Leaf Reddening
ଅନ୍ୟ
ଫସଲ ର ଅବସ୍ଥା ଏବଂ ନାଲି ହେବା କାରଣ ଉପରେ ପତ୍ରରେ ପ୍ରକୃତରେ କେତେ ମାତ୍ରାରେ ଏବଂ କେଉଁ ପ୍ରକାର ନାଲି ହେବ ତାହା ନିର୍ଭର କରେ. ପ୍ରାୟ ସମୟରେ ପ୍ରଥମେ ପତ୍ର ର ଧାର ନାଲି ହୋଇଯାଏ ଏବଂ ପରେ ଏହା ପୁରା ପତ୍ର କୁ ବ୍ୟାପି ଯାଏ. ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଝାଉଁଳିବା, କାଣ୍ଡ ନାଲି ହେବା, ଦରିଦ୍ର ଏବଂ କିଛି ନଥିବା ବକରା ର ବୃଦ୍ଧି ହୁଏ, ପତ୍ର ଏବଂ ଫଳ ଝଡିପଡ଼େ ଏବଂ ଗଛ ଟି ବାଙ୍ଗରା ହୋଇଯାଏ. ପଟଝଡା ସମୟରେ, ରଂଗହୀନତା ଏକ ସାଧାରଣ କଥା ଏବଂ ଏହା ପୁରା ଫସଲ ରେ ଏକା ସମୟରେ ଦେଖାଯାଏ. ଯବକ୍ଷାରଜାନ ଅଭାବ ଛଡା ଅଧିକ ସମୟ ଖରା ରେ ରହିବା ଦ୍ୱାରା, ଥଣ୍ଡା ପାଗରେ ଏବଂ ପବନ କ୍ଷତ ଦ୍ୱାରା ମଧ୍ୟ ପତ୍ର ନାଲି ହୋଇଥଏ. ଏପରି କ୍ଷେତ୍ରରେ ରଂଗହୀନତା ପୁରା ଜମିରେ ନ ହୋଇ କେବଳ ଗୋଟିଏ ପତ୍ର ରେ ହୁଏ.
ଚାପ ଏବଂ ଗଛର ବଢିବା ସମୟ ଉପରେ ନୀର୍ଭର କରିି ଜୈବିକ ସାର ପ୍ରୟୋଗ କରିବା ସହାୟକ ହୋଇ ପାରେ. ତମ୍ବାଳିଆ ପତ୍ର ରୋଗ ଯଦି ଫସଲର ଶେଷ ସମୟରେ କିମ୍ବା ଯଦି ଶାରୀରିକ ଆଘାତ ଯୋଗୁଁ ହୁଏ ତେବେ ଜୈବିକ ଉପାୟ ଦରକାର ହୁଏ ନାହିଁ.
ଯଦି ସମ୍ଭବ ତାହାଲେ ସର୍ବଦା ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରିବା ଦରକାର. କପା ଗଛର ତମ୍ବାଳିଆ ପତ୍ର ରୋଗ ପାଇଁ କୋୖଣସି ରାସାୟନିକ ଉପଚାର ପଦ୍ଧତି ନାହିଁ. ଗୋବର ଖତ, ଭଲ ଜଳସେଚନ ପଦ୍ଧତି ଏବଂ ସନ୍ତୁଳିତ ସାର ପ୍ରୟୋଗ ଦ୍ୱାରା ଏହି ସମସ୍ୟା ର ସମାଧାନ କରାଯାଇ ପାରେ. ଯଦି ଫସଲ ର ଆରମ୍ଭରେ ଏହା ଦେଖାଯାଏ ତେବେ ଆବଶ୍ୟକ ସାର ପ୍ରୟୋଗ କରି ସମସ୍ୟା ର ସମାଧାନ କରାଯାଇ ପାରେ. ଯଦି ଏହି ଲକ୍ଷଣ ପ୍ରଥମ ବକରା ଖୋଲିବା ସମୟରେ ଦେଖାଯାଏ ତେବେ କୌଣସି ପ୍ରତିକାର କରିବା ଦରକାର ନାହିଁ.
ଅଜୈବିକ କାରଣ ଯେମିତିକି ପାଣି, ସବୁବେଳେ ଗରମ ଚାପ କିମ୍ବା ଅନୂର୍ବର ମାଟି ଯୋଗୁଁ ମଧ୍ୟ ଏହି ଲକ୍ଷଣ ଦେଖାଦିଏ. କେତେକ ପ୍ରକାରର କିମ୍ବା ଶଙ୍କର ଜାତୀୟ ଫସଲ ଏହାପାଇଁ ସହନଶୀଳ ନୁହେଁ. ଆନ୍ଥୋସିଆନିନ୍ ନାମକ ଏକ ନାଲିଆ କଣିକାର ବୃଦ୍ଧି ଏବଂ ପତ୍ରହରିତ୍ କୋଷର କ୍ଷତି ନାଲିପଡିଯିବା ର ଏକ ମୁଖ୍ୟ କାରଣ ଅଟେ. ଅନ୍ୟ ଏକ କାରଣ ହେଉଛି ମୂଳଗୁଛ ପଚି ଯିବା ଯାହାଦ୍ଵାରା ଗଛର ଜଳ ଏବଂ ଖାଦ୍ୟସାର ଶୋଷଣ କ୍ଷମତା କମିଯାଏ. ଏହି ଲକ୍ଷଣ ପତ୍ରଝଡା ସମୟରେ ଅତି ସାଧାରଣ କଥା ଅଟେ ଏବଂ ଏହାର କୌଣସି ନକରାତ୍ମକ ପ୍ରଭାବ ଅମଳ ଉପରେ ପଡେ ନାହିଁ. ଅନ୍ୟ କାରଣ ରେ ଫସଲର ର ଆରମ୍ଭ ରେ ଏହା ଯବକ୍ଷାରଜାନ, ଫସଫରସ, ଏବଂ ପୋଟାସିଅମ (magnesium ଦ୍ୱାରା ନୁହେଁ) ର ଅଭାବ ରେ ଦେଖାଦିଏ. ଆଉ ମଧ୍ୟ ଅତ୍ୟଧିକ ସୁଯ୍ୟ କିରଣ, ପବନ ଏବଂ ଥଣ୍ଡା ପାଗ ରଂଗହୀନତା କୁ ବଢାଇ ଥାଏ.