ଧାନର ବାଦାମି ଦାଗ ରୋଗ

ଧାନ

ଧାନର ବାଦାମି ଦାଗ ରୋଗ

Cochliobolus miyabeanus

ଫିମ୍ପି

ସଂକ୍ଷେପରେ

  • ବୟସ୍କ ଫସଲ ର ପତ୍ର ଉପରେ ଗୋଲାକାର, ମାଟିଆ ବର୍ଣହୀନ ଦାଗ ଦେଖା ଯାଇ ଥାଏ, ଏହାର ଧଳା କେନ୍ଦ୍ର ସହ ନାଲିଆ ଧାର ମଧ୍ୟ ଦେଖାଯାଏ। କାଣ୍ଡ ଓ ପତ୍ର ସବୁ ହଳଦିଆ ହୋଇ ଶୁଖିଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନର ବାଦାମି ଦାଗ ରୋଗ

ଧାନ

ଲକ୍ଷଣ

ଏହି ରୋଗ କୁ ବିଭିନ୍ନ ପ୍ରକାର ର ଲକ୍ଷଣ ସାହାଯ୍ୟରେ ବର୍ଣନା କରାଯାଇପାରେ। କିନ୍ତୁ, ବିହନ ବୁଣିବା ସ୍ତରରେ ହଳଦିଆ ବଳୟ ସହିତ ଗୋଲାକାର କିମ୍ବା ଅଣ୍ଡାକାର ଆକୃତି ଦେଖାଯିବା ସଂକ୍ରମଣ ର ସବୁଠାରୁ ସାଧାରଣ ଲକ୍ଷଣ ଅଟେ। ଯେମିତି ଯେମିତି ଏମାନେ ବଡ ହୋଇଚାଲନ୍ତି, ଦାଗଗୁଡିକର ମଝିରେ ଧୂସରିଆ କେନ୍ଦ୍ର ସୃଷ୍ଟି ହୋଇ ଯାଏ ଓ ନାଲିଆ ମାଟିଆ ଧାରସବୁ ସ୍ପଷ୍ଟ ଭାବେ ଦେଖା ଯିବା ଆରମ୍ଭ ହୋଇ ଯାଏ। କାଣ୍ଡ ଗୁଡିକ ବର୍ଣହୀନ ହୋଇଯିବା ଏହାର ଅନ୍ୟ ଏକ ବର୍ଣନୀୟ ଲକ୍ଷଣ ଅଟେ। ସମ୍ବେଦନଶୀଳ କିସମରେ, ଦାଗ ଗୁଡିକର ଦୈର୍ଘ୍ୟ 5-14 ମିମି ଯାଏଁ ହୋଇ ପାରେ ଓ ଏହା ପତ୍ର ଝଉଂଳି ଯାଇ ପାରେ। ସହନଶୀଳ କିସମ ରେ, ଏହି ଦାଗ ଗୁଡିକ ହଳଦିଆ-ମାଟିଆ ହୋଇ ଥାଏ ଓ ଛୁଞ୍ଚି-ମୁନ ଭଳି ହୋଇ ଥାଏ। ପୁଷ୍ପ ସତ୍ମୂହ ର ସଂକ୍ରମଣ ଦ୍ବାରା ଅସମ୍ପୂର୍ଣ କିମ୍ବା ଭାବେ ଶସ ଭରି ଥାଏ ଓ ଏହା ଦ୍ବାରା ଶସ୍ୟ ର ଗୁଣବତ୍ତା ରେ ହ୍ରାସ ଦେଖା ଯାଇଥାଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ବିହନ ଗୁଡିକ ଯେପରି ସଂକ୍ରମିତ ନହେବେ ଏହା ସୁନିଶ୍ଚିତ କରିବା ପାଇଁ, ବିହନ ଗୁଡିକୁ ଗରମ ପାଣି (53-54°C) ଦ୍ବାରା 10 ରୁ 12 ମିନିଟ ଯାଏଁ ଉପଚାର କରିବା ପରମର୍ଶନୀୟ ଅଟେ। ଫଳାଫଳ କୁ ଉନ୍ନତି କରିବା ପାଇଁ, ବିହନ ଗୁଡିକୁ ଗରମ ପାଣି ଦ୍ବାରା ଉପଚାର କରିବା ପୂର୍ବରୁ ଥଣ୍ଡା ପାଣି ରେ 8 ଘଣ୍ଟା ଯାଏଁ ରଖନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. ଏହି ରୋଗ କୁ ରୋକିବା ପାଇଁ ସବୁଠାରୁ ଉତ୍ତମ ଉପାୟ ହେଲା ବିହନ ଗୁଡିକୁ କବକନାଶକ (ଉଦାହରଣ ସ୍ବରୂପ- ଇପ୍ରୋଡିଓନେ, ପ୍ରୋପିକୋନାଜୋଲ, ଆଜୋକ୍ସୀଷ୍ଟ୍ରୋବିନ, ଟ୍ରାଇଫ୍ଲୋକ୍ସୀଷ୍ଟ୍ରୋବିନ) ଦ୍ବାରା ଉପଚାର କରିବା।

ଏହାର କାରଣ କଣ

ଏହି ରୋଗ ର ଲକ୍ଷଣ ଗୁଡିକ କୋଛିଲିଓବୋଲୁସ ମିୟାବ୍ଏନୁସ (Cochliobolus miyabeanus) ନାମକ କବକ ଦ୍ବାରା ସୃଷ୍ଟି ହୋଇ ଥାଏ। ଏହା ବିହନ ଭିତରେ ଚାରି ବର୍ଷ ରୁ ଅଧିକ ସମୟ ଯାଏଁ ବଞ୍ଚି ରହିପାରେ ଓ ଫସଲ ରୁ ଫସଲ ମଧ୍ୟ କୁ ପବନ ବାହିତ ରେଣୁ ଦ୍ବାରା ବ୍ୟାପି ଥାଏ। ଏହି ରୋଗ ବ୍ୟାପିବା ପାଇଁ ଜମି ରେ ରହି ଯାଇ ଥିବା ସଂକ୍ରମିତ ଫସଲ ଅବଶେଷ ଓ ଅନାବନା ଘାସ ସବୁଠାରୁ ସାଧାରଣ ଉପାୟ ଅଟେ। ଫସଲ ର ସମସ୍ତ ସ୍ତର ରେ ମାଟିଆ ଦାଗ ଦେଖା ଯାଇ ପାରେ, କିନ୍ତୁ ପିଲ ବାହାରିବାଠାରୁ ପାଚିବା ସ୍ତର ଯାଏଁ ଏହି ରୋଗ ସବୁଠାରୁ ମାରାତ୍ମକ ହୋଇ ଥାଏ। ମୁଖ୍ୟତଃ ଅସନ୍ତୁଳିତ ସାର ପ୍ରୟୋଗ କାରଣରୁ ଜମି ରେ ଏହି ରୋଗ ପ୍ରାୟ ଦେଖା ଯାଇ ଥାଏ। ସିଲିକନ ଉପରେ ଆଧାରିତ ସାର ର ପ୍ରୟୋଗ କରିବା ଦ୍ବାରା ମାଟିଆ ଦାଗ ର ପ୍ରଭାବ ନିୟନ୍ତ୍ରଣ କର ଯାଇ ପାରେ। ଗାଈ ଖତ ଓ ରାସାୟନିକ ସାର ର ମିଶ୍ରଣ ପ୍ରୟୋଗ କରିବା ଦ୍ବାରା ମଧ୍ୟ କିଛି ମାତ୍ରା ରେ ରୋଗର ମାରାତ୍ମକତା କୁ କମ କରାଯାଇ ପାରେ। ଅଧିକ ଆର୍ଦ୍ରତା (86-100%), ପତ୍ର ଲଗାତାର ଓଦା ରହିବା ଓ ଉଚ୍ଛ ତାପମାତ୍ରା (16-36°C) ଏହି କବକ ପାଇଁ ବହୁତ ଅନୁକୂଳ ହୋଇ ଥାଏ।


ସୁରକ୍ଷାତ୍ମକ ଉପାୟ

  • ଊପଲବ୍ଧ ଥିଲେ ପ୍ରତିରୋଧି କିସମ ର ବିହନ ବ୍ୟବହାର କରନ୍ତୁ। ଯେଉଁ ମାଟି ରେ ସିଲିକନ କମ ପରିମାଣ ରେ ଥାଏ ସେଠାରେ ଫସଲ ଲଗେଇବା ଆଗରୁ କ୍ୟାଲସିୟମ ସିଲିକେଟ ର ମିଶ୍ରଣ ପ୍ରୟୋଗ କରନ୍ତୁ। ସମ୍ଭବ ହେଲେ ପ୍ରାମାଣିକ ସୂତ୍ର ରୁ ବିହନ ଆଣନ୍ତୁ। ଆପଣଙ୍କ ଜାଗା ରେ ଊପଲବ୍ଧ ଥିଲେ ପ୍ରତିରୋଧି କିସମ ର ବିହନ ଲଗାନ୍ତୁ। ଏକ ସନ୍ତୁଳିତ ଖାଦ୍ୟସାର ଯୋଗାଣ ସୁନିଶ୍ଚିତ କରନ୍ତୁ ଓ ମାଟିରେ ଖାଦ୍ୟସାର ନିୟମିତ ଭାବେ ନିରୀକ୍ଷଣ କରନ୍ତୁ। ବିହନ ବୁଣିବା ସ୍ତର ରୁ ହି ରୋଗ ର ଲକ୍ଷଣ ଗୁଡିକ ପାଇଁ ଜମି କୁ ନିରୀକ୍ଷଣ କରନ୍ତୁ। ଜମି ଭିତରୁ ଓ ଚାରି ପାଖରୁ ଅନାବନା ଘାସ ନିୟନ୍ତ୍ରଣ କରନ୍ତୁ ଓ କାଢି ନିଅନ୍ତୁ। ସଂକ୍ରମିତ ଫସଲ ସବୁ ବାହାର କରି ଧ୍ବଂସ କରି ଦିଅନ୍ତୁ, ଅମଳ ପରେ ଜଳେଇ ଧ୍ବଂସ କରି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ