ଟମାଟ

ଟମାଟୋରେ ବୃଦ୍ଧି ଫାଟ

Fruit Deformation

ଅନ୍ୟ

5 mins to read

ସଂକ୍ଷେପରେ

  • ଫଳର ଚୋପାର ସ୍ଥିତିସ୍ଥାପକତା ଅପେକ୍ଷା ଅଧିକ ଚାପ ଫଳରେ ଫାଟ ସୃଷ୍ଟି କରେ । କାଣ୍ଡ ଚାରିପଟେ ମଧ୍ୟ ଫାଟ ଓ ଭାଗ ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଟମାଟ

ଲକ୍ଷଣ

ଫଳର ବାହ୍ୟ ଚୋପାର ଭାଗ ବା ଫାଟ ଆକାରରେ ଲକ୍ଷଣ ଦେଖାଯାଏ । ଭାଗ ଓ ଫାଟ ସାଧାରଣତଃ ବିଭିନ୍ନ ଗଭୀରତାର ଓ ଆକାରର ହୋଇଥାନ୍ତି ଏବଂ ଫଳର ଉପର ଅଂଶରେ ହୁଏ ।କ୍ଷତ ଚିହ୍ନର ସକେନ୍ଦ୍ରୀ କିମ୍ବା ଅରୀୟ ସୁବିନ୍ୟାସ ( radial symmetry ) ବିଭିନ୍ନ ପ୍ରକାର ଶରୀରଗତ ସମସ୍ୟା ଯୋଗୁଁ ହୋଇଥାଏ । ବେଳେବେଳେ ,ଫଳର ପୁଷ୍ପାଗ୍ର ମଧ୍ୟ ପ୍ରଭାବିତ ହୁଏ । ଫଳର ବୟସ ଯେତେ କମ ହେବ , ଏହି ଫାଟ ସେତେ ଅଧିକ କ୍ଷତି କରିବ । କାଣ୍ଡ ଚାରିପଟେ ମଧ୍ୟ ଫାଟ ଓ ଭାଗ ଦେଖାଯାଏ ।ଚୋପାଠାରୁ ଫଳ ଅଧିକବୃଦ୍ଧି ହେବା ଯୋଗୁଁ ଏହି ବିଶୃଙ୍ଖଳା ଦେଖାଦିଏ । ଫଳର ଚୋପାର ସ୍ଥିତିସ୍ଥାପକତା ଅପେକ୍ଷା ଅଧିକ ଚାପ ଫଳରେ ଫାଟ ସୃଷ୍ଟି କରେ ଯାହାକି ଘଟଣାକ୍ରମେ ଫାଟି ଖୋଲା ହୋଇଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ରୋଗ ପାଇଁ କୌଣସି ଜୈବିକ ଉପଚାର ଉପଲବ୍ଧ ନାହି । ଏହା କେବଳ ନିରାକରଣ ପଦ୍ଧତି ଦ୍ଵାରା ଉପଚାର କରାଯାଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଏହି ରୋଗ ନିରାକରଣ ପଦ୍ଧତି ଦ୍ଵାରା ଉପଚାର କରାଯାଇପାରେ । ଯାହାହେଲେବି, ଯବକ୍ଷରଜାନ ଅଧିକ ପ୍ରୟୋଗ କରନ୍ତୁ ନାହି ଓ ମାଟିର ପୋଟାସ ସ୍ତର ପ୍ରତି ଦୃଷ୍ଟି ଦିଅନ୍ତୁ ।

ଏହାର କାରଣ କଣ

ସାଧାରଣତଃ ଗଛ ଦ୍ଵାରା ଅତ୍ୟଧିକ ପାଣି ନେବା ଯୋଗୁଁ ହଠାତ ଓ ଫଳର ଦ୍ରୁତ ବୃଦ୍ଧି ହୁଏ ଓ ଏଥିପାଇଁ ଫାଟ ଏବଂ ଭାଗ ସୃଷ୍ଟି ହୁଏ । ଉଚ୍ଚ ଆର୍ଦ୍ରତା ଥିବା ଥଣ୍ଡା ଓ ଓଦା ଅବସ୍ଥାରୁ ଉଷ୍ମ ଓ ଶୁଖିଲା ଅବସ୍ଥା ଭଳି ପାରିପାର୍ଶ୍ଵିକ ପରିସ୍ଥିତିରେ ପରିବର୍ତ୍ତନ ଗଛ ବୃଦ୍ଧିରେ ହଠାତ ପରିବର୍ତ୍ତନକୁ ଅଧିକ ଖରାପ ଆଡକୁ ନିଏ । ଏହି ସମସ୍ୟାକୁ ଦୂରେଇବାକୁ ସମତୁଲ ସାର ପ୍ରୟୋଗ ମଧ୍ୟ ଆବଶ୍ୟକ ଅଟେ । ଉଦାହରଣ ସ୍ୱରୂପ ,ଫୁଲ ଓ ଫଳର ବିକାଶ ସମୟରେ ଅନୁମୋଦିତ ପରିମାଣରୁ କମ ପୋଟାସ ଓ ଅଧିକ ଯବକ୍ଷରଜାନ ପ୍ରୟୋଗ ଅତ୍ୟଧି ଫଳ ବୃଦ୍ଧି ଏବଂ ଫାଟ ହେବା ପାଇଁ ଅନୁକୂଳ କରେ ।


ସୁରକ୍ଷାତ୍ମକ ଉପାୟ

  • ଫାଟ ପ୍ରତିରୋଧି ଟମାଟୋ କିସମ ବାଛନ୍ତୁ । ଅତ୍ୟଧିକ ଜଳସେଚନ ଦିଅନ୍ତୁ ନାହି । ହଠାତ ବନ୍ୟା ଜଳସେଚନ ଅପେକ୍ଷା ଧୀରେ ଜଳ ଯୋଗାଣ କରନ୍ତୁ । ଆସୁଥିବା ଚରମ ପାଗ ବିଷୟରେ ସଚେତନ ହୁଅନ୍ତୁ , ଏବଂ ଉଚ୍ଚ ଆର୍ଦ୍ରତା କ୍ଷେତ୍ରରେ ସୂର୍ଯାଲୋକ କମ ପକାନ୍ତୁ , ଯଦି ସମ୍ଭବ ।ଚାପଦୂରେଇବା ପାଇଁ ପ୍ରତ୍ୟେକ ଗଛରେ ପତ୍ର ଓ ଫୁଲର ଉତ୍ତମ ସମତୁଲ ରକ୍ଷା କରନ୍ତୁ ।ଅନୁମୋଦିତ ପରିମାଣରୁ କମ ପୋଟାସ ଓ ଅଧିକ ଯବକ୍ଷରଜାନ ପ୍ରୟୋଗ କରନ୍ତୁ ନାହି ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ