ବିରି ଓ ମୁଗ

ବିରି ରେ ଆନ୍ଥ୍ରାକନୋଜ

Colletotrichum lindemuthianum

ଫିମ୍ପି

5 mins to read

ସଂକ୍ଷେପରେ

  • ଛୋଟ, ଅସମ ଆକୃତିର ପାଣି ଭିଜା ଦାଗ ପତ୍ର, କାଣ୍ଡ, ଡେମ୍ଫ କିମ୍ବା ଛୁଇଁ ଉପରେ ଦେଖାଯାଏ.
  • ଦାଗ ଗୁଡିକ ଏକତ୍ର ହୋଇ ପାଣି ଭିଜା ଘାଆ ରେ ପରିଣତ ହୁଏ ଏବଂ ଏହାର ମଝି ଅଂଶ ଗାଢ଼ ରଙ୍ଗ ହୋଇଥାଏ ଓ ଏହାର ଉଜ୍ଜ୍ୱଳ ଧାର ଥାଏ.
  • କାଣ୍ଡ ଏବଂ ଡ଼େମ୍ଫରେ ଗର୍ତ୍ତ ଦେଖାଯାଏ.
  • ପତ୍ରଝଡ଼ା ହୋଇଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ବିରି ଓ ମୁଗ

ଲକ୍ଷଣ

ଅଭିବୃଦ୍ଧିର ଯେ କୌଣସି ଅବସ୍ଥାରେ ଏହି ରୋଗ ସଂକ୍ରମଣ ହୋଇପାରେ ଏବଂ ଏହା ର ଲକ୍ଷଣ ପତ୍ର, କାଣ୍ଡ, ଡେମ୍ଫ ଏବଂ ଛୁଇଁ ରେ ଦେଖାଯାଏ. ଯଦି ବିହନ ଗଜା ହେବା ପରେ ସଂକ୍ରମଣ ହୁଏ କିମ୍ବା ବିହନ ହଁ ସଂକ୍ରମିତ ହୋଇଥାଏ, ତାହେଲେ ଚାରା ଗୁଡିକ ରେ ସୂକ୍ଷ୍ମ କଳଙ୍କି ଦାଗ ଦେଖାଯାଏ ଓ ଧୀରେ ଧୀରେ ବଢି ଆଖି ପରି ଦାଗ ହୁଏ ଏବଂ ଶେଷରେ ପୋଡି ଯାଏ. ପୁରୁଣା ଗଛରେ ପ୍ରାଥମିକ ଲକ୍ଷଣ ଗୁଡିକ ହେଲା ଛୋଟ ଛୋଟ, ଅସମ ଆକୃତିର ପାଣି ଭିଜା ଦାଗ ଅଧିକାଂଶ ସମୟରେ ପତ୍ର କିମ୍ବା ଡ଼େମ୍ଫର ତଳ ପଟେ ଦେଖାଯାଏ. ପରବର୍ତ୍ତୀ ସମୟରେ ଦାଗ ଗୁଡିକ ବଢି ପାଣି ଭିଜା ଘାଆ ରେ ପରିଣତ ହୁଏ ଏବଂ ଏହାର ମଝି ଅଂଶ ଗାଢ଼ ରଙ୍ଗ ହୋଇଥାଏ ଓ ହଳଦିଆ, ନାରଙ୍ଗୀ କିମ୍ବା ଉଜ୍ଜ୍ୱଳ ଲାଲ ଧାର ଥାଏ. ଏହା ପତ୍ରର ଉପର ପାର୍ଶ୍ୱରେ ମଧ୍ୟ ଦେଖାଯାଏ. କଳଙ୍କି ପରି ରଙ୍ଗ ର ଦାଗ ଛୁଇଁ ଉପରେ ଦେଖାଯାଏ ଏବଂ ଏହା ଶୁକୁଡ଼ି ଯାଇ ଶୁଖିଯାଇପାରେ. କାଣ୍ଡ ଓ ଡେମ୍ଫ ରେ ଗର୍ତ୍ତ ସୃଷ୍ଟି ହୋଇଥାଏ ଏବଂ ପରେ ପତ୍ରଝଡ଼ା ହୋଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଜୈବିକ ଏଜେଣ୍ଟ ମାନେ ସଂକ୍ରମଙ୍କୁ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିପାରିବେ. ଟ୍ରାଇକୋଡେ଼ର୍ମା ହାର୍ଜିଆନମ (Trichoderma harzianum) ନାମକ ଫିମ୍ପି ଏବଂ ସିଉଡୋମୋନାସ ଫ୍ଲୋରୋସେନ୍ସ (Pseudomonas fluorescens) ନାମକ ବ୍ୟାକ୍ଟେରିଆ କୁ ବିହନ ଉପଚାର କରି କୋଲେଟୋଟ୍ରିକମ ଲିଣ୍ଡେମୁଥିଆନମ (Colletotrichum lindemuthianum) ନିୟନ୍ତ୍ରଣ କରା ଯାଇପାରେ. ଫିମ୍ପିନାଶକ ସ୍ପ୍ରେ ମଧ୍ୟରେ କପର ଅକ୍ସିକ୍ଲୋରାଇଡ (copper oxychloride) 3ଗ୍ରା/ଲି ପ୍ରତି 15 ଦିନ ବ୍ୟବଧାନରେ ସ୍ପ୍ରେ କରାଯାଇପାରେ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ଅନୁକୂଳ ପାଣିପାଗ ନଥିଲେ ଏହି ରୋଗ ର ରାସାୟନିକ ଉପଚାର ଅର୍ଥନୈତିକ ଦୃଷ୍ଟିରୁ ଲାଭପ୍ରଦ ହୋଇ ନ ପାରେ. ବିହନ କୁ ଉପଯୁକ୍ତ ଫିମ୍ପିନାଶକ ରେ ଉଦାହରଣ ସ୍ୱରୂପ ଥିରାମ (thiram) 80% WP @ 2 ଗ୍ରା/ଲି କିମ୍ବା କାପ୍ଟାନ (captan) 75WP @ 2.5 ଗ୍ରା/ଲି ପାଣିରେ ଭିଜାଇ ଉପଚାର କରାଯାଇପାରେ. ଫ୍ଲୋପେଟ (folpet), ମାଙ୍କୋଜେବ (mancozeb), ଥାଇଓଫାନେଟ ମିଥାଇଲ (thiophanate methyl) (0.1%) କିମ୍ବା କପର ଅକ୍ସିକ୍ଲୋରାଇଡ (copper oxychloride) 3ଗ୍ରା/ଲି ପ୍ରତି 15 ଦିନ ବ୍ୟବଧାନରେ ସ୍ପ୍ରେ କରାଯାଇପାରେ.

ଏହାର କାରଣ କଣ

କୋଲେଟୋଟ୍ରିକମ ଲିଣ୍ଡେମୁଥିଆନମ (Colletotrichum lindemuthianum) ନାମକ ଫିମ୍ପି ମାଟି ଏବଂ ସଂକ୍ରମିତ ବିହନ ଏବଂ ଫସଲ ଅବଶେଷରେ ବଞ୍ଚି ରହି ପାରେ. ଏହା ଅନ୍ୟ ପୋଷକ ଗଛରେ ମଧ୍ୟ ସୁପ୍ତ ଅବସ୍ଥାରେ ରହିପାରେ. ଏହାର ରେଣୁ ଗୁଡିକ ବର୍ଦ୍ଧିଷ୍ଣୁ ଗଛକୁ ବର୍ଷା, କାକର କିମ୍ବା ଡାଳପତ୍ର ଓଦା ଥିବା ସମୟରେ ଜମିରେ କାମ କଲାବେଳେ ସ୍ଥାନାନ୍ତରିତ ହୋଇଥାଏ. ତେଣୁ ବର୍ଷା କିମ୍ବା କାକର ଯୋଗୁଁ ଡାଳପତ୍ର ଓଦା ଥିବା ସମୟରେ ଜମି ରେ କୃଷିକାର୍ଯ୍ୟକୁ (ଶ୍ରମିକ, ଉପଚାର ଇତ୍ୟାଦି) ସୀମିତ ରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ. ଠଣ୍ଡ ରୁ ମଧ୍ୟମ ତାପମାନ (13-21°C) ଏବଂ ବାରମ୍ବାର ବୃଷ୍ଟିପାତ ମଧ୍ୟ ଏହି ଫିମ୍ପି ଏବଂ ଏହାର ସଂକ୍ରମଣକୁ ସୁହାଇଥାଏ ଏବଂ ଏହା ଫଳରେ ସଂକ୍ରମଣ ଓ ସଂକ୍ରମଣର ମାତ୍ରା ଅଧିକ ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ଏବଂ ରୋଗ ମୁକ୍ତ ବିହନ ବ୍ୟବହାର କରନ୍ତୁ.
  • ସହନଶୀଳ କିମ୍ବା ପ୍ରତିରୋଧି କିସମର ବିହନ ଲଗାନ୍ତୁ.
  • ରୋଗର ସଙ୍କେତ ଦେଖିବା ପାଇଁ ଗଛ ରେ କିମ୍ବା ଜମିରେ ଚେକ୍ କରନ୍ତୁ.
  • ଆପଣଙ୍କ ଫସଲ ଚାରିପାଖରେ ଅତ୍ୟଧିକ ବାଳୁଙ୍ଗା ବୃଧିରୁ ଦୁରେଇ ରୁହନ୍ତୁ (ବାଳୁଙ୍ଗା ବୈକଳ୍ପିକ ପୋଷକ ଭାବେ କାମ କରିଥାଏ).
  • ଫସଲରେ ଉତ୍ତମ ପରିଚ୍ଛନ୍ନତା ରଖନ୍ତୁ.
  • ଡାଳପତ୍ର ଓଦା ଥିବା ସମୟରେ ଜମି ଭିତରେ କାମ କରନ୍ତୁ ନାହିଁ ଏବଂ ଯନ୍ତ୍ରପାତି ଓ ଉପକରଣ ଗୁଡିକ ସଫା ରଖନ୍ତୁ.
  • ପୋଷକ ନଥିବା ଫସଲ ସହିତ ଫସଲ ପର୍ଯ୍ୟାୟ ପ୍ରତି ତିନି ବର୍ଷ ପାଇଁ ଅନୁମୋଦନ କରାଯାଇଅଛି.
  • ସଂକ୍ରମିତ ଫସଲ ଅବଶେହକୁ ଅମ୍ଳ ପରେ ପୋତି ଦିଅନ୍ତୁ କିମ୍ବା ବାହାର କରି ଜାଳି ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ