Iron Toxicity
ଅନ୍ୟ
ଫସଲ ବୃଦ୍ଧିର ସମସ୍ତ ସମୟ ରେ ଲୌହ ବିଷାକ୍ତତା ସୃଷ୍ଟି ହୋଇପାରେ । ଏହା ବିଶ୍ୱ ର ବିଭିନ୍ନ ଅଂଶରେ ଖାଲ ଜମିରେ ଧାନରେ ହୋଇଥାଏ । ଫସଲ କୋଷ ଗୁଡିକ ଦ୍ୱାରା ବର୍ଦ୍ଧିତ ଲୌହ ଶୋଷଣ ଓ ଅତ୍ୟଧିକ ଜମା ହେବା ବିଷାକ୍ତ ପଦାର୍ଥ ସୃଷ୍ଟି କରିବା ପାଇଁ ସହାୟକ ହୋଇଥାଏ । ଏହାର ପ୍ରତିବଦଳରେ, ପତ୍ରହରିତ କୋଷ ଗୁଡିକ ଧ୍ବଂସ ହୋଇଯାଏ ଓ ଫସଲ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟାରେ ବାଧା ଉପୁଜେ , ଯାହା ଦ୍ୱାରା କି ବେଳେ ବେଳେ ପତ୍ର ଗୁଡିକ ବାଦାମୀ କିମ୍ବା ତମ୍ବାଳିଆ ରଙ୍ଗ ରେ ପରିଣତ ହୋଇଯାଏ । ମୂଳ ଆବେଶରେ ଉଚ୍ଚ ମାତ୍ରାରେ ଲୌହ ଜମା ହେଇ ଯିବାରୁ ମୂଳ ଦୁର୍ବଳ ହୁଏ ଓ ବହୁତ ଗୁଡ଼ାଏ ଦରକାରୀ ଖାଦ୍ୟସାର ଶୋଷଣ କମି ଯାଇଥାଏ । ଏହା ଅମଳରେ ଏକ ବଡ଼ କ୍ଷତି ସହିତ ଜଡିତ ଅଟେ(10-100%) ।
ଏହି ଅସୁବିଧା ର ଆଜି ଯାଏଁ କୌଣସି ଜୈବିକ ନିୟନ୍ତ୍ରଣ ଉପାୟ ଜଣା ନାହିଁ.
ଯେଉଁ ମାଟି ଓ ପରିବେଶ ରେ ଲୌହ ବିଷାକ୍ତତା ଅସୁବିଧା ସୃଷ୍ଟି କରିଥାଏ, ସେଠାରେ ସନ୍ତୁଳିତ ସାର ବ୍ୟବହାର କରନ୍ତୁ(ମୁଖ୍ୟତଃ ପୋଟାସିୟମ) ଓ ଚୂନ ବ୍ୟବହାର କରିବା ଦ୍ଵାରା ଏହି ଅବ୍ୟବସ୍ଥା ଦୂର କରି ହୁଏ । ସାରର ମିଶ୍ରଣରେ ମାଂଗାନିଜ କୁ ମିସେଇବା ଦ୍ୱାରା ମଧ୍ୟ ଫସଲ ଦ୍ୱାରା ଲୌହର ଶୋଷଣ କୁ କମ କରା ଯାଇ ପାରେ । ଅମ୍ଳୀୟ ମାଟିରେ ଚୂନ ମିସେଇବା ଅଧିକ ସୁପାରିସ କରାଯାଏ । ଯେଉଁ ମାଟି ରେ ଅଧିକ ପରିମାଣ ରେ ଲୌହ ଓ ଜୈବିକ ପଦାର୍ଥ ଥାଏ ଓ ଜଳ ନିଷ୍କାସନ ଦୁର୍ବଳ ଥାଏ ସେଥିରେ ଅତ୍ୟଧିକ ପରିମାଣର ଜୈବିକ ପଦାର୍ଥ (ଖତ ଓ ନଡା) ବ୍ୟବାହାର୍ବ୍କାରନ୍ତୁ ନାହି । ଏମୋନିଆମ ସଲଫେଟ(ଅଧିକ-ଅମ୍ଳୀୟକରଣ) ପରିବର୍ତ୍ତେ ୟୁରିଆ ଆକାରରେ ଯବକ୍ଷାରଜାନ ସାର(କମ-ଅମ୍ଳୀୟକରଣ) ବ୍ୟବହାର କରନ୍ତୁ ।
ଫସଲର ମୂଳ ପରିବେଶରେ ଅତ୍ୟଧିକ ପରିମାଣର ଲୌହ ଯୋଗୁଁ ଲୌହ ବିଷାକ୍ତତା ସୃଷ୍ଟି ହୋଇଥାଏ । ଏହି ଅସୁବିଧା ଟି ଵନ୍ୟପ୍ଲାଵିତ ମାଟି ଓ ପ୍ରାରମ୍ଭିକ ଭାବେ ତଳିଆ ଅଂଚଳ ର ଧାନ ଫସଲ ସହିତ ଜଡିତ ଅଟେ । ଜଳ ଜମିଥିବା ମାଟି ଉଭୟ ମାଟିରେ ଲୌହ ମାତ୍ରା ବଢ଼େଇଦେଇଥାଏ ଓ ଫସଲ ଦ୍ୱାରା ଏହାର ଶୋଷଣ କ୍ଷମତାକୁ ମଧ୍ୟ ବଢ଼େଇ ଦେଇ ଥାଏ । ମୋଟାମୋଟି ଭାବେ କହିବାକୁ ଗଲେ, ଅମ୍ଳୀୟ ମାଟି, ମାଟିର ଅମ୍ଳଜାନ ଗ୍ରହଣ ଓ ଉର୍ବରତା ମଧ୍ୟ ଖାଦ୍ୟସାର ଜମିବା ଓ ଶୋଷଣ କ୍ଷମତାରେ ଏକ ବଡ଼ ଭୂମିକା ଧାରଣ କରିଥାଏ ।ବାତଜୀବୀ କ୍ଷେତ୍ରରେ ପିଏଚ 5.8 ରୁ କମ ଥିବା ବନ୍ୟା ପ୍ଳାବିତ ମାଟି ( ସାଧାରଣ ଅମ୍ଳଜାନ ସ୍ତର ) ଏବଂ ଅବାତଜୀବୀ କ୍ଷେତ୍ରରେ ପିଏଚ ସ୍ତର 6.5 ରୁ କମ ହେଲେ ( ନିମ୍ନ ଅମ୍ଳଜାନ ସ୍ତର ) ଲୌହ ବିଷକ୍ତତା ଦେଖାଯାଏ । ଉପଯୁକ୍ତ ପରିଚାଳନା ଅଭ୍ୟାସ ମଧ୍ୟରେ ମାଟିରେ ଚୂନ ପ୍ରୟୋଗ କରିବା, ମାଟିର ଉର୍ବରତା ବଢେଇବା ଓ ଫସଲ ବୃଦ୍ଧିର ଏକ ବିଶିଷ୍ଟ ଅବସ୍ଥାରେ ମାଟି ନିଷ୍କାସନ କରିବା ଅନ୍ୟତମ ଅଟେ । ଯେହେତୁ ମାଂଗାନିଜ ମାଟିରେ ଥିବା ଲୌହ ମାତ୍ରା ସହ ପ୍ରତିଯୋଗିତା କରେ, ଏହି ଅଣୁସାରର ମିଶ୍ରଣ ଫସଲ ଦ୍ୱାରା ଲୌହ ର ଶୋଷଣ କୁ କିଛି ମାତ୍ରା ରେ କମେଇ ଦେଇ ପାରେ ।