ଗହମ

ଗହମ ଦାନାର ସାଆରା ବାଆ କଳା ଫିମ୍ପି ରୋଗ

Tilletia indica

ଫିମ୍ପି

5 mins to read

ସଂକ୍ଷେପରେ

  • କେଣ୍ଡାର ମୂଳରେ କେତୋଟି ଦାନା କଳା ହୁଏ । ଦାନା କଳା ଗୁଣ୍ଡ ବସ୍ତୁରେ ପୂରଣ ହୁଏ । ଦାନା ଗୁଣ୍ଡ କଲେ ପଚା ମାଛ ଗନ୍ଧ ବାହାରେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଗହମ

ଲକ୍ଷଣ

ସହଳ ଅବସ୍ଥାରେ ,କେଣ୍ଡା ପିଛା କେତୋଟି ଦାନାର ମୂଳରେ କଳା ଜାଗା ବିକଶିତ ହୁଏ । ଅଳ୍ପ ଅଳ୍ପ ହୋଇ ଦାନା ଏହାର ଭିତର ଅଂଶ ଖାଲି କରେ ଓ ଆଂଶିକ ଭାବରେ କିମ୍ବା ସଂପୂର୍ଣ୍ଣ ଭାବରେ କଳା ଗୁଣ୍ଡ ବସ୍ତୁ ଦ୍ଵାରା ପୂରଣ ହୁଏ । ଏହି ପ୍ରକ୍ରିୟାରେ ଦାନା ଫୁଲେ ନାହି ଏବଂ ତଷୁ ସାଧାରଣତଃ ଅକ୍ଷୁର୍ଣ୍ଣ ରହେ । ରୋଗ ବଢିବା ସମୟରେ ଅନ୍ୟ କେଣ୍ଡାର ଅଧିକ ଦାନା ପ୍ରଭାବିତ ହୁଏ ଗୁଣ୍ଡ କଲେ , ଏହି ଦାନା ପଚା ମାଛ ଗନ୍ଧ ହୁଏ । ଯାହାହେଲେବି , କେଣ୍ଡା ପିଛା କଳା ଗୁଣ୍ଡ ଥିବା ଦାନା ସଂଖ୍ୟା 5 କିମ୍ବା 6 ଥାଏ। ସଂକ୍ରମିତ ଗଛ ବଙ୍ଗରା ହୋଇପାରେ । ଏହି ରୋଗର ଦାନା ଅମଳ ଉପରେ କମ ପ୍ରଭାବ ଥାଏ , କିନ୍ତୁ ବିହନ ଭାବେ ଗୁଣବତ୍ତା କିମ୍ବା ସରଳ ଭାବରେ ରେଣୁର ଉପସ୍ଥିତି ଯୋଗୁଁ ଅଗ୍ରାହ୍ୟ ହୋଇପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ଦୁଖିତ ଯେ , ଆମେ ତିଳେଟିଆ ଇଣ୍ଡିକା ପାଇଁ କୌଣସି ବିକଳ୍ପ ଉପଚାର ଜାଣି ନାହୁଁ । ଯଦି ଏହି ରୋଗ ଦମନ କରିବା ପାଇଁ ଆପଣ କିଛି ଜାଣିଛନ୍ତି , ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ । ଆପଣଙ୍କ ଠାରୁ ଶୁଣିବା ଅପେକ୍ଷାରେ ଅଛୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଅଛି , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । କୌଣସି ଉପଚାର 100% ଫଳପ୍ରଦ ନୁହେଁ , କିନ୍ତୁ ଅନେକ ଉପଚାର ଅଛି ଯାହାକି କବକର ବୃଦ୍ଧିରେ ଓ କ୍ଷତି ହେବାରେ ବାଧା ଦିଏ । କାର୍ବୋକ୍ସିନ -ଥିରାମ , ଡାଇଫେନୋକୋନାଜୋଲ , ମେଫୋନୋକ୍ସାମ କିମ୍ବା ଟେବୁକୋନାଜୋଲ ଥିବା କବକନାଶୀ ଜମିର ପବନ ବାହିତ ସଂକ୍ରମଣକୁ ଫଳପ୍ରସୂ ଭାବରେ ଦୂରେଇପାରେ ।

ଏହାର କାରଣ କଣ

ଦାନା କଳାଫିମ୍ପି ରୋଗ ବିହନ କିମ୍ବା ମାଟି ବାହିତ କବକ, ତିଳେଟିଆ ଇଣ୍ଡିକା , ଦ୍ଵାରା ହୋଇଥାଏ । ମାଟିରେ କବକ 4-5 ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ । ପ୍ରଦୂଷିତ ମାଟିରେ କିମ୍ବା ଗଛ ଅବଶେଷରେ ଥିବା ରେଣୁ ସୁସ୍ଥ ଗଛ ଓ କେଣ୍ଡାକୁ ବିସ୍ତାର କରେ । ଫୁଲ ଅବସ୍ଥା ସାରା ସଂକ୍ରମଣ ହୋଇପାରେ , କିନ୍ତୁ ଗଛ କେଣ୍ଡା ବାହାରିବା ସମୟରେ ଅଧିକ ରୋଗ ପ୍ରବଣ ହୁଏ । ବିକାଶଶୀଳ ଦାନାରେ କବକ ବସାବାନ୍ଧେ ଏବଂ ଧୀରେଧିରେ ଏହାର ଭିତର ଅଂଶ ଖାଲି କରେ । ଲକ୍ଷଣ ବିକାଶ ହେବାପାଇଁ ଜଳବାୟୁ ଏକ ପ୍ରଧାନ କାରକ ଅଟେ । ଦାନା ସୃଷ୍ଟି ସମୟରେ ଆର୍ଦ୍ର ପାଣିପାଗ ( > 70% ) ଏବଂ 18 ରୁ 24 ଡିଗ୍ରୀ C ମଧ୍ୟରେ ରୋଗର ବୃଦ୍ଧି ପାଇଁ ଅନୁକୂଳ ଅଟେ । ରେଣୁ କୃଷି ଯନ୍ତ୍ରପାତି , ଉପକରଣ , ପୋଷାକ ଏପରିକି ଗାଡି ଦ୍ଵାରା ବିକ୍ଷିପ୍ତ ହୁଏ ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ଉତ୍ସ କିମ୍ବା ସୁସ୍ଥ ଗଛରୁ ବିହନ ବ୍ୟବହାର କରନ୍ତୁ । ଯଦି ମିଳେ , ପ୍ରତିରୋଧି କିସମ ଲଗାନ୍ତୁ । ଚାରିପାଖ ଜମିରେ ବିକଳ୍ପ ପୋଷକ ବାରଣ କରନ୍ତୁ । ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପୋଷକ ନଥିବା ଗଛ ସହ ବ୍ୟାପକ ଫସଲ ପର୍ଯ୍ୟାୟ କରନ୍ତୁ । କବକର ଅନୁକୂଳ ପାଣିପାଗ ପରିସ୍ଥିତିରେ କେଣ୍ଡା ବାହାରିବା ବାରଣ କରିବାକୁ ବୁଣିବା ସମୟ ବ୍ୟବସ୍ଥା କରନ୍ତୁ । ଜମିର ନିଷ୍କାସନ ଉନ୍ନତ କରନ୍ତୁ ଏବଂ ଫୁଲ ଅବସ୍ଥାରେ ଅତ୍ୟଧିକ ଜଳସେଚନ ବାରଣ କରନ୍ତୁ ।ଯବକ୍ଷାରଯାନର ଅତ୍ୟଧିକ ଉର୍ବରିକରଣ ବାରଣ କରନ୍ତୁ। ସଂକ୍ରମିତ ଜମିରୁ କୃଷି ଯନ୍ତ୍ରପାତି ଓ ମାଟି ନେବା ନିଷେଧ କରନ୍ତୁ । ମାଟିର ତାପମାତ୍ରା ବଢାଇବା ଓ କବକ ସଂକ୍ରମଣ କମାଇବା ପାଇଁ ପ୍ଲାଷ୍ଟିକ ଛାଦି ବ୍ୟବହାର କରାଯାଇପାରେ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ