ଧାନ

ଧାନରେ ଲୌହ ବିଷାକ୍ତତା

Iron Toxicity

ଅନ୍ୟ

5 mins to read

ସଂକ୍ଷେପରେ

  • ଗଛର କୋଷରେ ଅତ୍ୟଧିକ ଲୌହ ମାତ୍ରା ଜମା ହୋଇ ଯିବାରୁ ପତ୍ର ଗୁଡିକ ବାଦାମି କିମ୍ବା ବ୍ରୋଞ୍ଜ ରଙ୍ଗ ରେ ପରିଣତ ହୋଇଯାଏ । ମୂଳ ଆବେଶରେ ( rhizosphere ) ରେ ଉଚ୍ଚ ମାତ୍ରାରେ ଲୌହ ଜମା ହେଇ ଯିବାରୁ ମୂଳ ଦୁର୍ବଳ ହୁଏ ଓ ବହୁତ ଗୁଡ଼ାଏ ଦରକାରୀ ଖାଦ୍ୟସାର ଶୋଷଣ କମି ଯାଇଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ଫସଲ ବୃଦ୍ଧିର ସମସ୍ତ ସମୟ ରେ ଲୌହ ବିଷାକ୍ତତା ସୃଷ୍ଟି ହୋଇପାରେ । ଏହା ବିଶ୍ୱ ର ବିଭିନ୍ନ ଅଂଶରେ ଖାଲ ଜମିରେ ଧାନରେ ହୋଇଥାଏ । ଫସଲ କୋଷ ଗୁଡିକ ଦ୍ୱାରା ବର୍ଦ୍ଧିତ ଲୌହ ଶୋଷଣ ଓ ଅତ୍ୟଧିକ ଜମା ହେବା ବିଷାକ୍ତ ପଦାର୍ଥ ସୃଷ୍ଟି କରିବା ପାଇଁ ସହାୟକ ହୋଇଥାଏ । ଏହାର ପ୍ରତିବଦଳରେ, ପତ୍ରହରିତ କୋଷ ଗୁଡିକ ଧ୍ବଂସ ହୋଇଯାଏ ଓ ଫସଲ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟାରେ ବାଧା ଉପୁଜେ , ଯାହା ଦ୍ୱାରା କି ବେଳେ ବେଳେ ପତ୍ର ଗୁଡିକ ବାଦାମୀ କିମ୍ବା ତମ୍ବାଳିଆ ରଙ୍ଗ ରେ ପରିଣତ ହୋଇଯାଏ । ମୂଳ ଆବେଶରେ ଉଚ୍ଚ ମାତ୍ରାରେ ଲୌହ ଜମା ହେଇ ଯିବାରୁ ମୂଳ ଦୁର୍ବଳ ହୁଏ ଓ ବହୁତ ଗୁଡ଼ାଏ ଦରକାରୀ ଖାଦ୍ୟସାର ଶୋଷଣ କମି ଯାଇଥାଏ । ଏହା ଅମଳରେ ଏକ ବଡ଼ କ୍ଷତି ସହିତ ଜଡିତ ଅଟେ(10-100%) ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ଅସୁବିଧା ର ଆଜି ଯାଏଁ କୌଣସି ଜୈବିକ ନିୟନ୍ତ୍ରଣ ଉପାୟ ଜଣା ନାହିଁ.

ରାସାୟନିକ ନିୟନ୍ତ୍ରଣ

ଯେଉଁ ମାଟି ଓ ପରିବେଶ ରେ ଲୌହ ବିଷାକ୍ତତା ଅସୁବିଧା ସୃଷ୍ଟି କରିଥାଏ, ସେଠାରେ ସନ୍ତୁଳିତ ସାର ବ୍ୟବହାର କରନ୍ତୁ(ମୁଖ୍ୟତଃ ପୋଟାସିୟମ) ଓ ଚୂନ ବ୍ୟବହାର କରିବା ଦ୍ଵାରା ଏହି ଅବ୍ୟବସ୍ଥା ଦୂର କରି ହୁଏ । ସାରର ମିଶ୍ରଣରେ ମାଂଗାନିଜ କୁ ମିସେଇବା ଦ୍ୱାରା ମଧ୍ୟ ଫସଲ ଦ୍ୱାରା ଲୌହର ଶୋଷଣ କୁ କମ କରା ଯାଇ ପାରେ । ଅମ୍ଳୀୟ ମାଟିରେ ଚୂନ ମିସେଇବା ଅଧିକ ସୁପାରିସ କରାଯାଏ । ଯେଉଁ ମାଟି ରେ ଅଧିକ ପରିମାଣ ରେ ଲୌହ ଓ ଜୈବିକ ପଦାର୍ଥ ଥାଏ ଓ ଜଳ ନିଷ୍କାସନ ଦୁର୍ବଳ ଥାଏ ସେଥିରେ ଅତ୍ୟଧିକ ପରିମାଣର ଜୈବିକ ପଦାର୍ଥ (ଖତ ଓ ନଡା) ବ୍ୟବାହାର୍ବ୍କାରନ୍ତୁ ନାହି । ଏମୋନିଆମ ସଲଫେଟ(ଅଧିକ-ଅମ୍ଳୀୟକରଣ) ପରିବର୍ତ୍ତେ ୟୁରିଆ ଆକାରରେ ଯବକ୍ଷାରଜାନ ସାର(କମ-ଅମ୍ଳୀୟକରଣ) ବ୍ୟବହାର କରନ୍ତୁ ।

ଏହାର କାରଣ କଣ

ଫସଲର ମୂଳ ପରିବେଶରେ ଅତ୍ୟଧିକ ପରିମାଣର ଲୌହ ଯୋଗୁଁ ଲୌହ ବିଷାକ୍ତତା ସୃଷ୍ଟି ହୋଇଥାଏ । ଏହି ଅସୁବିଧା ଟି ଵନ୍ୟପ୍ଲାଵିତ ମାଟି ଓ ପ୍ରାରମ୍ଭିକ ଭାବେ ତଳିଆ ଅଂଚଳ ର ଧାନ ଫସଲ ସହିତ ଜଡିତ ଅଟେ । ଜଳ ଜମିଥିବା ମାଟି ଉଭୟ ମାଟିରେ ଲୌହ ମାତ୍ରା ବଢ଼େଇଦେଇଥାଏ ଓ ଫସଲ ଦ୍ୱାରା ଏହାର ଶୋଷଣ କ୍ଷମତାକୁ ମଧ୍ୟ ବଢ଼େଇ ଦେଇ ଥାଏ । ମୋଟାମୋଟି ଭାବେ କହିବାକୁ ଗଲେ, ଅମ୍ଳୀୟ ମାଟି, ମାଟିର ଅମ୍ଳଜାନ ଗ୍ରହଣ ଓ ଉର୍ବରତା ମଧ୍ୟ ଖାଦ୍ୟସାର ଜମିବା ଓ ଶୋଷଣ କ୍ଷମତାରେ ଏକ ବଡ଼ ଭୂମିକା ଧାରଣ କରିଥାଏ ।ବାତଜୀବୀ କ୍ଷେତ୍ରରେ ପିଏଚ 5.8 ରୁ କମ ଥିବା ବନ୍ୟା ପ୍ଳାବିତ ମାଟି ( ସାଧାରଣ ଅମ୍ଳଜାନ ସ୍ତର ) ଏବଂ ଅବାତଜୀବୀ କ୍ଷେତ୍ରରେ ପିଏଚ ସ୍ତର 6.5 ରୁ କମ ହେଲେ ( ନିମ୍ନ ଅମ୍ଳଜାନ ସ୍ତର ) ଲୌହ ବିଷକ୍ତତା ଦେଖାଯାଏ । ଉପଯୁକ୍ତ ପରିଚାଳନା ଅଭ୍ୟାସ ମଧ୍ୟରେ ମାଟିରେ ଚୂନ ପ୍ରୟୋଗ କରିବା, ମାଟିର ଉର୍ବରତା ବଢେଇବା ଓ ଫସଲ ବୃଦ୍ଧିର ଏକ ବିଶିଷ୍ଟ ଅବସ୍ଥାରେ ମାଟି ନିଷ୍କାସନ କରିବା ଅନ୍ୟତମ ଅଟେ । ଯେହେତୁ ମାଂଗାନିଜ ମାଟିରେ ଥିବା ଲୌହ ମାତ୍ରା ସହ ପ୍ରତିଯୋଗିତା କରେ, ଏହି ଅଣୁସାରର ମିଶ୍ରଣ ଫସଲ ଦ୍ୱାରା ଲୌହ ର ଶୋଷଣ କୁ କିଛି ମାତ୍ରା ରେ କମେଇ ଦେଇ ପାରେ ।


ସୁରକ୍ଷାତ୍ମକ ଉପାୟ

  • ମାଟିରେ ଉଚ୍ଚ ସ୍ତରର ଲୌହ ଅଂଶ ପାଇଁ ସହନଶୀଳ ଥିବା କିସମ ବ୍ୟବହାର କରନ୍ତୁ । ଯଦି ସିଧା ବିହନ ବୁଣନ୍ତି , ତାହାହେଲେ ବିହନକୁ ଜାରକ ଆବରଣ ଦିଅନ୍ତୁ(ଏହି ପଦାର୍ଥ ଗୁଡିକ ଲୌହ ର ପ୍ରଭାବ କୁ ବାତିଲ କରିଦିଅନ୍ତି) । (ବନ୍ୟା ହେବାର 10-20 ଦିନ ପରେ) ଲୌହ ମାତ୍ରାର ଚରମ ଗାଢତା ପାର ହେଇ ଯିବା ପରେ ବିଳମ୍ବରେ ଫସଲ ଲଗାନ୍ତୁ । ଦୁର୍ବଳ ଭାବେ ନିଷ୍କାସିତ ମାଟିରେ ଯେଉଁଥିରେ କି ଲୌହ ଓ ଜୈବିକ ଉପାଦାନ ଅଧିକ ଥାଏ, ସେଥିରେ ମଝି ମଝିରେ ଜଳ ପ୍ଲାବନ କରନ୍ତୁ । ଜମି ଯାଇଥିବା ଲୌହ କୁ ବାହାରକରିବା ପାଇଁ ନିଷ୍କାସନ ପ୍ରଣାଳୀ ବ୍ୟବହାର କରନ୍ତୁ,ନିର୍ଦ୍ଦିଷ୍ଟ ଭାବେ ପିଆଇଏଲ ବୃଦ୍ଧି ଅବସ୍ଥାର ମଧ୍ୟ ସମୟରେ (ରୋପଣ କରିବା କିମ୍ବା ବୁଣିବାର 25-30 ଦିନ ପରେ) ବ୍ୟବହାର କରନ୍ତୁ । ଫସଲ ଅମଳ ପରେ ଜମି ଚାଷ କରନ୍ତୁ, ଜମି କୁ କିଛି ଦିନ ପାଇଁ କିମ୍ବା ସମ୍ଭବ ହେଲେ ସପ୍ତାହେ ଯାଏଁ ପଡିଆ ରଖନ୍ତୁ । ଅମ୍ଳୀୟ ମାଟିର ପିଏଚ ସ୍ତର ବଢେଇବା ପାଇଁ ଉପର ମାଟିରେ ଚୂନ ମିଶାନ୍ତୁ । ଅତିରିକ୍ତ ମାଙ୍ଗାନିଜ ସାର ପ୍ରୟୋଗ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ