Abiotic Sunburn
ଅନ୍ୟ
ପ୍ରତ୍ୟକ୍ଷ ସୂର୍ଯ୍ୟାଲୋକ ଏବଂ ଅତ୍ୟଧିକ ତାପମାତ୍ରା ଯୋଗୁଁ ଅଜୈବ ଦଗ୍ଧ ଜନିତ କ୍ଷତି ହୋଇଥାଏ। ଏହି କାରକଗୁଡିକ ଗଛ ଟିସୁରେ ଆର୍ଦ୍ରତାର ପରିବର୍ତ୍ତନ କରିଥାଏ, ଯାହାକି ପ୍ରାଥମିକ ଅବସ୍ଥାରେ ନୂଆ କଅଁଳ ପତ୍ରର ଝାଉଁଳା ସୃଷ୍ଟି କରିଥାଏ। ଏହି ପତ୍ରଗୁଡ଼ିକ କ୍ରମଶଃ ଇଷତ ସବୁଜ ଏବଂ 2 - 3 ଦିନ ପରେ ଅଗ୍ର ଓ ଧାରରେ କ୍ଷତ ଦାଗ ସୃଷ୍ଟି କରିଥାଏ। ଏହି ଶୁଷ୍କ ଦାଗ ପରେ ପତ୍ରର ମଝି ଆଡକୁ ଅଗ୍ରସର ହୋଇଥାଏ। ମରୁଡି ଜନିତ ଚାପ ଏବଂ କୀଟ ଆକ୍ରମଣ ଯୋଗୁଁ ହୋଇଥିବା ପତ୍ରଝଡା ବକଳରେ ଦଗ୍ଧ ସୃଷ୍ଟି କରିଥାଏ। ସେଠାରେ, ତାହା ଫାଟ ଓ ଯାଦୁରା ସୃଷ୍ଟି କରିଥାଏ, ଯାହାକି ଘଟଣାକ୍ରମେ ଗଣ୍ଡିରେ ମୃତ ଦାଗ ବିକାଶ କରିଥାଏ।
ଧବଳ ମୃତ୍ତିକା ଓ ଅଭ୍ର ଭିତ୍ତିକ ପଦାର୍ଥ ସୂର୍ଯ୍ୟାଲୋକରେ ବାଧା ଦେବା ପାଇଁ ପତ୍ର ଓ ଗଣ୍ଡିରେ ସିଂଚନ କରାଯାଇ ପାରେ। ଏହା ତାପମାତ୍ରା 5-10 °C ପର୍ଯ୍ୟନ୍ତ କମାଇ ପାରେ। କ୍ୟାଲସିୟମ କାର୍ବୋନେଟ କିମ୍ବା ଚୂନ ପଥର ସ୍ଫଟିକ ମଧ୍ୟ ସୁପାରିସ କରାଯାଇ ଥାଏ। କାର୍ନାଉବା ମହମ ଗଛ ପାଇଁ ଏକ ପ୍ରାକୃତିକ ସୂର୍ଯ୍ୟାଲୋକ ପରଦା ଭଳି କାମ କରିଥାଏ।
ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ସାର ଅନୁପୂରକ ଭାବରେ ପ୍ରୟୋଗ କରାଯାଇ ଥିବା ଆବସିସିକ ଏସିଡ ସେଓ ଭଳି ଫଳରେ ସୌରଦଗ୍ଧ କ୍ଷତି କମାଇବାରେ ସାହାଯ୍ୟ କରିଥାଏ, ଏବଂ ତେଣୁ ଅନ୍ୟ ଫସଲରେ ମଧ୍ୟ ଏହା କାମ କରିଥାଏ। ଅଣ-ବାଷ୍ପୀଭବନ ପଦାର୍ଥ ଯଥା- ପଲି-1-ମେନ୍ଥେନ, ଯାହାକି ପତ୍ରରେ ଜଳ ହ୍ରାସ କମାଇ ଥାଏ, କିଛି ଅଧ୍ୟୟନରେ ଭଲ ଫଳ ଦେଖାଇଛି।
ଉଚ୍ଚ ସୌର ବିକୀରଣ, ଉଚ୍ଚ ତାପମାତ୍ରା ଏବଂ ନିମ୍ନ ଆପେକ୍ଷିକ ଆର୍ଦ୍ରତା ଥିବା ଅଞ୍ଚଳରେ ଲଗାଯାଇ ଥିବା ଗଛରେ ଏହି ସୌରଦଗ୍ଧ କ୍ଷତ ସାଧାରଣ ଅଟେ। ସମୁଦ୍ର ପତ୍ତନ ଠାରୁ ଉଚ୍ଚତା ମଧ୍ୟ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ, ଯେହେତୁ ଅତି ବାଇଗଣି ବିକୀରଣ ଉଚ୍ଚ ସ୍ଥାନରେ ଅଧିକ ହୋଇଥାଏ। ପତ୍ର, ଫଳ ଓ ବକଳରେ ଲକ୍ଷଣ ଦେଖାଯାଏ। ଗଛର କିସମ, ଏହାର ବୃଦ୍ଧି ଅବସ୍ଥା ଏବଂ ମାଟିର ଆର୍ଦ୍ରତା ଭଳି କାରକ ଉପରେ ସୌରଦଗ୍ଧର ମାତ୍ରା ନିର୍ଭର କରିଥାଏ। ନିର୍ଦ୍ଧିଷ୍ଟ ଭାବରେ, ଫଳର ବିକାଶ ସମୟରେ ଯେତେବେଳେ ତାପମାତ୍ରା ଓ ଖରା ସମୟ ଅଧିକ ହୋଇଥାଏ, ଏହାର ମାତ୍ରା ଅଧିକ ହୋଇଥାଏ। ପାଣିପାଗର ପରିବର୍ତ୍ତନ ମଧ୍ୟ ପ୍ରମୁଖ ଅଟେ: ତେଣୁ, ଯେତେବେଳେ ଥଣ୍ଡା କିମ୍ବା ମୃଦୁ ପାଣିପାଗ ପରେ ହଠାତ ଉଷ୍ମ, ଖରା ପାଣିପାଗ ଆସିଥାଏ, କ୍ଷତି ହୋଇପାରେ।