ଗହମ

ତମ୍ବା ରଙ୍ଗର ଦାଗ ରୋଗ

Pyrenophora tritici-repentis

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରରେ ହଳଦିଆ ଧାର ସହିତ ତମ୍ବା -ବାଦାମୀ ଚିହ୍ନ । ଚିହ୍ନ ଅଗରୁ ପତ୍ରର ଅନ୍ୟ ଅଂଶକୁ ପ୍ରସାରିତ ହୁଏ । ପିଙ୍କ( ଗୋଲାପୀ ) , କିମ୍ବା ଲାଲ କିମ୍ବା କଳା ରଙ୍ଗର ଦାନା ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଗହମ

ଲକ୍ଷଣ

ପତ୍ରରେ ବିଗଳିତ କିମ୍ବା ପାଣ୍ଡୁର କିମ୍ବା ଉଭୟ ଲକ୍ଷଣ ଦେଖାଯାଇପାରେ । ତମ୍ବା ବାଦାମୀ , ବିଗଳିତ ଚିହ୍ନ ପ୍ରଥମେ [ପତ୍ରର ଉପର ଓ ତଳ ପଟେ ଦେଖାଯାଏ । ତାହା ପରେ ଯବକାଚ ଆକାରରେ, ଫିକା ସବୁଜ କିମ୍ବା ହଳଦିଆ ପାଣ୍ଡୁର ଧାର ସହିତ ତମ୍ବା ରଙ୍ଗର ବିଭିନ୍ନ ଆକାରର ଦାଗ ଭାବରେ ପ୍ରସାରିତ ହୁଏ । ଚିହ୍ନର କେନ୍ଦ୍ର ଶୁଖିଯାଇପାରେ ଓ ଧୂସର ହୋଇପାରେ । ଆର୍ଦ୍ର ପତ୍ର ସହିତ ଉଚ୍ଚ ଆର୍ଦ୍ରତା ପରିବେଶରେ ଏହି କ୍ଷତ ଚିହ୍ନ ଗାଢ କେନ୍ଦ୍ର ଦେଖାଏ । ପ୍ରାରମ୍ଭିକ ଚିହ୍ନ ପରସ୍ପର ସହିତ ମିଶିପାରନ୍ତି ଓ ବଡ ଚିହ୍ନରେ ପରିଣତ ହୁଅନ୍ତି । ଏହା ପତ୍ରର ମୃତ୍ୟୁ ଓ ଗଛର ପତ୍ରହୀନତା ସୃଷ୍ଟି କରେ । ଜୀବାଣୁ ଦାନାର ପିଙ୍କ ( ଗୋଲାପୀ ) କିମ୍ବା ଦାନାର କଳଙ୍କି ଚିହ୍ନ ( ଲାଲ ଦାଗ ) କିମ୍ବା ଅନ୍ୟ କବକ ସହ ମିଶି କଳା ବିବର୍ଣ୍ଣତା କରେ । ଯାହାହେଲେବି , ତଷୁ ପ୍ରଭାବିତ ହୁଏ ନାହିଁ ।

Recommendations

ଜୈବିକ ନିୟନ୍ତ୍ରଣ

ମାଟିରେ ପ୍ରତିପକ୍ଷାତ୍ମକ ଅଣୁଜୀବ ବସତି ସ୍ଥାପନକୁ ଉତ୍ସାହିତ କରିବା ପାଇଁ ସମତୁଲ ଉର୍ବରିକରଣ କରନ୍ତୁ । ଅଲ୍ଟାର୍ନାରିଆ ଅଲ୍ଟର୍ନାଟା , ଫ୍ୟୁଜାରିୟମ ପାଳିଡୋରସିଆମ , ଏସିନେଟୋବାକ୍ଟର କାଲ୍କୋଆସେଟିକସ , ସେରାଟିଆ ଲିକ୍ୱିଫେଷିନ୍ସ ଏବଂ ଧଳା ଇଷ୍ଟ ଭଳି ଜୀବାଣୁ ତମ୍ବା ରଙ୍ଗର ଦାଗ କବକ ସହିତ ପ୍ରତିଦ୍ୱନ୍ଦିତାକରନ୍ତି ଓ ସନ୍ତୋଷଜନକ ଭାବରେ ଏହା କମାନ୍ତି ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଅଛି , ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ।ପାଇରାକ୍ଳୋଷ୍ତ୍ରୋବିନ, ପିକୋକ୍ସିଷ୍ଟ୍ରୋବିନ , ପ୍ରୋପିକୋନାଜୋଲ ଏବଂ ପ୍ରୋଥିୟକୋନାଜୋଲ ଭିତ୍ତିକ କବକନାଶୀ ପତ୍ର ସିଂଚନ ତମ୍ବା ରଙ୍ଗର ଦାଗ ପାଇଁ ଉଚ୍ଚ କାର୍ଯ୍ୟଦକ୍ଷତା ଦେଖାଏ ।

ଏହାର କାରଣ କଣ

ପାଇରେନୋଫୋରା ଟ୍ରିଟିସି - ରେପେଣ୍ଟିସ କବକ ଦ୍ଵାରା ଏହି ଲକ୍ଷଣ ହୁଏ । ଶୀତ ଦିନେ ଏହା ଗଛ ନଡା କିମ୍ବା ମଞ୍ଜି ଉପରେ ବଞ୍ଚେ । ବସନ୍ତରେ ରେଣୁ ସୃଷ୍ଟି ହୁଏ ଓ ମୁକ୍ତ ହୋଇ ପବନ ଏବଂ ବର୍ଷା ଛିଟ ଦ୍ଵାରା ବିକ୍ଷିପ୍ତ ହୁଏ । ବଡ ଆକାର ଯୋଗୁଁ ଏହା ଅଳ୍ପ ଦୂର ଯାଏ । ସେଗୁଡିକ ତଳ ପତ୍ରକୁ ସଂକ୍ରମଣ କରନ୍ତି , ଯେଉଁଠାରେ ଏହା ବିକାଶ କରେ ଓ ଆହୁରି ରେଣୁ ସୃଷ୍ଟି କରେ ଯାହାକି ଗଛର ଉପର ପତ୍ର ଓ ଅନ୍ୟ ଗଛକୁ ବିସ୍ତାର କରେ । କବକ ଦ୍ଵାରା ବିଷ ସୃଷ୍ଟି ହେବା ଯୋଗୁଁ ( ଏକ ପ୍ରକ୍ରିୟା ଯାହାକି କିଛି ମାତ୍ରାରେ ଆଲୋକ ଉପରେ ନିର୍ଭର କରେ ) ଗଛରେ ବିଗଳିତ ଓ ପାଣ୍ଡୁର ଲକ୍ଷଣ ହୁଏ । ରେଣୁ ଉତ୍ପାଦନ 95% ରୁ ଅଧିକ ଆର୍ଦ୍ରତା ଦ୍ଵାରା ଅନୁକୂଳିତ ହୁଏ । ଦ୍ଵିତୀୟକ ସଂକ୍ରମଣ ଆର୍ଦ୍ର ପତ୍ର , ଉଚ୍ଚ ଆପେକ୍ଷିକ ଆର୍ଦ୍ରତା ଓ 10 ଡିଗ୍ରୀ C ରୁ ଅଧିକ ତାପମାତ୍ରା (2 ଦିନ ପାଇଁ ) ଦ୍ଵାରା ଅନୁକୂଳିତ ହୁଏ । ତମ୍ବା ରଙ୍ଗର ଦାଗ ବିସ୍ତାରପାଇଁ ଅନୁକୂଳ ତାପମାତ୍ରା ହେଉଛି 20-25 ଡିଗ୍ରୀ C ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ବିହନ କିଣନ୍ତୁ , ଯେହେତୁ ଏହି କବକ ବାରମ୍ବାର ରୋପଣ ସାମଗ୍ରୀ ଦ୍ଵାରା ସଂଚାରିତ ହୁଏ । ଯଦି ମିଳେ , ପ୍ରତିରୋଧି କିସମ ବ୍ୟବହାର କରନ୍ତୁ । କବକ ବୃଦ୍ଧିରେ ବାଧା ଦେବା ପାଇଁ ଚଉଡା ବ୍ୟବଧାନ ବ୍ୟବହାର କରନ୍ତୁ । ଅମଳ ପରେ ଭଲଭାବରେ ହଳ କଲେ ତମ୍ବା ରଙ୍ଗର ଦାଗ ରୋଗ ଶଙ୍କା ଯଥେଷ୍ଟ କମିଯାଏ , ଯେହେତୁ କବକ ମାଟିରେ ଅଣୁଜୀବ ସାହି ପ୍ରତିଦ୍ୱନ୍ଦିତା ସଂବେଦନଶୀଳ ଅଟେ । ପୋଷାକ ନଥିବା ଗଛ ଯଥା , ପେଶୀ ,ସୋରିଷ ,କ୍ରାମ୍ବେ ଓ ସୋୟାବିନ ଫସଲ ସହିତ ପ୍ରତି ଦ୍ଵିତୀୟ କିମ୍ବା ତୃତୀୟ ବର୍ଷ ପର୍ଯ୍ୟାୟ କରନ୍ତୁ । ପିଲ ଓ ଫୁଲ ଅବସ୍ଥାରେ ଯତ୍ନର ସହିତ ନିରୀକ୍ଷଣ କରନ୍ତୁ ।ଅମଳ ପରେ ଗଛ ଅବଶେଷ ହଳ କରନ୍ତୁ ଓ ନଷ୍ଟ କରନ୍ତୁ । ଗଛର ପ୍ରତିରୋଧକତା ବଢାଇବା ପାଇଁ ସମତୁଲ ଉର୍ବରିକରଣ ବ୍ୟବହାର କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ