ଗହମ

ଗହମ ପତ୍ର କଳଙ୍କି

Puccinia triticina

ଫିମ୍ପି

5 mins to read

ସଂକ୍ଷେପରେ

  • ଛୋଟ କମଳା ଠାରୁ ବାଦାମୀ ବ୍ରଣ ପତ୍ର ଉପରେ ଥାଏ । ବ୍ରଣ ହଳଦିଆ ଧାର ଦ୍ଵାରା ଘେରି ରହିଥାଏ । ପତ୍ରାଛଦ ମଧ୍ୟ ପ୍ରଭାବିତ ହୋଇପାରେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଗହମ

ଲକ୍ଷଣ

ପତ୍ର କଳଙ୍କି ଗହମର ସବୁଠାରୁ ସାଧାରଣ କଳଙ୍କି ରୋଗ ଅଟେ । ପ୍ରଭାବିତ ଗଛର ପ୍ରବଣତା ଉପରେ ଲକ୍ଷଣ ନିର୍ଭର କରେ । ଛୋଟ କମଳା ଠାରୁ ବାଦାମୀ ବ୍ରଣ ବିକ୍ଷିପ୍ତ ଭାବରେ ପତ୍ରର ଉଭୟ ପଟେ , ପତ୍ରାଛଦ ଓ ତଷୁ ଉପରେ ଥାଏ । ସେଗୁଡିକ ପ୍ରାୟ 1.5 ମିମି ବ୍ୟାସ ବିଶିଷ୍ଟ , ସାମାନ୍ୟ ବହଳିଆ ଓ ଗୋଲାକାର ଠାରୁ ଆୟତାକାର ଅଟେ । ରୋଗ ପ୍ରବଣ ଗଛରେ ଛୋଟ ଦ୍ଵିତୀୟକ ବ୍ରଣ ଓ ଏକ ଫିକା ସବୁଜ କିମ୍ବା ହଳଦିଆ ବଳୟ ପ୍ରାଥମିକ ବ୍ରଣ ଚାରିପଟେ ଥାଏ । ସମୟକ୍ରମେ , ରଙ୍ଗ ଗାଢ ବାଦାମୀ କିମ୍ବା କଳା ରଙ୍ଗରେ ପରିଣତ ହୁଏ । ଅଧିକ ପ୍ରତିରୋଧି ଗହମ କିସମରେ , କମଳା ବ୍ରଣଗୁଡିକ ସାଧାରଣତଃ ଛୋଟ ଏବଂ ତାହା ବିଗଳିତ କିମ୍ବା ପାଣ୍ଡୁର ଜାଗା ଦ୍ଵାରା ଘେରି ରହିଥାନ୍ତି । ସଂକ୍ରମଣ ଗଛ ଟିସୁକୁ କ୍ଷତି କରେ , ଜଳ ନଷ୍ଟ ଓ କମ ଉତ୍ପାଦିକତା କରେ । ଏହି ଲକ୍ଷଣରେ ଅନ୍ୟ ଯଥା , ଛୋଟ ଫୁଲ ଓ ସୁକୁଟା ଦାନା ଆଦି ମିଶେ ଓ ଅମଳ କମାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଦୁଖିତ ଯେ , ଆମେ ପକ୍ଶିନିଆ ଟ୍ରିଟିସିନା ପାଇଁ କୌଣସି ବିକଳ୍ପ ଉପଚାର ଜାଣି ନାହୁଁ । ଯଦି ଏହି ରୋଗ ଦମନ କରିବା ପାଇଁ ଆପଣ କିଛି ଜାଣିଛନ୍ତି , ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ । ଆପଣଙ୍କ ଠାରୁ ଶୁଣିବା ଅପେକ୍ଷାରେ ଅଛୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ରୋଗ ବାରଣ ପାଇଁ ନିରାକରଣ ଭାବରେ ପ୍ରୋପିକୋନାଜୋଲ କିମ୍ବା ଟ୍ରାୟାଜୋଲ ଥିବା କୀଟନାଶକ ପତ୍ର ସିଞ୍ଚନ ପ୍ରୟୋଗ କରାଯାଇପାରେ । ଏହି ଦ୍ରବ୍ୟ କିପରି ବ୍ୟବହାର କରାଯାଏ ନିର୍ଦ୍ଦେଶ ସତର୍କତାର ସହିତ ପଢନ୍ତୁ । ପ୍ରତିରୋଧକତାର ବିକାଶ ବାରଣ କରିବା ପାଇଁ ପ୍ରୟୋଗ ସମୟ ଓ ମାତ୍ରାକୁ ଗୁରୁତ୍ଵ ଦିଅନ୍ତୁ ।

ଏହାର କାରଣ କଣ

ପକ୍ଶିନିଆ ଟ୍ରିଟିସିନା କବକ ଯୋଗୁଁ ଏହି ରୋଗ ହୁଏ । ଏହା ଏକ ଅବିକଳ୍ପି ପରଜୀବୀ ଅଟେ । ଏହା ଜୀବନ ଚକ୍ର ପୂରଣ କରିବା ପାଇଁ ଜୀବନ୍ତ ଗହମ ଗଛ କିମ୍ବା ବିକଳ୍ପ ପୋଷକ ଆବଶ୍ୟକ କରେ । ରେଣୁ ନିଜର ଉତ୍ସ ଠାରୁ ପବନ ସ୍ରୋତରେ ଶହ ଶହ କିଲୋମିଟର ପର୍ଯ୍ୟନ୍ତ ବିକ୍ଷିପ୍ତ ହୋଇ ଯାଇପାରେ । ଅଙ୍କୁରଣ ପ୍ରକ୍ରିୟା ଅଧିକ ଜଳୀୟ ଅଂଶ କିମ୍ବା ଆର୍ଦ୍ର ପତ୍ରର ଏକ ଲମ୍ବା ସମୟ ଏବଂ 10 ରୁ 30 ଦେ3ଗ୍ରୀ C ( 16-22 ଡିଗ୍ରୀ C ) ଆବଶ୍ୟକ କରେ । ଏହି ପରିସ୍ଥିତିରେ , ରେଣୁର ଅଙ୍କୁରଣ ପତ୍ର ସହିତ ପ୍ରଥମ ସ୍ପର୍ଶର 30 ମିନଟ ମଧ୍ୟରେ ହୁଏ । ଅଧିକ ଯବକ୍ଷରଜାନ ସାର ପ୍ରୟୋଗ ମଧ୍ୟ ଅନୁକୂଳ ଅଟେ । ଏହି କବକ ପତ୍ରର କିମ୍ବା ପତ୍ରାଛଦର ପ୍ରାକୃତିକ ରନ୍ଧ୍ର ଦେଇ ଗଛରେ ପ୍ରବେଶ କରେ । କବକ 7-8 ଦିନ ମଧ୍ୟରେ ଜମି ପରିସ୍ଥିତି ଅନୁସାରେ ଜୀବନ ଚକ୍ର ପୂରଣ କରେ । ପକ୍ଶିନିଆ ଟ୍ରିଟିସିନାର ଶସ୍ୟ ପରିବାରରେ ଅନେକ ବିକଳ୍ପ ପୋଷକ ଅଛି ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ , ସ୍ଥିର ଓ ପ୍ରତିରୋଧି କିସମ ଲଗାନ୍ତୁ । ସାଧାରଣ ସମୟ ଠାରୁ ଶୀତ ଦିନିଆ ଗହମ ବିଳମ୍ବରେ ଓ ଖରାଟିଆ ଗହମ ସହଳ ବୁଣନ୍ତୁ । ସାହାଯ୍ୟକାରୀ ଗଛ ଖୋଜନ୍ତୁ ଓ କାଢନ୍ତୁ । ଲଗାଇବା ସମୟରେ ଫସଲର ନିମ୍ନ ଘଞ୍ଚତା ସୁନିଶ୍ଚିତ କରନ୍ତୁ ।ଏକ ସୁସ୍ଥ ଫସଲ ପର୍ଯ୍ୟାୟ ଯୋଜନା ଓ କାର୍ଯ୍ୟକାରୀ କରନ୍ତୁ । ଯବକ୍ଷାରଯାନର ଯଥେଷ୍ଟ ଉର୍ବରିକରଣ ସୁନିଶ୍ଚିତ କରନ୍ତୁ । ଅମଳ ପରେ ଫସଲ ଅବଶେଷ କାଢନ୍ତୁ ନଷ୍ଟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ