କଫି

କଫି କଳଙ୍କି

Hemileia vastatrix

ଫିମ୍ପି

5 mins to read

ସଂକ୍ଷେପରେ

  • ଛୋଟ, ହଳଦିଆ ଏବଂ ଧବଳ ଦାଗ ପତ୍ରର ତଳ ପଟେ ଥାଏ ଏବଂ ଠିକ ଏହାର ଆରପଟେ ପାଣ୍ଡୁର ପ୍ୟାଚ ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
କଫି

କଫି

ଲକ୍ଷଣ

ସହଳ ଲକ୍ଷଣ ହେଉଛି କଫି ପତ୍ରରେ 2 -3 ମିମି ହଳଦିଆ ଦାଗ ସୃଷ୍ଟି ହେବା। ଏହି ଦାଗ ପ୍ରସାରିତ ହୋଇ ବଡ ଗୋଲାକାର ଦାଗ ହୋଇଥାଏ ଯାହାକି ଏକ ହଳଦିଆ ଧାର ସହିତ ଉଜ୍ଜଳ କମଳାରୁ ଲାଲ ଏବଂ ଶେଷରେ ମାଟିଆ ରଙ୍ଗରେ ପରିଣତ ହୋଇଥାଏ। ପତ୍ରର ତଳ ପଟେ, ଦାଗର ଠିକ ପଛପଟେ ରେଣୁ ସୃଷ୍ଟି ହୋଇଥାଏ ଯାହାକି କମଳାରୁ ମାଟିଆ ରଙ୍ଗର ଗୁଣ୍ଡ ଭଳି ହୋଇଥାଏ। ଘଟଣାକ୍ରମେ, ପତ୍ର ପଡିଯାଏ। ପତ୍ର ଅଭାବରେ ଆଲୋକ ସଂଶ୍ଳେଷଣ ହୋଇପାରେ ନାହିଁ, ଗଛରେ ପୋଷକ ଅଭାବ ଦେଖାଦିଏ ଓ କମ କଫି ଅମଳ ହୋଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ରୋଗ ନିୟନ୍ତ୍ରଣ ପାଇଁ ବ୍ୟାବସାୟିକ ଜୈବ-ନିୟନ୍ତ୍ରଣ ଉପାୟ ଯଥେଷ୍ଟ ଭାବରେ ଉପଲବ୍ଧ ନାହିଁ। ଏହି ରୋଗ ନିୟନ୍ତ୍ରଣ କରିବା ପାଇଁ ନିରାକରଣ ପଦକ୍ଷେପ ଅଧିକ ଗୁରୁତ୍ୱପୂର୍ଣ୍ଣ ଫଳାଫଳ ଦେଇଥାଏ।

ରାସାୟନିକ ନିୟନ୍ତ୍ରଣ

ଉପଲବ୍ଧ ଜୈବିକ ଉପଚାର ସହିତ ସର୍ବଦା ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଏହି ରୋଗର ଅନୁକୂଳ ପରିପାର୍ଶ୍ଵିକ କାରକ ସୃଷ୍ଟି ହେବା ପୂର୍ବରୁ ଏବଂ ପୁଣି ଏହି ଅବଧି ଶେଷ ହେବା ପରେ ବୋର୍ଡକ୍ସ ମିଶ୍ରଣ କିମ୍ବା କପର ଅକ୍ସିକ୍ଳୋରାଇଡ 50% ଆର୍ଦ୍ରଯୋଗ୍ୟ ଦାନା ନିରାକରଣାତ୍ମକ ସିଞ୍ଚନ ଭାବେ ପ୍ରୟୋଗ କରାଯାଇ ପାରେ।

ଏହାର କାରଣ କଣ

ହେମିଲିଆ ଭାଷ୍ଟାଟ୍ରିକ୍ସ ନାମକ କବକ ଦ୍ଵାରା କ୍ଷତି ହୋଇଥାଏ। କଫି କଳଙ୍କି ଖୁବ ଦ୍ରୁତ ଗତିରେ ପ୍ରସାର ଲାଭ କରିଥାଏ ଏବଂ ଏଥିରେ ପାରିପାର୍ଶ୍ଵିକ କାରକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ। ପ୍ରସାରର ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ପବନ ଓ ପାଣି। ଯେତେବେଳେ ଗୁଣ୍ଡ ଓ କବକ ରେଣୁ ଜମିରେ ପରିବାହିତ ହୋଇଥାଏ କିମ୍ବା ଯେତେବେଳେ ଏହା ଜମିରେ ପଡିଥାଏ ଓ ବର୍ଷା ହେଲେ ଅନ୍ୟ ଗଛକୁ ଛିଟ ଦ୍ଵାରା ଯାଇଥାଏ, ରୋଗ ଜମି ମଧ୍ୟରେ କିମ୍ବା ଅନ୍ୟ ଜମିକୁ ପ୍ରସାରିତ ହୋଇଥାଏ। ଆର୍ଦ୍ର ପରିବେଶରେ କଫି କଳଙ୍କି ବଞ୍ଚି ରହିଥାଏ ଓ ପତ୍ରରେ ପଡୁଥିବା ବର୍ଷା ଛିଟ ଗଛରୁ ଗଛକୁ ରେଣୁ ବିସ୍ତାର କରିବାରେ ମୁଖ୍ୟ ଭୂମିକା ନେଇଥାଏ। ପ୍ରଭାବିତ ଗଛରେ କଫି କୋଳି ବୃଦ୍ଧିରେ ଦୁର୍ବଳ ହୋଇଥାଏ ଓ ହାଲୁକା ଅନୁଭୂତ ହୋଇଥାଏ। ଯେଉଁଠି ପ୍ରାଦୁର୍ଭାବ ସାଂଘାତିକ ଥାଏ, କଫି କଳଙ୍କି 75%ରୁ ଅଧିକ ଅମଳ କ୍ଷତି ଦେଖାଇ ଥାଏ।


ସୁରକ୍ଷାତ୍ମକ ଉପାୟ

  • ଏକାଧିକ କଫି କିସମ ଲଗାନ୍ତୁ ଓ ଏକ ପ୍ରକାର ଚାଷ ବାରଣ କରନ୍ତୁ। ଅଧିକ ବ୍ୟବଧାନ ଦିଅନ୍ତୁ ଏବଂ ଦୀର୍ଘ ସମୟ ଆର୍ଦ୍ରତା ଓ ପତ୍ର ସମୂହ ମଧ୍ୟରେ କବକନାଶୀର ପ୍ରବେଶ ହାର ବୃଦ୍ଧି କରିବା ପାଇଁ ଉପଯୁକ୍ତ କାଟଛାଣ୍ଟ କରନ୍ତୁ। ରୋଗର ପ୍ରସାରରେ ପ୍ରାକୃତିକ ବାଧକ ଭାବେ କାର୍ଯ୍ୟ କରୁଥିବା ଅଧିକ ଗଛ ଓ ବୁଦା ଲଗାନ୍ତୁ। କଫି କଳଙ୍କିକୁ ଫଳପ୍ରସୂ ଭାବରେ ପ୍ରତିରୋଧ କରିବା ପାଇଁ ସୁସ୍ଥ କଫି ଗଛ ପାଇବା ପାଇଁ ଉପଯୁକ୍ତ ପୋଷଣ ସୁନିଶ୍ଚିତ କରନ୍ତୁ। ସଂକ୍ରମିତ ଗଛ ନଷ୍ଟ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ