କପା

ତୃଣନାଶକ ଜନିତ ପୋଡା

Herbicides Cell Membrane Disruptors

ଅନ୍ୟ

5 mins to read

ସଂକ୍ଷେପରେ

  • ପତ୍ର ଉପରେ ପାଣି ଭିଜା ଦାଗ ଦେଖାଯାଏ.
  • ଡାଳପତ୍ର ଝାଉଁଳିଯାଏ ଓ ବାଦାମୀ ରଂଗର ହୋଇଯାଏ.

ମଧ୍ୟ ଦେଖା ଯାଇପାରେ


କପା

ଲକ୍ଷଣ

ଲକ୍ଷଣଗୁଡିକ ବ୍ୟବହୃତ ତୃଣନାଶକ, ଉପଯୋଗର ସମୟ ଓ ଉପଯୋଗ ପରିମାଣ ଉପରେ ନିର୍ଭର କରେ. ସାଧାରଣତଃ,ପତ୍ର ଉପରେ ପାଣିଭିଜା ଦାଗ ଦେଖାଯାଏ, ଯାହାକି ପରେ ଶୁଖିଯାଏ. କୋଷ ଜଳିଯିବା କିମ୍ବା ଅସଫଳ ନିର୍ଗମନ( emergence) ଏହି ନିର୍ଗମନ ପୂର୍ବରୁ ପ୍ରୟୋଗ କରା ଯାଇଥିବା ତୃଣନାଶକର ଲକ୍ଷଣ ଅଟେ. ନିର୍ଗମନ ହେବା ପୂର୍ବରୁ ପ୍ରୟୋଗ କଲେ, ଏମାନେ ଏକ ଘନ ସଂରଚନା ରେ ପୋଡା ଦାଗ ସୃଷ୍ଟି କରିଥାଏ. ଏହାକୁ ପାରାକ୍ୱାଟ୍ କ୍ଷତ ସହ ଭୂଲ୍ ବୁଝା ଯାଇପାରେ,ଯାହା ବଦଳରେ, କୌଣସି ତମ୍ବାଳିଆ ରଂଗ ହୋଇ ନ ଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଏହି ପରିସ୍ଥିତି ବିରୋଧରେ କୌଣସି ଜୈବୀକ ଉପଚାର ପ୍ରଣାଳି ଉପଲବ୍ଧ ନାହିଁ. ନିବାରଣ ଓ ଉତ୍ତମ ଚାଷ ପ୍ରଣାଳି ପ୍ରଥମେ ଏହି ରୋଗ ଯୋଗୁଁ ହେଉଥିବା କ୍ଷତିରୁ ବଂଚିବା ପାଇଁ ଚାବି କାଠି ଅଟେ. ଅତ୍ୟଧୀକ ପ୍ରୟୋଗର ସନ୍ଦେହ ଥିଲେ ଫସଲକୁ ଭଲ ଭାବେ ଧୋଇ ଓ ସଫା କରି ଦିଅନ୍ତୁ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. କୌଣସି ତୃଣନାଶକ ସ୍ପ୍ରେ କରିବା ଯୋଜନା କରିବା ପୂର୍ବରୁ, କେଉଁ ଘାସ ଉପରେ ଏହାକୁ ପ୍ରୟୋଗ କରୁଛନ୍ତି ତାହା ଜାଣି ରଖିବା ସୁନିଶ୍ଚିତ କରନ୍ତୁ(ଯଥା ଚଉଡାଧାର ବୁଦା ବା ଘାସ) ଓ ସବୁଠାରୁ ଉତ୍ତମ ପ୍ରଣାଳି ବାଛି ରଖନ୍ତୁ. ଯତ୍ନର ସହିତ ତୃଣନାଶକ ବାଛନ୍ତୁ ଓ ଲେବେଲ୍ ଉପରେ ଲେଖା ଯାଇଥିବା ହିସାବରେ ପରିମାଣରେ ପ୍ରୟୋଗ କରନ୍ତୁ.

ଏହାର କାରଣ କଣ

ଏହି କ୍ଷତି ସବୁ ପିପିଓ ନିରୋଧକ ତୃଣନୀଶକ ଯୋଗୁଁ ହୋଇଥାଏ, ଏଗୁଡିକ ମଧ୍ୟରେ ଡାଇଫିନାଇଲ୍ ଇଥର୍ ପରିବାରର ଫ୍ଲୁମିଓକ୍ସାଯ଼ିନ୍ (Flumioxazin),ଫୋମେସାଫେନ୍ (Fomesafen), ଲାକ୍ଟୋଫେନ୍ (Lactofen),କାର୍ଫେଣ୍ଟ୍ରାଯ଼ୋନ୍ (Carfentrazone),ଏସିଫ୍ଲୁଓର୍ଫେନ୍ (Acifluorfen) ଅନ୍ୟତମ ଅଟେ. ଏଗୁଡିକର ଅନ୍ୟ ପ୍ରଭାବ ଛଡା ଏହା କୋଷର ଧାରକୁ ବ୍ୟାଘାତ କରିବା ସହ ପତ୍ରହରିତ୍ କୋଷର ସୃଷ୍ଟିରେ ବାଧା ସୃଷ୍ଟି ହୋଇଥାଏ. ପତ୍ର ଉପରେ ଲକ୍ଷଣ ଗୁଡିକ ଆଲୋକ ଓ ପାଣିପାଗ ଉପରେ ନୀର୍ଭର କରି 1-3 ଦିନ ଭିତରେ ଦେଖା ଯାଏ. ଏହି ଲକ୍ଷଣ ଗୁଡିକ ଆଲୋକ ଦ୍ୱାରା ପ୍ରଭାବିତ ହୋଇଥାଏ ଓ ଉଜ୍ୱଳ ଓ ଗରମ ଦିନରେ ଏହା ମାରାତ୍ମକ ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • କେଉଁ ଘାସ ଉପରେ ଏହାକୁ ପ୍ରୟୋଗ କରୁଛନ୍ତି ତାହା ଜାଣି ରଖିବା ସୁନିଶ୍ଚିତ କରନ୍ତୁ(ଯଥା ଚଉଡା ପତ୍ର ବୁଦା ବା ଘାସ).
  • ଯତ୍ନର ସହିତ ଆପଣଙ୍କ ଦରକାର ଅନୁଯାୟୀ ଆବଶ୍ୟକ ତୃଣନାଶକ ବାଛି ରଖନ୍ତୁ.
  • ଲେବେଲ୍ କୁ ଯତ୍ନର ସହିତ ପଢନ୍ତୁ ଓ ଲେଖା ଯାଇଥିବା ହିସାବର ପରିମାଣରେ ପ୍ରୟୋଗ କରନ୍ତୁ.ଅନ୍ୟ କୌଣସି ତୃଣନାଶକ ସହ ପ୍ରଦୂଷିତ ହେବାରୁ ବଂଚିବା ପାଇଁ ସ୍ପ୍ରେ ପାତ୍ରକୁ ସର୍ବଦା ଉପଯୋଗ କରିବା ପରେ ସଫା କରି ନିଅନ୍ତୁ.
  • ଅନ୍ୟ ଜମିକୁ ଯେପରି ଏହା ନ ବ୍ୟାପି ଯାଏ ତେଣୁ ପବନ ହେବା ସମୟରେ ତୃଣନାଶକ ସ୍ପ୍ରେ କରନ୍ତୁ ନାହିଁ.
  • ବ୍ୟାପିବା କୁ କମ୍ କରୁଥିବା ନୋଯ଼ଲ୍ ବ୍ୟବହାର କରନ୍ତୁ ଯାହାକି ବୁଦା ବା ଘାସକୁ ଭଲ ଭାବେ ନିୟନ୍ତ୍ରଣ କରା ଯାଇ ପାରିବ.
  • ଫଳାଫଲ ନୀରିକ୍ଷଣ କରିବା ପାଇଁ ତୃଣନାଶକକୁ ତୃଣ ଭୁମି ବା ନଡା ପଡିଆ ଉପରେ ପ୍ରୟୋଗ କରନ୍ତୁ.
  • ପାଣିପାଗ ସମାଚାରକୁ ଯତ୍ନର ସହିତ ଧ୍ୟାନରେ ରଖନ୍ତୁ ଓ ଉଜ୍ୱଳ ଓ ଗରମ ପାଣିପାଗରେ ସ୍ପ୍ରେ କରନ୍ତୁ ନାହିଁ.
  • କାର୍ଯ୍ୟକଳାପ ଯେପରିକି ପ୍ରୟୋଗ ତାରିଖ, ସାମଗ୍ରୀ, ଜମି ଜାଗା ଓ ପାଣିପାଗ ଅବସ୍ଥାର ହିସାବ ରଖନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ