ଧାନ

ଧାନ ଦାନା କଳା ଗୁଣ୍ଡି ରୋଗ

Tilletia barclayana

ଫିମ୍ପି

5 mins to read

ସଂକ୍ଷେପରେ

  • ଫସଲ ପରିପକ୍ଵ ହେବା ସମୟରେ ଲକ୍ଷଣ ଦେଖାଯାଏ । ଦାନା ଉପରେ କଳା ବ୍ରଣ ଦେଖାଯାଏ। ଗଛର ଅନ୍ୟ ଅଂଶ ସବୁରେ କଳା ଗୁଣ୍ଡ ଭଳି ଆବରଣ ଦେଖାଯାଏ। ଦାନା ଭିତରେ କଳା ରେଣୁ ସୃଷ୍ଟି ହେବା ଦ୍ବାରା ଦାନାର ଗୁଣବତ୍ତା କମ ହୋଇ ଯାଇଥାଏ। ଏହି ରୋଗ ର କିଛି କିସମ ବିଷାକ୍ତ ପଦାର୍ଥ ସବୁ ସୃଷ୍ଟି କରିଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ଧାନ ପରିପକ୍ଵ ଅବସ୍ଥାରେ ପହଞ୍ଚିଲେ , ଲକ୍ଷଣ ଗୁଡିକ ସ୍ପଷ୍ଟ ହୋଇ ଯାଏ। ଚଷୁ ସଂକ୍ରମିତ ହେଲେ ଏଗୁଡିକ ଗାଢ ରଙ୍ଗର ହୋଇଯାଏ ଓ କଳା ବ୍ରଣଗୁଡିକ ଚୋପା ଫାଟି ବାହାରି ଯାଏ। ଭୋର ସଖାଳୁ ଯେତେ ବେଳେ ପାଣିପାଗ ସବୁ କାକରିଆ ଥାଏ, ସେତେ ବେଳେ ରେଣୁ ଗୁଡିକ ଅଧିକ ସ୍ପଷ୍ଟ ହୋଇ ଯାଏ। ସଂକ୍ରମିତ ଦାନା ଗୁଡିକ ଉପରେ ଆଂଶିକ ଭାବେ କିମ୍ବା ସମ୍ପୂର୍ଣ ଭାବେ କଳା ଗୁଣ୍ଡ ଲାଗିଯାଏ। ରେଣୁର କଳା ବ୍ରଣ ସବୁ ଚଷୁ ଉପର ଦେଇ ଠେଲି ଆସେ, ଯାହା ରାତି ବେଳାର କାକରର ଆର୍ଦ୍ରତା ଯୋଗୁଁ ଫୁଲି ଯାଇ ପାରେ।ସଂକ୍ରମିତ ଦାନାଗୁଡିକରୁ ଝଡିଥିବା ରେଣୁ ଅନ୍ୟ ଗଛ ଅଂଶ ଉପରେ ବସି ଯାଏ, ଯାହା ଦ୍ବାରା କି କଳା ଆବରଣ ସୃଷ୍ଟି ହୋଇଯାଏ ଓ ଏହା ରୋଗ ଚିହ୍ନିବା ବେଳେ ସାହାଯ୍ୟ କରି ଥାଏ।

Recommendations

ଜୈବିକ ନିୟନ୍ତ୍ରଣ

କୀଟପତଙ୍ଗ ଓ ରୋଗ ର ପ୍ରବେଶ, ସୃଷ୍ଟି ଓ ବ୍ୟାପିବା କୁ କମେଇବା ପାଇଁ ସର୍ବୋତ୍ତମ ଜୈବ ସୁରକ୍ଷା କାର୍ଯ ଠିକ ଭାବେ କରି ଦିଅନ୍ତୁ। ବ୍ୟାସିଲସ ପୁମିଲୁସ ଭଳି ଜୈବିକ କାରକ, ଟିଲେଟିଆ ବାରକ୍ଲାଯାନା ପ୍ରଜାତିର କବକ ପାଇଁ ବହୁତ ଫଳପ୍ରସୂ ହୋଇ ପାରେ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି କରନ୍ତୁ । ଉଚ୍ଚ ଯବକ୍ଷାରଯାନ ମାତ୍ରା ଏହି ରୋଗ ପାଇଁ ଅନୁକୂଳ ହୋଇ ଥାଏ, ତେଣୁ ଉପଯୁକ୍ତ ସମୟ ରେ ପରମର୍ଶନୀୟ ମାତ୍ରା ରେ ହିଁ ଯବକ୍ଷାରଯାନ ବ୍ୟବହାର କରନ୍ତୁ। ସଂକ୍ରମଣ ର ମାତ୍ରା କୁ କମେଇବା ପାଇଁ ପ୍ରୋପିକୋନାଯୋଲ୍ ଥିବା କବକ ଗଛର ଫୋଡ ଅବସ୍ଥାରେ ପ୍ରୟୋଗ କରନ୍ତୁ। ଆଯୋକ୍ସିଷ୍ଟ୍ରୋବିନ୍, ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ ଭଳି କବକନାଶକ କୁ ମଧ୍ୟ ପ୍ରୟୋଗ କର ଯାଇ ପାରେ।

ଏହାର କାରଣ କଣ

ଟିଲେଟିଆ ବାରକ୍ଲାଯାନା ପ୍ରଜାତିର କବକ ଦ୍ବାରା ଏହି ରୋଗ ହୋଇ ଥାଏ, ଯାହାକି ନେଓଭୋସୀୟା ହୋରିଡା ନାମ ରେ ମଧ୍ୟ ଜଣାଶୁଣା ଅଟେ। କବକ ଗୁଡିକ ଧାନ ଦାନା କୁ ସ୍ଥାନାନ୍ତର କରି କଳା ରେଣୁ ଆକାରରେ ବଞ୍ଚିଥାଏ। ଏହି ରେଣୁ ସବୁ ପବନ ଦ୍ବାରା ପରିବାହିତ ହୋଇ ଫସଲ ଭିତରେ ଏହାର ପଡୋଶୀ ଫସଲର ଧାନ କେଣ୍ଡାକୁ ପୁଣି ଥରେ ସଂକ୍ରମଣ କରି ଦିଏ। ଏହି ରୋଗଟି ସେତେବେଳେ ବ୍ୟାପେ ଯେତେବେଳେ କବକର ରେଣୁ ଗୁଡିକ ସଂକ୍ରମିତ ଓ ଦୂଷିତ ଶସ୍ୟ, ଯନ୍ତ୍ରପାତି ଓ ଉପକରଣ ଦ୍ଵାରା ପରିବାହିତ ହୋଇ ଥାଏ। ଧାନ ଦାନା କଳା ଗୁଣ୍ଡିର ରେଣୁ ପବନ ଦ୍ବାରା ମଧ୍ୟ ବହି ପାରେ ଓ ବିସ୍ତାର କରି ପାରେ। ଏହି ରେଣୁ ଗୁଡିକ ଅତି କମରେ 3 ବର୍ଷ ଯାଏଁ ବଞ୍ଚି ରହି ପାରେ ଓ ପଶୁ ମାନଙ୍କ ହଜମ ନଳି ମାଧ୍ୟମ ଦେଇ ମଧ୍ୟ ବଞ୍ଚି ରହି ପାରେ। ଉଚ୍ଚ ତାପମାତ୍ରା ଓ ଆର୍ଦ୍ରତା ଏହି କବକ ବିକାଶ ପାଇଁ ଅନୁକୂଳ ହୋଇ ଥାଏ। କାକରିଆ ଭୋର ସକାଳୁ, କଳା ଗୁଣ୍ଡି ଲାଗିଥିବା ଦାନା ଗୁଡିକ ଫୁଲି ଫାଟି ଯାଆନ୍ତି ଯାହା ଦ୍ବାରା କି ଆହୁରି ଅଧିକ ରେଣୁ ବାହାରକୁ ଆସି ଯାଇ ଥାଏ।


ସୁରକ୍ଷାତ୍ମକ ଉପାୟ

  • ଜମି ରେ କମ ରୋଗ ପ୍ରବଣତା ଥିବା କିସମ ବ୍ୟବହାର କରନ୍ତୁ, ଉଦାହରଣ ସ୍ବରୂପ, ଦାନାରେ କଳା ଗୁଣ୍ଡି ରୋଗ ଲାଗିବା ଇତିହାସ ନଥିବା ଛୋଟ କିମ୍ବା ମଧ୍ୟମ ଧରଣ କିସମ ବ୍ୟବହାର କରନ୍ତୁ। ପ୍ରମାଣିତ ଧାନ ବିହନ ସହଳ ବୁଣନ୍ତୁ। କେବଳ ସୁପାରିସ କରାଯାଇଥିବା ମାତ୍ରାର ଯବକ୍ଷାରଯାନ ସାର ବ୍ୟବହାର କରନ୍ତୁ। ଅଧିକ ଯବକ୍ଷାରଯାନ ମାତ୍ରାରୁ ବଞ୍ଚନ୍ତୁ, ମୁଖ୍ୟତଃ ବନ୍ୟା ସମୟ ପୂର୍ବରୁ। ରୋଗ ବ୍ୟାପିବାରୁ ବଞ୍ଚିବା ପାଇଁ ଉତ୍ତମ ସଫାସୁତରା ପରିଚାଳନା ବଜାୟ ରଖନ୍ତୁ। ସଂକ୍ରମିତ ଧାନ ଶସ୍ୟ ଚାରି ପାଖରେ 50 ବର୍ଗମିଟର ସଙ୍ଗ ରୋଗ କ୍ଷେତ୍ର ପରମର୍ଶନୀୟ ଅଟେ। ସଂକ୍ରମିତ ଫସଲ ଗୁଡିକ ଓ ଚାରିପାଖ ଜାଗାକୁ ବାହାର କରି ଜଳେଇ ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ