ସୁଗାର ବିଟ

ବିଟର ସର୍କୋସ୍ପୋରା ପତ୍ର ଦାଗ

Cercospora beticola

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର, କାଣ୍ଡ ଏବଂ ଡେମ୍ଫରେ ଲାଲ-ବାଦାମୀ ଧାର ସହିତ ଫିକା ବାଦାମୀ କିମ୍ବା ଧୂସର ଗୋଲ ଦାଗ ଦେଖାଯାଏ। ଏହି ଦାଗ ପରସ୍ପର ମିଶିପାରେ, ପତ୍ର ବାଦାମୀରେ ପରିଣତ ହୋଇଥାଏ, କୁଞ୍ଚିତ ହୁଏ ଓ ମରିଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ସୁଗାର ବିଟ

ସୁଗାର ବିଟ

ଲକ୍ଷଣ

ଏହି ରୋଗ ପୁରୁଣା, ତଳ ପତ୍ରରେ ପ୍ରଥମେ ଆରମ୍ଭ ହୋଇଥାଏ ଏବଂ ତାପରେ ନୂଆ ପତ୍ରକୁ ଅଗ୍ରସର ହୋଇଥାଏ। ପତ୍ର, ଏବଂ ଡେମ୍ଫରେ ଫିକା ବାଦାମୀ କିମ୍ବା ଧୂସର ଗୋଲ କିମ୍ବା ଅଣ୍ଡାକାର ଦାଗ (2 - 3 ମିମି) ଦେଖାଯାଏ। ଏହି ବିଗଳିତ ଟିସୂ ଲାଲ-ବାଦାମୀ ଧାର ଦ୍ଵାରା ଘେରି ରହିଥାଏ। ଅନେକ ସମୟରେ ଏହି ଦାଗ ପରସ୍ପର ମିଶିଥାଏ, କେନ୍ଦ୍ର ଶୁଖିଯାଇ ଝଡି ଯାଇପାରେ, ଯାହା ଫଳରେ ପତ୍ର ଫଳକରେ କଣା (ଗୁଳି ଫୁଟା କଣା) ସୃଷ୍ଟି ହୋଇଥାଏ। କ୍ରମଶଃ, ପତ୍ର ବିବର୍ଣ୍ଣ ହୋଇ ପ୍ରଥମେ ହଳଦିଆ (ପାଣ୍ଡୁର) ଏବଂ ପରେ ଏହା ଶୁଖିବା ସମୟରେ ମରିଯାଇ ମାଟିଆ ହୋଇଥାଏ। ଦୂରରୁ ଆକ୍ରାନ୍ତ ଗଛ ଜୀର୍ଣ୍ଣ ଦେଖାଯାଏ ଏବଂ ପତ୍ର ସମୂହ ବିହୀନ ଦେଖାଯାଇ ପାରେ। କାଣ୍ଡ ଓ ଡେମ୍ଫରେ ଦାଗ ଗୁଡିକ ଲମ୍ବାଳିଆ ଏବଂ ଅନେକ ସମୟରେ ସାମାନ୍ୟ ଖାଲୁଆ ଦେଖାଯାଏ। ଦୀର୍ଘ ସମୟରେ ଆର୍ଦ୍ର ଅବସ୍ଥାରେ, ପତ୍ରର ତଳପଟେ, ଏବଂ ନିର୍ଦ୍ଧିଷ୍ଟ ଭାବରେ ଦାଗର ତଳ ପଟେ ଗାଢ ଧୂସର ଭଲଭେଟ କବକ ବୃଦ୍ଧି ଦେଖାଯାଇ ପାରେ।

Recommendations

ଜୈବିକ ନିୟନ୍ତ୍ରଣ

ସୁଡୋମୋନାସ ଫ୍ଲୋରେସେନ୍ସ, ବେଶିଲସ ଆମାଇଲୋଲିକୁଏଫେସିଂସ, ବେଶିଲସ ସବଟାଇଲିସ ବ୍ୟାକ୍ଟେରିଆ ଏବଂ ଟ୍ରାଇକୋଡର୍ମା ଆସ୍ପେରେଲମ ନାମକ କବକ ଭିତ୍ତିକ ପଦାର୍ଥ ଭଳି ଜୈବିକ ପଦାର୍ଥ ପତ୍ର ସିଞ୍ଚନ ବ୍ୟବହାର କରାଯାଇ ପାରେ। ବିକଳ୍ପ ଭାବରେ, ଉଷ୍ମ ଜଳ ଉପଚାର ବିହନ ପୃଷ୍ଠକୁ କବକ ମୁକ୍ତ ରଖିବା ଏବଂ ସୁସ୍ଥତା ସୁନିଶ୍ଚିତ କରିବା ପାଇଁ ବ୍ୟବହାର କରାଯାଇ ପାରେ। କପର ଭିତ୍ତିକ ପଦାର୍ଥ (କପର ଅକ୍ସିକ୍ଳୋରାଇଡ) ମଧ୍ୟ ଜୈବିକ କୃଷିରେ ଏହାର ନିୟନ୍ତ୍ରଣ ପାଇଁ ଏକ ଗ୍ରହଣଯୋଗ୍ୟ ପଦାର୍ଥ ଅଟେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଜୀବାଣୁ ନିୟନ୍ତ୍ରଣ କରିବାକୁ ଟ୍ରାଇଆଜୋଲ କବକନାଶୀ (ଡାଇଫେନୋକୋନାଜଲ, ପ୍ରୋପିକୋନାଜଲ, ସାଇପ୍ରୋକୋନାଜଲ, ତେତ୍ରାକୋନାଜଲ, ଏପକ୍ସିକୋନାଜାଲ, ଫ୍ଲୁତ୍ରିଆଫଲ ଆଦି) କିମ୍ବା ବେଞ୍ଜିମୀଡେଜଲ ବ୍ୟବହାର କରନ୍ତୁ।

ଏହାର କାରଣ କଣ

ମାଟି ପୃଷ୍ଠରେ ଥିବା ଗଛ ଅବଶେଷ କିମ୍ବା ମାଟିର ଉପର ସ୍ତରରେ ରହୁଥିବା ସର୍କୋସ୍ପୋରା ବେଟିକୋଲା ନାମକ କବକ ଯୋଗୁଁ ଏହି ରୋଗ ହୋଇଥାଏ। ବିକଳ୍ପ ପୋଷକ ଯଥା ବାଳୁଙ୍ଗା (ପିଗୱିଡ, ଗୁଜଫୁଟ, ଥିସଲେ) ଉପରେ ମଧ୍ୟ ଏହା ଶୀତସୁପ୍ତି କରିପାରେ, ଯାହାକି ବିଟ ପାଇଁ ସଂକ୍ରମଣର ଏକ ଉତ୍ସ ଭାବେ ଦେଖାଯାଏ। କବକ ବୃଦ୍ଧିର ଅନୁକୂଳତମ ଅବସ୍ଥା ହେଉଛି ଉଚ୍ଚ ଆର୍ଦ୍ରତା (95 - 100 %), ବାରମ୍ବାର କାକର ଏବଂ ଉଷ୍ମ ପାଣିପାଗ। ଯବକ୍ଷାରଜାନ ଜାତୀୟ ସାରର ଅତ୍ୟଧିକ ବ୍ୟବହାର ମଧ୍ୟ ଏହି ରୋଗ ବୃଦ୍ଧି କରାଇ ଥାଏ। ଜମିରେ ରୋଗ ଅନିୟମିତ ଭାବରେ ଦେଖାଯାଏ, ସାଧାରଣତଃ ସୁରକ୍ଷିତ ସ୍ଥାନରେ ଅଧିକ ମାତ୍ରା ହୋଇଥାଏ ଯାହାକି ଉଚ୍ଚ ଆର୍ଦ୍ର ଯୁକ୍ତ ହୋଇଥାଏ। ସାରା ବିଶ୍ଵରେ ଏହା ବିଟର ଏକ ସର୍ବାଧିକ ହାନିକାରକ ଜୀବାଣୁ ଅଟେ। ଛୋଟ ଦାଗ ଏବଂ ଦାଗର କେନ୍ଦ୍ରରେ କଳା ଚିହ୍ନର ଉପସ୍ଥିତି ଦ୍ଵାରା ସର୍କୋସ୍ପୋରା ପତ୍ର ଦାଗ ରୋଗ ଅନ୍ୟ ପତ୍ର ରୋଗ (ଅଲଟର୍ନାରିଆ, ଫୋମା ଏବଂ ବ୍ୟାକ୍ଟେରିଆ ପତ୍ର ଦାଗ) ଠାରୁ ଅଲଗା ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ରୋଗ-ମୁକ୍ତ ପ୍ରାମାଣିକ ବିହନ ବ୍ୟବହାର କରିବା ସୁନିଶ୍ଚିତ କରନ୍ତୁ। ଯଦି ମିଳେ, ପ୍ରତିରୋଧୀ କିସମ ଲଗାନ୍ତୁ। ଯଦି ମାଟି ଅଧିକ ଅମ୍ଳ ଅଛି, ପିଏଚ ବଢାଇବା ପାଇଁ ଚୂନ ବ୍ୟବହାର କରନ୍ତୁ। ସିଂଚନ ଜଳସେଚନ ଏଡାନ୍ତୁ, ଯେହେତୁ ଏହା ପତ୍ରର ଆର୍ଦ୍ରତା ଦୀର୍ଘ ସମୟ ରଖିଥାଏ, ଏହା ପରିବର୍ତ୍ତେ ବୁନ୍ଦା ଜଳସେଚନ ବ୍ୟବହାର କରନ୍ତୁ। ମଧ୍ୟାହ୍ନ ସମୟରେ ଜଳସେଚନ ଦିଅନ୍ତୁ, ଯେହେତୁ ପତ୍ର ସଂପୂର୍ଣ୍ଣ ଶୁଖିବାକୁ ଏହା ସୁବିଧା ଦେଇଥାଏ। ଫସଫରସ, ମାଙ୍ଗାନିଜ ଏବଂ ବୋରନ ସାର ଦ୍ଵାରା ସମତୁଲ ଉର୍ବରିକରଣ ସୁନିଶ୍ଚିତ କରନ୍ତୁ। ଜମିରୁ ବାଳୁଙ୍ଗା କାଢି ଦିଅନ୍ତୁ। ଗଛ ଅବଶେଷ କାଢନ୍ତୁ ଏବଂ ଏହାକୁ ଗଭୀରତାରେ ପୋତି କିମ୍ବା ପୋଡି ନଷ୍ଟ କରି ଦିଅନ୍ତୁ। ମାଟିର ଉତ୍ତମ ନିଷ୍କାସନ ସୁନିଶ୍ଚିତ କରିବା ପାଇଁ ଏକକ-ସିଆର ଲଙ୍ଗଳ ଦ୍ଵାରା ଗଭୀର ହଳ କରନ୍ତୁ। ମାଟିର ଟାଣ ସ୍ତର ଭାଙ୍ଗିବା ପାଇଁ ଏବଂ ମାଟିରେ ବାୟୁ ଚଳାଚଳ ଉନ୍ନତି କରିବା ପାଇଁ ଅମଳ ପରେ ମାଟିରେ ହଳ କରନ୍ତୁ। 2 - 3 ବର୍ଷର ଏକ ଫସଲ ପର୍ଯ୍ୟାୟ ଯୋଜନା କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ