ବିରି ଓ ମୁଗ

ବିରି ରେ କଳଙ୍କି ରୋଗ

Uromyces phaseoli

ଫିମ୍ପି

5 mins to read

ସଂକ୍ଷେପରେ

  • ଛୋଟ ଗୋଲ ଲାଲ-ବାଦାମୀ ରଙ୍ଗର ଫୁଲା ପତ୍ରର ତଳ ପାର୍ଶ୍ୱରେ ଦେଖାଯାଏ.
  • ଏହି ଫୁଲା ଗୁଡିକ ପରେ ବଡ ଜାଗାରେ ମିଶିଯାଏ ଏବଂ ଉପର ପାର୍ଶ୍ବରେ ଦେଖାଯାଏ.
  • ସିଧା, ଗାଢ଼ ବାଦାମୀ ଜାଗା ବିଳମ୍ବିତ ସିଜନରେ ଦେଖାଯାଏ.
  • ଡେମ୍ଫ, ଛୁଇଁ, ଏବଂ କାଣ୍ଡରେ ସଂକ୍ରମଣ ଦେଖାଯାଇପାରେ.
  • ପତ୍ର ଶୁଖିଯାଏ, ଶୁକୁଦିଯାଏ ଏବଂ ଝଡି ପଡେ ଯାହା ଫଳରେ ପତ୍ରଝଡ଼ା ହୋଇ ଥାଏ ଓ ଉତ୍ପାଦନ କମ ହୋଇଥାଏ.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

ବିରି ଓ ମୁଗ

ଲକ୍ଷଣ

ପ୍ରାଥମିକ ଲକ୍ଷଣ ହିସାବରେ ଛୋଟ, ଗୋଲ, ଲାଲ-ବାଦାମୀ ରଙ୍ଗର ଫୁଲା ଧଳା ଫିମ୍ପି ମଧ୍ୟରେ ଦେଖାଯାଏ, ସାଧାରଣତଃ ପତ୍ରର ତଳ ପାର୍ଶ୍ୱରେ. ଏହି ଫୁଲା ଗୁଡିକ ଛୋଟ ଗ୍ରୁପ ରେ ଦେଖାଯାଏ ଏବଂ ପରେ ଏଗୁଡିକ ମିଶି ଯାଇ ପତ୍ର ଉପରେ ବଡ଼ ଜାଗାରେ ହୋଇଯାଏ. ଅତିରିକ୍ତ ଭାବେ ସିଧା, ଗାଢ଼ ବାଦାମୀ ଜାଗା ବିଳମ୍ବିତ ସିଜନରେ ଦେଖାଯାଏ. ପ୍ରବଳ ସଂକ୍ରମଣ ଉପର ପାର୍ଶ୍ୱରେ ମଧ୍ୟ ପ୍ରଭାବ ପକାଇଥାଏ ଯାହା ଫଳରେ ସମ୍ପୂର୍ଣ୍ଣ ପତ୍ର ରେ ଫୁଲା ଦେଖା ଦେଇଥାଏ. ପତ୍ର ଶୁଖିଯାଏ, ଶୁକୁଡ଼ି ଯାଏ ଏବଂ ଝଡି ଯାଏ. ରୋଗର ଏହି ଅବସ୍ଥାରେ ଡେମ୍ଫ, ଛୁଇଁ ଏବଂ କାଣ୍ଡ ମଧ୍ୟ ପ୍ରଭାବିତ ହୋଇପାରେ. ପ୍ରବଳ ପତ୍ରଝଡ଼ା ଯୋଗୁଁ ଉତ୍ପାଦନରେ ଭୀଷଣ କ୍ଷତି ହୋଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଥରେ ଏହି ଫିମ୍ପିର ସଂକ୍ରମଣ ଦେଖାଗଲା ପରେ ସାଲଭିଆ ଅଫିସିନାଲିସ (Salvia officinalis) ଏବଂ ପୋଟେନ୍ସିଲା ଇରେକ୍ଟା (Potentilla erecta) ର ଅର୍କ ର ପ୍ରୟୋଗ ଏହି ଫିମ୍ପି ର ବିକାଶ ବିରୁଦ୍ଧରେ ସୁରକ୍ଷାତ୍ମକ ଉପଚାର ଭାବେ କାମ କରିଥାଏ

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ରାସାୟନିକ ଉପଚାର ପ୍ରଭାବଶାଳୀ ହୋଇ ନାଟହେ ଯଦି ଏହି ରୋଗର ଲକ୍ଷଣ ବିଳମ୍ବିତ ଅବସ୍ଥାରେ ପରିଲକ୍ଷିତ ହୁଏ. ଯଦି ଫିମ୍ପିନାଶକର ଆବଶ୍ୟକତା ହୁଏ, ତାହେଲେ ମାଙ୍କୋଜେବ (mancozeb), ପ୍ରୋପାଇକୋନାଜୋଲ (propiconazole), କପର କିମ୍ବା ସଲଫର ଥିବା ଫର୍ମୁଲାର ପତ୍ର ସିଞ୍ଚନ କରନ୍ତୁ (ସାଧାରଣତଃ 3ଗ୍ରା/ଲିଟର ପାଣି). ପ୍ରଥମ ଲକ୍ଷଣ ଦେଖାଯିବାର ତୁରନ୍ତ ପରେ ସ୍ପ୍ରେ ଆରମ୍ଭ କରନ୍ତୁ ଏବଂ 15 ଦିନ ପରେ ପୁଣି ସ୍ପ୍ରେ କରନ୍ତୁ.

ଏହାର କାରଣ କଣ

ଏହି ରୋଗକାରୀ ଫିମ୍ପି ଫସଲର ଅବଶେଷରେ ମାଟିରେ କିମ୍ବା ବୈକଳ୍ପିକ ପୋଷକରେ ବଞ୍ଚି ରହି ଥାଏ. ପ୍ରାଥମିକ ସଂକ୍ରମଣ ହିସାବରେ ମାଟିରୁ ଏହି ଫିମ୍ପିର ରେଣୁ ଛିଞ୍ଚି ହୋଇ ଜମି ପାଖରେ ଥିବା ଗଛର ପୁରୁଣା ପତ୍ର ଉପରେ ପଡିଥାଏ. ପବନ ଦ୍ୱାରା ଗଛରୁ ଗଛକୁ ଦ୍ଵିତୀୟକ ବିସ୍ତାର ହୋଇଥାଏ. ସଂକ୍ରମଣ ଓ ଏହାର ବିସ୍ତାର ପାଇଁ ଗରମ ତାପମାନ (21 ରୁ 26° C), ଆର୍ଦ୍ର ଏବଂ ମେଘୁଆ ପାଗ ସହିତ ରାତିରେ ପ୍ରବଳ କାକର ଅନୁକୂଳ ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ଗଛରୁ କିମ୍ବା ପ୍ରମାଣିତ ରୋଗ ମୁକ୍ତ ବିହନ ବ୍ୟବହାର କରନ୍ତୁ.
  • ଯଦି ଆପଣଙ୍କ ଅଞ୍ଚଳରେ ମିଳେ ତାହେଲେ ସହନଶୀଳ କିମ୍ବା ପ୍ରତିରୋଧି କିସମର ବିହନ ଲଗାନ୍ତୁ.
  • ବିକଳ୍ପ ପୋଷକ ଫସଲ କିମ୍ବା ଗଛ ଜମି ପାଖରେ ଲଗାନ୍ତୁ ନାହିଁ.
  • ବିକଳ୍ପ ପୋଷକ ଏବଂ ବାଳୁଙ୍ଗା ଗଛ ଗୁଡିକ ଜମିରୁ ବାହାର କରି ଦିଅନ୍ତୁ.
  • ବିନା ପୋଷକ ଫସଲ ସହିତ ଫସଲ ପର୍ଯ୍ୟାୟ ପ୍ରତି ଦୁଇରୁ ତିନି ବର୍ଷରେ ପାଳନ କରନ୍ତୁ.
  • ଗଭୀର ଚାଷ କରି ଫସଲ ଅବଶେଷ କୁ ବାହାର କରି ଜଳାଇ ଦିଅନ୍ତୁ କିମ୍ବା ପୋତି ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ