ଧାନ

ହଳଦିଆ କାଣ୍ଡ କଣା କୀଟ

Scirpophaga incertulas

ପୋକ

5 mins to read

ସଂକ୍ଷେପରେ

  • ଏମାନେ ଖାଇବା ଯୋଗୁଁ ହେଉଥିବା କ୍ଷତିରୁ ମୃତ ପିଲ ସୃଷ୍ଟି ହୁଏ(ମଲା ମଞ୍ଜ , ଧଳା କେଣ୍ଡା ).
  • କ୍ଷତ କାଣ୍ଡ ଓ ପିଲ ଉପରେ ଛୋଟ କଣା, ଅଳିଆ ଓ ମଳ ଜାତୀୟ ପଦାର୍ଥ ଥାଏ.
  • ପତ୍ର ଧାର ର ଅଗ ପାଖରେ ଅଣ୍ଡାକୃତ ଅଣ୍ଡା ଦଳ ଦେଖାଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ଫସଲ ର ଆଧାର ଉପରେ କିମ୍ବା କେନ୍ଦ୍ରୀୟ କାଣ୍ଡରେ ପୋଷଣ ଜନିତ କ୍ଷତି ଦ୍ୱାରା ଫସଲ ବିକାଶ ସ୍ତର ବେଳେ ମୃତ ପିଲ ସୃଷ୍ଟି ହୋଇଥାଏ ('ମାଲା ମଞ୍ଜ ଗୁଡିକ') ଓ ପ୍ରଜଜନ ସ୍ତର ରେ ଥିବା ବେଳେ ଧଳାଳିଆ ଅସମ୍ପୂର୍ଣ୍ଣ କେଣ୍ଡା ସୃଷ୍ଟି ହୋଇଥାଏ('ଧଳା କେଣ୍ଡା ବା କର୍ସକ'). ଅଣ୍ଡାରୁ ବାହାରିବା ପରେ, ଲାର୍ଭା ଗୁଡିକ ପତ୍ର ପୃଷ୍ଠ ଉପରେ କଣା କରି ଦିଅନ୍ତି ଓ କାଣ୍ଡ ର ଆଭ୍ୟନ୍ତରୀଣ ପରସ୍ତ ରୁ ନିଜ ପୋଷଣ କରନ୍ତି. କ୍ଷତ ଫସଲ କୋଷ ଗୁଡିକ ଉପରେ ଛୋଟ କଣା, ଅଳିଆ ଓ ମଳ ଜନିତ ପଦାର୍ଥ ଗୁଡିକ ଦେଖା ଯାଇଥାଏ. ଏହି ଲାର୍ଭା ପରେ ଗୋଟିଏ ଗଣ୍ଠିରୁ ଅନ୍ୟ ଏକ ଗଣ୍ଠିକୁ ପରିବାହିତ ହୋଇଯାଇ ପାରେ. ଫସଲର ବିକାଶ ସ୍ତର ରେ, ଲାର୍ଭା ଜନିତ ପୋଷଣ ବେଶ ସ୍ପଷ୍ଟ ଲକ୍ଷଣ ସୃଷ୍ଟି କରି ନପାରେ କାରଣ ଫସଲ ଟି ଅଧିକ କେଣ୍ଡା ପ୍ରସ୍ତୁତ କରିବା ଦ୍ୱାରା କ୍ଷତି ପାଇଁ ଭରପୁରଣ କରିଦିଅନ୍ତି. କିନ୍ତୁ, ଏହା ବହୁତ ଶକ୍ତି ଆବଶ୍ୟକ କରିଥାଏ ଓ ଶେଷରେ ଅମଳ ପ୍ରଭାବିତ ହୋଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଏହାର ବହୁ ସଂଖ୍ୟକ ପ୍ରାକୃତିକ ଭକ୍ଷକ ଓ ପରଜୀବିନାଶକ ରହି ଅଛି ଓ ଏମାନଙ୍କ ମଧ୍ୟରେ କିଛି ପ୍ରଜାତି ର ପିମ୍ପୁଡି, ଭଅଁର, ଝୀଂଟିକା, ମାଛି, ବିରୁଡି, ନେମାଟୋଡସ, ଉଇ, ଶସ ପୋକ, କଙ୍କି ମାଛି, ଡାମସେଲ ମାଛି ଓ ବୁଢିଆଣୀ ଗୁଡିକ ଅନ୍ୟତମ ଅଟନ୍ତି. ବିହନ ବୁଣିବାର 15 ଦିନ ପରେ ଆରମ୍ଭ କରି ଛଅ ରୁ ସାତ ଥର ଟ୍ରାଇକୋଗ୍ରାମ୍ମା ଯାପୋନିକମ ନାମକ ଅଣ୍ଡା ପରଜୀବିନାଶକ (100, 000/ହେକଟର) ଛାଡିବାର ଯୋଜନା କରାଯାଇ ପାରେ. ଉପଚାର ଗୁଡିକ ମଧ୍ୟରେ ଲାର୍ଭା ଗୁଡିକୁ ପ୍ରଭାବିତ କରି ପାରୁଥିବା ଜୀବାଣୁ ଓ କବକ ଥିବା ସାମଗ୍ରୀ ସବୁର ପ୍ରୟୋଗ କରିବା ଅନ୍ୟତମ(ଏହା କାଣ୍ଡ କୁ କଣା କରିବା ପୂର୍ବରୁ). ଏହି ଉଦ୍ଧେଶ୍ୟ ପାଇଁ ନିମ୍ବ ଉତ୍ପାଦ, ଵ୍ୟାସିଲସ ଥୁରିଂଜେନେସୀସ କୁ ମଧ୍ୟ ବ୍ୟବହାର କରା ଯାଇପାରେ.

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. ନିବାରଣ ରାସାୟନିକ ଉପଚାର ମଧ୍ୟରେ ବିହନ ଅଂକୁର ର ମୂଳକୁ ଚାରା ରୋପଣ କରିବା ପୂର୍ବରୁ 12-14 ଘଣ୍ଟା ଯାଏଁ ଏଗୁଡ଼ିକୁ 0.02 କ୍ଲୋରୋପାଇରିଫୋସ ରେ ଭିଜେଇ ରଖିବା ଅନ୍ୟତମ ଅଟେ(30 ଦିନର ସୁରକ୍ଷା). ନିମ୍ନଲିଖିତ କୀଟନାଶକ ଗୁଡିକ ଯଥା ଫିପ୍ରୋନିଲ, କ୍ଲୋରୋପାଇରିଫୋସ କିମ୍ବା କ୍ଲୋରାନଟରାନିଲିପ୍ରୋଲ ଉପରେ ଆଧାରିତ କୀଟନାଶକ କୁ ଥରେ ସୀମା ପହଂଚିଯିବା ପରେ ଗୁଣ୍ଡ ଭାବେ କିମ୍ବା ସ୍ପ୍ରେ କରନ୍ତୁ(25-30 ପୁରୁଷ ପ୍ରଜାପତି/ଜାଲ ବା ଟ୍ରାପ /ସପ୍ତାହ).

ଏହାର କାରଣ କଣ

ଏହି ରୋଗ ର କ୍ଷତି ଗୁଡିକ ସ୍କିର୍ପୋଫାଗା ଈଂକେର୍ତ୍ତୃଲାସ ନାମକ ଏକ ହଳଦିଆ କାଣ୍ଡ କଣା କୀଟ ର ଲାର୍ଭା ଯୋଗୁଁ ହୋଇଥାଏ, ଯାହାକି ଗଭୀର ଜଳ ଧାନର ଏକ କୀଟ ଅଟେ. ଯେଉଁ ଅଞ୍ଚଳ ଲଗାତାର ଵନ୍ୟପ୍ଲାଵିତ ରହିଥାଏ ସେଠାର ଫସଲ ଗୁଡିକରେ କିମ୍ବା ଜଳମଗ୍ନ ପରିବେଶ ରେ ଥିବା ନଡା ଖୁଣ୍ଟା ରେ ଏହା ଦେଖିବାକୁ ମିଳିଥାଏ. କଅଁଳ ଲାର୍ଭା ଗୁଡିକ ନିଜ ଦେହ ଚାରିପାଖରେ ଥିବା ପତ୍ର କୁ ଗୁଡେଇ ଦିଅନ୍ତି ଓ ନିଜକୁ ଗଛରୁ ଅଲଗା କରିଦିଅନ୍ତୁ, ଯାହା ଫଳରେ ଏମାନେ ପାଣି ପୃଷ୍ଠ ଉପରେ ପଡ଼ିଯାଆନ୍ତି. ପରେ ଏମାନେ ନିଜକୁ ନୂଆ ଫସଲ ର କାଣ୍ଡ ସହିତ ଯୋଡି ଦିଅନ୍ତି ଓ କାଣ୍ଡ ଉପରେ କଣା କରି ଚାଲନ୍ତି. ଉଚ୍ଚ ଯବକ୍ଷାରଜାନ ଯୁକ୍ତ ଜମି ଗୁଡିକ ଅଧିକ ଅନୁକୂଳ ହୋଇଥାଏ. ଯେଉଁ ଜମି ଗୁଡିକରେ ଫସଲ ଗୁଡିକୁ ଋତୁ ର ପର ସମୟରେ ଲଗା ଯାଇଥାଏ ତାହା ମଧ୍ୟ କୀଟ ମାନଙ୍କ ପାଇଁ ଅନୁକୂଳ ହୋଇଥାଏ, ଯାହାର ସଂଖ୍ୟା ଋତୁ ର ଆରମ୍ଭ ରୁ ଲଗାଯାଇଥିବା ଜମି ଗୁଡ଼ିକରୁ ସୃଷ୍ଟି ହୋଇ ସାରି ଥାଆନ୍ତି. ଏହା ତୁଳନା ରେ, ଏହି କୀଟ ଋତୁ ର ଆରମ୍ଭ ରେ ଲଗା ଯାଇଥିବା ଧାନ ରେ 20% ଅମଳ କ୍ଷତି କରି ପାରେ ଓ ଡେରି ରେ ଲଗା ଯାଇଥିବା ଫସଲ ରେ 80% ଅମଳ କ୍ଷତି କରି ପାରେ.


ସୁରକ୍ଷାତ୍ମକ ଉପାୟ

  • ଏହି କୀଟ ପ୍ରତି ସହନଶୀଳ ଥିବା କିସମ ଗୁଡିକୁ ଖୋଜି ବ୍ୟବହାର କରନ୍ତୁ (ଯଥା: ଟିଏମକେ 6, ଆଇଆର 20, ଆଇଆର 36).
  • ସବୁଠାରୁ ମାରାତ୍ମକ କ୍ଷତିରୁ ବଂଚିବା ପାଇଁ ଋତୁ ରେ ଶୀଘ୍ର ବିହନ ବୁଣନ୍ତୁ.
  • ବିହନ ବୁଣିବା ପଡୋଶୀ ଚାଷୀ ମାନଙ୍କ ସହ ସମକାଳୀନ ଭାବେ କରନ୍ତୁ.
  • ଚାରା ରୋପଣ କରିବା ପୂର୍ବରୁ, ଅଣ୍ଡା ର ପରିବହନ କୁ କମ କରିବା ପାଇଁ ଏମାନଙ୍କ ପତ୍ର ଅଗ ଗୁଡିକୁ କାଟି ଦିଅନ୍ତୁ.
  • ବିହନ ଗୁଡିକୁ ପରସ୍ପର ର ବହୁତ ପାଖା ପାଖି ଲଗାନ୍ତୁ ନାହିଁ.
  • ବିହନ ପଡିଆ ଓ ଜମି ଗୁଡିକୁ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ.
  • ଚାରା ରୋପଣ କରିବାର 15 ଦିନ ପରେ ଫେରୋମୋନ ଟ୍ରାପ୍ କିମ୍ବା ଓଜନିଆ ଜାଲ ବ୍ୟବହାର କରନ୍ତୁ (ଯଥାକ୍ରମେ 3/ ଏକର, 8/ଏକର).
  • ଚାରା ରୋପଣ କରିବାର 25, 46 ଓ 57 ଦିନ ପରେ ବଦଳେଇ ଦିଅନ୍ତୁ.
  • ବିହନ ବାଡ଼ରେ ଓ ଚାରା ରୋପଣ କରିବା ସମୟରେ ଅଣ୍ଡା ଗୁଡିକୁ ହାତରେ ବାହାର କରି ନଷ୍ଟ କରିଦିଅନ୍ତୁ.
  • ଜମି ଭିତରେ ଓ ଚାରି ପାଖରେ ଅନାବନା ଘାସ ଓ ନିଜେ ନିଜେ ବଢୁଥିବା ଗଛ ଗୁଡିକୁ ନିୟନ୍ତ୍ରଣ କରନ୍ତୁ.
  • ସଂକ୍ରମିତ ଫସଲ ଗୁଡିକୁ ଉପାଡି ଧ୍ବଂସ କରି ଦିଅନ୍ତୁ.
  • ଯବକ୍ଷାରଜାନ ସାର କିମ୍ବା ଖତ ର ମଧ୍ୟମ ଧରଣର ବ୍ୟବହାର କରନ୍ତୁ.
  • ଋତୁ ଚାଲିଥିବା ବେଳେ ଉର୍ବରକ ଗୁଡିକୁ ଭାଗ ଭାଗ କରି ପ୍ରୟୋଗ କରନ୍ତୁ.
  • ଅଣ୍ଡା ଗୁଡିକୁ ମାରିଦେବା ପାଇଁ ଜଳସେଚିତ ପାଣିର ସ୍ତର କୁ ମଝିରେ ମଝିରେ ବଢ଼େଇ ଦିଅନ୍ତୁ.
  • କୀଟ ମାନଙ୍କ ସହ ଲଢ଼ିବା ପାଇଁ ବ୍ୟାପକ ପ୍ରଭାବ ଥିବା କୀଟନାଶକ ର ବ୍ୟବହାର କରନ୍ତୁ ନାହିଁ.
  • ନଡା ଖୁଣ୍ଟା ଅବଶେଷ ରୁ ଲାର୍ଭା ଗୁଡିକୁ ମାରିଦେବା ପାଇଁ ଫସଲ ଗୁଡିକୁ ଭୂମି ସ୍ତର ରେ ଅମଳ କରି ଦିଅନ୍ତୁ.
  • ଅମଳ ପରେ ନଡା ଖୁଣ୍ଟା, ଫସଲ ଅବଶେଷ କୁ ବାହାର କରିଦିଅନ୍ତୁ ଓ ସେଗୁଡିକୁ ନଷ୍ଟ କରିଦିଅନ୍ତୁ.
  • ଅମଳ ପରେ ବଞ୍ଚି ଯାଇଥିବା ଲାର୍ଭା ଗୁଡିକୁ ବୁଡ଼େଇଦେବା ପାଇଁ ଜମିକୁ ହଳ କରି ଵନ୍ୟପ୍ଲାଵିତ କରି ଦିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ