ପିଚ

ପିଚ୍ ର ପତ୍ର କୁଞ୍ଚନ

Taphrina deformans

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର ବିକୃତି ଏବଂ ଲାଲ ବିବର୍ଣ୍ଣତା ଦେଖାଯାଏ। ପତ୍ରରେ କବକ ବୃଦ୍ଧି ଓ ଅକାଳ ପତ୍ରଝଡା ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ
ବାଦାମ
ଆପ୍ରିକଟ
ପିଚ

ପିଚ

ଲକ୍ଷଣ

ସାଧାରଣତଃ, ପତ୍ର ଫୁଟ ବାହାରିବା ପରେ ଲକ୍ଷଣ ଦେଖାଯାଏ। ପତ୍ର ବହଳିଆ ହୋଇଥାଏ ଏବଂ ଗଛର କିସମ ଅନୁସାରେ କୁଞ୍ଚିତ କ୍ଷତ ବିକ୍ଷତ, କୁଞ୍ଚିତ କିମ୍ବା ଚାପି ରହିଥିବା ଅଙ୍ଗ ଏବଂ ଲାଲରୁ ବାଇଗଣୀ ବିବର୍ଣ୍ଣତା ଦେଖାଯାଏ। ସଂକ୍ରମଣ ବଢିବା ସମୟରେ, ପତ୍ରରେ କବକ ବୃଦ୍ଧି କାରଣରୁ, ପ୍ରଭାବିତ ପତ୍ରରେ ଧଳା-ଧୂସର ଗୁଣ୍ଡ ଦେଖାଯାଏ। ଧୂସର ଆବରଣ କ୍ରମଶଃ କଳା ହୋଇଥାଏ, ଏହା ଏକ ପ୍ରକ୍ରିୟା ଯାହାକି ଦିନର ଉଚ୍ଚ ତାପମାତ୍ରା ସମୟରେ ହୋଇଥାଏ। ଘଟଣାକ୍ରମେ, ରୋଗାକ୍ରାନ ପତ୍ର ମରିଯାଏ ଓ ଝଡିଯାଏ ଓ ହୃଷ୍ଟପୁଷ୍ଟତା ହ୍ରାସ କରାଇ ଥାଏ। ଠିକ ସେହି ସ୍ଥାନରୁ ପୁଣି ନୂଆ ପତ୍ର ବାହାରି ଥାଏ। ଯେତେବେଳେ ସଂକ୍ରମଣ ଶରୀର ଭେଦୀ ଅର୍ଥାତ ସାରା ଶରୀରରେ କବକ ବିସ୍ତାର ଲାଭ କରିଥାଏ, ବକଳର କିଛି ଅଂଶ କିମ୍ବା ସଂପୂର୍ଣ୍ଣ ଡାଳ କଳା ପଡିଯାଏ। ଏହି କ୍ଷେତ୍ରରେ, ବଢୁଥିବା ଅଗ ଅସାଧାରଣ ପାର୍ଶ୍ଵ ଡାଳ ସୃଷ୍ଟି କରିଥାଏ ଯାହାକି ଏକ ପହଁରା ସଦୃଶ ଦେଖାଯାଏ। ସାଂଘାତିକ ରୋଗାକ୍ରାନ୍ତ ଗଛରେ, ଫଳ ପୃଷ୍ଠରେ ନାଟକୀୟ ପରିବର୍ତ୍ତନ ଦେଖାଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ଜୈବିକ କପର ଯୌଗିକ ଥିବା କବକନାଶୀ ଯଥା ବୋର୍ଡକ୍ସ ମିଶ୍ରଣ ଏହି କବକକୁ ଦମନ କରିବା ପାଇଁ ଫଳପ୍ରସୂ ଭାବରେ ପ୍ରୟୋଗ କରାଯାଇ ପାରେ। ଶରଦ ଋତୁରେ ଥରେ ଉପଚାର ଏବଂ ପୁଣି ବସନ୍ତ ଋତୁରେ କଢ ସ୍ଫୀତ ହେବା ପୂର୍ବରୁ ପ୍ରୟୋଗ କରିବା ଉଚିତ। ମନେ ରଖନ୍ତୁ ଯେ କପର ପଦାର୍ଥ ବାରମ୍ବାର ପ୍ରୟୋଗ କରିଲେ ମାଟିରେ କପର ଜମି ରହିଥାଏ, ଯାହାକି ମାଟିରେ ଥିବା କୀଟ ପ୍ରତି ଘଟଣାକ୍ରମେ ବିଷାକ୍ତ ହୋଇଥାଏ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। କପର ଅକ୍ସିକ୍ଳୋରାଇଡ, କ୍ୟୁପ୍ରିକ ହାଇଡ୍ରୋକ୍ସାଇଡ, ଥିରାମ, ଜିରାମ, କ୍ଳୋରୋଥାଲୋନିଲ କିମ୍ବା ଡିଫେନୋକୋନାଜଳ ବ୍ୟବହାର କରାଯାଇ ପାରେ। ଶରଦ ଋତୁରେ ଥରେ ଉପଚାର ଏବଂ ପୁଣି ବସନ୍ତ ଋତୁରେ କଢ ସ୍ଫୀତ ହେବା ପୂର୍ବରୁ ପ୍ରୟୋଗ କରିବା ଉଚିତ।

ଏହାର କାରଣ କଣ

ଟାଫ୍ରିନା ଡିଫରମାନସ ନାମକ କବକ ଦ୍ଵାରା ଗଛ ଟିସୁରେ ବସତି ସ୍ଥାପନ ଯୋଗୁଁ ଏହି ଲକ୍ଷଣ ହୋଇଥାଏ। ବର୍ଷା ଛିଟ କିମ୍ବା ପବନ ଦ୍ଵାରା ପତ୍ରରେ ସୃଷ୍ଟି ହୋଇଥିବା ରେଣୁ ପରିବାହିତ ହୋଇ ପିଚ୍ ଡାଳ ଓ କଢରେ ନୂତନ ସଂକ୍ରମଣ କରିଥାଏ। ବସନ୍ତ ଋତୁରେ କଢ ଖୋଲିବା ବେଳେ ବାରମ୍ବାର ବର୍ଷା ସମୟରେ ରେଣୁ ଅଙ୍କୁରିତ ହୋଇଥାଏ ଓ ବାହାରି ନଥିବା ପତ୍ରକୁ ସଂକ୍ରମିତ କରିଥାଏ। ରେଣୁ ପତ୍ର କଢ ମଧ୍ୟରେ ପ୍ରବେଶ କରିବା ସମୟ ଠାରୁ ସଂକ୍ରମଣ ପ୍ରକ୍ରିୟା ବନ୍ଦ କରିବା ପାଇଁ କୌଣସି ଫଳପ୍ରସୂ ଉପାୟ ନାହିଁ। ଯଦି ଏହି ସମୟରେ ବର୍ଷା ହୁଏନାହିଁ, ରେଣୁ ନିଷ୍କ୍ରିୟ ରହିଥାଏ ଏବଂ କ୍ଵଚିତ କିମ୍ବା ଆଦୌ ସଂକ୍ରମଣ ହୁଏନାହିଁ। ସାରା ଗ୍ରୀଷ୍ମ ଓ ପରେ ଶୀତ ଋତୁରେ କଢ କାତି କିମ୍ବା ବକଳର ଫାଟ ମଧ୍ୟରେ ପଡିରହି ଏହା ପରବର୍ତ୍ତୀ ସମୟରେ ଅଙ୍କୁରିତ ହୋଇଥାଏ। ତାପମାତ୍ରା କେବଳ 16°C ପର୍ଯ୍ୟନ୍ତ କବକ ସକ୍ରିୟ ରହିଥାଏ ଏବଂ କେବଳ ଏହି ନିମ୍ନ ତାପମାତ୍ରାରେ ଜନନ କାର୍ଯ୍ୟ କରିପାରେ। ଟାଫ୍ରିନା ଡିଫରମାନସ ପିଚ୍, ନେକ୍ଟାରାଇନ ଓ ଆଲମଣ୍ଡ ଓ ବେଳେବେଳେ ଆପ୍ରିକାଟ ଓ ଆଳଙ୍କାରିକ ଗଛ ପୃନସକୁ ସଂକ୍ରମିତ କରିଥାଏ।


ସୁରକ୍ଷାତ୍ମକ ଉପାୟ

  • କଢ ସ୍ଫୀତ ଅବସ୍ଥାରେ ଗଛକୁ ବର୍ଷା କିମ୍ବା ସିଞ୍ଚନ ଜଳସେଚନରୁ ରକ୍ଷା କରନ୍ତୁ। ପତ୍ରରେ ଉପଯୁକ୍ତ ବାୟୁ ଚଳାଚଳ ପାଇଁ ଗଛର ପତ୍ର ସମୂହ କାଟନ୍ତୁ। ମଧ୍ୟମ ପରିମାଣର ସାର ପ୍ରୟୋଗ କରନ୍ତୁ। କଢ ସ୍ଫୀତ ଅବସ୍ଥା ପୂର୍ବରୁ ଗଛ ସୁରକ୍ଷାକାରୀ ବ୍ୟବହାର କରନ୍ତୁ। ଧବଳ ସଶ କିସମ ଭଳି ସହନଶୀଳ କିସମ ଲଗାନ୍ତୁ। ସମସ୍ତ ସ୍ପଷ୍ଟ ସଂକ୍ରମିତ ପତ୍ର, ଶୁଖିଲା ଫଳ ଏବଂ ଡାଳ କାଢି ଦିଅନ୍ତୁ ଓ ନଷ୍ଟ କରନ୍ତୁ। ଯେଉଁଠି ସମ୍ଭବ, ବର୍ଷା ରୁ ସୁରକ୍ଷିତ ରହି ସଂକ୍ରମଣ ଏଡାଇବା ପାଇଁ ପ୍ଲାଷ୍ଟିକର ଆବରଣ ବ୍ୟବହାର କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ