ଚିନାବାଦାମ

ପତ୍ରର ରଙ୍ଗ ପରିବର୍ତ୍ତନ

Chimera

ଅନ୍ୟ

5 mins to read

ସଂକ୍ଷେପରେ

  • ଯେତେବେଳେ ଗଛର ସବୁଜ ରଙ୍ଗ ଅନ୍ୟ ରଙ୍ଗ ଦ୍ୱାରା ଘୋଡେଇ ହୋଇଯାଏ ଏବଂ ବିଭିନ୍ନ ରଙ୍ଗର ପରିମାଣ ବଢିଯାଏ ଓ ଶେଷରେ ଲାଲ ଦେଖାଯାଏ.
  • ଏହି ଅବସ୍ଥା ଫସଲ ପାଇଁ ହାନିକାରକ ନୁହେଁ ଏବଂ ଶତକଡା ବହୁତ କମ ଗଛରେ ଦେଖାଦେଇଥାଏ.

ମଧ୍ୟ ଦେଖା ଯାଇପାରେ

16 ଫସଲ ଗୁଡିକ

ଚିନାବାଦାମ

ଲକ୍ଷଣ

ରଙ୍ଗ ପରିବର୍ତ୍ତନ ଯୋଗୁଁ ଅସମ ଧରଣର ଧଳା ରୁ ହଳଦିଆ ରଙ୍ଗ ପତ୍ରର କିଛି ଜାଗାରେ ହୋଇଯାଏ ଏବଂ ବେଳେବେଳେ କାଣ୍ଡ ରେ ମଧ୍ୟ ଦେଖାଯାଏ. ସବୁଜ ରଙ୍ଗକୁ ଲାଗିକି ଏହା ରହିଥାଏ ଯାହା ଏକ ସ୍ପଷ୍ଟ ମୋଜାଇକ, ଛାପଛପିଆ କିମ୍ବା ସିଧା ଗଠନ ଦେଖାଯାଏ. ବେଳେବେଳେ ଶିରା ପ୍ରଶିରା ରେ ମଧ୍ୟ ରଙ୍ଗ ପରିବର୍ତ୍ତନ ହୋଇଥାଏ ଯେଉଁଥିରେ କେବଳ ଶିରା ପ୍ରଶିରାର ରଙ୍ଗ ବଦଳିଥାଏ କିନ୍ତୁ ବାକି ପତ୍ର ସବୁଜ ଥାଏ. ଯଦି ଗଛର ଅଧିକାଂଶ ଜାଗାରେ ଏହା ହୋଇଥାଏ, ତାହେଲେ ସବୁଜିମାର ଅଭାବରେ ଗଛ ଛୋଟ ହେବାର ସମ୍ଭାବନା ରହିଛି. କିନ୍ତୁ, ପ୍ରାୟତଃ ଏହା ଜମିର କେବଳ ବହୁତ କମ ଜାଗାରେ ହୋଇଥାଏ ଏବଂ ଉତ୍ପାଦନ କମ ହୋଇ ନଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଯେହେତୁ ଏହି ଅସୁବିଧାର କୌଣସି ପରିବେଶ ଜନିତ ସମସ୍ୟା ନାହିଁ, ଏହି ରୋଗର ନିୟନ୍ତ୍ରଣ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ନାହିଁ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ଯେହେତୁ ପତ୍ରର ରଙ୍ଗ ପରିବର୍ତ୍ତନ ଏକ ଅନୁବଂଶିକ କିମ୍ବା ଶାରୀରିକ ସମସ୍ୟା ଅଟେ ତେଣୁ ଏହାର ଉପଚାର ପାଇଁ କୌଣସି ରାସାୟନିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ନାହିଁ.

ଏହାର କାରଣ କଣ

ରଙ୍ଗ ପରିବର୍ତ୍ତନ ସମସ୍ୟା ଏକ ଆନୁବଂଶିକ କିମ୍ବା ଶାରୀରିକ ବ୍ୟତିକ୍ରମ ଯାହା ପରିବେଶ ଉପରେ ନିର୍ଭର କରେ ନାହିଁ. କୌଣସି ଜୀବାଣୁର ପ୍ରଭାବ ଏଥିରେ ନାହିଁ. ଏହାର ମୁଖ୍ୟ କାରଣ ହେଲା ପତ୍ରରେ କିଛି କିଛି ଜାଗାରେ ସବୁଜିମାର ଅଭାବ. ଏହା ବହୁତ କମ ମାତ୍ରାରେ ହୋଇଥାଏ ଏବଂ ଗଛ କିମ୍ବା ଉତ୍ପାଦନ ପାଇଁ କ୍ଷତିକାରକ ନୁହଁ. କିଛି ଅଳଙ୍କାରିକ ଗଛ ପାଇଁ ଏହି ରଙ୍ଗ ପରିବର୍ତ୍ତନ ସାଧାରଣ କଥା ଏବଂ ଏହା ସୁନ୍ଦରତା ର ଏକ ଉପାଦାନ.


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ଓ ପରିଚିତ କିସମର ସଂଶୋଧିତ କିମ୍ବା ହାଇବ୍ରିଡ଼ ବିହନ ବ୍ୟବହାର କରନ୍ତୁ.
  • ବିହନରେ ଯେମିତିକି କିଛି ଆନୁବଂଶିକ ତୃଟି ନଥାଏ ତାହା ସୁନିଶ୍ଚିତ କରନ୍ତୁ ଯଦ୍ୱାରା ପତ୍ରର ରଙ୍ଗ ପରିବର୍ତ୍ତନ ସମସ୍ୟା ହେବ ନାହିଁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ