Wind Damage on Citrus
ଅନ୍ୟ
ପବନ ଦ୍ୱାରା କ୍ଷୟକ୍ଷତି କୁ ବହୁତ ସମୟରେ ଥ୍ରୀପ ସଂକ୍ରମଣ ବୋଲି ସନ୍ଦେହ ହୋଇଥାଏ. ଯୁବା ଗଛ ର ଉପର ମୂଳ ଏବଂ ଜମି ପାଖରେ ବକଳା ରେ ବାଲି ମାଡ ଯୋଗୁଁ ଘସରା ହୋଇଯାଏ. ଏହାକୁ ସାଣ୍ଡବ୍ଳାଷ୍ଟିଙ୍ଗ କୁହାଯାଏ. ଯଦିଓ ପତ୍ର ଓ କାଣ୍ଡରେ ମଧ୍ୟ ଘସରା ଦାଗ ଦେଖାଯାଏ କିନ୍ତୁ ମୂଳ ଓ ଜମି ପାଖରେ ଥିବା ବକଳା ରେ ଭୀଷଣ କ୍ଷତି ହୋଇଥାଏ. ପବନର ଚାପ ଯୋଗୁଁ ଗଛର ବୃଦ୍ଧି ଏବଂ ଉତ୍ପାଦନ କମ ହୋଇପାରେ. ଯେଉଁ ଦିଗରୁ ପବନ ବହୁଥାଏ, ସେଇ ଦିଗକୁ ରହିଥିବା ଗଛର ଦଳରେ ଫଳ ରହେ ନାହିଁ କିମ୍ବା ବହୁତ କମ ରହେ. ଋତୁ ର ପରବର୍ତ୍ତୀ ସମୟରେ କଞ୍ଚା ଫଳ (8 ମିମି ବ୍ୟାସ) ସବୁ ପବନ ଯୋଗୁଁ କ୍ଷତି ହେବା ପାଇଁ ସବୁଠାରୁ ଅଧିକ ସମ୍ବେଦନଶୀଳ ହୋଇଥାନ୍ତି. ଫଳର ଚୋପାରେ ଗୋଟେ କିମ୍ବା ଅଧିକ ଏପଟେ ସେପଟେ ତଥା ତେରଛା ଧୂସର କ୍ଷତ ଚିହ୍ନ ସବୁ ଦେଖାଯାଏ. ଥ୍ରୀପ ସଂକ୍ରମଣ ଫଳରେ ଲଗାତାର ଦାଗ ହୋଇଥାଏ କିନ୍ତୁ ପବନ ଦ୍ୱାରା ଫଳରେ କିଛି ସଫା ଟିସୁର ଦାଗ ମଧ୍ୟ ଥାଏ. ଭୀଷଣ ପବନ ହେଲେ ଡାଳ ଭାଙ୍ଗିଯାଏ ଏବଂ ନଇଁ ପଡେ କିମ୍ବା ପୁରା ଗଛ ମଧ୍ୟ ଉପୁଡି ଯାଇ ପାରେ.
ପ୍ରଥମେ କ୍ଷୟକ୍ଷତି ର ଆକଳନ କରନ୍ତୁ. କ୍ଷତିର ମାତ୍ରା ଓ ଗଛ ବୃଦ୍ଧିର ଅବସ୍ଥା ଅନୁସାରେ ଗଛକୁ ଉପଚାର କରାଯାଇ ପାରିବ କି ନାହିଁ ତାହା ନିର୍ଣ୍ଣୟ କରନ୍ତୁ. କ୍ଷତିଗ୍ରସ୍ତ ଶାଖା ଏବଂ ଫଳ କୁ କାଟି ବାହାର କରିଦିଅନ୍ତୁ. ଓଦା ପାଣିପାଗ ସମୟରେ ଜୈବିକ କବକନାଶକ ଏବଂ ବ୍ୟାକ୍ଟେରିଆନାଶକ ମିଶ୍ରଣ ପ୍ରୟୋଗ କରନ୍ତୁ ଯେଉଁଠି କବକ ଓ ବ୍ୟାକ୍ଟେରିଆ ଦ୍ୱାରା ରୋଗ ହେବାର ଆଶଙ୍କା ଥାଏ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଗଛର ବୃଦ୍ଧି ଅବସ୍ଥା ଓ କ୍ଷତି ର ମାତ୍ରା ଉପରେ ନିବାରଣ ପଦ୍ଧତି ନିର୍ଭର କରିଥାଏ. ଅତ୍ୟଧିକ କ୍ଷତ ହେଲେ କବକ ଓ ବ୍ୟାକ୍ଟେରିଆ ଦ୍ୱାରା ଆଶଙ୍କିତ ରୋଗ ପାଇଁ ଉପଚାର କରିବା ଆବଶ୍ୟକ. ଉଦାହରଣ ସ୍ୱରୂପ କ୍ଷତିଗ୍ରସ୍ତ ଡାଳକୁ କାଟି ବାହାର କରିବା ଓ କବକନାଶକ ଏବଂ ବ୍ୟାକ୍ଟେରିଆନାଶକ ର ମିଶ୍ରଣ ପ୍ରୟୋଗ କରିବା ଦରକାର ହୋଇଥାଏ.
ପବନ ଦ୍ୱାରା ଲକ୍ଷଣ ସବୁ ସୃଷ୍ଟି ହୋଇଥାଏ ଏବଂ ବିଶେଷ କରି ଅସୁରକ୍ଷିତ ଜାଗାରେ ଯେଉଁଠି ଉଇଣ୍ଡବ୍ରେକ ନଥାଏ ସେଠାରେ ଚିନ୍ତାର କାରଣ ହୋଇଥାଏ. ଯଦି ପବନ ବାରମ୍ବାର କିମ୍ବା ବହୁତ ଜୋରରେ ହୁଏ, ଲେମ୍ବୁ ଉତ୍ପାଦନର ଅଧିକ ଭାଗ ଗୁଣବତ୍ତା ଦୃଷ୍ଟିରୁ ନିମ୍ନ ମାନର ହୋଇଥାଏ କିମ୍ବା ବଜାରରେ ଗ୍ରହଣଯୋଗ୍ୟ ହୋଇ ନଥାଏ. ନୁଆଁ/କଞ୍ଚା ଫଳରେ ମାଟି ଉପରୁ ଉଡିଯାଇ ପୁରୁଣା ପତ୍ର ସବୁ ବାଜି ଯିବାରୁ ଦାଗ ହୋଇଯାଇଥାଏ. ଏହାଦ୍ୱାରା ଫଳର ରଙ୍ଗ ଛାଡି ଏକ ସୁରକ୍ଷାଜନିତ ଘାରଘାରୁଆ ପରସ୍ତ ପଡ଼ିଯାଏ. ଥରେ ଫଳ 3ସେମି ବଡ଼ ହୋଇଗଲେ ଚୋପା କଠିନ ହୋଇଯାଏ ଏବଂ ଶୁଖିଲା ଡାଳ ଓ ଶାଖା ଦ୍ୱାରା ଘସି ହୋଇ କ୍ଷତି ହେବାର ବହୁତ ଆଶଙ୍କା ଥାଏ. ଏହି କ୍ଷତ ବ୍ୟକ୍ଟେରିଆ ଓ କବକ ମାନଙ୍କୁ ଟିସୁ ଭିତରେ ପଶି ରୋଗ ସୃଷ୍ଟି କରି ଅଧିକ କ୍ଷତି କରିବା ପାଇଁ ସୁଯୋଗ ଯୋଗାଇ ଥାଏ. ବିଶେଷ କରି ଶୁଖିଲା ପବନ ଦ୍ୱାରା ପତ୍ର ଝଡି ଯାଏ, ପବନ ପୋଡା କିମ୍ବା ଜଳିଲା ପରି ହୋଇଯାଏ ଏବଂ ଶେଷରେ ପତ୍ର ମରିଯାଏ ଓ ଫଳରେ କ୍ଷତ ଚିହ୍ନ ସୃଷ୍ଟି ହୋଇଥାଏ.