ପିସ୍ତା

ପିସ୍ତାର ପତ୍ର ଦାଗ

Pseudocercospora pistacina

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରର ଉଭୟ ପଟେ ଶୁଖିଲା ମାଟିଆ ଦାଗ ଦେଖାଯାଏ। ପତ୍ର ଫଳକ ଫିକା କିମ୍ବା ମାଟିଆ ପଡିଥାଏ, କ୍ରମଶଃ ମଧ୍ୟଶିରା ଆଡକୁ ପ୍ରସାରିତ ହୋଇଥାଏ। ପତ୍ର ମଉଳି ଅକାଳରେ ଝଡିପଡେ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ପିସ୍ତା

ପିସ୍ତା

ଲକ୍ଷଣ

ପତ୍ରର ଉଭୟ ପଟେ, ଏହି ରୋଗ ଗୋଲାକାର ରୁ ଅନିୟମିତ ବିଗଳିତ ଦାଗ, ମାଟିଆ ରୁ ଗାଢ ମାଟିଆ ବର୍ଣ୍ଣର ଦାଗ ସୃଷ୍ଟି କରିଥାଏ। ପତ୍ରରେ ଏହି ଦାଗ ଅଳ୍ପ ସଂଖ୍ୟକ ହୋଇଥାଏ ଏବଂ 1 ରୁ 2 ମିମି ପର୍ଯ୍ୟନ୍ତ ହୋଇଥାଏ। ସମୟ କ୍ରମେ, ପତ୍ର ଧାରରୁ ଆରମ୍ଭ କରି ମଧ୍ୟଶିରା ଆଡକୁ କ୍ରମଶଃ ଇଷତ ସବୁଜ ଏବଂ ପରେ ମାଟିଆ ହୋଇଥାଏ। ସାଂଘାତିକ ଆକ୍ରମଣ ପତ୍ରରେ ମଉଳା ଓ ଅକାଳ ଝଡା ସୃଷ୍ଟି କରିପାରେ।ଫଳ ଉପରେ ଅତି ଛୋଟ ଦାଗ ଦେଖା ଦେଇପାରେ। ଏହି ରୋଗର ସାଂଘାତିକ ସଂକ୍ରମଣ ଅକାଳ ପତ୍ରଝଡା ସୃଷ୍ଟି କରିପାରେ ଏବଂ ଗଛର ହୃଷ୍ଟପୁଷ୍ଟତା ହ୍ରାସ କରିପାରେ। ପୂର୍ବ ବର୍ଷରୁ ତଳେ ପଡିଥିବା ପତ୍ରରେ ଥିବା ଜୀବାଣୁ ଠାରୁ ସଂକ୍ରମଣ ଏପ୍ରିଲ ମାସରେ ଆରମ୍ଭ ହୋଇପାରେ।

Recommendations

ଜୈବିକ ନିୟନ୍ତ୍ରଣ

ପ୍ରାଥମିକ ଲକ୍ଷଣ ଦେଖାଗଲେ କପର କିମ୍ବା ସଲଫର ଭିତ୍ତିକ ପଦାର୍ଥ ସିଞ୍ଚନ କରନ୍ତୁ। ଛୋଟ ଫଳରେ ଉଦ୍ଭିଦବିଷାକ୍ତ ଜନିତ କ୍ଷତି ଏଡାଇବା ପାଇଁ ଫଳ 1 ସେମି ଆକାରରେ ପହଞ୍ଚିବା ପରେ ପ୍ରୟୋଗ କରାଯିବା ଆବଶ୍ୟକ ଅଟେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ପ୍ରଥମ ଦାଗ ଦେଖାଯିବା ପରେ, ଥାୟୋଫିନେଟ-ମିଥାଇଲର ସକ୍ରିୟ ଉପାଦାନ ଥିବା ସିଂଚନ 2 ରୁ 3 ଥର ପ୍ରୟୋଗ କରନ୍ତୁ। ଜିନେବ, ମାଙ୍କୋଜେବ, କ୍ଳୋରୋଥାଲୋନିଲ କିମ୍ବା କପର ଭିତ୍ତିକ କବକନାଶୀର ଉପଚାର ମଧ୍ୟ ଫଳପ୍ରସୂ ଅଟେ, କିନ୍ତୁ ଛୋଟ ଫଳରେ ଉଦ୍ଭିଦବିଷାକ୍ତ ଜନିତ କ୍ଷତି ଏଡାଇବା ପାଇଁ ଫଳ 1 ସେମି ଆକାରରେ ପହଞ୍ଚିବା ପରେ ପ୍ରୟୋଗ କରାଯିବା ଆବଶ୍ୟକ ଅଟେ। ପ୍ରତିରୋଧକତା ଏଡାଇବା ପାଇଁ ଭିନ୍ନ ଭିନ୍ନ ସକ୍ରିୟ ଉପାଦାନ ବଦଳାନ୍ତୁ। ରୋଗର ଆବିର୍ଭାବ ନିବାରଣ କରିବା ପାଇଁ କଢ ଆସିବା ପରଠାରୁ ନିବାରଣାତ୍ମକ ଉପଚାର ଫଳପ୍ରସୂ ଅଟେ।

ଏହାର କାରଣ କଣ

ମାଇକୋସ୍ଫେରେଲାର ଅନେକ କବକ ପ୍ରଜାତି, ଭୂମଧ୍ୟସାଗରରେ ମୁଖ୍ୟତଃ ମାଇକୋସ୍ଫେରେଲା ପିଷ୍ଟାସିନା, ଦ୍ଵାରା ଏହି ଲକ୍ଷଣ ସୃଷ୍ଟି ହୋଇଥାଏ। ଏହା ତଳେ ପଡିଥିବା ପୂର୍ବ ଋତୁର ସଂକ୍ରମିତ ପତ୍ରରେ ଶୀତସୁପ୍ତି କରିଥାଏ। ଏହି ପତ୍ରର କବକ ଜୀବାଣୁ ଦ୍ଵାରା ପ୍ରାଥମିକ ସଂକ୍ରମଣ ହୋଇଥାଏ। ରେଣୁ ବିସ୍ତାର ଲାଭ କରିବା ପାଇଁ ବର୍ଷା ଛିଟ ସାହାଯ୍ୟ କରିଥାଏ। ଋତୁର ବିଳମ୍ବ ସମୟରେ, ବର୍ଷା ଛିଟ କିମ୍ବା ସିଂଚନ ଜଳ ଦ୍ଵାରା ବିସ୍ତାର ଲାଭ କରିଥିବା ଅନ୍ୟ ପ୍ରକାରର ରେଣୁ ଦ୍ଵାରା ଦ୍ଵିତୀୟକ ସଂକ୍ରମଣ ହୋଇଥାଏ। ଏହି ଜୀବାଣୁର ବଂଶବୃଦ୍ଧି ଏବଂ ବିସ୍ତାର ପାଇଁ 20 - 24 ° C ତାପମାତ୍ରା, ଆର୍ଦ୍ର ଜଳବାୟୁ ଏବଂ କୁହୁଡି ଅନୁକୂଳ ଅଟେ।


ସୁରକ୍ଷାତ୍ମକ ଉପାୟ

  • ପ୍ରଥମ ଦାଗ ଦେଖାଯିବା ଚିହ୍ନଟ କରିବା ପାଇଁ ବଗିଚା ନିୟମିତ ନିରୀକ୍ଷଣ କରନ୍ତୁ। ଝଡିଥିବା ପତ୍ର ସଂଗ୍ରହ କରି ପୋଡି ଦିଅନ୍ତୁ। ଗଛରେ ସାର ଦିଅନ୍ତୁ କିମ୍ବା ପ୍ରାକୃତିକ ପ୍ରତିରୋଧକତା ବୃଦ୍ଧି କରାଇବା ପାଇଁ ଜୈବିକ ଖତ ପ୍ରୟୋଗ କରନ୍ତୁ। ଉତ୍ତମ ବାୟୁ ଚଳାଚଳ ପତ୍ର ସମୂହ ଏବଂ ସଂକ୍ରମଣ ଆଶଙ୍କା ହ୍ରାସ କରିବାକୁ ସୁପ୍ତ ସମୟରେ ପ୍ରତିବର୍ଷ ଏକ ନିୟମିତ କାଟଛାଣ୍ଟ ଯୋଜନା କରନ୍ତୁ। ବଗିଚା ଭିତର ଓ ଆଖପାଖ ବାଳୁଙ୍ଗା ଓ ପୋଷକ ମୁକ୍ତ ରଖନ୍ତୁ। ଜୀବାଣୁ ବିସ୍ତାରର ନିରାକରଣ ପାଇଁ ଆର୍ଦ୍ର ପାଣିପାଗରେ ରୋଗାକ୍ରାନ୍ତ ଗଛ ସ୍ପର୍ଶ କରନ୍ତୁ ନାହିଁ। ସିଞ୍ଚନ ଜଳସେଚନ ବ୍ୟବହାର କରନ୍ତୁ ନାହିଁ। ବିଳମ୍ବ ଶରଦ ଏବଂ ସହଳ ଶୀତରେ ଗଭୀର ହଳ କରି ମୃତ ପତ୍ରକୁ ପୋତି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ