ଗୋଲାପ

କଳା ଦାଗ

Diplocarpon rosae

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରର ଉପର ପଟେ ଛୋଟ କଳା ଦାଗ ଥାଏ, ହଳଦିଆ ବଳୟ ଦ୍ଵାରା ଘେରି ରହିଥାଏ। ଅକାଳ ପତ୍ରଝଡା ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ଗୋଲାପ

ଗୋଲାପ

ଲକ୍ଷଣ

ପତ୍ର ଉପର ପଟେ ଛୋଟ ଦାଗ ଦ୍ଵାରା ଲକ୍ଷଣ ପ୍ରକାଶ ପାଇଥାଏ। ଏହି କଳା କିମ୍ବା ବାଇଗଣୀ ପ୍ୟାଚ ଶୀଘ୍ର ବୃଦ୍ଧି ପାଇ 2 ରୁ 12 ମିମି ପର୍ଯ୍ୟନ୍ତ ହୋଇଥାଏ ଏବଂ ପ୍ରସାରିତ ଧାର ଦେଖାଇ ଥାଏ, ପତ୍ରରେ ଦାଗ ଚାରିପଟ ହଳଦିଆରେ ପରିଣତ ହୋଇ ଅକାଳରେ ଝଡିଯାଇ ଥାଏ। ବେଳେବେଳେ ଛୋଟ, କଳା, ଯାଦୁରା ପ୍ୟାଚ ନୂଆ ଡାଳରେ ଦେଖାଯାଏ। ସଂକ୍ରମଣର ମାତ୍ରା ଅଧିକ ହେଲେ, ଗଛର ସବୁ ପତ୍ର ଝଡି ଯାଇପାରେ ଏବଂ କମ ଫୁଲ ଆସିଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ନିମ୍ନରେ ଦିଆଯାଇଥିବା ଉପାଦାନଗୁଡିକ କଳା ଦାଗ ନିୟନ୍ତ୍ରଣ କରିବା ପାଇଁ ସୁପାରିସ କରାଯାଇ ଥାଏ: କପର, ଲାଇମ ସଲଫର, ନିମ୍ବ ତେଲ, ପୋଟାସିୟମ ବାଇକାର୍ବୋନେଟ ଆଦି ଏଥିରେ ଅନ୍ତର୍ଭୁକ୍ତ ଅଟ। ଖାଇବା ସୋଡା (ସୋଡିୟମ ବାଇକାର୍ବୋନେଟ) ମଧ୍ୟ ବ୍ୟବହାର କରାଯାଇ ପାରେ: 1 ଚାମଚ (5 ମିଲି ରେ 1 ଲିଟର ପାଣି, ଏବଂ ତରଳ ସାବୁନର ଏକ ବୁନ୍ଦା ନିଆଯାଇ ଥାଏ। ବେଶିଲସ ସବଟାଇଲିସ ନାମକ ଏକ ବ୍ୟକ୍ଟେରିଆ ର ଫର୍ମୂଲା ମଧ୍ୟ ଉପଲବ୍ଧ ଅଛି। କବକନାଶୀ ସହିତ ଟ୍ରାଇକୋଡର୍ମା ହର୍ଜାନିଅମ ମିଶାଇ ପ୍ରୟୋଗ କାଲେ ମଧ୍ୟ ଉତ୍ତମ ନିୟନ୍ତ୍ରଣ ମିଳିଥାଏ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଟେବୁକୋନାଜୋଲ, ଟେବୁକୋନାଜୋଲ + ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ ଏବଂ ଟ୍ରିଟିକୋନାଜୋଲ ଆଦି କବକନାଶୀ କଳା ଦାଗ ନିୟନ୍ତ୍ରଣ କରିବା ପାଇଁ ସୁପାରିସ କରାଯାଇ ଥାଏ।

ଏହାର କାରଣ କଣ

ଡାଇପ୍ଲୋକାର୍ପନ ରୋଜେ ନାମକ କବକ ଦ୍ଵାରା ଏହି କଳା ଦାଗ ହୋଇଥାଏ। କବକ ପଡ଼ିଥିବା ଓ ସଢୁଥିବା ପତ୍ର ଓ କାଣ୍ଡରେ ଶୀତସୁପ୍ତି କରିବାକୁ ଚେଷ୍ଟା କରିଥାଏ। ପବନ, ବର୍ଷା ବିନ୍ଦୁ ଦ୍ଵାରା ରେଣୁ ବିସ୍ତାର ଲାଭ କରିଥାଏ ଏବଂ ବସନ୍ତ ଋତୁରେ ବାହାରୁଥିବା ପତ୍ରକୁ ସଂକ୍ରମଣ କରିଥାଏ। ବର୍ଷା ଋତୁରେ 20-26°C ତାପମାତ୍ରା ଏବଂ ଆର୍ଦ୍ର ପରିସ୍ଥିତିରେ କବକ ଅଧିକ ସାଂଘାତିକ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ରୋଗ-ମୁକ୍ତ ଚାରା ବ୍ୟବହାର କରନ୍ତୁ। ନବୀନତମ କିମ୍ବା ପୁରୁଣା କମ ରୋଗ ପ୍ରବଣ କିସମ ଲଗାନ୍ତୁ। ଏକ ଖରାଟିଆ, ଉତ୍ତମ-ନିଷ୍କାସିତ, ଉତ୍ତମ-ବାୟୁଚାଳିତ ଜାଗାରେ ଗଛ ଲଗାନ୍ତୁ ଏବଂ ଗଛରୁ ଗଛ ମଧ୍ୟରେ 1 - 1.25 ମିଟର ବ୍ୟବଧାନ ଛାଡନ୍ତୁ। ମାଟି ଉପରେ ଛାଦିର ଏକ ସ୍ତର ପ୍ରୟୋଗ କରନ୍ତୁ। ନିୟମିତ କାଟଛାଣ୍ଟ କରନ୍ତୁ, ଦୁର୍ବଳ ଓ ମୃତ କାଣ୍ଡ କାଢି ଦିଅନ୍ତୁ। ପ୍ରାତଃ କାଳରେ ଗୋଲାପ ଗଛ ଚାରିପଟେ ମାଟିରେ ଜଳ ଦିଅନ୍ତୁ। ଝଡିଥିବା ପତ୍ର ସଂଗ୍ରହ କରି ନଷ୍ଟ କରି ଦିଅନ୍ତୁ କିମ୍ବା ଛାଦି ତଳେ ପୋତି ଦିଅନ୍ତୁ। ନୂଆ ପତ୍ର ବାହାରିବା ପୂର୍ବରୁ ଆକ୍ରାନ୍ତ କାଣ୍ଡ କାଟି କାଢି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ