ଧାନ

ଧାନ ପତ୍ରରେ ସରୁଆ ବାଦାମୀ ଦାଗ

Sphaerulina oryzina

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ଶିରା ଉପରେ ରୈଖିକ ଦାଗ ଦେଖାଯାଇଥାଏ।ପତ୍ର ଛଦର ବର୍ଣହୀନତା ବଢିଚାଲେ - "ଧବଳ ଜାଲ "। ପରେ ପରେ ଦାଗ ଦେଖା ଯାଏ। ସମୟ ଆଗରୁ ଦାନା ପାଚିବା ଆରମ୍ଭ ହୋଇଯାଏ। ଦାନା ଉପରେ ବାଇଙ୍ଗଣି-ମାଟିଆ ବର୍ଣହୀନତା ଦେଖା ଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ପତ୍ରର ରୈଖିକ ଦାଗ ଗୁଡିକ ସୃଷ୍ଟି ହୋଇଥାଏ ଯାହାକି 2-10 ମିମି ଲମ୍ବା ହୋଇଥାଏ ଓ 1-1.5 ମିମି ରୁ ଅଧିକ ଚଉଡା ନଥାଏ। ଏହି ବୃଦ୍ଧି ଅକ୍ଷ ପତ୍ର ସହ ସମାନ୍ତର ହୋଇ ଥାଆନ୍ତି। ଦାଗ ଗୁଡିକର ଏକ ଗାଢ-ମାଟିଆ ରଙ୍ଗ ର କେନ୍ଦ୍ର ଥାଏ ଯାହାର କି ଧାର ସବୁ ପତ୍ର ଧାର ଆଡକୁ ଫିକା ଦେଖା ଯାଏ। ପତ୍ର ଛଦ ଉପରେ ଥିବା ଦାଗ ପତ୍ର ଉପରେ ଥିବା ଦାଗ ସହ ସମାନ ହୋଇ ଥାଏ, ଏହି ଜାଗା ରେ ତଷୁ ଓ ଡେମ୍ଫ ଉପରେ ଥିବା ଦାଗ ଗୁଡିକ ଅପେକ୍ଷାକୃତ ଛୋଟ ହୋଇ ଥାନ୍ତି ଓ ଚଉଡ଼ା ଭାବେ ବିସ୍ତାର କରିବାକୁ ଚେଷ୍ଟା କରୁଥାନ୍ତି । ପ୍ରତିରୋଧି କିସମ ରେ, ଦାଗ ଗୁଡିକ ରୋଗ ପ୍ରବଣ କିସମରେ ଥିବା ଦାଗ ଠାରୁ ଅଧିକ ପତଳା, ଛୋଟିଆ ଓ ଗାଢ ରଙ୍ଗ ର ହୋଇ ଥାଏ। ଦାଗଗୁଡିକ ଫୁଲ ଅବସ୍ଥାରୁ ପୂର୍ବ ବୃଦ୍ଧି ଅବସ୍ଥାରେ ଦେଖାଯାଏ । । ଏହି ରୋଗ ଦ୍ବାରା ଦାନାଗୁଡିକ ସମୟ ଆଗରୁ ପାଚିବା ଆରମ୍ଭ ହୋଇ ଯାଏ ଓ ଏହା ବାଇଙ୍ଗଣି-ମାଟିଆ ବର୍ଣହୀନତା ଦେଖା ଯାଏ। ଗଛ ଗୁଡିକ ପଡିଯିବା ଯିବା ମଧ୍ୟ ବେଳେ ବେଳେ ଦେଖା ଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ସ୍ଫାରୁଲିନା ଓରୀଜିନା ବିରୋଧରେ ଅନ୍ୟ କୌଣସି ବିକଳ୍ପ ଉପାୟ ଆମେ ଜାଣି ନଥିବାରୁ ଆମେ ଦୁଖିତ. ଯଦି ଆପଣ ଏହି ରୋଗକୁ ରୋକିବାରେ ସହାୟକ ହେଉଥିବା କିଛି ଉପାୟ ବିଷୟରେ ଜାଣିଛନ୍ତି ତେବେ ଦୟା କରି ଆମ ସହ ସଂପର୍କ କରନ୍ତୁ. ଆପଣଂକ ଠାରୁ ଶୁଣିବା ପାଇଁ ଆମେ ଉତ୍ସାହିତ.

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା , ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଯଦି ସରୁଆ ମାଟିଆ ଦାଗ ରୋଗ ଜମି ପ୍ରତି ବିପଦ ସୃଷ୍ଟି କରିଥାଏ, ତାହେଲେ ଫସଲ ବୃଦ୍ଧିର ବିଭିନ୍ନ ଅବସ୍ଥାରେ ପ୍ରୋପିକୋନାଜୋଲ ସ୍ପ୍ରେ କରନ୍ତୁ।

ଏହାର କାରଣ କଣ

ଏହି ରୋଗ ଟି ସାଧାରଣତଃ ପୋଟାଶିୟମ ଅଭାବ ମାଟି ରେ ଦେଖା ଯାଇଥାଏ ଓ ଯେଉଁ ଜାଗା ସବୁ ରେ ତାପମାତ୍ରା 25-28 °C ମଧ୍ୟ ରେ ଥାଏ ସେଠାରେ ଦେଖା ଯାଇଥାଏ। ଏହା ଧାନ ଫସଲର କେଣ୍ଡା ବାହାରି ଅବସ୍ଥାରୁ ଆରମ୍ଭ କରି ବିଳମ୍ବ ବୃଦ୍ଧି ଅବସ୍ଥାରେ ଦେଖା ଯିବା ଆରମ୍ଭ ହୋଇ ଥାଏ । ବିକଳ୍ପ ପୋଷକ ଫସଲ ଏହି କବକକୁ ବଞ୍ଚିବାରେ ସାହାଯ୍ୟ କରିଥାଏ ଓ ନୂଆ ଫସଲକୁ ସଂକ୍ରମିତ କରିଥାଏ। ଗଛଗୁଡିକ କେଣ୍ଡା ବାହାରିବା ଅବସ୍ଥାଠାରୁ ଅଧିକ ରୋଗ ପ୍ରବଣ ହୋଇ ଥାନ୍ତି ଓ ଫସଲ ବୟସ୍କ ହେଲା ବେଳେ ଏହା ଆହୁରି ମାରାତ୍ମକ ହୋଇ ଯାଏ।


ସୁରକ୍ଷାତ୍ମକ ଉପାୟ

  • ଯଦି ଆପଣଙ୍କ ଅଞ୍ଚଳରେ ଉପଲବ୍ଧ ଥାଏ ତାହେଲେ ପ୍ରତିରୋଧି କିସମ ର ବ୍ୟବହାର କରନ୍ତୁ। ଜମି ଭିତର ଓ ଚାରି ପାଖ ଜାଗା ସବୁ ରୁ ଅନାବନା ଘାସ ଓ ଗଛ ସବୁ ବାହାର କାରୀ ଦିଅନ୍ତୁ। ଋତୁ ପାଇଁ ଏକ ସନ୍ତୁଳିତ ଉର୍ବରିକରଣ ଯୋଜନା କରନ୍ତୁ। ଉପଯୁକ୍ତ ପରିମାଣ ର ପଟାଶିୟମ ବ୍ୟବହୃତ ହେବା ସୁନିଶ୍ଚିତ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ