ଧାନ

ନାଲିଆ ପଟ୍ଟୀ ବା ଗାର ରୋଗ

Gonatophragmium sp.

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରର ମୂଳରେ ଛୁଞ୍ଚି ଅଗ୍ର ଭଳି ହଳଦିଆ-ସବୁଜ ରୁ ନାରଙ୍ଗି ରଙ୍ଗର ଦାଗ ଦେଖାଯାଇଥାଏ। ନାଲିଆ ପଟ୍ଟୀ କିମ୍ବା ଦାଗରୁ ପତ୍ର ଅଗ ଯାଏଁ ବ୍ୟାପି ଥାଏ। ସାଧାରଣତଃ ପ୍ରତି ପତ୍ରରେଏକରୁ ଦୁଇ ଗାର ଦେଖା ଯାଇ ଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ଏହି ରୋଗ ଟି ସାଧାରଣତଃ ସେ ସମୟ ରେ ହୁଏ ଯେତେ ବେଳେ କି ଫସଲ ଗୁଡିକ କେଣ୍ଡା ବାହାରିବା ଅବସ୍ଥାରୁ ବଂଶ ବୃଦ୍ଧି ଅବସ୍ଥାରେ ଥାଆନ୍ତି । ପ୍ରଥମେ, ପତ୍ର ଫଳକର ମୂଳରେ ଛୁଞ୍ଚି ଆକାରର, ହଳଦିଆ-ସବୁଜ ରୁ ନାରଙ୍ଗି ରଙ୍ଗ ର ଦାଗ ଦେଖା ଯାଇ ଥାଏ। ରୋଗ ବଢିବା ଆରମ୍ଭ ହେଲେ , ପତ୍ର ଛଦରୁ କ୍ଷତ ଚିହ୍ନଗୁଡିକ ପତ୍ର ଅଗ ପର୍ଯ୍ୟନ୍ତ ଲମ୍ବି ଲାଲ ଗାର ବା ପଟ୍ଟୀ ହୋଇଥାଏ । ଦାଗ ଗୁଡିକ ବିଗଳିତ ହୋଇ ଯାଆନ୍ତି ଓ ପରସ୍ପର ସହ ମିଶି ଯାଆନ୍ତି, ଯାହା ଦ୍ବାରା କି ପତ୍ର ପୋଡା ରୋଗ ଭଳି ଲକ୍ଷଣ ଦେଖା ଯାଇ ଥାଏ। ଲକ୍ଷଣ ଗୁଡିକୁ କମଳା ପୋଡା ରୋଗର ଲକ୍ଷଣ ସହ ବିଭ୍ରାନ୍ତ ସୃଷ୍ଟି କରି ପାରେ ଓ ମାରାତ୍ମକ ସ୍ତରରେ ହେଉ ଥିବା ବୀଜାଣୁ ପୋଡା ରୋଗ ସହ ସମାନ ହେଲା ଭଳି ଦେଖା ଯାଇ ଥାଏ । ଯାହାହେଲେବି, ନାଲିଆ ପଟ୍ଟୀ ବା ଗାର ରୋଗରେ , ସାଧାରଣତଃ ପ୍ରତି ପତ୍ର ରେଏକ ରୁ ଦୁଇ ଗାର ଦେଖା ଯିବା ଜଣା ପଡିଥାଏ ଓ କମଳା ରଙ୍ଗ ର ଦାଗ ଦେଖା ଯାଇ ଥାଏ ଯାହା ପତ୍ରର ଅଗ ଯାଏଁ ବ୍ୟାପି ଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ମୁହୂର୍ତ ରେ କୌଣସି ଜୈବିକ ଉପଚାର ପ୍ରଣାଳୀ ଉପଲବ୍ଧ ନାହିଁ। ଆପଣ କିଛି ଜାଣି ଥିଲେ ଆମକୁ ଦୟାକରି ଜଣାନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଥାଇଫାନେଟ୍ ମୀଥାଇଲ ଥିବା ସିଂଚନ ଏହି ରୋଗକୁ ଫଳପ୍ରସୂ ଭାବେ ନିୟନ୍ତ୍ରଣ କରିପାରେ।

ଏହାର କାରଣ କଣ

ଲକ୍ଷଣ ଗୁଡିକ ଜେନସ୍ ଗୋନାଟୋଫ୍ରାଗମିଅମ ନାମକ ଏକ କବକ ଦ୍ବାରା ସୃଷ୍ଟି ହେବା ଅନୁମାନ କରା ଯାଇ ଥାଏ। ଯଦିଓ ଏହା ଫସଲ ର ପ୍ରାରମ୍ଭିକ ଚାରା ଅବସ୍ଥାରୁ ଗଛରେ ଉପସ୍ଥିତ ଥାଏ। ଲକ୍ଷଣ ଗୁଡିକ ସାଧାରଣତଃ କେଣ୍ଡା ବାହାରିବା ଅବସ୍ଥାରୁ ଆରମ୍ଭ କରି ବଂଶ ବୃଦ୍ଧି ଅବସ୍ଥା ପର୍ଯ୍ୟନ୍ତ ଦେଖାଦିଏ । ପାଣିପାଗ ଜନିତ କାରକ ଯଥା ଉଚ୍ଚ ତାପମାତ୍ରା, ଉଚ୍ଚ ଆପେକ୍ଷିକ ଆର୍ଦ୍ରତା, ଉଚ୍ଚ ପତ୍ର ଆର୍ଦ୍ରତା ଓ ଉଚ୍ଚ ଯବକ୍ଷାରଜାନ ପ୍ରୟୋଗ ରୋଗର ବୃଦ୍ଧି କରେ। ଏହା ବିଶ୍ବାସ କରା ଯାଏ ଯେ ରୋଗକାରୀ ଜୀବାଣୁ ମାନେ ପତ୍ର କୋଷ ଭିତରକୁ ପଶି ଯାଆନ୍ତି ଓ ବିଷାକ୍ତ ପଦାର୍ଥ ସୃଷ୍ଟି କରନ୍ତି ଯାହାକି ପତ୍ର ର ଅଗ ଯାଏଁ ପତ୍ର ଶିରା ଦ୍ବାରା ପରିବାହିତ ହୋଇ ଯାଇ ଥାଏ, ଯାହା ଦ୍ବାରା ପତ୍ର ଉପରେ ସାଧାରଣ ଗାର ବା ପଟ୍ଟୀ ସୃଷ୍ଟି ହୋଇ ଥାଏ। ନାଲିଆ ଗାର ବା ପଟ୍ଟୀ ଦକ୍ଷିଣପୂର୍ବ ଏସିଆ ଓ ଭାରତରେ ଧାନ ଉତ୍ପାଦନ ପାଇଁ ଏକ ସମ୍ଭବପର ବିପଦ ଅଟନ୍ତି।


ସୁରକ୍ଷାତ୍ମକ ଉପାୟ

  • ଆପଣଙ୍କ ଅଞ୍ଚଳରେ ଉପଲବ୍ଧ ଥିଲେ, ପ୍ରତିରୋଧି କିସମ ଲାଗନ୍ତୁ । । ଗଛ ଗଛ ମଧ୍ୟ ରେ ଯଥେଷ୍ଟ ବ୍ୟବଧାନ ଓ ଅନୁକଳତମ ଚାରା ସଂଖ୍ୟା ସୁନିଶ୍ଚିତ କରନ୍ତୁ। ରୋଗର ଲକ୍ଷଣ ପାଇଁ ଜମି କୁ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ। ଯବକ୍ଷାରଜାନ ସହ ଅତ୍ୟଧିକ ଉର୍ବରିକରଣ କରନ୍ତୁ ନାହିଁ। କେଣ୍ଡା ବାହାରିବା ସମୟରେ, ମଝିରେ ମଝିରେ ଜଳ ନିଷ୍କାସନ କରିବା ଦ୍ବାରା ରୋଗ ସୃଷ୍ଟି ରୁ ବଞ୍ଚି ଯାଇ ହେବ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ