କଫି

ବାଦାମୀ ଆଖି ଦାଗ

Mycosphaerella coffeicola

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରରେ ହଳଦିଆ ବଳୟ ସହିତ ବାଦାମୀ ଦାଗ, ଫଳରେ ଛୋଟ ଦାଗ ଥାଏ। ଅତ୍ୟଧିକ ସଂକ୍ରମଣ ସହଳ ପତ୍ର ଝଡା ଏବଂ ଅଗ ମରା ରୋଗ ସୃଷ୍ଟି କରେ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
କଫି

କଫି

ଲକ୍ଷଣ

ପତ୍ରରେ ଫିକା ବାଦାମୀ/ଧୂସର କେନ୍ଦ୍ର ଏବଂ ଚଉଡା ଗାଢ ବାଦାମୀ ବଳୟ ଓ ହଳଦିଆ ଜ୍ୟୋତି ବଳୟ ସହିତ ପ୍ରାୟ 15 ମିମି ଆକାରର ଗୋଲାକାର ବାଦାମୀ ଦାଗ ଦେଖାଯାଏ। ଦାଗଗୁଡିକ ପ୍ରାୟତଃ ଦୁଇଟି ଶିରା ମଧ୍ୟରେ ଏବଂ ପତ୍ର ଧାରରେ ଦେଖାଯାଏ। ବେଳେବେଳେ ଦାଗ ବଡ ଆକାରରେ ହୋଇଥାଏ ଏବଂ ପତ୍ର ପୋଡା ଦେଖାଯାଏ। ଏହା ସାଧାରଣତଃ ସମୁଦ୍ର ପତନ ଠାରୁ 600 ମିଟର ଉପରେ ଥଣ୍ଡା ଓ ଆର୍ଦ୍ର ଅଞ୍ଚଳରେ ଦେଖାଯାଏ। ଫଳ ଉପରେ ସଂକ୍ରମଣ ସାଧାରଣତଃ ଛୋଟ, ପ୍ରାୟ 5 ମିମି ଚଉଡା ହୋଇଥାଏ, କିନ୍ତୁ ବେଳେବେଳେ ତାହା ପୁରା ଫଳକୁ ଆବୃତ୍ତ କରିଥାଏ। ସାଧାରଣତଃ, ପତ୍ର ଅପେକ୍ଷା ଆକାରରେ ଏହା ଅଧିକ ଅନିୟମିତ ହୋଇଥାଏ ଏବଂ ମୁଖ୍ୟତଃ ସୂର୍ଯ୍ୟାଲୋକ ପଡୁଥିବା ପାର୍ଶ୍ଵରେ ଦେଖାଯାଏ। ଅତ୍ୟଧିକ ସଂକ୍ରମଣରେ, ଅସମୟ ପତ୍ରଝଡା ଏବଂ ଅଗମରା ଦେଖାଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ, ଏହି ରୋଗ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ସମାଧାନ ନାହିଁ। ଯଦି ଆପଣ କିଛି ଜାଣନ୍ତି, ଦୟାକରି ଆମକୁ ଜଣାନ୍ତୁ।

ରାସାୟନିକ ନିୟନ୍ତ୍ରଣ

ସର୍ବଦା, ଯଦି ମିଳେ, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ବିଷୟରେ ବିଚାର କରନ୍ତୁ । ଯଦି ଆବଶ୍ୟକ ହୁଏ, କପର କିମ୍ବା ଟ୍ରାଇଜୋଲ ଥିବା ରାସାୟନିକ ବ୍ୟବହାର କରନ୍ତୁ। ଫୁଲ ଅବସ୍ଥାରୁ ଆରମ୍ଭ କରି ତିନି ମାସ ପାଇଁ କପର ସିଂଚନ ପ୍ରୟୋଗ କରନ୍ତୁ। ମନେ ରଖନ୍ତୁ, କପର କବନାଶକ ଉପକାରୀ କୀଟକୁ ମାରି ଦେଇପାରେ।

ଏହାର କାରଣ କଣ

ଏହି ଦାଗ ମାଇକୋସ୍ଫେରେଲା କଫିକୋଲା (Mycosphaerella coffeicola) କବକ ଦ୍ଵାରା ହୋଇଥାଏ। ମୁଖ୍ୟତଃ ଫୁଲ ଅବସ୍ଥା ପରେ, ଉଚ୍ଚ ଆର୍ଦ୍ରତା, ଉଚ୍ଚ ବର୍ଷାପାତ, ଉଷ୍ଣ ତାପମାତ୍ରା ଏବଂ ମରୁଡି ଜନିତ ଚାପ ଏହାକୁ ଅନୁକୂଳ କରାଏ। ପତ୍ରର ଅବଶେଷରେ ଜୀବାଣୁ ବଞ୍ଚି ରହିଥାଏ। ନିର୍ଦ୍ଦିଷ୍ଟ ଭାବରେ ଯେତେବେଳେ ଗଛ ଓଦା ଥାଏ ଏବଂ ଅଙ୍କୁରଣ ପାଇଁ ଜଳ ଆବଶ୍ୟକ କରିଥାଏ, ପବନ ଏବଂ ବର୍ଷା ଛାଟ, ଜମିରେ ମଣିଷର ଯାତାୟତ ଦ୍ଵାରା ରେଣୁଗୁଡିକ ବିସ୍ତାର ଲାଭ କାରନ୍ତି। ନୂଆ ଏବଂ ଛାଇରେ ନଥିବା ଗଛ ଅଧିକ ରୋଗ ପ୍ରବଣ ଅଟେ।


ସୁରକ୍ଷାତ୍ମକ ଉପାୟ

  • ବାୟୁ ଚଳାଚଳ ଏବଂ ଯଥେଷ୍ଟ ଜାଗା ଓ ପ୍ରାୟ 35-65% ଛାୟା ସହିତ ନର୍ସରୀ ପ୍ରସ୍ତୁତ କରନ୍ତୁ। ନିର୍ଦ୍ଦିଷ୍ଟ ଭାବରେ ଯଥେଷ୍ଟ ଯବକ୍ଷାରଜାନ ଓ ପୋଟାସିୟମ ପ୍ରୟୋଗ କରନ୍ତୁ। ନିଷ୍କାସନ ପଦ୍ଧତି କାର୍ଯ୍ୟକାରୀ କରନ୍ତୁ। ଅନୁମୋଦିତ ସାର ଏବଂ ଉପଯୁକ୍ତ ନିଷ୍କାସନ ଯୋଗାଇ ବଗିଚାରେ ଗଛର ଚାପ କମାଇବା ସୁନିଶ୍ଚିତ କରନ୍ତୁ। ପତ୍ର ସମୂହ ମଧ୍ୟରେ ବାୟୁ ଚଳାଚଳ ପାଇଁ ଗଛର କାଟଛାଣ୍ଟ କରନ୍ତୁ। ସମ୍ଭାବ୍ୟ ପୁନଃ ସଂକ୍ରମଣ ଏଡାଇବା ପାଇଁ ଜମିରୁ କଟା ହୋଇଥିବା ଅବଶେଷ କାଢି ନିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ