ବିନ

ବାକଳା ଶିମ୍ବର ଚକୋଲେଟ ଦାଗ

Botrytis fabae

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର,କାଣ୍ଡ ଓ ଫୁଲରେ କେତେକ ଛୋଟ ଲଳ ବାଦାମୀ ଚିହ୍ନ ଦେଖାଯାଏ । ଯେତେବେଳେ ଚିହ୍ନ ବଡ ହୁଏ ,ଏହା ପତ୍ର ଉପରେ ପରସ୍ପର ମିଶି ଚକୋଲେଟ ରଙ୍ଗର କ୍ଷତ ଦାଗ ସୃଷ୍ଟି କରେ । ଅଧିକ ମାତ୍ରାରେ ହେଲେ ( କ୍ଵଚିତ ) ଏହି ରୋଗ ପତ୍ରକୁ କଳା କରିଦିଏ ଓ ପତ୍ର ଉପରେ ଚକୋଲେଟ ଗୁଣ୍ଡ ଦେଖିବାକୁ ମିଳେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ବିନ

ଲକ୍ଷଣ

ଏହି ରୋଗ ନିର୍ଦ୍ଧିଷ୍ଟ ଭାବେ ବାକଳା ସିମ୍ବରେ ଦେଖାଯାଏ ଓ କେତେକ ଛୋଟ ଲଳ ବାଦାମୀ ଚିହ୍ନ ମୁଖ୍ୟତଃ ପତ୍ରରେ କିନ୍ତୁ କାଣ୍ଡ ଓ ଫୁଲରେ ମଧ୍ୟ ଦେଖାଯାଏ । ଯେତେବେଳେ ସେମାନେ ବଢନ୍ତି , ଗୋଟିଏ ଧୂସର ବିଗଳିତ କେନ୍ଦ୍ର ସୃଷ୍ଟି ହୁଏ । ଯେତେବେଳେ ଚିହ୍ନ ବଡ ହୁଏ ,ଏହା ପତ୍ର ଉପରେ ପରସ୍ପର ମିଶି ଚକୋଲେଟ ରଙ୍ଗର କ୍ଷତ ଦାଗ ସୃଷ୍ଟି କରେ । ଅଧିକ ମାତ୍ରାରେ ହେଲେ ( କ୍ଵଚିତ ) ଏହି ରୋଗ କାଣ୍ଡ ଓ ପତ୍ରକୁ କଳା କରିଦିଏ ଓ ପତ୍ର ଉପରେ ଚକୋଲେଟ ଗୁଣ୍ଡ ଦେଖିବାକୁ ମିଳେ । ଘଟଣାକ୍ରମରେ ,ଏହା ରୁଗୁଡିଆ ବୃଦ୍ଧି କରେ ଓ କିଛି ଅଂଶ କିମ୍ବା ପୁରା ଗଛର ମୃତ୍ୟୁ ହୁଏ ।କେତେକ କ୍ଷେତ୍ରରେ ଫୁଲ କଢର ଗର୍ଭପାତ ହୁଏ । ତଥାପି , ବିନ ଖିଆଯାଇପାରେ କିନ୍ତୁ ଛୁଇଁ ବିବର୍ଣ ଦେଖାଯାଏ । ଏହି ରୋଗର ପ୍ରସାର ବା ସଂକ୍ରାମକ ଗୁଣ ଯୋଗୁଁ ପ୍ରାଥମିକ ସଂକ୍ରମଣ ହିଁ ପରବର୍ତ୍ତୀ ଅଧି କ୍ଷତିର ମୂଳ କାରଣ ।

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ ଏହାର କମ ଖର୍ଚ୍ଚରେ ନିୟନ୍ତ୍ରଣ ବାହାରି ନାହି । ଯାହାହେଲେବି , ସତର୍କ ରହିବାକୁ ପଡିବ ଯେପରି ଫସଲ ଦୁର୍ବଳ ହେବ ନାହି କିମ୍ବା ରୋଗ ପ୍ରବଣ ହେବ ନାହି ।

ରାସାୟନିକ ନିୟନ୍ତ୍ରଣ

ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଆଜି ପର୍ଯ୍ୟନ୍ତ, ଏହି ରୋଗ ପାଇଁ କୌଣସି ଅର୍ଥନୈତିକ ଗ୍ରହଣୀୟ ନିୟନ୍ତ୍ରଣ ବାହାରିନାହି । କେତେକ କ୍ଷେତ୍ରରେ , ଫସଲକୁ ଫୁଲ ଅବସ୍ଥାରେ କବକନାଶୀ ସିଂଚନ କଲେ ଅମଳର ଅତ୍ୟଧିକ କ୍ଷତିରୁ ବଞ୍ଚିହେବ ।

ଏହାର କାରଣ କଣ

ବୋଟ୍ରାଇଟିସ ଫାବେ କବକ ଯୋଗୁଁ ଏହି ଲକ୍ଷଣ ଦେଖାଯାଏ , ଯଦିଓ ଏହାର ଅନ୍ୟ ପ୍ରଜାତି ମଧ୍ୟ ଏହା କରିପାରନ୍ତି । ଏହି ଚିହ୍ନର ମରୁତ ଟିସୂର କେନ୍ଦ୍ରରେ ରେଣୁ ସୃଷ୍ଟି ହୁଏ ଓ ସୁସ୍ଥ ଅଂଶକୁ ସଂକ୍ରମଣ କରନ୍ତି । ଅନୁକୂଳ ପରିସ୍ଥିତିରେ , ଏହି ରେଣୁ ପତ୍ର ଉପରେ 1 ମାସ କିମ୍ବା ଅଧିକ ଦିନ ଅଙ୍କୁରଣକ୍ଷମ ରହିପାରେ । ଏହି ସଂକ୍ରମଣ ପାଇଁ ଉଚ୍ଚ ଆର୍ଦ୍ରତା ,ବାରମ୍ବାର ବର୍ଷାପାତ , ଅଧିକ ଦିନ ପତ୍ର ଓଦା ରହିବା ଏବଂ 15 -20 ଡିଗ୍ରୀ C ଅନୁକୂଳ ଅଟେ । କୌଣସି କାରକ ଯାହା ପତ୍ର ଜଳୀୟ ଅଂଶର ବାଷ୍ପିକରଣରେ ସାହାଯ୍ୟ କରେ ( ପବନ ,ଶୁଖିଲା ପାଗ ) ସଂକ୍ରମଣ କମାଏ । ଅମ୍ଳୀୟ ମାଟି , ଘଞ୍ଚ ରୋପଣ , ପଟାସ ଓ ଫସଫରସ ଅଭାବ କିମ୍ବା ଜଳ ଜମିବା ଆଦି ଗଛକୁ ଦୁର୍ବଳ କରିଦିଏ ଓ ରୋଗ ବଢାଏ । ଶୀତ ଦିନରେ ଲଗାଯାଇଥିବା ଫସଲ ଓ ଛାଇରେ ଲଗାଯାଇଥିବା ଫସଲ ଅଧିକ ରୋଗ ପ୍ରବଣ ଅଟେ ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ ସୁସ୍ଥ ବିହନ ବ୍ୟବହାର କରନ୍ତୁ । ଲଗାଇବା ସମୟରେ ଗଛ ଗଛ ମଧ୍ୟରେ ଉଚିତ ବ୍ୟବଧାନ ରଖନ୍ତୁ । ଜମି ରେ ଏହି ଋତୁ ପୂର୍ବରୁ ଶିମ୍ବ ଲଗାଯାଇଥିଲେ ପୁନର୍ବାର ସେଥିରେ ଲଗାନ୍ତୁ ନାହି। ଏହି ରୋଗ ପ୍ରତି ଅଧିକ ମାତ୍ରାରେ ପ୍ରତିରୋଧ ଥିବା କିସମ ଲଗାନ୍ତୁ । ଯଦି ଆବଶ୍ୟକ ହୁଏ , ଚୂନ ପ୍ରୟୋଗ କରି ମାଟିର pH ସୁଧାର କରନ୍ତୁ । ସମତୁଲ ସାର ପ୍ରୟୋଗ ସୁନିଶ୍ଚିତ କରନ୍ତୁ । ଅଧିକ ପରିମାଣର ଯାବକ୍ଷାରଜନ ସାର ପ୍ରୟୋଗ କରନ୍ତୁ ନାହି। ରୋଗ ଲକ୍ଷଣ ପାଇଁ ନିୟମିତ ଜମି ନିରୀକ୍ଷଣ କରନ୍ତୁ । ଅମଳ ପରେ ଗଛ ଅବଶେଷ ସଂଗ୍ରହ ଓ ନଷ୍ଟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ