Pesticide Burn
ଅନ୍ୟ
5 mins to read
ଏହାକୁ ଫାଇଓଟୋକ୍ସିସିଟି (Phyotoxicity) ମଧ୍ୟ କୁହାଯାଏ. ଏହାର ଲକ୍ଷଣ ସବୁ ଫସଲ ଉପରେ କୀଟନାଶକ ର ଦୁରୁପଯୋଗ ଯୋଗୁଁ ହୋଇଥାଏ. ଏହାର ଲକ୍ଷଣ ହେଲା ପତ୍ରରେ ଦାଗ, ପଚା ଚକଡା, ପତ୍ରର ଧାର ଏବଂ ଅଗ ପୋଡି ଗଲା ପରି ଦେଖାଯିବା. ବେଳେବେଳେ ଏହି ଲକ୍ଷଣ ପୋକ, ରୋଗ, ମାଇଟ କିମ୍ବା ଅନ୍ୟ ରୋଗ ସମ୍ବନ୍ଧୀୟ ପରିବେଶ ଯୋଗୁ ହୋଇଥାଏ ବୋଲି ଭୁଲ ଧାରଣା ଆସିଥାଏ. ପବନରେ ମଧ୍ୟ ଅତ୍ୟଧିକ କୀଟନାଶକ ଅନ୍ୟ ଗଛକୁ ବ୍ୟପିପାରେ. ଯେତେବେଳେ ଏକାଧିକ ରସାୟନ ଯାହାକି ମିଶାମିଶି କରି ପ୍ରୟୋଗ ଯୋଗ୍ୟ ନୁହଁ ତାହାର ପ୍ରୟୋଗ କଲେ ମଧ୍ୟ ଫାଇଓଟୋକ୍ସିସିଟି (Phyotoxicity) ହୋଇପାରେ.
ଯେତେବେଳେ ପୋକ କିମ୍ବା ରୋଗ ଦ୍ୱାରା ପନିପରିବା ଫସଲରେ ଅତ୍ୟଧିକ କ୍ଷତି ହୋଇଥାଏ, ତାହେଲେ ସଂକ୍ରମିତ ଗଛ ଗୁଡିକୁକାଟି ବାହାର କରିଦିଅନ୍ତୁ ଏବଂ ନୂଆ ଗଛ ଲଗାନ୍ତୁ. ପରବର୍ତୀ ସମୟରେ ଯେମିତି ଏ ସମସ୍ୟା ନ ଆସିବ ପାଇଁ ପ୍ରତିକାର ପଦ୍ଧତି ଶିଖନ୍ତୁ.
ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. କୀଟନାଶକ ପ୍ରୟୋଗ ଯୋଗୁ କ୍ଷତି ପାଇଁ କୌଣସି ରାସାୟନିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ନାହିଁ. ନିର୍ଦ୍ଧେଶାନୁସାରେ କୀଟନାଶକ ପ୍ରୟୋଗ କରିବା ସୁନିଶ୍ଚିତ କରନ୍ତୁ. ଅତ୍ୟଧିକ ଆକ୍ରାନ୍ତ ହେଲେ ୟୁରିଆ କିମ୍ବା ପଲିଫିଡ଼ 10ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ.
ପ୍ରତିକୂଳ ପରିବେଶରେ କୀଟନାଶକର ପ୍ରୟୋଗ ଦ୍ୱାରା ଫାଇଓଟୋକ୍ସିସିଟି (Phyotoxicity) ବାରମ୍ବାର ହୋଇଥାଏ. ସାଧାରଣତଃ ଅତ୍ୟଧିକ ତାପମାନ ଏବଂ ଆର୍ଦ୍ରତା କୀଟନାଶକ ଦ୍ୱାରା ଆଘାତ ହେବା ସମ୍ଭାବନା କୁ ବଢ଼ାଇ ଦେଇଥାଏ. (ସାବୁନ, ତେଲ ଏବଂ ସଲଫର ଯୁକ୍ତ କୀଟନାଶକ ଓ କବକନାଶକ). ଅପର ପକ୍ଷରେ ଥଣ୍ଡା ସନ୍ତସନ୍ତିଆ ପାଗ କପର କବକନାଶକ ଦ୍ୱାରା ଆଘାତକୁ ବଢ଼ାଇ ଦେଇଥାଏ. ଶାନ୍ତ, ଶୁଖିଲା ଏବଂ ଥଣ୍ଡା ବାତାବରଣରେ କୀଟନାଶକ ସ୍ପ୍ରେ କରିବା ଉଚିତ. ଅଧିକାଂଶ କୀଟନାଶକ ପାଇଁ ଉପଯୁକ୍ତ ତାପମାନ ହେଲା 25° C ରୁ କମ. ଜୈବିକ ଚାପ ଥିବା ପରିସ୍ଥିତି (ମରୁଡି, ପୋକ ଦ୍ୱାରା କ୍ଷତି) ରାସାୟନିକ କ୍ଷତି ପାଇଁ ସୁହାଇଥାଏ. ଗରମ, ଆର୍ଦ୍ର ଏବଂ ମେଘୁଆ ପାଗରେ ଜଳ ଅଂଶ ଶୀଘ୍ର ଶୁଖି ନଥାଏ ଏବଂ ଏମିତିକା ପାଗରେ ଅଧିକ ପ୍ରତିରୋଧ ଶକ୍ତି ଥିବା ଗଛରେ ମଧ୍ୟ ଫାଇଓଟୋକ୍ସିସିଟି (Phyotoxicity) ପ୍ରତି ସମ୍ବେଦନଶୀଳ ହୋଇଯାଏ.