ଅଦା

କାଣ୍ଡ ସଢା

Pythium aphanidermatum

ଫିମ୍ପି

5 mins to read

ସଂକ୍ଷେପରେ

  • ହଳଦିଆ ପତ୍ର। ପଚା ଚେର। କନ୍ଦ ଟିସୂର ବାଦାମି ବର୍ଣ୍ଣହୀନତା ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ଅଦା
ହଳଦୀ

ଅଦା

ଲକ୍ଷଣ

ମିଥ୍ୟା-କାଣ୍ଡର ବେକ ଅଂଶରେ ସଂକ୍ରମଣ ଆରମ୍ଭ ହୋଇଥାଏ ଏବଂ ଉପର ଓ ତଳ ଆଡକୁ ଯାଇଥାଏ। ପ୍ରଭାବିତ ମିଥ୍ୟା-କାଣ୍ଡ ପାଣି ଭିଜା ଭଳି ହୋଇଥାଏ ଏବଂ ପଚିବା କନ୍ଦ ପର୍ଯ୍ୟନ୍ତ ବିସ୍ତାର କରିଥାଏ। ବିଳମ୍ବ ଅବସ୍ଥାରେ ଚେର ସଂକ୍ରମଣ ମଧ୍ୟ ଦେଖାଯାଏ। ପତ୍ରର ଅଗରେ ଫିକା ହଳଦିଆ ରଙ୍ଗ ଭଳି ଦେଖାଯାଏ, ଯାହାକି ଧୀରେ ଧୀରେ ପତ୍ର ଫଳକ ଆଡକୁ ବିସ୍ତାର କରେ। ସଂକ୍ରମଣର ସହଳ ଅବସ୍ଥାରେ ପତ୍ରର ମଝି ଅଂଶ ସବୁଜ ରହେ, କିନ୍ତୁ ଧାର ହଳଦିଆ ହୋଇଥାଏ। ହଳଦିଆ ହେବା ପରେ, ନଇଁ ଯାଏ, ମଉଳିଯାଏ ଏବଂ ମିଥ୍ୟା-କାଣ୍ଡ ଶୁଖିଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ଅଣୂଜୀବୀୟ ଗତିବିଧି ଏବଂ ପୋଷଣ ଉପଲବ୍ଧତା ବଢାଇବା ପାଇଁ ପ୍ରତ୍ଯେକ ଛାଦିକରଣ ପରେ ତରଳ ଖତ କିମ୍ବା ଗୋବର ମଣ୍ଡ ପ୍ରୟୋଗ କରନ୍ତୁ। ଲଗାଇବା ପାଇଁ ପ୍ରତିରୋଧି କିମ୍ବା ସହନଶୀଳ କିସମ ବ୍ୟବହାର କରନ୍ତୁ। ମକା, କପା କିମ୍ବା ସୋୟାବିନ ସହିତ ଫସଲ ପର୍ଯ୍ୟାୟ କରନ୍ତୁ। ପ୍ରତିଦ୍ଵନ୍ଦୀ ଟ୍ରାଇକୋଡେର୍ମା ଜାତି ଯଥା ଟି ଭିରିଡେ, (T. viride) ଟି ହରଜାନିଅମ (T. harzianum) ଏବଂ ଟି ହାମାଟମ (T. hamatum) ଆଦି ରୋଗ ସୃଷ୍ଟିକାରୀ ଜୀବାଣୁ ବୃଦ୍ଧିକୁ ପ୍ରତିବନ୍ଧିତ କରନ୍ତି ( 40 ଗ୍ରାମ/ବର୍ଗ ମିଟର)।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିବାରଣ ପଦ୍ଧତି ଗ୍ରହଣ କରନ୍ତୁ। ରୋଗ ସମ୍ଭାବନା କମାଇବା ପାଇଁ ସାଇତି ରଖିବା ଓ ଲଗାଇବା ପୂର୍ବରୁ ମାଙ୍କୋଜେବ 0.3% ସହିତ 30 ମିନିଟ ପାଇଁ ଉପଚାର କରନ୍ତୁ।

ଏହାର କାରଣ କଣ

ଏହି ରୋଗ ମୃତ୍ତିକା ବାହିତ କବକ ପିଥିଅମ ଅଫାନୀଡେର୍ମାଟମ (Pythium aphanidermatum) ଦ୍ଵାରା ହୋଇଥାଏ, ଯାହାକି ଦକ୍ଷିଣ ପଶ୍ଚିମ ମୌସୁମୀ ଆରମ୍ଭ ହେବା ସହିତ ମାଟିର ଆର୍ଦ୍ରତା ବଢିବା ସାଥିରେ ବଂଶବୃଦ୍ଧି କରିଥାଏ। କବକଟି ଦୁଇଟି ଉପାୟରେ ବଞ୍ଚିପାରେ, ପ୍ରଥମରେ, ବିହନ ଉଦ୍ଦେଶ୍ୟରେ ରଖାଯାଇଥିବା ରୋଗାକ୍ରାନ୍ତ କନ୍ଦରେ ଏହା ବଞ୍ଚିଥାଏ ଏବଂ, ଦ୍ବିତୀୟରେ, ସଂକ୍ରମିତ କନ୍ଦରୁ ମାଟିକୁ ଆସିଥିବା ବିଭିନ୍ନ ରେଣୁ (କ୍ଲାମାଇଡୋସ୍ପୋର ଏବଂ ଊସ୍ପୋର) ଦ୍ଵାରା ହୋଇଥାଏ। ନୂଆ ଗଜା ଏହି ଜୀବାଣୁ ପ୍ରତି ଅଧିକ ସଂବେଦନଶୀଳ ଅଟେ ଏବଂ ସୂତ୍ରଜୀବ ଆକ୍ରମଣ ଦ୍ଵାରା ଏହି ରୋଗ ଅଧିକ ଗୁରୁତର ହୋଇଥାଏ। 30°C ରୁ ଅଧିକ ତାପମାତ୍ରା ଏବଂ ମାଟିର ଉଚ୍ଚ ଆର୍ଦ୍ରତା ଆଦି ଗୁରୁତ୍ୱପୂର୍ଣ୍ଣ ରୋଗ ସୃଷ୍ଟିକାରୀ କାରକ ଅଟନ୍ତି ଯାହାକି ରୋଗକୁ ଅନୁକୂଳ କରାନ୍ତି। ଜମିରେ ଅନୁପଯୁକ୍ତ ନିଷ୍କାସନ ଯୋଗୁଁ ଜଳମଗ୍ନତା ପରିସ୍ଥିତି ମଧ୍ୟ ଜମିରେ ରୋଗର ମାତ୍ରା ବଢାଇ ଥାଏ।


ସୁରକ୍ଷାତ୍ମକ ଉପାୟ

  • ଉପଯୁକ୍ତ ନିଷ୍କାସନ ସୁନିଶ୍ଚିତ କରନ୍ତୁ, ଏବଂ ଲଗାଇବା ପାଇଁ ନିଗିଡା ମାଟି ବାଛନ୍ତୁ। ସଂକ୍ରମିତ ଗଛ ଅଂଶ କାଢିବା ଓ ନଷ୍ଟ କରିବା ଭଳି ଉଦ୍ଭିଦ ପରିଚ୍ଛନ୍ନତା ପଦକ୍ଷେପ ନିଅନ୍ତୁ। ଲଗାଇବା ସମୟରେ ଏକର ପ୍ରତି 4 - 4.8 ଟନ ହାରରେ ସବୁଜ ପତ୍ର (ନିର୍ଗୁଣ୍ଡି) ଦ୍ଵାରା ଛାଦି କରଣ କରନ୍ତୁ। ଲଗାଇବା ପରେ 40 ରୁ 90 ଦିନ ମଧ୍ୟରେ ଏକର ପ୍ରତି 2 ଟନ ହିସାବରେ ଏହାର ପୁନରାବୃତ୍ତି କରନ୍ତୁ। ଅତି କମରେ 2 - 3 ବର୍ଷ ପାଇଁ ଫସଲ ପର୍ଯ୍ୟାୟ କରନ୍ତୁ। ମୃତ୍ତିକା ସଂଶୋଧକ ଭାବରେ ବର୍ଗ ମିଟର ପ୍ରତି ନିମ ପିଡିଆ 250 ଗ୍ରାମ ଏବ ଚୂନ ପ୍ରୟୋଗ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ