ଷ୍ଟ୍ରବେରୀ

ଷ୍ତ୍ରବେରିର କୋଣିୟ ପତ୍ର ଦାଗ

Xanthomonas fragariae

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ପାଣିଭିଜା, ଅର୍ଦ୍ଧସ୍ବଚ୍ଛ ଓ କୋଣିୟ ଦାଗ ପତ୍ରର ତଳ ପଟେ ଦେଖାଯାଏ। ପରେ ପରସ୍ପର ସହିତ ମିଶି ଲାଲ-ମାଟିଆ ପ୍ୟାଚ ସୃଷ୍ଟି କରିଥାନ୍ତି। ବ୍ୟାକ୍ଟେରିଆ ରସ ଏହି କ୍ଷତ ଦାଗରୁ ବାହାରି ଥାଏ। ଗାଢ ଫଳ ଡେମ୍ଫ ଓ ମଉଳା ଫଳ ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ଷ୍ଟ୍ରବେରୀ

ଷ୍ଟ୍ରବେରୀ

ଲକ୍ଷଣ

ଗଛର କିସମ, ପାଣିପାଗ ଅବସ୍ଥା ଏବଂ ବର୍ଷର ସମୟ ଅନୁସାରେ ଲକ୍ଷଣ ବଦଳି ଥାଏ। ପ୍ରାଥମିକ ଅବସ୍ଥାରେ ପାଣିଭିଜା, ଗାଢ-ସବୁଜ କୋଣିୟ ଦାଗ ପତ୍ରର ତଳ ପଟେ ଦେଖାଯାଏ। ସୂର୍ଯ୍ୟାଲୋକରେ ଦେଖିଲେ ଏହା ଅର୍ଦ୍ଧସ୍ବଚ୍ଛ ଦେଖାଯାଏ ଓ ପତ୍ରର ଛୋଟ ଶିରା ମଧ୍ୟରେ ଫ୍ରେମରେ ଥିବା ଭଳି ରହିଥାଏ। ଯେତେବେଳେ ଆର୍ଦ୍ରତା ଅଧିକ ଥାଏ ବ୍ୟାକ୍ଟେରିଆ ରସର ଅଠାଳିଆ ବିନ୍ଦୁ ଏହି କ୍ଷତ ଦାଗରୁ ବାହାରିଥାଏ। ରୋଗ ବଢିବା ସମୟରେ, ଏହି ଦାଗ ଘଟଣାକ୍ରମେ ଅନିୟମିତ, ମାଟିଆ କିମ୍ବା ଲାଲ ଦାଗ ଭାବେ ପତ୍ରର ଉପର ପଟେ ଦେଖାଯାଏ। ସେମାନେ ପରେ ପରସ୍ପର ମିଶି ଏକ ବଡ ବିଗଳିତ ପ୍ୟାଚ ସୃଷ୍ଟି କରିଥାନ୍ତି ଓ ପତ୍ରକୁ ଏକ ଜୀର୍ଣ୍ଣ ଦୃଶ୍ୟ ଦେଇଥାନ୍ତି। ଫଳ ଡେମ୍ଫ ମାଟିଆ-କଳାରେ ପରିଣତ ହୋଇପାରେ ଏବଂ ଫଳ ମଉଳି ଯାଇପାରେ, ଯେହେତୁ ଜଳ ପରିବହନ ବାଧାପ୍ରାପ୍ତ ହୋଇଥାଏ। ଏହା ଫଳର ଗୁଣବତ୍ତା ଓ ବାହ୍ୟ ରୂପରେ ପ୍ରଭାବ ପକାଇ ଥାଏ। ଫଳ ଅଧିକ ଶର୍କରା ଧାରଣ କରିପାରେ ନାହିଁ, କିନ୍ତୁ ଗାଢତା ସଂପୂର୍ଣ୍ଣ ସାଧାରଣ ରହିଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ପ୍ରାମାଣିକ ଜୈବ କପର ପଦାର୍ଥ ଏହି ରୋଗ ହ୍ରାସ କରିବାରେ ସାହାଯ୍ୟ କରିପାରେ। ସାଇଟ୍ରିକ ଏସିଡ ଏବଂ ଲାକଟିକ ଏସିଡ ସହଳ ଋତୁରେ ବଢୁଥିବା ପତ୍ର ଓ ଫଳକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ସାହାଯ୍ୟ କରିପାରେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ବ୍ୟାକ୍ଟେରିଆ ରସ ଦ୍ଵାରା ଗଛରୁ ଗଛକୁ ସଂକ୍ରମଣ ହ୍ରାସ କରିବା ପାଇଁ ନିମ୍ନ ତାପମାତ୍ରାରେ କପର ପ୍ରୟୋଗ କରାଯାଇ ପାରେ। ଯାହା ହେଲେ ମଧ୍ୟ, ପ୍ରୟୋଗ ର ବାରମ୍ବାରତା ଓ ମାତ୍ରା ଯତ୍ନର ସହିତ ଯୋଜନା କରିବା ଆବଶ୍ୟକ, ଯେପରି ଗଛ କ୍ଷତିଗ୍ରସ୍ତ ହେବ ନାହିଁ। ଶୁଷ୍କ ଅବସ୍ଥା ଓ ଫୁଲ ଆସିବା ପରେ କପର ବ୍ୟବହାର କରନ୍ତୁ ନାହିଁ। କପର ସଲଫେଟ ଅପେକ୍ଷା କପର ହାଇଡ୍ରୋକ୍ସାଇଡ ଅଧିକ ଫଳପ୍ରସୂ ଅଟେ। ନର୍ସରୀ ଅବସ୍ଥାରେ ଅକ୍ଜୋଲିନିକ ଏସିଡ ପ୍ରୟୋଗ ଉତ୍ତମ ଫଳ ଦେଖାଇଛି। ଫସଲ ଅବସ୍ଥାରେ, ଭାଲିଡାମାଇସିନ-ଏ ଏକ ଫଳପ୍ରସୂ ପଦାର୍ଥ ଅଟେ।

ଏହାର କାରଣ କଣ

ଜାନ୍ଥୋମୋନାସ ଫ୍ରାଗାରିଏ ନାମକ ବ୍ୟାକ୍ଟେରିଆ ଦ୍ଵାରା ଏହି ଲକ୍ଷଣ ସୃଷ୍ଟି ହୋଇଥାଏ, ଯାହାକି ଭୂମିରେ ଥିବା ଶୁଖିଲା ପତ୍ର ଅବଶେଷ କିମ୍ବା ମାଟିରେ ପୋତି ହୋଇ ରହିଥିବା ପତ୍ରରେ ଶୀତସୁପ୍ତି କରିଥାଏ। ଶୁଷ୍କତା ଭଳି ପ୍ରତିକୂଳ ପରିସ୍ଥିତିରେ ଏହା ଅତ୍ୟନ୍ତ ପ୍ରତିରୋଧୀ ଅଟେ। ବସନ୍ତରେ, ଜୀବାଣୁ ବୃଦ୍ଧି ପାଇଥାଏ ଓ ବର୍ଷାପାଣି ଛିଟ କିମ୍ବା ସିଞ୍ଚନ ଜଳ ଛିଟ ଦ୍ଵାରା ପରିବାହିତ ହୋଇ ନୂତନ ଗଛକୁ ସଂକ୍ରମିତ କରିଥାଏ। ପତ୍ର ତଳପଟୁ ବାହାରୁଥିବା ରସ ସଂକ୍ରମଣର ଦ୍ଵିତୀୟକ ଉତ୍ସ ଅଟେ। ଉଭୟ କ୍ଷେତ୍ରରେ, ପ୍ରାକୃତିକ ଛିଦ୍ର କିମ୍ବା ଜମିରେ କାମ କରିବା ବେଳେ ହୋଇଥିବା ଆଘାତ ଦେଇ ବ୍ୟାକ୍ଟେରିଆ ଗଛ ମଧ୍ୟରେ ପ୍ରବେଶ କରିଥାଏ। ବିକଳ୍ପ ଭାବରେ, ସଂକ୍ରମିତ ଚାରା ନୂଆ ଜମିକୁ ଏହି ରୋଗ ଆଣିପାରେ। ଏହି ରୋଗ ଥଣ୍ଡା ଓ ଆର୍ଦ୍ର ଅବସ୍ଥା, ଉଦାହରଣ ସ୍ୱରୂପ ଥଣ୍ଡା ଦିନଗୁଡିକରେ ଯେତେବେଳେ ବରଫ ଜମିଲା ପରି ତାପମାତ୍ରା ରାତିରେ ହୋଇଥାଏ ସେତେବେଳେ ଅନୁକୂଳିତ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ଲଗାଇବା ପାଇଁ ପ୍ରାମାଣିକ ଉତ୍ସରୁ ସୁସ୍ଥ ବିହନ ବ୍ୟବହାର କରନ୍ତୁ। ଯଦି ଆପଣଙ୍କ ଅଞ୍ଚଳରେ ମିଳେ, ପ୍ରତିରୋଧୀ କିସମ ଲଗାନ୍ତୁ। ଗଛରୁ ଗଛ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ଦିଅନ୍ତୁ। ଜଳସେଚନ କରିବାବେଳେ, ଗଛ ଶୀଘ୍ର ଶୁଖିବା ସୁନିଶ୍ଚିତ କରନ୍ତୁ ଓ ସିଞ୍ଚନ ଜଳସେଚନ ଏଡାନ୍ତୁ। ପାଣି ଛିଟ ହ୍ରାସ କରିବା ପାଇଁ କୁଟା ଛାଦି ର ବ୍ୟବହାର ସାହାଯ୍ୟ କରିପାରେ। ଓଦା ପତ୍ର ସମୂହ ଦେଇ ଉପକରଣ ଓ ହାର୍ଭେଷ୍ଟର ପରିବହନ ସର୍ବନିମ୍ନ କରନ୍ତୁ। ଜମିରେ କାମ କରିବା ବେଳେ ଗଛରେ ଆଘାତ ଏଡାନ୍ତୁ। ଫସଲ ପର୍ଯ୍ୟାୟ ସୁପାରିସ କରାଯାଏ। କୋଣିୟ ପତ୍ର ଦାଗ ଦେଖାଯାଇ ଥିବା ଜମିରେ ପରବର୍ତ୍ତୀ 3 ବର୍ଷ ପାଇଁ ଷ୍ତ୍ରବେରି ଲଗାନ୍ତୁ ନାହି।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ