କିସମିସ

ଲାଲ କିସମିସ ଫୋଟକା ଆଫିଡ

Cryptomyzus ribis

ପୋକ

5 mins to read

ସଂକ୍ଷେପରେ

  • ଲାଲ, ବାଇଗଣୀ କିମ୍ବା ହଳଦିଆ-ସବୁଜ ଫୋଟକା ଉପର ପତ୍ରରେ ଥାଏ। ବିକୃତ ଟିସୂ ଚାରିପଟେ ବର୍ଣ୍ଣହୀନତା ଦେଖାଯାଏ। ସାଂଘାତିକ ଆକ୍ରମଣ କ୍ଷେତ୍ରରେ ପତ୍ର ବିକୃତ ହୋଇଯାଏ। ମହୁବିନ୍ଦୁ କଳା ଫିମ୍ପି ବୃଦ୍ଧିକୁ ଅନୁକୂଳ କରିଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
କିସମିସ

କିସମିସ

ଲକ୍ଷଣ

ଲାଲ ଓ ଧଳା କିସମିସର ଉପର ପତ୍ର ଫଳକରେ ସ୍ପଷ୍ଟ ଲାଲ ରୁ ବାଇଗଣୀ ଫୋଟକା ଦେଖାଯାଏ। ଏହି ଫୋଟକା ସାଧାରଣତଃ କଳା କିସମିସ ଉପରେ ହଳଦିଆ-ସବୁଜ ହୋଇଥାଏ। ବିକୃତ ଟିସୂ ଚାରିପଟେ ଅନେକ ସମୟରେ ବର୍ଣ୍ଣହୀନତା ଦେଖାଯାଏ। ମୁଖ୍ୟତଃ ଡାଳ ଅଗରେ ଥିବା ପତ୍ର କୁଞ୍ଚିତ କିମ୍ବା ବିକୃତ ହୋଇଥାଏ। ସାଂଘାତିକ ଆକ୍ରମଣ କ୍ଷେତ୍ରରେ ପତ୍ର ବିକୃତ ହୋଇଯାଏ। ବିଳମ୍ବ ବସନ୍ତ ଓ ସହଳ ଗ୍ରୀଷ୍ମରେ ଫୋଟକା ତଳପଟେ ହଳଦିଆ ଆଫିଡ ଦେଖାଯାଇ ପାରେ। ପତ୍ରରେ ମହୁବିନ୍ଦୁ ମଧ୍ୟ ଦେଖାଯାଇ ପାରେ, ଯାହାକି ଘଟଣାକ୍ରମେ ସୁବିଧାବାଦୀ କଳା ଫିମ୍ପି ବୃଦ୍ଧିକୁ ଅନୁକୂଳ କରାଇ ଥାଏ। ସାଧାରଣତଃ, ମୃଦୁ ପତ୍ର ଲକ୍ଷଣ ସହିତ ସାଧାରଣ ଫସଲ ଉତ୍ପାଦନ ହୋଇପାରେ।

Recommendations

ଜୈବିକ ନିୟନ୍ତ୍ରଣ

ପ୍ରାଦୁର୍ଭାବ ବଢିଲେ, ଲେଡିବଗ ଭଳି ପ୍ରାକୃତିକ ପରଭକ୍ଷୀ ବ୍ୟବହାର କରାଯାଇ ପାରେ। ଉଦ୍ୟାନ ସମ୍ବନ୍ଧୀୟ ସାବୁନ, କିମ୍ବା ଡିଟରଜେଣ୍ଟ ଗୁଣ୍ଡର ମୃଦୁ ଦ୍ରବଣ ର ପ୍ରୟୋଗ ଲାଲ କିସମିସ ଫୋଟକା ଆଫିଡ ନିୟନ୍ତ୍ରଣ କରିବାକୁ ଯଥେଷ୍ଟ ଅଟେ। ଅଧିକ ବେଗରେ ଜଳ ସିଞ୍ଚନ କରିଲେ ମଧ୍ୟ ଆଫିଡ ଚାଲିଯିବେ। ଉତ୍ତମ ପ୍ରକାରର ଉଦ୍ୟାନ ତେଲ ମଧ୍ୟ ଶୀତସୁପ୍ତି କରୁଥିବା ଅଣ୍ଡାକୁ ମାରିବା ପାଇଁ ବ୍ୟବହାର କରାଯାଇ ପାରେ। ପାରେଥ୍ରମ କିମ୍ବା ଫେଟି ଏସିଡ ଭଳି ଅନ୍ୟ ଜୈବିକ ଦ୍ରବଣ ମଧ୍ୟ ବାହାରୁଥିବା ଆଫିଡକୁ ମାରିବା ପାଇଁ ବ୍ୟବହାର କରାଯାଇ ପାରେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଅତି ସାଂଘାତିକ କ୍ଷେତ୍ରରେ, ଡେଲ୍ଟାମେଥ୍ରିନ କିମ୍ବା ଳାମ୍ବଡା-ସିଆଲୋଥ୍ରିନ ଥିବା ସିଞ୍ଚନ ବାହାରୁଥିବା ଆଫିଡକୁ ମାରିବା ପାଇଁ ବ୍ୟବହାର କରିବା ଉଚିତ। ଲକ୍ଷଣ ଦେଖାଯିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ, କାରଣ ପତ୍ର ବିକୃତ ହେଲା ପରେ ସିଞ୍ଚନ କରିବାର କିଛି ମୂଲ୍ୟ ନାହିଁ। ଫୁଲ ଫୁଟୁଥିବା ଅବସ୍ଥାରେ ସିଞ୍ଚନ କରନ୍ତୁ ନାହିଁ, କାରଣ ଏହାଦ୍ଵାରା ଭ୍ରମର ଓ ଅନ୍ୟ ପରାଗ ସଂଗମ କୀଟ ବିପଦରେ ପଡି ପାରନ୍ତି।

ଏହାର କାରଣ କଣ

କ୍ରିପ୍ଟୋମାଇଜସ ରିବିସ ନାମକ ଲାଲ କିସମିସ ଫୋଟକା ଆଫିଡ ଯୋଗୁଁ ଏହି କ୍ଷତି ହୋଇଥାଏ। ପତ୍ର ତଳପଟେ ରସ ଶୋଷି ଖାଉଥିବା ଡେଣାହୀନ ଫିକା ହଳଦିଆ ଆଫିଡ ଅପେକ୍ଷା ବିକୃତ ଓ ଫୋଟକା ହୋଇଥିବା ପତ୍ର ଅଧିକ ସ୍ପଷ୍ଟ ଦେଖାଯାଏ। ଏହା ବିଳମ୍ବ ବସନ୍ତ କିମ୍ବା ସହଳ ଗ୍ରୀଷ୍ମରେ ଦେଖା ଯିବାକୁ ଆରମ୍ଭ କରିଥାଏ। ଖାଇବା ପ୍ରକ୍ରିୟା ସମୟରେ ପତ୍ର ମଧ୍ୟରେ ରାସାୟନିକ ପଦାର୍ଥ ପ୍ରବେଶ କରିବା ଯୋଗୁଁ ଏହି ଫୋଟକା ଓ ବର୍ଣ୍ଣହୀନତା ହୋଇଥାଏ। ମଧ୍ୟ ଗ୍ରୀଷ୍ମ ସୁଦ୍ଧା ଡେଣାଯୁକ୍ତ ଆଫିଡ ଜାତ ହୋଇଥାଏ ଯାହାକି ମୁଖ୍ୟତଃ ହେଜ ଉଣ୍ଡୱାର୍ଟ (ଷ୍ଟାଚାଇସ ସିଲଭାଟିକା), ଦ୍ଵିତୀୟକ ପୋଷକ ଗଛକୁ ଯାଇଥାଏ। ଏହା କିସମିସ ଗଛକୁ ଶରଦ ଋତୁ ସୁଦ୍ଧା ଫେରିଥାଏ ଏବଂ ଡାଳରେ ଶୀତସୁପ୍ତି କରୁଥିବା ଅଣ୍ଡା ଦେଇଥାଏ। ଏହି ଅଣ୍ଡା ବସନ୍ତ ଋତୁରେ ଫୁଟିଥାଏ ଓ ଆଫିଡ ବସତି ଗଠନ କରିଥାଏ ଯାହାକି ପତ୍ରର ତଳପଟକୁ ଯାଇଥାଏ। କିସମିସ ଫୋଟକା ଆଫିଡ ଲାଲ, ଧଳା ଏବଂ କଳା କିସମିସ ଓ ଜଙ୍ଗଲି ଯଷ୍ଟାବେରି (ଜିନସ ରାଇବିସ)କୁ ପ୍ରଭାବିତ କରିଥାଏ। ଯେହେତୁ ଫସଲ ସାଧାରଣତଃ ପ୍ରଭାବିତ ହୁଏନାହିଁ, ଅତି ସାଂଘାତିକ କ୍ଷେତ୍ରରେ ହିଁ ନିୟନ୍ତ୍ରଣ ପଦକ୍ଷେପ ନିଆଯିବା ଆବଶ୍ୟକ।


ସୁରକ୍ଷାତ୍ମକ ଉପାୟ

  • କ୍ରିପ୍ଟୋମାଇଜସ ରିବିସର ଉପସ୍ଥିତି ଓ ଏହାର ଲକ୍ଷଣ ଯାଞ୍ଚ କରିବା ପାଇଁ ନିୟମିତ କିସମିସ ଓ ଏହାର ଅନ୍ୟ ପୋଷକ ମନିଟର କରନ୍ତୁ। ମନଇଛା କୀଟନାଶକ ପ୍ରୟୋଗ କରନ୍ତୁ ନାହିଁ, ଯେହେତୁ ଏହା ଲେଡିବଗ ଭଳି ପ୍ରାକୃତିକ ପରଭକ୍ଷୀ ସଂଖ୍ୟାକୁ ପ୍ରଭାବିତ କରିପାରେ। ଅତ୍ୟଧିକ ଯବକ୍ଷାରଜାନ ସାର ପ୍ରୟୋଗ ଏଡାନ୍ତୁ, ଯେହେତୁ ଉତ୍ପତ୍ତି ହୋଇଥିବା ପରିପୁଷ୍ଟ ପତ୍ର ସମୂହ ଅଧିକ ଆଫିଡ ଆକର୍ଷଣ କରିଥାଏ। ପୂର୍ବ ଚାଷର ଅବଶେଷ କାଢି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ