଣ ଆରମ୍ଭ ହୋଇଥାଏ, ପ୍ରୟୋଗ କରନ୍ତୁ।

ଏହାର କାରଣ କଣ

କୋଲେଟୋଟ୍ରାଇକମ କାହାୱେ ନାମକ କବକ ଯୋଗୁଁ ଏହି କ୍ଷତି ହୋଇଥାଏ। ଏହାର ବିସ୍ତାର ବର୍ଷା ଛିଟ, କଫି ତୋଳା ଉପକରଣ, ପକ୍ଷୀ ଏବଂ ସଂକ୍ରମିତ ଚାରାର ପରିବହନ ଯୋଗୁଁ ହୋଇଥାଏ। ଏହା ଏକ ସାଂଘାତିକ ରୋଗ ଅଟେ, ଯାହାକି ଅମଳ 80% ପର୍ଯ୍ୟନ୍ତ ହ୍ରାସ କରାଇ ଥାଏ।


ସୁରକ୍ଷାତ୍ମକ ଉପାୟ

  • ସଫା ରଖିବା ଓ ଠିକ ସମୟରେ ଅମଳ କରିବା ଉଚିତ ଅଟେ। କିସମ ହିସାବରେ ଅନୁମୋଦିତ ବ୍ୟବଧାନ ରଖନ୍ତୁ। ଅଦିନିଆ କୋଳି ଓ ଅନ୍ୟାନ୍ୟ ଅଂଶ କାଢନ୍ତୁ। ରୋଗର ବିସ୍ତାର ସୀମିତ କରିବାକୁ ଜଳ ଜମିବା ବାରଣ କରନ୍ତୁ। ପୁରୁଣା ଡାଳ କାଢନ୍ତୁ ଓ ରୋଗାକ୍ରାନ୍ତ କୋଳି ବାହାର କରି ଦିଅନ୍ତୁ କିମ୍ବା ରୋଗର ଉତ୍ସ ହ୍ରାସ କରନ୍ତୁ। ପତ୍ର ସମୂହ ମଧ୍ୟରେ ପବନ ଚଳାଚଳ ବୃଦ୍ଧି କରିବା ପାଇଁ କଫି ଗଛକୁ କାଟଛାଣ୍ଟ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ