Herbicides Photosynthesis Inhibitors
ଅନ୍ୟ
ଶିରା ପ୍ରଶିରା କୁ ଛାଡି ପତ୍ର ରେ ସବୁଜହୀନତା କିମ୍ବା ଦାଗ ଦେଖାଦେଇଥାଏ ଯାହା ହଳଦିଆ ରଙ୍ଗ ହୋଇଥାଏ. ପତ୍ରର ଧାରା ହଳଦିଆ ହୋଇଯାଇ ପାରେ ଯେତେ ବେଳେ ପତ୍ର ଶିରା ସବୁଜ ରହି ଥାଏ.. ଧୀରେ ଧୀରେ ପତ୍ର ଶୁଖିଯାଇ ଦୁଇରୁ ପାଞ୍ଚ ଦିନ ମଧ୍ୟରେ ଝଡ଼ିଯାଇପାରେ, ଯାହା ପୁରା ଆଲୋକ ରେ ଧଳା ହୋଇଯାଇଥାଏ (କାଗଜ ମୁଣିଆ ପରିକା ଦେଖାଯାଏ).
ଏହି ରୋଗ ଦ୍ୱାରା ହେଉ ଥିବା କ୍ଷତି ପାଇଁ କୌଣସି ଜୈବିକ ସମାଧାନ ନାହିଁ. ନିବାରକ ତଥା ଉତ୍ତମ କୃଷି କାର୍ଯ୍ୟ ହିଁ କୌଣସି ଅନିଷ୍ଟ ରୁ ପ୍ରଥମେ ବଞ୍ଚାଇ ପାରିବ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ନିବାରଣ ଉପାୟ ସହ ଜୈବିକ ନିୟନ୍ତ୍ରଣ କୁ ମଧ୍ୟ ଧ୍ୟାନ ଦେବା ଦରକାର. ତୃଣନାଶକ ସ୍ପ୍ରେ ଯୋଜନା କରିବା ପୂର୍ବରୁ କେଉଁ ପ୍ରକାରର ଅନାବନା ଗଛକୁ ନିୟନ୍ତ୍ରଣ କରୁଛନ୍ତି ତାହା ସୁନିଶ୍ଚିତ କରନ୍ତୁ. (ଚଉଡା ପତ୍ର ଥିବା ଗଛ କିମ୍ବା ଘାସ). ଅନ୍ୟ କୌଣସି ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ନଥିଲେ ହିଁ ତୃଣାନାଶକର ପ୍ରୟୋଗ କରନ୍ତୁ. ସଠିକ ତୃଣନାଶକ ର ଚୟନ କରନ୍ତୁ, ଲେବେଲ କୁ ଭଲଭାବେ ପଢି ନିର୍ଦେଶାବଳୀ କୁ ଅନୁକରଣ କରି କେତେ ମାତ୍ରା ପ୍ରୟୋଗ କରାଯିବ ତାହା ସୁନିଶ୍ଚିତ କରନ୍ତୁ.
C ବାଧକତା ଶ୍ରେଣୀ ର ତୃଣନାଶକ ଯେଉଁଥିରେ ଆଟ୍ରାଜିନ, ବ୍ରୋମୋକ୍ସିନିଲ, ଡ଼ିଉରନ ଏବଂ ଫ୍ଲୁଓମେଟୁରନ ଅନ୍ୟତମ, ଯୋଗୁଁ କ୍ଷୟକ୍ଷତି ହୋଇଥାଏ. ଏହି ଫର୍ମୁଲା ସବୁ ଆଲୋକ ସଂଶ୍ଳେଷଣ ରେ ବାଧା ସୃଷ୍ଟି କରନ୍ତି ଏବଂ କୋଷରେ ଥିବା ସବୁଜ କଣାକୁ ନଷ୍ଟ କରିଦିଅନ୍ତି ଯାହା ଫଳରେ ରଂଗହୀନତା ହୋଇଥାଏ. ଅନାବନା ଗଛ ଦେଖାଯିବା ପୂର୍ବରୁ ଜମିରେ ପ୍ରୟୋଗ କରାଯାଇଥିବା ତୃଣନାଶକ ଉପରକୁ ପାଣି ସହ ଗଛକୁ ଯାଇଥାଏ. ଶେଷରେ ଏହା ପତ୍ରରେ ମୁଖ୍ୟ ତାହା ପତ୍ର ଧାରରେ ଜମା ହୋଇ ଯାଏ. କିନ୍ତୁ ଜମିରେ ଅନାବନା ଗଛ ଦେଖାଗଲା ପରେ ତାକୁ ମାରିବା ପାଇଁ ବ୍ୟବହୃତ ତୃଣନାଶକ ଗଛର ଯେଉଁ ଜାଗାରେ ପଡେ ତାକୁ ହିଁ ନଷ୍ଟ କରିଥାଏ ଓ ଅନ୍ୟ ଅଂଶକୁ ଯାଇ ନଥାଏ. ବିଭିନ୍ନ ପ୍ରକାରର ଅନାବନା ଗଛ (ଉଦାହରଣ: ଘାସ, ସୋରିଷ, ବିଛୁଆଟି, ବଣ ମୂଳା) ରେ ତୃଣନାଶକ ପ୍ରତି ପ୍ରତିରୋଧକ ଶକ୍ତି ର ବିକାଶ ଏକ ସାଧାରଣ ସମସ୍ୟା.