Blossom drop
ଅନ୍ୟ
ଗଛରେ ଫୁଲ ଧରେ, କିନ୍ତୁ ତା'ପରେ ଅନେକ ସମୟରେ ଫୁଲ ମରିଯାଇ ଝଡି ଯାଇଥାଏ। ବେଳେବେଳେ, ଝଡିବା ପୂର୍ବରୁ, ପତ୍ର ଡେମ୍ଫ ହଳଦିଆ ପଡିଯାଏ।
ମୁଖ୍ୟତଃ ନିରାକରଣାତ୍ମକ ପଦକ୍ଷେପ ନେଇ ଜୈବିକ ନିୟନ୍ତ୍ରଣ କରା ଯାଇପାରେ। ଆପଣଙ୍କ ଜୈବିକ ଉତ୍ପାଦ ପାଇଁ ଗଛ ବୃଦ୍ଧି ନିୟନ୍ତ୍ରକ ଅନୁମୋଦନୀୟ ନା ନାହିଁ ଯାଞ୍ଚ କରିବା ସୁନିଶ୍ଚିତ କରନ୍ତୁ। ଯଦି ହୋଇଥାଏ, ରାସାୟନିକ ନିୟନ୍ତ୍ରଣ ପାଇଁ ମାର୍ଗ ଦର୍ଶିକା ପଢନ୍ତୁ।
GA3 କିମ୍ବା NAA ପରି ସ୍ୱତନ୍ତ୍ର ସ୍ପ୍ରେ ବ୍ୟବହାର କରି କୃଷକମାନେ ସେମାନଙ୍କ ଗ୍ରୀନ ହାଉସ୍ ରେ ଅଧିକ ଫୁଲ ରହିବା ବ୍ୟବସ୍ଥା କରି ପାରିବେ। ନିର୍ଦ୍ଦେଶାବଳୀ ଅନୁଯାୟୀ ଠିକ୍ ସମୟରେ ଫୁଲଗୁଡିକୁ ସ୍ପ୍ରେ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ। ମନେରଖନ୍ତୁ ଯେ ଏହି ସ୍ପ୍ରେ ଗୁଡିକ ସର୍ବଦା କାମ କରିନପାରେ କାରଣ ବିଭିନ୍ନ କାରକ ଫୁଲ ଫୁଟିବା ଉପରେ ପ୍ରଭାବ ପକାଇପାରେ। ପ୍ରତ୍ୟେକ ସମସ୍ୟା ପାଇଁ ଏହା ଏକ ସମାଧାନ ନୁହେଁ।
ପରାଗ ସଂଗମ ଏବଂ ଗଛର ସ୍ୱାସ୍ଥ୍ୟକୁ ବାଧା ଦେଉଥିବା କାରକ କିମ୍ବା ପରାଗ ସଂଗମକାରୀଙ୍କ ଅନୁପସ୍ଥିତି ଯୋଗୁଁ ଫୁଲ ଝଡି ଯାଇପାରେ। ଫୁଲର ପରାଗ ସଂଗମ ପରେ ଅନୁକୂଳ ନଥିବା ଉଭୟ ନିମ୍ନ ଏବଂ ଉଚ୍ଚ ତାପମାତ୍ରା, ଏବଂ ନିମ୍ନ ଏବଂ ଉଚ୍ଚ ଆର୍ଦ୍ରତା ସ୍ତର ଆଦି ଗୁରୁତ୍ୱପୂର୍ଣ୍ଣ କାରଣ ଅଟେ। ଅତ୍ୟଧିକ ନାଇଟ୍ରୋଜେନ/ଯବକ୍ଷାରଜାନ ଫୁଲ ବଦଳରେ ପତ୍ରକୁ ବଢିବାକୁ ଉତ୍ସାହିତ କରେ, ଯାହା ଫଳର ଦୁର୍ବଳ ବିକାଶର କାରଣ ହୋଇଥାଏ, ଯେତେବେଳେ କି ଅଳ୍ପ ନାଇଟ୍ରୋଜେନ/ଯବକ୍ଷାରଜାନ ଦୁର୍ବଳ ଲତା ସୃଷ୍ଟି କରେ ଯାହା ଫଳକୁ ଧରି ରଖି ପାରିବ ନାହିଁ। କମ୍ ପରିମାଣର ଜଳ ଗଛ ଉପରେ ଚାପ ପକାଇ ଥାଏ ଏବଂ ଅତ୍ୟଧିକ ଜଳ ସେମାନଙ୍କର ଚେରକୁ ଶ୍ଵାସ ରୋଧ କରିଥାଏ ଯେଉଁ କାରଣରୁ ଫୁଲ ଝଡା ରୋଗ ହୋଇଥାଏ। ପତ୍ର ଉକୁଣି ଏବଂ ମାଇଟ୍/ଅଷ୍ଟପଦୀ ଗଛର ଟିସୁକୁ କ୍ଷତି ପହଞ୍ଚାଇ ଥାଆନ୍ତି ଯାହା ଦ୍ଵାରା ଫୁଲ ଝଡିଯାଏ, ଏବଂ କବକ ଜନିତ ରୋଗ ଗଛକୁ ଚାପ ଦେଇଥାଏ ଯାହା ମଧ୍ୟ ଫୁଲ ଝଡିବାର ଏକ କାରଣ ହୋଇଥାଏ।