କପା

ତଳି ପଚା

Rhizoctonia solani

ଫିମ୍ପି

5 mins to read

ସଂକ୍ଷେପରେ

  • ଅସମ ଆକାରର କଳା ରୁ ଲାଲ ବାଦାମୀ ଚକଡା ଚାରାର କାଣ୍ଡ ରେ ଦେଖାଦିଏ.
  • କାଣ୍ଡ ଗୁଡେଇ ହୋଇଯାଏ.
  • ଗଛ ମରି ଯାଇପାରେ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କପା

ଲକ୍ଷଣ

ଓଦା ଅଣ୍ଡାକୃତି ରୁ ଅସମ ଆକୃତିର ଲାଲ ବାଦାମୀ ରୁ କଳା ରଙ୍ଗର ଚକଡା ଚାରାର କାଣ୍ଡରେ ଦେଖାଦିଏ. ପ୍ରାୟତଃ କପା ଫସଲରେ ଏହି ଚକଡା କାଣ୍ଡକୁ ଗୁଡେଇ ହୋଇଯାଏ ଏବଂ ଗଛ ମରିଯାଏ. ଏହି ଚକଡା଼ ଉପରେ ଅଳ୍ପ କିଛି କବକ ଦେଖାଯାଏ ଯେଉଁଥିରେ ବହୁତ ସମୟରେ ମାଟି ଲାଗିଥାଏ. ସଂକ୍ରମଣ ଏବଂ ଚକଡା ବୃଦ୍ଧି ପ୍ରାୟତଃ ମାଟିର ଲାଇନ ତଳୁ ଆରମ୍ଭ ହୋଇଥାଏ. କିନ୍ତୁ ଯେତେବେଳେ କାଣ୍ଡର ଉଚ୍ଚତା ବଢେ ଏହି ଚକଡା ମାଟି ଉପରେ ସ୍ପଷ୍ଟ ଭାବେ ଦେଖାଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ଯଦି ଥଣ୍ଡା କିମ୍ବା ବର୍ଷା ପାଗ ଆଗାମୀ 4-5 ଦିନ ପାଇଁ ଥାଏ ତାହେଲେ ଗଛ ଲଗାନ୍ତୁ ନାହିଁ. 5ସେମି ରୁ ଅଧିକ ଗଭୀରରେ ଗଛ ଲଗାନ୍ତୁ ନାହିଁ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଏଟ୍ରୀଡାଇଆଯ଼ୋଲ୍ (Etridiazole), କପର୍ ଅକ୍ସିକ୍ଲୋରାଇଡ୍ (Copper Oxychloride), ଟୋଲକ୍ଲୋଫୋସ୍-ମିଥାଇଲ୍ (Tolclofos-methyl), ଥାୟାବେଣ୍ଡାଯ଼ୋଲ୍ (Thiabendazole), ଥାଇରାମ୍ (Thiram) ଏବଂ କାପ୍ଟାନ୍ (Captan) ଥିବା କବକନାଶକ ପ୍ରୟୋଗ ଦ୍ୱାରା ଗଜା ହେବାର ସମ୍ଭାବନା ଅଧିକ ବଢିଯାଏ ଓ କପା ଚାରାରେ ରୋଗର ସଂକ୍ରମଣ କମିଯାଏ.

ଏହାର କାରଣ କଣ

ଏହି ଲକ୍ଷଣ ଗୁଡିକ ମୃତ୍ତିକା ଜନିତ ରିଃଯ଼ୋକ୍ଟୋନିଆ ସୋଲାନି (Rhizoctonia Solani) ନାମକ କବକ ଦ୍ୱାରା ହୋଇଥାଏ ଯାହା ବହୁତ ପ୍ରକାର ପୋଷକ ଫସଲକୁ ଆକ୍ରମଣ କରିଥାଏ. ଗଛ ଲଗା ଯାଇଥିବା ସମୟରେ କିଛି ଆଘାତ ହେଲେ ସଂକ୍ରମଣ ପାଇଁ ସୁଯୋଗ ମିଳିଥାଏ. ଯେତେବେଳେ ଚକଡା ମାଟି ର ଧାର ରେ ଦେଖାଯାଏ, ସେଗୁଡିକ ପବନ ସହାୟତାରେ ଶକ୍ତ ଉପର ମାଟି ସହ କାଣ୍ଡ ଘସି ହୋଇଯାଇଥାଏ ବୋଲି ସନ୍ଦେହ ହୋଇଥାଏ. ଚାରା ବଡ ହେଲେ ପ୍ରାକୃତିକ ରୂପରେ ତାହା ସଂକ୍ରମଣ ପ୍ରତି ପ୍ରତିରୋଧି ହୋଇଥାଏ କାରଣ ମୂଳ ବଢିଥାଏ ଓ ମୂଳର କୋଷିକା ଗୁଡିକ ଶକ୍ତ ହୋଇଯାଇଥାଏ.


ସୁରକ୍ଷାତ୍ମକ ଉପାୟ

  • ବଗିଚାକୁ ନିୟମିତ ଭାବେ ରୋଗର ଲକ୍ଷଣ ଗୁଡିକ ପାଇଁ ନିରୀକ୍ଷଣ କରନ୍ତୁ.
  • ପ୍ରତିରୋଧି କିମ୍ବା ସହନଶୀଳ କିସମର ବିହନ ଚୟନ କରନ୍ତୁ.
  • ରୋଗ ମୁକ୍ତ ବିହନ ସାମଗ୍ରୀ ବ୍ୟବହାର କରନ୍ତୁ.
  • ଓଦା ଜମିରେ ଗଛ ଲଗାନ୍ତୁ ନାହିଁ.
  • ଥଣ୍ଡା ପାଗରେ ଜଳସେଚନ କରନ୍ତୁ ନାହିଁ.
  • ଯଅ ଓ ଅନ୍ୟାନ୍ୟ ଛୋଟ ଦାନା ର ଫସଲ ସହ ଫସଲ ଚକ୍ର ଅବଲମ୍ବନ କରନ୍ତୁ.
  • ମାଟିରେ ତାପମାନ 20°C ରୁ ଅଧିକ ଥିଲେ ଗଛ ଲଗାନ୍ତୁ.
  • ଉଚା ଜାଗାରେ ଗଛ ଲଗାଇଲେ ମାଟିର ତାପମାନ ବଢ଼ିବାରେ ତଥା ଜଳ ନିଷ୍କାସନ ଭଲ କରିବାରେ ସାହାଯ୍ୟ କରିଥାଏ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ