Wind Damage on Cucumber
ଅନ୍ୟ
ଅତ୍ୟନ୍ତ ମରୁଡି ଅବସ୍ଥାରେ ଯେପରି ଲକ୍ଷଣ ଦେଖାଯାଏ, ପବନ ଦ୍ୱାରା କ୍ଷୟକ୍ଷତିର ଲକ୍ଷଣ ମଧ୍ୟ ସେପରି ଦେଖାଯାଏ. ସାଙ୍ଗେ ସାଙ୍ଗେ ବୁଣା ଯାଇଥିବା ବିହନ ଭୀଷଣ ପବନ ହେବା ବେଳେ ମାଟି ଉପରୁ ଉଡି ଯାଇପାରେ. ନୁଆଁ ନୁଆଁ ଉଠିଥିବା ଗଛରେ ବାଲି ମାଡ ଯୋଗୁଁ ଆଘାତ ସୃଷ୍ଟି ହେବା ପାଇଁ ସଂବେଦନଶୀଳ ଅଟନ୍ତି. ପୁରୁଣା ଗଛରେ, ପବନର ଲଗାତାର୍ ଚାପରେ ପତ୍ର ଝାଉଁଳି ଯାଇ ଶେଷରେ ଶୁଖିଲା ଓ ଭଙ୍ଗୁର ହୋଇଯାଏ. ଡାଳପତ୍ରରେ ଶିରା ରହିତ ପଚା ଦାଗ ଦେଖାଯାଇଥାଏ ଏବଂ ଅତ୍ୟଧିକ ଚାପରେ ଚିରାଫଟା ତଥା ଟୁକୁଡା ଟୁକୁଡା ହୋଇଯାଏ. ପବନ ଚାପ ଲାଗି ରହିଲେ ଗଛ ଠିକରେ ବଢେ ନାହିଁ ଓ ବାଙ୍ଗରା ହୋଇଯାଏ. ପରେ ଋତୁରେ ଫୁଲ ନଷ୍ଟ ହୋଇଯାଏ ତଥା ଫଳ ରେ ଆଘାତ ଲାଗେ, ଓ ଏହି ଆଘାତ ଲାଗିବାଟି ଲକ୍ଷଣରେ ସାମିଲ୍ ହୋଇଯାଏ. ଆଘାତ ଲାଗିଥିବା ଫଳ ରେ ବ୍ରଣ ପରି ଦାଗ ହୁଏ ଯାହା ଫଳର ଗୁଣବତ୍ତା ଖରାପ ଥିବା ଯୋଗୁଁ ବଜାରରେ ଉପଯୁକ୍ତ ମୂଲ୍ୟ ମିଳି ନଥାଏ. କମ ଫୁଲ ରହିବା ଫଳରେ ଅମଳ କ୍ଷମତାରେ ହ୍ରାସ ଘଟିଥାଏ ଓ ଫଳ ର ଗୁଣବତ୍ତା ଖରାପ ହେବା ଆଶଙ୍କା ଥାଏ.
ପବନ ଦ୍ୱାରା କ୍ଷତି ବିରୋଧରେ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ନାହିଁ. ପ୍ରତିକାରାତ୍ମକ ଉପାୟକୁ ଉପଯୋଗ କରି ଉଦାହରଣ ସ୍ୱରୂପ ଯେମିତିକି ୱିଣ୍ଡବ୍ରେକର ବ୍ୟବସ୍ଥା କରି କ୍ଷୟକ୍ଷତି କୁ ଦୂର କରା ଯାଇପାରେ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ କୁ ନିବାରଣ ଉପାୟ ସହ ବ୍ୟବହାର କରିବା ପାଇଁ ମଧ୍ୟ ଧ୍ୟାନ ଦେବା ଦରକାର. ପ୍ରଥମେ କେତେ ମାତ୍ରାରେ କ୍ଷୟକ୍ଷତି ହୋଇଛି ଏବଂ କେତେ ମାତ୍ରାରେ ଫସଲ ରକ୍ଷା କରାଯାଇପାରିବ ତାହାର ମୂଲ୍ୟାଙ୍କନ କରିବା ନିହାତି ଆବଶ୍ୟକ. ଫସଲ ବୃଦ୍ଧିର ଅବସ୍ଥା ଉପରେ କେଉଁ ପ୍ରକାର ନିରାକରଣ କରି ହେବ ନିର୍ଭର କରେ. ଅତ୍ୟଧିକ ଗମ୍ଭୀର ଅବସ୍ଥା ରେ କବକ ଓ ବ୍ୟାକ୍ଟେରିଆ ଜନିତ ରୋଗର ନିୟନ୍ତ୍ରଣ ଉପରେ ଧ୍ୟାନ ଦେବା ଦରକାର. ଉଦାହରଣ ସ୍ୱରୂପ ସଂକ୍ରମିତ ଫସଲ ଅଂଶକୁ ସମ୍ପୂୂର୍ଣ କାଟି କାଢି ଦେବା ସହ ଏଥିପାଇଁ କବକନାଶକ ଓ ବ୍ୟାକ୍ଟେରିଆ ନାଶକ ରସାୟନ ପ୍ରୟୋଗ କରାଯାଇପାରେ.
ଲକ୍ଷଣ ଗୁଡିକ ପବନ ଯୋଗୁଁ ଦେଖଦେଇଥାଏ ବିଶେଷତଃ ଯେଉଁ ଜାଗାରେ ନିରନ୍ତର ଭୀଷଣ ପବନ ବହେ ଓ ଯେଉଁ ଜମିରେ ୱିଣ୍ଡବ୍ରେକ ନଥାଏ, ସେଠାରେ ଅସୁବିଧା ଦେଖାଦେଇଥାଏ. ବାଲି କଣା ଗୁଡିକ ଉପରକୁ ଉଡି କିମ୍ବା ଡାଳପତ୍ର ହଲିବା ଦ୍ୱାରା ଫସଲରେ ଆଘାତ କରିପାରେ. ପବନର ଗତି ଓ କାଳାବଧି ଏବଂ ଫସଲର ବିକାଶ ଅବସ୍ଥା ଉପରେ ଲକ୍ଷଣ ଯୋଗୁଁ କ୍ଷୟକ୍ଷତି ର ମାତ୍ରା ନିର୍ଭର କରେ. ବିଶେଷ କରି ଯୁବ କାକୁଡି ଗଛ ବାଲିଆ ମାଟିରେ ବାଲି ରେ ଘଷି ହେବା ଓ ଆଘାତ ହେବା ପାଇଁ ସଂବେଦନଶୀଳ ଥାଆନ୍ତି. ଡାଳପତ୍ର ହଲିବା ଯୋଗୁଁ ପତ୍ର ଓ ଫଳ ଉପରେ କ୍ଷତ ସୃଷ୍ଟି ହୁଏ. ବ୍ୟାକ୍ଟେରିଆ ଓ କବକ ଏହି କ୍ଷତ ଉପରେ ଆକ୍ରମଣ କରିପାରନ୍ତି ଯଦ୍ୱାରା ପତ୍ର ସଂକ୍ରମିତ ଟିସୁ ଟି ପଚିଯାଇପାରେ. ଫସଲ କେତେ ଦୂର ଏହି କ୍ଷୟକ୍ଷତିରୁ ମୁକ୍ତି ପାଇପାରିବ ତାହା ଜମିର ଆର୍ଦ୍ରତା ଓ ଫସଲର ବିକାଶ ଅବସ୍ଥା ତଥା ପାଣିପାଗ ଉପରେ ନିର୍ଭର କରେ.