Herbicides Growth Regulators
ଅନ୍ୟ
ମୁଖ୍ୟତଃ ଏହି ଲକ୍ଷଣ କଅଁଳ ଏବଂ ବଢୁଥିବା ପତ୍ର ରେ ଦେଖାଦିଏ. କଅଁଳ ପତ୍ର ରେ ଭାଙ୍ଗ ପଡ଼ିଯାଏ, ବଙ୍କା ହେଇଯାଏ, ମୋଡି ହୋଇଯାଏ. କାଣ୍ଡ, ଡେମ୍ଫ,ଏବଂ ଶିରା ପ୍ରଶିରା ଲମ୍ବା ହେଇଯାଏ. ପତ୍ର ଉପରେ ଘା ଉଠିଲା ପରି ଦେଖାଯାଏ. ପତ୍ରର ଶିରା ପ୍ରଶିରା ସମାନ୍ତରାଳ ଭାବେ ଗତି କରେ ଏବଂ ବହୁତ ଶୀଘ୍ର ରଂଗହୀନତା ଦେଖାଯାଏ. ସାଧାରଣତଃ ଏହାର ରଙ୍ଗ ହଳଦିଆ ରୁ ଧଳା ଏବଂ ଧଳା ରୁ ଧୂସରରଙ୍ଗ ହୋଇଥାଏ ଯାହା କ୍ଲୋରୋଫିଲ କ୍ଷତି କୁ ଦର୍ଶାଇଥାଏ. ଏହାଦ୍ୱାରା ଟିସୁ ର ଶୀଘ୍ର ହାନି ହୋଇ ପତ୍ର ମରିଯାଏ. ପୁରୁଣା ପତ୍ର କିମ୍ବା ପରିପକ୍ୱ ବକରା ର କିଛି କ୍ଷତି ହୋଇନଥାଏ.
ଏହି ସମସ୍ୟା ସମସ୍ୟା ସମାଧାନ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ନାହିଁ. ନିବାରଣ ଓ ଉତ୍ତମ ଚାଷ ପ୍ରଣାଳି ଏହି ପ୍ରକାର କ୍ଷତି ହେବା ପୂର୍ବରୁ ହିଁ ରୋକି ପାରେ. ଯଦି ତୃଣନାଶକ ପ୍ରୟୋଗ ର ମାତ୍ରା ଅଧିକ ହେବାର ଆଶଙ୍କା ହୁଏ ତେବେ ଗଛଗୁଡ଼ିକକୁ ଭଲଭାବରେ ଧୋଇଦିଅନ୍ତୁ.
ଯଦି ସମ୍ଭବ ତାହାଲେ ସର୍ବଦା ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. ତୃଣନାଶକ ପ୍ରୟୋଗ ପୂର୍ବରୁ କେଉଁ ପ୍ରକାର ଅନାବନା ଘାସ ଅଛି ତାହା ସୁନିଶ୍ଚିତ କରନ୍ତୁ. ସାଧାରଣତଃ ବଡ ପତ୍ର ଅନାବନା ଗଛ ବା ଘାସ ଜମିରେ ଥାଏ ଏବଂ ଏହା ବ୍ୟତୀତ ଅନ୍ୟ କୌଣସି ପ୍ରଣାଳୀ ନାହିଁ. ଯତ୍ନ ର ସହିତ କେଉଁ ତୃଣନାଶକ ଠିକ ଭାବରେ କାମ କରିବା ତାହା ଠିକ କରନ୍ତୁ. ଲେବଲ କୁ ଭଲ ଭାବରେ ପଢନ୍ତୁ ଏବଂ ସେଥିରେ ଦିଆଯାଇଥିବା ନିର୍ଦେଶାବଳୀ କୁ ପାଳନ କରନ୍ତୁ
କପା ଫସଲ ବିଶେଷତଃ ଢିପଜମିରେ ଲଗା ହୋଇଥିବା ଫସଲ 2,4-D କିମ୍ବା ଡିକାମ୍ବା ପ୍ରତି ଅତ୍ୟନ୍ତ ସଂଦେଦନଶୀଳ ଅଟେ. ଏହି ତୃଣନାଶକ phenoxy acetic acids କିମ୍ବା synthetic auxins (group I) ର ଅନ୍ତର୍ଗତ ଏବଂ ଏହା ବଡ ପତ୍ର ଥିବା ଅନାବନା ଘାସକୁ ନିୟନ୍ତ୍ରଣ କରିବାକୁ ବ୍ୟବହାର କରାଯାଇ ଥାଏ. ଭୁଲ ଫର୍ମୁଲା, ଅନୁପଯୁକ୍ତ ସମୟ ରେ ପ୍ରୟୋଗ, କିମ୍ବା ପ୍ରତିକୂଳ ପାଣିପାଗ ରେ ତୃଣନାଶକ ଔଷଧ ଏପଟ ସେପଟ ଯାଇ କପାଗଛକୁ କ୍ଷତୀ ପହଞ୍ଚାଇ ପାରେ. ଆଖପାଖ ଜମିରୁ ବି ସଂକ୍ରମିତ ହେବାର ସମ୍ଭାବନା ଅଛି. ପୂର୍ବରୁ ଖରାପ ଚାଷ କାମଯୋଗୁଁ ଗଛରେ ଆଘାତ ହୋଇଥିଲେ ତୃଣନାଶକ ଯୋଗୁଁ କ୍ଷୟ କ୍ଷତି ଅଧିକା ହୋଇଥାଏ ଏହିଲକ୍ଷଣ କେତେ ଦିନ ରହିବ ତାହା ଔଷଧ ର ମାତ୍ରା ଉପରେ ନିର୍ଭର କରିଥାଏ. ଏହାର ଲକ୍ଷଣ କିଛି ଗଣ୍ଠି ପର୍ଯ୍ୟନ୍ତ କିମ୍ବା ପୁରା ଗଛରେ ଦେଖାଯାଇଥାଏ. ଏହା ଜାଣି ରଖିବା ଦରକାର ଯେ ଅଳ୍ପ ମାତ୍ରାରେ ତୃଣନାଶକ ବ୍ୟବହାର କଲେ ମଧ୍ୟ୍ୟ ଫସଲର ହାନି ହୋଇପାରେ.