ଧାନ

କ୍ଷାରୀୟତା

Alkalinity

ଅନ୍ୟ

ସଂକ୍ଷେପରେ

  • ପତ୍ର ଅଗ ରୁ ଆରମ୍ଭ କରି ଧଳା ରୁ ନାଲିଆ-ବାଦାମୀ ପତ୍ର ବର୍ଣ୍ଣହୀନତା ଦେଖା ଯାଇଥାଏ । ପତ୍ର ଗୁଡିକର ମଉଳିବା ଓ ମୋଡି ହେବା ମଧ୍ୟ ଦେଖାଯାଏ ।ପିଲ ଓ ବିକାଶ ବୃଦ୍ଧି ବ୍ୟାଧିତ ହୋଇଯାଏ । ଫୁଲଗୁଡିକ ଡେରିରେ ଫୁଟିଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ଫସଲର ଯେକୌଣସି ବୃଦ୍ଧି ଅବସ୍ଥାରେ କ୍ଷାରୀୟ କ୍ଷତି ହୋଇପାରେ । ପତ୍ର ଗୁଡିକରେ ବର୍ଣ୍ଣହୀନତା ଦେଖା ଯାଏ, ଧଳାରୁ ଆରମ୍ଭ କରି ନାଲିଆ-ମାଟିଆ ରଙ୍ଗର, ସାଧାରଣତଃ ପତ୍ର ଅଗରୁ ଆରମ୍ଭ ହୋଇଥାଏ । ମାରାତ୍ମକ କ୍ଷାରୀୟ ପରିବେଶରେ, ବର୍ଣ୍ଣହୀନତା ପତ୍ର ର ଅନ୍ୟ ଅଂଶ ଗୁଡିକୁ ମଧ୍ୟ ବ୍ୟାପି ଯାଇପାରେ ଓ ପତ୍ର ଗୁଡିକ ଝାଉଁଳି ଯାଇପାରନ୍ତି, ଯାହାକି ଫସଲ କୁ ଏକ ଜଳିଗଲା ଭଳି ରୂପ ଦେଇଥାଏ । ପତ୍ର ଗୁଡିକର ମୋଡି ହେଇ ଯିବା ପତ୍ର ବିକୃତ ହେବାର ଏକ ଲକ୍ଷଣ ଅଟେ । ତୀବ୍ର କ୍ଷାରୀୟ ମାଟିରେ ଫସଲ ବିକାଶ କିମ୍ବା ପିଲ ବୃଦ୍ଧି ବ୍ୟାଧିତ କରିଦିଏ, ଯାହା ଦ୍ୱାରା ଫସଲ ରୁଗୁଡିଆ ହୋଇଯାଏ । ଯେଉଁ ଫସଲ ଗୁଡିକ ଫୁଲ ଫୁଟିବା ସ୍ତର ଯାଏଁ ପହଞ୍ଚନ୍ତି, କ୍ଷାରୀୟତା ଏମାନଙ୍କ ଫୁଲ ଫୁଟିବାକୁ ଡେରି କରିଦେଇଥାଏ ଓ ଧଳା କେଣ୍ଡା ସୃଷ୍ଟି କରିଥାଏ । ଏହିଁ ଲକ୍ଷଣ ଗୁଡିକୁ ଯବକ୍ଷାରଜାନ ଅଭାବ ର ଲକ୍ଷଣ ଗୁଡିକ ସହିତ ମଧ୍ୟ ଭୁଲ ବୁଝା ଯାଇପାରେ.

ସୁପାରିଶ ଗୁଡିକ

ଜୈବିକ ନିୟନ୍ତ୍ରଣ

ଜୈବିକ କମପୋଷ୍ଟ , ପର କିମ୍ବା ଅଦରକାରୀ ବାଳ ,ଜୈବିକ ଆବର୍ଜନା ଅଦରକାରୀ କାଗଜ ,ଅଦରକାରୀ ଲେମ୍ବୁ ବା କମଳା ଭୁଇଁରେ ମିଶାଇ କ୍ଷାରିୟ ମାଟି ସୁଧାର କରାଯାଇପାରେ । ଅମ୍ଳୀୟ ସାମଗ୍ରୀ ( ଅଜୈବିକ ଓ ଜୈବିକ ସାମଗ୍ରୀ ) ମାଟିରେ ମିଶାଇବା ସୁନିଶ୍ଚିତ କରନ୍ତୁ । ପାଇରିଟ କିମ୍ବା ଶସ୍ତା ଆଲୁମିନିୟମ ସଲ୍ଫେଟ ଭଳି ଖଣିଜ ପଦାର୍ଥ ମାଟିରେ ମିଶାଇ ମାଟିକୁ ଅମ୍ଳୀୟ କରିବା ସମ୍ଭବ ଅଟେ ।

ରାସାୟନିକ ନିୟନ୍ତ୍ରଣ

ସମସ୍ୟାର ଉତ୍ସକୁ ବିବେଚନା କରି ମାଟି କ୍ଷାରୀୟତାର ସୁଧାର ବିଭିନ୍ନ ଉପାୟରେ କରାଯାଇ ପାରେ ।କମ ଚୂନ ଅଂଶ ଓ ଅଧିକ ସୋଡିଅମ ଥିବା ମାଟିରେ ସାଧାରଣ ଭାବରେ ଜିପସମ ବ୍ୟବହାର କରି ମୃତ୍ତିକା ସୁଧାର କରାଯାଏ । ଏହା ଠିକ ଭାବେ କାମ କରିବା ପାଇଁ, ଉପଚାର କରିବା ପରେ ପରେ ମୂଳ ଅଞ୍ଚଳରୁ ସୋଡିୟମ କୁ ବାହାର କରିଦେବା ପାଇଁ ବହୁ ପରିମାଣରେ ଜଳ ନିଷ୍କାସନ କରିବା ଉଚିତ ଅଟେ । ଜିପସମ ରେ ଦ୍ରବଣୀୟ କାଲସିୟମ ସୋଡିୟମ ଆୟନ କୁ ବାହାର କରିଦିଏ ଓ ଅଧିକ ପାଣି ସହ ବୋହିଯାଏ । ମାଟି ସଲଫର କିମ୍ବା ଗାଢ଼ ସଲଫ୍ୟୁରିକ ଏସିଡ ଯଥେଷ୍ଟ କାଲସିୟମ କାର୍ବୋନେଟ ସହ ବ୍ୟବହାର କରାଯାଇପାରେ । କାଲସିୟମ କ୍ଲୋରାଇଡ (CaCl2) କିମ୍ବା ୟୁରିଆ ଉପରେ ଆଧାରିତ ଉର୍ବରୀକରଣ ଯୋଜନା ସବୁ ମଧ୍ୟ କ୍ଷାରୀୟ ମାଟିର ଉପଚାରରେ ବ୍ୟବହାର କରାଯାଇପାରେ.

ଏହାର କାରଣ କଣ

କ୍ଷାରୀୟତା ମାନେ ହେଉଛି ମାଟିରେ ଆୟନ ଗୁଡିକର ଉପସ୍ଥିତି ଯାହାକି ମାଟିର ପିଏଚ ବଢାଇଥାଏ । ଏହା କାଦୁଆ ମାଟି, ସୋଡିକ କିମ୍ବା ଚୂନ ଯୁକ୍ତ ମାଟିର ଏକ ଗୁଣ ଅଟେ, ଯାହାରକି ଦୁର୍ବଳ ମାଟି ସଂରଚନା ଓ କମ ପରିସ୍ରବଣ କ୍ଷମତା ଥାଏ । କ୍ଷାରୀୟତା ଗଛର ମୂଳକୁ କ୍ଷତି କରିପାରେ । ଏହା ଦ୍ୱାରା ଫସଲର ମାଟିରୁ ପାଣି ଓ ଅନ୍ୟ ଆବଶ୍ୟକ ଖାଦ୍ୟସାର ଶୋଷଣ କ୍ଷମତା କମି ଯାଇଥାଏ । ଫଳସ୍ୱରୂପ ଚେରଓ ଫସଲର ବିକାଶ ବାଧା ପାଏ । କ୍ଷାରୀୟ ମାଟି ଗୁଡିକ ଫସଲର ଆବଶ୍ୟକ ଖାଦ୍ୟସାର ଉପଲବ୍ଧତା କୁ ସୀମିତ କରିଦେଇ ପାରେ ଓ ଫଳସ୍ୱରୂପ ଫସଫରସ ଓ ଦସ୍ତା ଅଭାବ ଦେଖା ଦେଇ ପାରେ, ଏଥି ସହ ଲୌହ ଅଭାବ ଓ ବୋରନ ବିଷାକ୍ତତା ମଧ୍ୟ ଦେଖିବାକୁ ମିଳିଥାଏ । ଉଚ୍ଚ ପିଏଚ ସ୍ତର କୁ ସାଧାରଣତଃ ଭାବେ ଵନ୍ୟପ୍ଲାଵିତ ଧାନରେ ଏକ ମୁଖ୍ୟ ଅସୁବିଧା ଭାବେ ଦେଖା ଯାଏ ନାହିଁ । କିନ୍ତୁ, ଏହା ବର୍ଷାଧାର ଅଞ୍ଚଳ ଯେଉଁଠାରେ କମ ବର୍ଷା ହୁଏ କିମ୍ବା ଜଳସେଚିତ ଅଞ୍ଚଳ ଗୁଡିକ ଯେଉଁଠାରେ କମ ଜଳ ଯୋଗାଣ ହୁଏ ସେଠାରେ ଫସଲ ଗୁଡିକୁ ପ୍ରଭାବିତ କରି ପାରନ୍ତି । ଆଶ୍ଚର୍ଯ୍ୟ ନ ହେବାର କଥା , ଏହା ସାଧାରଣତଃ ଅର୍ଦ୍ଧଶୁଷ୍କ ଅଞ୍ଚଳ ରେ ଦେଖା ଯାଇଥାଏ ଓ ଏହା ପ୍ରାୟତଃ ସବୁ ସମୟରେ ଲବଣତା ସହ ଜଡିତ ଅଟେ ।


ସୁରକ୍ଷାତ୍ମକ ଉପାୟ

  • କମ୍ପୋଷ୍ଟ ମିଶେଇ କିମ୍ବା ଛିଡା ପତ୍ର ଗୁଡିକର ଛାଦିକରଣ ପ୍ରୟୋଗ କରିବା ଦ୍ୱାରା ଜଳ ନିଷ୍କାସନକୁ ଉନ୍ନତ କରନ୍ତୁ କିମ୍ବା ପାଣି କୁ ବାଷ୍ପିକରଣ ହେବାରୁ ରୋକନ୍ତୁ । ପାଣି କୁ ବାଷ୍ପିକରଣ ହେବାରୁ ରୋକିବା ପାଇଁ ମାଟିରେ ଛାଦିକରଣ କରି ଦିଅନ୍ତୁ, ଯାହାକି ମାଟି ପୃଷ୍ଠ ଉପରେ ଲୁଣ ଅଂଶ ଛାଡି ଯାଇଥାଏ । ଅମଳ ପରେ ମାଟିର ସଂରଚନା ଭାଙ୍ଗିବା ପାଇଁ ଚାଷ କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ