ଧାନ

ଧାନର ତାପ ଚାପ

Thermal stress

ଅନ୍ୟ

ସଂକ୍ଷେପରେ

  • ଧଳା, ମଉଳା ଫୁଲ ଗୁଚ୍ଛ ଦେଖାଯାଏ। ଧାନ ପତ୍ର ଦଗ୍ଧ ହୋଇ କୁଞ୍ଚିତ ଦେଖାଯାଏ। କମ୍ ଏବଂ ଛୋଟ ପିଲ। ଦାନା ନଥିବା ଫମ୍ପା କେଣ୍ଡା।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ଧାନରେ ତାପ ଚାପର ଲକ୍ଷଣ ଧାନ ଗଛର ଅବସ୍ଥା ଅନୁଯାୟୀ ଭିନ୍ନ ଭିନ୍ନ ହୋଇପାରେ। ପ୍ରାରମ୍ଭରେ ଏହା ମଲା ଚାରା, ଏବଂ କମ୍ ପିଲ ସୃଷ୍ଟି କରି ପାରେ। ପତ୍ରଗୁଡ଼ିକ ଦଗ୍ଧ ହୋଇ ଜଳି ଯାଇଥିବାର ଦେଖାଯାଏ। ଫୁଲ ଫୁଟିବା ଅବସ୍ଥାରେ, କେଣ୍ଡାଗୁଡିକ ଧଳା ରଙ୍ଗର ହୋଇପାରେ ଶୁଖିଲା ଦେଖାଯାଇପାରେ ଯାହାକି ଦୁର୍ବଳ ରେଣୁ ଦାନା ସୂଚାଇଥାଏ। ଯେତେବେଳେ ଦାନା ସୃଷ୍ଟି ହୁଏ, ଉତ୍ତାପ ଦାନାର ବିକାଶକୁ ଅସମ୍ପୂର୍ଣ୍ଣ କରି ପାରେ। ଏହାର ପ୍ରମୁଖ ଫଳାଫଳ ହେଉଛି ଉତ୍ତାପ ଚାପ ଅମଳ ହୋଇଥିବା ଧାନ ପରିମାଣ ଏବଂ ଗୁଣକୁ ହ୍ରାସ କରିଥାଏ।

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଏହି ସମସ୍ୟା କୀଟ ଜନିତ ନୁହେଁ କିମ୍ବା ରୋଗ ଜନିତ ନୁହେଁ; ଜୈବିକ ନିୟନ୍ତ୍ରଣ ଆବଶ୍ୟକ ନୁହେଁ।

ରାସାୟନିକ ନିୟନ୍ତ୍ରଣ

ଏହି ସମସ୍ୟା କୀଟ ଜନିତ ନୁହେଁ କିମ୍ବା ରୋଗ ଜନିତ ନୁହେଁ; ରାସାୟନିକ ନିୟନ୍ତ୍ରଣ ଆବଶ୍ୟକ ନୁହେଁ।

ଏହାର କାରଣ କଣ

ଏହି ପ୍ରକାରର ଚାପ ଘଟେ ଯେତେବେଳେ ତାପମାତ୍ରା ଫସଲର ବୃଦ୍ଧି, ବିକାଶ ଏବଂ ସଠିକ୍ ଭାବରେ ପୁନଃ ଉତ୍ପାଦନ କରିବା ପାଇଁ ଆବଶ୍ୟକ ଥିବା ମାତ୍ରା ଠାରୁ ଅଧିକ ହୋଇଯାଏ। ଉଭୟ ଦିନ ଏବଂ ରାତିର ତାପମାତ୍ରା ଉତ୍ତାପ ଚାପ ସୃଷ୍ଟି କରିପାରେ, ଏହାର ପ୍ରଭାବ ଦିନ ଅପେକ୍ଷା ରାତିରେ ମନ୍ଦ ହୋଇଥାଏ। ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ଏହି ସମସ୍ୟା ହେବାର ମୁଖ୍ୟ କାରଣ ଭାବରେ ଦେଖାଯାଉଛି। ଏହା ମନେ ରଖିବା ଜରୁରୀ ଯେ ଉଭୟ ଅତ୍ୟଧିକ ଉତ୍ତାପ ଏବଂ କମ ପରିମାଣର ଜଳ ଏହି ସମସ୍ୟା ସୃଷ୍ଟି କରିପାରେ।


ସୁରକ୍ଷାତ୍ମକ ଉପାୟ

  • ଏପରି ଧାନ କିସମ ବାଛନ୍ତୁ ଯାହା ଶୀଘ୍ର ପରିପକ୍ୱ ହୁଏ କିମ୍ବା ଜଟିଳ ପ୍ରଜନନ ପର୍ଯ୍ୟାୟରେ ଉତ୍ତାପ ଚାପକୁ ଏଡାଇବା ପାଇଁ ବିଳମ୍ବରେ ଧାନ ଲଗାନ୍ତୁ। ଶୀଘ୍ର ପରିପକ୍ଵ ହେଉଥିବା ଧାନ ସବୁଠାରୁ ଗରମ ଗ୍ରୀଷ୍ମ ମାସ ପୂର୍ବରୁ ଏହାର ସମ୍ବେଦନଶୀଳ ପର୍ଯ୍ୟାୟ ଦେଇ ଗତି କରିଥାଏ, ବିଳମ୍ବରେ ଲଗାଇବା ଅର୍ଥ ପ୍ରଜନନ ସମୟ ଶିଖର ଉତ୍ତାପ ପରେ ଆସିଥାଏ, ଯାହାକି ଫସଲକୁ ଅତ୍ୟଧିକ ତାପମାତ୍ରାରୁ ରକ୍ଷା କରିଥାଏ। ମୃତ୍ତିକାର ସଂରଚନାରେ ଉନ୍ନତି ଆଣିବା ପାଇଁ ଉପଯୁକ୍ତ ଚାଷଜମି ଅଭ୍ୟାସ ବଜାୟ ରଖନ୍ତୁ, ଯାହା ମୂଳକୁ ଜଳ ଏବଂ ପୋଷକ ତତ୍ତ୍ୱକୁ ଅଧିକ ଫଳପ୍ରଦ ଭାବରେ ଶୋଷଣ କରିବାରେ ସାହାଯ୍ୟ କରିଥାଏ। ବିଶେଷକରି ଗ୍ରୀଷ୍ମ ପ୍ରବାହ ସମୟରେ ଆପଣଙ୍କ ଗଛକୁ ପାଣି ଦିଅନ୍ତୁ। ଆପଣ ବ୍ୟବହାର କରୁଥିବା ସମୁଦାୟ ନାଇଟ୍ରୋଜେନ/ଯବକ୍ଷାରଜାନକୁ ଛୋଟ ମାତ୍ରାରେ ବିଭକ୍ତ କରନ୍ତୁ। ଯେତେବେଳେ ଆପଣ ଆପଣଙ୍କ ନାଇଟ୍ରୋଜେନ୍/ଯବକ୍ଷାରଜାନ ପ୍ରୟୋଗକୁ ଭାଗ କରନ୍ତି, ମାଟିରୁ ଧୀରେ ଧୀରେ ମୁକ୍ତ ହେବା ନିଶ୍ଚିତ କରିବାକୁ ଏହାର କିଛି ଧୀର-ମୁକ୍ତ କରୁଥିବା ଟପ୍ ଡ୍ରେସିଂ (ଶୀର୍ଷ ସାର) ଭାବରେ ପ୍ରୟୋଗ କରନ୍ତୁ। ମୃତ୍ତିକା ସ୍ତରଗୁଡିକ ମିଶ୍ରଣ ଏବଂ ଏହାର ସଂରଚନାରେ ଉନ୍ନତି ଆଣିବାରେ ସାହାଯ୍ୟ କରିବାକୁ ଆପଣଙ୍କ ମାଟିର ଗଭୀର ଚାଷ କରନ୍ତୁ। ଏହାର ଗୁଣ ବଢାଇବା ପାଇଁ ଜୈବିକ ପଦାର୍ଥକୁ ଆପଣଙ୍କ ମାଟିରେ ପ୍ରୟୋଗ କରନ୍ତୁ। ଏହି ପଦକ୍ଷେପଗୁଡିକ ଉନ୍ନତ ବୃଦ୍ଧି ଅବସ୍ଥା ସୃଷ୍ଟି କରେ ଯାହା ଆପଣଙ୍କ ଗଛକୁ ଉତ୍ତାପ ଚାପକୁ ପ୍ରତିରୋଧ କରିବାରେ ସାହାଯ୍ୟ କରେ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ