ବିନ

ବିନର କଳଙ୍କି ରୋଗ

Uromyces appendiculatus

ଫିମ୍ପି

5 mins to read

ସଂକ୍ଷେପରେ

  • ପୁରୁଣା ପତ୍ର ତଳ ପଟେ ବାଦାମୀ ଠାରୁ ହଳଦିଆ ପର୍ଯ୍ୟନ୍ତ ଛୋଟ ବ୍ରଣ ଭଳି ଚିହ୍ନ ଦେଖାଯାଏ । ଏହାକୁ ଘେରି ହଳଦିଆ ବଳୟ ଥାଏ । ଡେମ୍ଫ , କାଣ୍ଡ ଓ ଫଳ ଉପରେ ଲକ୍ଷଣ ଦେଖାଯାଏ । ପତ୍ର ହଳଦିଆ ପଡିଯାଏ ଓ ଝାଉଂଳି ଯାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ବିନ

ଲକ୍ଷଣ

ପ୍ରାଥମିକ ଲକ୍ଷଣପତ୍ରର ତଳ ପଟେ ବାଦାମୀ ଠାରୁ ହଳଦିଆ ପର୍ଯ୍ୟନ୍ତ ଛୋଟ ବ୍ରଣ ଭଳି ଚିହ୍ନ ଯାହାକି ପୁରୁଣା ପତ୍ରକୁ ଫଟାଇଦିଏ । ସମୟ କ୍ରମେ ଏହା ହଳଦିଆ ପଣ୍ଡୁର ବଳୟ ଦ୍ଵାରା ଘେରି ହୋଇ ରହେ ଓ ଅଧିକ ଗାଢ ହୁଏ। ଡେମ୍ଫ , କାଣ୍ଡ ଓ ଫଳରେ ଲମ୍ବାଳିଆ ବ୍ରଣ ଦେଖାଯାଏ । ପତ୍ରଗୁଡ଼ିକ ପାଣ୍ଡୁର ହୋଇ ଶୁଖିଯାଏ ଓ ଶୀଘ୍ର ପଡିଯାଏ । ପତ୍ରଝଡା ଅମଳ ଉପରେ ପ୍ରଭାବ ପକାଏ । କଳଙ୍କି ରୋଗ ନୂଆ ଗଛକୁ ମାରିଦେଇପାରେ । ପୁରୁଣା ପତ୍ରରେ ଏହି କବକ ଅମଳ ଉପରେ ଅତି ନଗଣ୍ୟ ପ୍ରଭାବ ପକାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ରୋଗ ବଢିବ ଉପରେ ଜୈବ କୀଟନାଶକ ବେଶିଲାସ ସବଟିଲିସ ,ଆର୍ଥଡ଼ୋବକତର ଓ ଷ୍ଟ୍ରେପ୍ତୋମାଇସେସ ପ୍ରଭାବ ପକାଏ ।

ରାସାୟନିକ ନିୟନ୍ତ୍ରଣ

ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ବିନ କଳଙ୍କିନୀୟନ୍ତ୍ରଣ କରିବାରେ ଟ୍ରାଇଆଜୋଲ ଓ ଷ୍ଟ୍ରୋବିଲୁରିନ କବକନାଶୀ ଭଲ କାମ ଦିଏ ।

ଏହାର କାରଣ କଣ

ଫସଲ ଅମଳ ପରେ ୟୁରୋମାଇସେସ ଏପେଣ୍ଡିକୂଲାଟା ନାମକ କବକ ଗଛର ଅବଶେଷରେ ମାଟିରେ ରହିଯାଏ । ଏହା ଏକ ଅବିକଳ୍ପୀ ପରଜୀବୀ ଯାହାକି ବଞ୍ଚିବା ପାଇଁ ଗଛର ଟିସୂ ଦରକାର କରେ । ପ୍ରାରମ୍ଭିକ ସଂକ୍ରମଣ ହୁଏ ଯେତେବେଳେ ରେଣୁ ପବନ , ପାଣି ଓ ପୋକ ଦ୍ଵାରା ବିସ୍ତାର କରେ । ଏହି କବକ ଉଚ୍ଚ ତାପମାତ୍ରା ଓ ଆର୍ଦ୍ରତାରେ ବଞ୍ଚେ । ଏହି ପରିସ୍ଥିତିରେ ରେଣୁ ଶିଘ୍ର ବିସ୍ତାର ଲାଭ କରେ । ଗରମ ଓ ଓଦା ପାଗରେ ଏହି ରୋଗ ଅଧିକ ହୁଏ ।


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି କିମ୍ବା ସହନୀୟ କିସମ ଲଗାନ୍ତୁ । ସଂକ୍ରମିତ ସ୍ଥାନରେ ବିନ ଲଗାନ୍ତୁ ନାହି । ମକା ଭଳି ପୋଷକ ଫସଲ ନଥିବା ଫସଲ ଅନ୍ତଃ ଫସଲ ନିଅନ୍ତୁ । ଜମିରୁ ଅନାବନା ଘାସ ଓ ସାହାଜ୍ୟକାରୀ ଗଛ କାଢି ନିଅନ୍ତୁ । ଅତ୍ୟଧିକ ଜଳସେଚନ ଦିଅନ୍ତୁ ନାହି ଓ ସିଂଚନ ଜଳସେଚନ ଦିଅନ୍ତୁ ନାହି। ସବୁ ସଂକ୍ରମିତ ଅଂଶକୁ କାଟି ଅଲଗା କରିଦିଅନ୍ତୁ । ଫସଲ ପରେ ଗଛ ଅବଶେଷ କାଢି ଜମି ସଫା କରନ୍ତୁ ।ତାପମାତ୍ରା ଅଧିକ ଥିବାବେଳେ ପତ୍ର ଅଧିକ ସମୟ ଓଦା ରହିବାରୁ ରକ୍ଷା ପାଇବା ପାଇଁ ଜଳସେଚନ ଓ ଲଗାଇବା ସମୟ ସତର୍କତାର ସହିତ ନିର୍ଦ୍ଧାରଣ କରନ୍ତୁ । ଅତ୍ୟଧିକ ଯବକ୍ଷାରଜନ ଦିଅନ୍ତୁ ନାହି ଏବଂ ଆବଶ୍ୟକ ପଟାସ ସାର ସୁନିଶ୍ଚିତ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ