ଷ୍ଟ୍ରବେରୀ

ଷ୍ଟ୍ରବେରୀର ଆନ୍ଥ୍ରାକ୍ନୋଜ

Colletotrichum spp.

ଫିମ୍ପି

5 mins to read

ସଂକ୍ଷେପରେ

  • ଫଳ ପାଚିବା ଉପରେ ହାଲୁକା ବାଦାମୀ, ପାଣି-ଭିଜା ଦାଗ ଦେଖାଯାଏ। ଗାଢ ବାଦାମୀ କିମ୍ବା କଳା ଗୋଲାକାର, ଖାଲୁଆ ଆଘାତ ପାଚିଲା ଫଳ ଉପରେ ଦେଖାଯାଏ। ରଙ୍ଗୀନ ଉଦ୍ଭିଦ ଟିସୁ, ମୁଖ୍ୟତଃ ମୂଳ ଉପର ଅଂଶରେ ଦେଖାଯାଏ। ପତ୍ରରେ କଳା ଦାଗ ଏବଂ କ୍ଷତ ଦାଗ ଥାଏ। ଗାଢ ବାଦାମୀ କିମ୍ବା କଳା ଖାଲୁଆ, ଗୋଲାକାର ଦାଗ ସମସ୍ତ ସବୁଜ ଅଂଶରେ ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ଷ୍ଟ୍ରବେରୀ

ଷ୍ଟ୍ରବେରୀ

ଲକ୍ଷଣ

ଏହି ରୋଗ ଦ୍ୱାରା ଗଛର ସମସ୍ତ ଅଂଶ ପ୍ରଭାବିତ ହୋଇପାରେ ଯାହା ପଚିବାର କାରଣ ହୋଇଥାଏ। ଏହାର ସ୍ପଷ୍ଟ ଲକ୍ଷଣଗୁଡ଼ିକ ହେଉଛି ପଚା ଫଳ ଏବଂ ମୂଳ ପାଖରେ ଓ ଉପରେ ଥିବା ବିବର୍ଣ୍ଣ ଟିସୁ, ଯାହାକୁ ‘କାଣ୍ଡ ପଚା’ ମଧ୍ୟ କୁହାଯାଏ। ଯେତେବେଳେ ଗଛର କାଣ୍ଡ ସଂକ୍ରମିତ ହୁଏ, ପୁରା ଗଛ ଝାଉଁଳି ଯାଇ ପାରେ। ସଂକ୍ରମିତ ଗଛର କାଣ୍ଡ କାଟି ଆପଣ ବିବର୍ଣ୍ଣତା ଦେଖିପାରିବେ। ଫଳ ପଚା, ଫଳ ଉପରେ ହାଲୁକା ବାଦାମୀ, ପାଣି-ଭିଜା ଦାଗ ପରି ଆରମ୍ଭ ହୁଏ, ଯାହା ଗାଢ ବାଦାମୀ କିମ୍ବା କଳା, କଠିନ ଆଘାତରେ ପରିଣତ ହୁଏ। ଆର୍ଦ୍ର ଅବସ୍ଥାରେ କମଳା ରଙ୍ଗର ତରଳ ପଦାର୍ଥ ଫଳର ଆଘାତସ୍ଥାନରୁ ବାହାରିପାରେ। କଢ ଏବଂ ଫୁଲ ଉପରେ କଳା କ୍ଷତ ଦାଗ ଏବଂ ଶୁଖିଲା ଫୁଲ ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ ଅଟେ। ପତ୍ରରେ କଳା ଦାଗ ଏବଂ କ୍ଷତି ମଧ୍ୟ ହୋଇପାରେ, କିନ୍ତୁ କେବଳ ଏହି ଲକ୍ଷଣ ଥିଲେ, ଏହାର ଅର୍ଥ ନୁହେଁ ଯେ ଗଛରେ ଆନ୍ଥ୍ରାକ୍ନୋଜ୍ ଅଛି।

Recommendations

ଜୈବିକ ନିୟନ୍ତ୍ରଣ

ଏପରି ଉତ୍ପାଦ ଖୋଜନ୍ତୁ ଯାହାକି ଏହି ରୋଗକୁ ନିୟନ୍ତ୍ରଣ କରୁଥିବା ବିଷୟରେ ସ୍ପଷ୍ଟ ଭାବେ ସୂଚାଉଥିବା। ଏଗୁଡ଼ିକ ସାହାଯ୍ୟକାରୀ ଜୀବାଣୁ କିମ୍ବା କବକରୁ ତିଆରି ହୋଇଥାଏ। ରୋଗ ଆରମ୍ଭ ହେବା ପୂର୍ବରୁ ବ୍ୟବହୃତ ହେଲେ ଏହି ଉତ୍ପାଦଗୁଡ଼ିକ ସର୍ବୋତ୍ତମ କାର୍ଯ୍ୟ କରିଥାଏ। ଜୈବିକ ପଦାର୍ଥର ରକ୍ଷଣାବେକ୍ଷଣ ଏବଂ / କିମ୍ବା ମିଶାଇ ଏବଂ ପୂର୍ବ ବର୍ଷର ଫସଲ ଅବଶେଷକୁ ବାହାର କରି ନିଜ ମାଟିକୁ ସୁସ୍ଥ ରଖନ୍ତୁ। ଏକ ସୁସ୍ଥ ମାଟିରେ ଅନେକ ସହାୟକ ଜୀବ ଥାଇପାରେ ଯାହା ମୃତ୍ତିକା ବାହିତ ଜୀବାଣୁ ବିସ୍ତାରରୁ ନିବୃତ୍ତ କରିଥାଏ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ଜୈବିକ ଉପଚାର ସହିତ ସର୍ବଦା ଏକ ନିରାକରଣ ସମନ୍ଵିତ ପଦ୍ଧତି ଗ୍ରହଣ କରନ୍ତୁ। ଗଛ ଫୁଲ ଫୁଟିବା ଅବସ୍ଥାରେ ଥିବାବେଳେ ସ୍ପ୍ରେ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଉପଚାର ପାଇଁ ଆପଣ ଫଳ ଉପରେ ଲକ୍ଷଣ ଦେଖିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ। କେବଳ ସରକାରଙ୍କ ଦ୍ୱାରା ଅନୁମୋଦିତ କବକନାଶୀ ବ୍ୟବହାର କରନ୍ତୁ। ଆନ୍ଥ୍ରାକ୍ନୋଜ ଅଧିକ ପ୍ରଭାବଶାଳୀ କବକନାଶୀ ପ୍ରତିରୋଧକ ନହେବା ପାଇଁ ଆପଣ ବ୍ୟବହାର କରୁଥିବା କବକନାଶୀର ପ୍ରକାର ପରିବର୍ତ୍ତନ କରନ୍ତୁ। ଆପଣ ବାଛିଥିବା କବକନାଶୀର ଲେବଲ୍ ପଢନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ତାହା କିପରି କାର୍ଯ୍ୟ କରେ ଆପଣ ବୁଝିଛନ୍ତି ଏବଂ ସେଗୁଡିକ ବ୍ୟବହାର ପାଇଁ ନିର୍ଦ୍ଦେଶ ଏବଂ ନିୟମ ଅନୁସରଣ କରୁଛନ୍ତି। କେତେକ କବକନାଶୀ ଲେବଲ୍ ଏହା ମଧ୍ୟ ଜଣାଇଥାଏ ଯେ ସେଗୁଡିକ ରୋପଣ ଅବସ୍ଥାରେ ବୁଡା ପ୍ରୟୋଗ ପାଇଁ ବ୍ୟବହାର କରାଯାଇପାରିବ, ଯାହା ଆପଣଙ୍କ ଫସଲକୁ ଅଧିକ ସୁରକ୍ଷା ଯୋଗାଇପାରେ।

ଏହାର କାରଣ କଣ

ଆନ୍ଥ୍ରାକ୍ନୋଜ୍ ଏକ କବକ ଜନିତ ରୋଗ ଏବଂ ଷ୍ଟ୍ରବେରି ପାଇଁ ସବୁଠାରୁ କ୍ଷତିକାରକ ରୋଗ ଅଟେ। ଏହା ପୁରା ବୃଦ୍ଧି ଋତୁ ସାରା ରେ ଏବଂ ଅମଳ ପରେ ଭୀଷଣ କ୍ଷତି ଘଟାଇପାରେ। ଏହି ରୋଗ ସାଧାରଣତଃ ନୂତନ ଷ୍ଟ୍ରବେରୀ ରୋପଣ ସାମଗ୍ରୀ ମାଧ୍ୟମରେ କ୍ଷେତରେ ପ୍ରବେଶ କରେ। ଜୀବାଣୁ ସେଠାରେ ଥାଇପାରେ କିନ୍ତୁ ତାପମାତ୍ରା ଏବଂ ଆର୍ଦ୍ରତା ବୃଦ୍ଧି ନହେବା ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାଏ ନାହିଁ। ଉଷ୍ମ ଏବଂ ଆର୍ଦ୍ର ପାଗ ହେଲେ ଏହି ରୋଗ ସର୍ବୋତ୍ତମ ବୃଦ୍ଧି ପାଇଥାଏ। ଯେତେବେଳେ ବର୍ଷା ବୁନ୍ଦା ଭୂମିରେ ପଡେ, ସେଗୁଡିକ ମୃତ୍ତିକା କଣିକାକୁ ବାୟୁ ଭିତରକୁ ଠେଲି ଦେଇ ରୋଗ ବିସ୍ତାର କରିପାରନ୍ତି। ପବନ ବହୁଥିବା ସ୍ଥାନରେ ଏହା ବାସ୍ତବ ଅଟେ। ଏହା ମଧ୍ୟ ଜଣାଯାଇଛି ଯେ ଜୀବାଣୁ ନଅ ମାସ ପର୍ଯ୍ୟନ୍ତ ମାଟିରେ ଏବଂ ଫସଲ ଅବଶେଷରେ ବଞ୍ଚିପାରେ ଏବଂ କ୍ଷେତ ନିକଟରେ ବଢୁଥିବା ବାଳୁଙ୍ଗାକୁ ସଂକ୍ରମିତ କରିପାରେ। ଏପରିକି ଯନ୍ତ୍ରପାତି ଏବଂ କ୍ଷେତ୍ର ମଧ୍ୟରେ ଲୋକଙ୍କ ଗତିବିଧି ମାଧ୍ୟମରେ ଏହି ରୋଗ ବିସ୍ତାର କରିପାରେ।


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ପ୍ରତିରୋପଣ ସାମଗ୍ରୀ ବ୍ୟବହାର କରନ୍ତୁ ଏବଂ ଉତ୍ତମ କୃଷି ପଦ୍ଧତି ଗ୍ରହଣ କରିବା ନିଶ୍ଚିତ କରନ୍ତୁ କାରଣ ଆପଣଙ୍କର ପ୍ରତିରୋପଣ ପ୍ରକୃତରେ ରୋଗମୁକ୍ତ କି ନାହିଁ ଜାଣିବା କଷ୍ଟକର ଅଟେ। ଏପରି କୃଷି ପଦ୍ଧତି ଗ୍ରହଣ କରନ୍ତୁ ଯାହା ନିଶ୍ଚିତ କରେ ଯେ ଫସଲ ଚାରିପାଖରେ ବାୟୁ ଚଳାଚଳ ହୋଇପାରିବ ଏବଂ ଫଳଟି ଉଭୟ ନର୍ସରୀ ଏବଂ କ୍ଷେତରେ ଶୀଘ୍ର ଶୁଖିଯାଉଥିବ। ଜଳ ବୁନ୍ଦା ମାଧ୍ୟମରେ ଏହି ରୋଗ ବିସ୍ତାର ନହେବା ପାଇଁ ଖୋଲା ମାଟିକୁ ନଡ଼ା ଛାଦିରେ ଘୋଡାନ୍ତୁ। ପ୍ଲାଷ୍ଟିକ୍ ଛାଦିରୁ ଦୂରେଇ ରୁହନ୍ତୁ ଯାହା ରୋଗର ବିସ୍ତାରକୁ ସାହାଯ୍ୟ କରିଥାଏ। ଓଭରହେଡ୍ ବା ସିଞ୍ଚନ ଜଳ ଦେବା ପରିବର୍ତ୍ତେ ଭୂମି ଜଳସେଚନ କିମ୍ବା ବୁନ୍ଦା ଜଳସେଚନ ବ୍ୟବହାର କରନ୍ତୁ। ପାରମ୍ପରିକ କିମ୍ବା ଜୈବିକ କବକନାଶୀ ପ୍ରୟୋଗ କରନ୍ତୁ, ଯାହା ଉଦ୍ଭିଦ ଫୁଲ ଫୁଟିବା ସମୟରେ ଏବଂ ଯଦି ରୋଗ ପାଇଁ ପାଗ ଅନୁକୂଳ ହୁଏ ତେବେ ଆନ୍ଥ୍ରାକ୍ନୋଜ୍ ଦମନ ପାଇଁ କାମ କରେ। ଏହି କବକନାଶୀ ରୋଗର ଆବିର୍ଭାବରୁ ରକ୍ଷା ପାଇବା ପାଇଁ ବ୍ୟବହୃତ ହୋଇପାରେ, ଯଦିଓ ଆପଣ କୌଣସି ଲକ୍ଷଣ ଦେଖନ୍ତି ବି ନାହିଁ। ପୁରୁଣା ଫସଲ ଅବଶେଷ ମୁକ୍ତ ମାଟିରେ ଲଗାନ୍ତୁ ଏବଂ ନୂତନ ଜୈବିକ ପଦାର୍ଥ ମିଶାଇ ମାଟି ସୁସ୍ଥ ଅଛି ବୋଲି ନିଶ୍ଚିତ କରନ୍ତୁ। ମାଟି ଏହି ରୋଗରୁ ସମ୍ପୂର୍ଣ୍ଣ ମୁକ୍ତ ବୋଲି ନିଶ୍ଚିତ କରିବାକୁ, ଆପଣ ମୃତ୍ତିକା ଧୂମ କିମ୍ବା ସୌର ଉପଚାର (ମାଟିର ସୌରୀ କରଣ) ଭଳି ପଦ୍ଧତି ବ୍ୟବହାର କରିପାରିବେ। କ୍ଷେତ୍ରକୁ ନିୟମିତ ଭାବରେ ବାଳୁଙ୍ଗା ମୁକ୍ତ ରଖନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ