ଧାନ

ଧାନ ବିରିହା ପୋକ

Dicladispa armigera

ପୋକ

5 mins to read

ସଂକ୍ଷେପରେ

  • ପତ୍ର ଗୁଡିକର ମୁଖ୍ୟ ଅକ୍ଷ ସମାନ୍ତର ରେ ଧଳା, ସମାନ୍ତର ଗାର କିମ୍ବା ଦାଗ ଦେଖା ଯାଏ । ଅନିୟମିତ ଧଳା ଦାଗ ବା ତାଳି ଦେଖାଯାଏ । ପତ୍ର ଗୁଡିକ ମଉଳି ଯାଏ । ଗାଢ଼ ନୀଳ କିମ୍ବା କଳା ରଙ୍ଗ, କିଛି ମାତ୍ରା ରେ ବର୍ଗାକୃତି ଆକାରର , କଣ୍ଟା ଥିବା ପୋକ ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ବୟସ୍କ ପୋକ ଗୁଡିକ ବାହାରେ ରହି ପତ୍ରର ଉପର ଚର୍ମ ପୋଷଣ କରନ୍ତି, ଯାହା ଦ୍ୱାରା କି ପତ୍ର ଗୁଡିକର ମୁଖ୍ୟ ଅକ୍ଷ ସମାନ୍ତର ରେ ଧଳା, ସମାନ୍ତର ଗାର କିମ୍ବା ଦାଗର ନିର୍ଦ୍ଦିଷ୍ଟ ସଂରଚନା ସୃଷ୍ଟି ହୋଇଥାଏ । ଅତ୍ୟଧିକ ଆକ୍ରମଣ କ୍ଷେତ୍ରରେ, ଶିରା ମାନେ ମଧ୍ୟ ଆକ୍ରାନ୍ତ ହୋଇ ଯାଆନ୍ତି, ଯାହା ଦ୍ୱାରା କି ପତ୍ର ଉପରେ ବଡ଼ ଧଳା ଦାଗ ଦେଖା ଯାଇଥାଏ । ଆକ୍ରାନ୍ତ ପତ୍ର ଗୁଡିକ ଉପରେ ବୟସ୍କ ମାନେ ମଧ୍ୟ ଥାଆନ୍ତି , (ସାଧାରଣତଃ ପତ୍ରର ଉପର ପାର୍ଶ୍ୱରେ) । ଲାର୍ଭା ଗୁଡିକ ପତ୍ର ର ଦୁଇ ଚର୍ମ ମଧ୍ୟରେ ଥିବା ସବୁଜ କୋଷ ରୁ ନିଜ ପୋଷଣ କରନ୍ତି, ଶିର ଗୁଡିକ ମଧ୍ୟରେ ସୁଡ଼ଙ୍ଗ ତିଆରି କରି ଦିଅନ୍ତି ଓ ଧଳା ଦାଗ ବା ତାଳି ସୃଷ୍ଟି କରନ୍ତି ।ଆକ୍ରାନ୍ତ ପତ୍ରକୁ ଆଲୋକ ବିପରୀତରେ ରଖିଲେ କିମ୍ବା ସୁଡ଼ଙ୍ଗ ମଧ୍ୟ କୁ ଆଙ୍ଗୁଠି ପସେଇବା ଦ୍ୱାରା ଏମାନଙ୍କୁ ବାହାର କରାଯାଇପାରେ। ଆକ୍ରାନ୍ତ ପତ୍ର ଗୁଡିକ ଶୁଖି ଯାଆନ୍ତି ଓ ଜମିକୁ ଏକ ଧଳା ରଙ୍ଗ ର ରୂପ ଦେଇଥାନ୍ତି । କିଛି ଦୂରରୁ ଦେଖିଲେ , ମାରାତ୍ମକ ଭାବେ ଆକ୍ରାନ୍ତ ଜମି ସବୁ ଜଳି ଗଲା ଭଳି ଦେଖା ଯାଇଥାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ପୋକ ର ଜୈବିକ ନିୟନ୍ତ୍ରଣ ପଦ୍ଧତି ବିଷୟରେ ଏବେ ମଧ୍ୟ ଗବେଷଣା କରାଯାଉଅଛି । ଇଉଲୋଫସ ଫେମରାଲିସ ନାମକ ଲାର୍ଭା ଜନିତ ପରଜୀବୀକୁ ବାଂଲାଦେଶ ଓ ଭାରତରେ ଆରମ୍ଭ କରାଯାଇଅଛି ଓ ଏହି ବିଭିନ୍ନ ସ୍ଥାନରେ ବିରିହା ପୋକ ଜନିତ ଅସୁବିଧା କମ ହେବା ଦେଖା ଯାଇଥାଏ। ଦେଶଜ ପ୍ରାକୃତିକ ଶତ୍ରୁ ଗୁଡିକର ସଂରକ୍ଷଣ ଏହି ପୋକର ପରିଚାଳନାରେ ଏକ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥାଏ । ଉଦାହରଣ ସ୍ୱରୂପ, କିଛି ଛୋଟ ବିରୁଡି ଅଛନ୍ତି ଯାହାକି ଅଣ୍ଡା ଓ ଲାର୍ଭା କୁ ଆକ୍ରମଣ କରିଥାଏ ଓ ରେଡୁଭିଡ଼ ପୋକ ଅଛି ଯାହାକି ବୟସ୍କ ପୋକ ମାନଙ୍କୁ ଖାଇଥାଏ । ଏଥି ପାଇଁ ତିନି ପ୍ରକାରର ରୋଗକାରୀ କବକ ଉପଲବ୍ଧ ଅଛି ଯାହାକି ବୟସ୍କ ପୋକ ମାନଙ୍କୁ ଆକ୍ରମଣ କରିଥାଏ.

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ଅତ୍ୟଧିକ ଆକ୍ରମଣ କ୍ଷେତ୍ରରେ, ନିମ୍ନଲିଖିତ ସକ୍ରିୟ ଉପାଦାନ ଥିବା ବିଭିନ୍ନ ରାସାୟନିକ ମିଶ୍ରଣ କୁ ମଧ୍ୟ ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଇ ପାରେ, ଯେପରିକି: କ୍ଲୋରୋପାଇରିଫୋସ, ମାଲାଥିଅନ, ସାଇପରମେଥ୍ରୀନ ଓ ଫେଂଥୋଏଟ ।

ଏହାର କାରଣ କଣ

ଡିକ୍ଲାଡିସପା ଆର୍ମିଗେରା ନାମକ ଧାନ ବିରିହା ପୋକର( ଡିକ୍ଲାଡିଷ୍ପା ଆର୍ମିଜେରା ) ବୟସ୍କ ବିରୁଡି ଓ ଲାର୍ଭା ବା ଶୂକଗୁଡିକ ଯୋଗୁଁ କ୍ଷତି ହୋଇଥାଏ । ବୟସ୍କ ଭୃଙ୍ଗ ଗୁଡିକ ପତ୍ର ଧାରର ଉପର ପୃଷ୍ଠକୁ କୋରି ଦିଅନ୍ତି ଯାହା ଦ୍ୱାରା କେବଳ ତଳ ସ୍ତର ହି ବଞ୍ଚି ଯାଇଥାଏ । କଅଁଳ ପତ୍ର ଗୁଡିକର , ସାଧାରଣତଃ ଅଗ୍ର ଭାଗରେ ଥିବା ଛୋଟ ରନ୍ଧ୍ର ଭିତରେ ଅଣ୍ଡା ଦିଅନ୍ତି । ଭୃଙ୍ଗ ଗୁଡିକ ଧଳାଳିଆ ହଳଦିଆ ଓ ଚେପଟା ହୋଇଥାଏ । ଏହା ପତ୍ରଶିରା ଧାରରେ ପତ୍ର କୋରି ଭିତର ଟିସୂ ଖାଏ ଏବଂ ପରେ ଭିତରେ କୋଷା ଦିଏ । ବୟସ୍କ ଭୃଙ୍ଗ ଗୁଡିକ କିଛି ମାତ୍ରାରେ ବର୍ଗାକୃତି ଆକାରର ହୋଇଥାଏ, ପ୍ରାୟ 3-5 ମିମି ର ଦୈର୍ଘ୍ୟ ଓ ପ୍ରସ୍ଥ ବିଶିଷ୍ଟ ହୋଇଥାଏ । ଦେହ ର ସମସ୍ତ ଅଂଶ ଉପରେ କଣ୍ଟା ରହିବା ସହ ଗାଢ଼ ନୀଳ ରୁ କଳାଳିଆ ରଙ୍ଗ ର ହୋଇଥାଏ । ଅନାବନା ଘାସ, ଅତ୍ୟଧିକ ଉର୍ବରୀକରଣ, ଭାରି ବର୍ଷା ଓ ଉଚ୍ଚ ଆପେକ୍ଷିକ ଆର୍ଦ୍ରତା ଧାନ ବିରିହା ପୋକ ଆକ୍ରମଣ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଥାଏ.


ସୁରକ୍ଷାତ୍ମକ ଉପାୟ

  • ଏହି ପୋକ ପାଇଁ କୌଣସି ଫଳପ୍ରସୂ ପ୍ରତିରୋଧ ଗୁଣ ଥିବା ଧାନ କିସମ ଉପଲବ୍ଧ ନାହିଁ ।ଅଧିକ ଘଞ୍ଚ ପତ୍ର ସମୂହ ସହିତ ଗଛ ଗଛ ମଧ୍ୟରେ ବ୍ୟବଧାନ କମ ରଖନ୍ତୁ । ଚରମ ଜନସଂଖ୍ୟା ରୁ ବଂଚିବା ପାଇଁ ଫସଲ ସହଳ ଲଗାନ୍ତୁ । ଅଣ୍ଡା ଦେବାରେ ବାଧା ଦେବା ପାଇଁ ଡାଳ ଅଗ କାଟିଦିଅନ୍ତୁ । ଝାଡୁ କରିବା ଭଳି ଜାଲ ବ୍ୟବହାର କରି ବୟସ୍କ ପୋକ ଗୁଡିକୁ ଧରି ଦିଅନ୍ତୁ, ମୁଖ୍ୟତଃ ଭୋର ସକାଳୁ ଧରନ୍ତୁ ଯେତେବେଳେ କି ଏମାନେ କମ ସକ୍ରିୟ ଥାଆନ୍ତି । ଫସଲ ନଥିବା ବେଳେ ଧାନ ଜମି ମଧ୍ୟରୁ ସମସ୍ତ ପ୍ରକାର ରା ଅନାବନା ଘାସ ସବୁ ବାହାର କରିଦିଅନ୍ତୁ । ଆକ୍ରାନ୍ତ ପତ୍ର ଓ ଡାଳ ଗୁଡିକୁ କାଟିଦିଅନ୍ତୁ ଓ ଜଳେଇ ଦିଅନ୍ତୁ କିମ୍ବା କାଦୁଅ ଭିତରେ ଗଭୀର ଭାବେ ପୋତି ଦିଅନ୍ତୁ । ଆକ୍ରାନ୍ତ ଜମି ଗୁଡିକରେ ଅତ୍ୟଧିକ ଯବକ୍ଷାରଜାନ ଉର୍ବରୀକରଣ କରନ୍ତୁ ନାହିଁ । କୀଟ ର ଜୀବନ ଚକ୍ର କୁ ଭାଙ୍ଗିବା ପାଇଁ ଫସଲ ପର୍ଯ୍ୟାୟ ଅବଲମ୍ବନ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ