ପିସ୍ତା

ବିଳମ୍ବ ଅଲଟର୍ନାରିଆ ପୋଡା

Alternaria alternata

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରରେ କଳା କେନ୍ଦ୍ର ସହିତ ଗାଢ ବାଦାମି, ବିଛୁରିତ ଗୁଣ୍ଡ ଦାଗ କିମ୍ବା ଧବଳୀ ଦେଖାଯାଏ। ପତ୍ର ମଉଳି ଯାଏ ଓ ସହଳ ପତ୍ରଝଡା ଦେଇଥାଏ। ଫଳରେ ଏକ ଲାଲ ବଳୟ ଦ୍ଵାରା ଘେରି ରହି ବାଦାମି, ଗୋଲାକାର ବିଗଳିତ ଦାଗ ଦେଖାଯାଏ। ଏହା ବଢିବା ସମୟରେ ଏହା ଉପରେ ଫିମ୍ପି ବଢିବାକୁ ଆରମ୍ଭ କରିଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ପିସ୍ତା

ପିସ୍ତା

ଲକ୍ଷଣ

ସାଧାରଣତଃ, ଲକ୍ଷଣ ଖରାଦିନେ ଦେଖାଯାଏ ଏବଂ ପତ୍ରରେ 3 ରୁ 7 ମିମି ବ୍ୟାସର କୋଣିୟ କିମ୍ବା ଗୋଲାକାର ଦାଗ ରହିଥାଏ। କେତେକ ସାଂଘାତିକ କ୍ଷେତ୍ରରେ କିମ୍ବା କିଛି ନିର୍ଦ୍ଧିଷ୍ଟ ରୋଗ ପ୍ରବଣ କିସମରେ, ଦାଗଗୁଡିକ 3 ସେମି ପର୍ଯ୍ୟନ୍ତ ବ୍ୟାସର ଧବଳୀ ହୋଇଥାଏ। ପତ୍ର ଓ ପତ୍ର ଡେମ୍ଫରେ ମଧ୍ୟ କଳା ଦାଗ ଦେଖାଯାଏ। ସାଂଘାତିକ ଆକ୍ରମଣ ହେଲେ ପତ୍ର ମଉଳି ଯାଇ ପଡିଯାଇ ପାରେ। ଅପରିପକ୍ଵ ଫଳରେ ଛୋଟ, ଛୋଟ ମାଟିଆ କିମ୍ବା କଳା ଦାଗ ଦେଖାଯାଏ। ପରିପକ୍ଵ ଫଳରେ ଦାଗ ଗୁଡିକ କିଛି ମାତ୍ରାରେ ବଡ ହୋଇଥାଏ (1 ରୁ 5ମିମି ବ୍ୟାସ ବିଶିଷ୍ଟ) ଏବଂ ଏକ ଲାଲ ବଳୟ ଦ୍ଵାରା ଘେରି ରହିଥାଏ। ଫଳରେ ଫିମ୍ପି ଆରମ୍ଭ ହୋଇଥାଏ, ଓ ଫଳର କ୍ଷୟ ହୋଇଥାଏ। ସାଂଘାତିକ କ୍ଷେତ୍ରରେ, ଏହ ଫଳର ଗୁଣାତ୍ମକ ମାନରେ ରେ ଅତ୍ୟଧିକ ହ୍ରାସ କରାଇ ଥାଏ।

Recommendations

ଜୈବିକ ନିୟନ୍ତ୍ରଣ

କାଟଛାଣ୍ଟ ପରେ ପ୍ରଭାବିତ ଅଂଶରେ ବୋର୍ଡକ୍ସ ମିଶ୍ରଣ ପ୍ରୟୋଗ କରନ୍ତୁ। ବିକଳ୍ପରେ, ପତ୍ର ଓ ଫୁଲରେ ରସୁଣ କିମ୍ବା ହର୍ସ ଟେଇଲ ନିର୍ଯ୍ୟାସ ପ୍ରୟୋଗ କରନ୍ତୁ। ବେଶିଲାସ ସବଟାଇଲିସ ଭିତ୍ତିକ ଦ୍ରବଣ ଆପଣ ବ୍ୟବହାର କରି ପାରନ୍ତି, ଯାହାକି ଏହି କବକର ଏକ ପରଭକ୍ଷୀ ଅଟେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଫଳ ପାଚିବା ପୂର୍ବରୁ, ସହଳ ଗ୍ରୀଷ୍ମରେ ଏହି ରୋଗ ପାଇଁ ଉପଚାର ଆରମ୍ଭ କରାଯିବା ଉଚିତ। ଥାଇଓଫେନେଟ-ମିଥାଇଲ, ମାନେବ, କପର ଭିତ୍ତିକ କବକନାଶୀ ଏଥିପାଇଁ କାମ କରିଥାଏ। ସଂକ୍ରମଣ କମାଇବା ପାଇଁ ଅତି କମରେ ଦୁଇଟି ଉପଚାର କରିବା ଦରକାର ଅଟେ। ପ୍ରୟୋଗ ସମୟ, ଗଛର ବୟସ ସହିତ ବ୍ୟବସ୍ଥିତ ହେବା ଏବଂ ଅନୁମୋଦିତ ହାରରେ ପ୍ରୟୋଗ କରିବା ଉପରେ ଏହି ଉପଚାରର ଫଳପ୍ରସୂତା ନିର୍ଭର କରିଥାଏ।

ଏହାର କାରଣ କଣ

ଅଲଟର୍ନାରିଆ ଅଲଟାର୍ନାଟା ସହିତ ଅଲଟର୍ନାରିଆ ପ୍ରଜାତିର ତିନୋଟି ଜାତିର କବକ ଦ୍ଵାରା ଏହି ଲକ୍ଷଣ ସୃଷ୍ଟି ହୋଇଥାଏ। ସେମାନେ ଗଛ ଅବଶେଷ କିମ୍ବା ମାଟିରେ ସୁପ୍ତ ଥାଆନ୍ତି। ଯେତେବେଳେ ପରିସ୍ଥିତି ଅନୁକୂଳ ହୋଇଥାଏ, ସେମାନେ ରେଣୁ ଉତ୍ପାଦନ କରିଥାନ୍ତି ଏବଂ ପବନ, ବର୍ଷା ଦ୍ଵାରା ରୋଗ ପ୍ରବଣ ଗଛ ଉପରକୁ ପ୍ରବାହିତ ହୋଇଥାନ୍ତି। ଉଚ୍ଚ ଆର୍ଦ୍ରତା ସହିତ ଉଚ୍ଚ ତାପମାତ୍ରା, କାକର ସୃଷ୍ଟି, ଏକାନ୍ତର ଖରା ଓ ଆର୍ଦ୍ରତା, ପୋଷଣ ଅଭାବ ଆଦି ପିସ୍ତାରେ ଏହି ରୋଗର ବିକାଶରେ ମୁଖ୍ୟ କାରକ ଅଟନ୍ତି। ବୋତ୍ରିୟସ୍ଫେରିଆ ଡଥିଦେ ଦ୍ଵାରା ହେଉଥିବା କେଣ୍ଡା ଓ ଡାଳ ପୋଡା ରୋଗ ସହିତ ଏହି ଲକ୍ଷଣର ଭ୍ରମ ହୋଇଥାଏ। ଏହା ଜାଣିବାକୁ ହେଲେ, ଯେତେବେଳେ ଆର୍ଦ୍ର ପାଣିପାଗ ରହିଥାଏ ପ୍ରଭାବିତ ପତ୍ରକୁ ଘଷିଦିଅନ୍ତୁ: ଯଦି ଏହାଦ୍ୱାରା ଆଙ୍ଗୁଠି କଳା ହୋଇଯାଏ, ତାହାହେଲେ ଏହା ଅଲଟର୍ନାରିଆ ଅଲଟାର୍ନାଟା ଦ୍ଵାରା ହୋଇଥିବା ବିଳମ୍ବ ଅଲଟର୍ନାରିଆ ପୋଡା ବୋଲି ଜଣାଯାଏ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ଉତ୍ସରୁ କମ ରୋଗ ପ୍ରବଣ ଓ ସୁସ୍ଥ ବିହନ ବ୍ୟବହାର କରନ୍ତୁ। ପତ୍ର ସମୂହରେ ପବନ ଚଳାଚଳ ସୁବିଧା କରିବା ପାଇଁ ଘଞ୍ଚତା ଏଡାନ୍ତୁ। ରୋଗର ପ୍ରାଥମିକ ଲକ୍ଷଣ ପାଇବା ପାଇଁ ବଗିଚା ନିୟମିତ ନିରୀକ୍ଷଣ କରନ୍ତୁ। ବଗିଚାରେ ବାଳୁଙ୍ଗା ନିୟନ୍ତ୍ରଣ କରନ୍ତୁ। ପ୍ରାଥମିକ ଲକ୍ଷଣ ଦେଖାଯିବା ମାତ୍ରେ ପ୍ରଭାବିତ ଅଂଶକୁ କାଟି ଜାଳି ଦିଅନ୍ତୁ। ପତ୍ର ସମୂହରେ ଉତ୍ତମ ବାୟୁ ଚଳାଚଳ ପାଇଁ ସୁପ୍ତତା ସମୟରେ ଗଛର କାଟଛାଣ୍ଟ କରନ୍ତୁ। ମୁଖ୍ୟତଃ, ଫଳ ପାଚିବା ସମୟରେ ସିଞ୍ଚନ ଜଳସେଚନ ବାରଣ କରନ୍ତୁ। ଅମଳ ପରବର୍ତ୍ତୀ ଫସଲ ଅବଶେଷ କାଢି ଜାଳି ଦିଅନ୍ତୁ। ସର୍ବୋପରି, ଏହି ଗଛ ଅଂଶକୁ କମ୍ପୋଷ୍ଟ କରନ୍ତୁ ନାହିଁ, ଯେହେତୁ ତାହା ଏହି ରୋଗକୁ ଅନ୍ୟ ଋତୁକୁ ନେଇଥାଏ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ