ଧାନ

ଧାନ ପତ୍ର ଅଷ୍ଟପଦୀ

Oligonychus spp.

ମାଇଟ

5 mins to read

ସଂକ୍ଷେପରେ

  • ପତ୍ରର ତଳ ପାର୍ଶ୍ୱ ରେ ଗୁଣ୍ଡ ଜାଲ ଭଳି ଦ୍ରବ୍ୟ ସୃଷ୍ଟି ହୋଇଥାଏ । ଉପର ପଟରେ ହଳଦିଆ ବାଦାମୀ ଦାଗ ଗୁଡିକ ଦେଖା ଯାଏ । ପତ୍ର ଧୂସରିଆ ରଙ୍ଗ ର ହୋଇ ଯାଏ ଓ ଶୁଖିଯାଏ । ଅଷ୍ଟପଦୀ ପୋକ ବହୁତ ଛୋଟ ଅଟେ, ଯବ କାଚ ବିନା ଏହା କୁ ଦେଖିବା କଷ୍ଟକର ଅଟେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ଧାନ ପତ୍ର ଅଷ୍ଟପଦୀ ବହୁତ ଛୋଟ ଅଟେ କିନ୍ତୁ ଏହା ପତ୍ର ର ତଳ ପଟେ ବହୁ ସଂଖ୍ୟା ରେ ନିଜ ଦଳ ବନେଇ ଦେଇଥାଏ । ପତ୍ରର ରସ ଶୋଷିନେବା ଦ୍ୱାରା, ପତ୍ରର ଉପର ପଟେ ଧଳା ଦାଗ ଦେଖା ଯାଇଥାଏ ଯାହା ଘଟଣାକ୍ରମେ ଏହା ଶୁଖିଯାଇ ଏହା ହଳଦିଆ ରୁ ମାଟିଆ ରଙ୍ଗ ର ହୋଇଯାଏ । ଏହି ଲକ୍ଷଣ ଗୁଡିକୁ ପତ୍ର ବିନ୍ଦୁ ରେଖା ବୋଲି କୁହା ଯାଇଥାଏ । ଅତ୍ୟଧିକ ପରିସ୍ଥିତିରେ ସମ୍ପୂର୍ଣ ପତ୍ର ଧୂସରିଆ ହୋଇଯାଇପାରେ ଓ ଶୁଖି ଯାଇପାରେ । ଅଷ୍ଟପଦୀ ଟି ପତ୍ରର ତଳ ପାର୍ଶ୍ୱରେ ଏକ ବହୁତ ସୂକ୍ଷ୍ମ ଜାଲ ବୁଣିଥାଏ, ଯାହା ଏକ ଗୁଣ୍ଡ ପଦାର୍ଥ ଭଳି ଦେଖା ଯାଇଥାଏ । ସଂକ୍ରମିତ ଗଛ ଗୁଡିକର ପତ୍ରହରିତ କୋଷ ସବୁ ନଷ୍ଟ ହୋଇ ଯାଇ ଥିବାରୁ ଦୂରରୁ ଫସଲ ଗୁଡିକ ହାଲୁକା ହଳଦିଆ କିମ୍ବା ଫିକାଳିଆ ଦେଖାଯାଏ , ଯେହେତୁ ଅଷ୍ଟପଦୀମାନେ ପତ୍ର କୋଷକୁ କଣା କରି ଦିଅନ୍ତି ଓ ସେଥିରୁ ବାହାରୁ ଥିବା ରସକୁ ପିଇ ଯାଆନ୍ତି ।

Recommendations

ଜୈବିକ ନିୟନ୍ତ୍ରଣ

ଜୈବିକ ବିକଳ୍ପ ଗୁଡିକ ମଧ୍ୟ ରେ ବିହନ ଗୁଡିକୁ ସୁଡୋମନାସ ଜୀବାଣୁ ସହିତ ବିହନର ପ୍ରତି 1 କିଲୋ ପାଇଁ 10 ଗ୍ରାମ ଉପଚାର କରିବା ଅନ୍ୟତମ ଅଟେ । ନିମ୍ବ ପିଡିଆ ସହିତ ୟୁରିଆ ମିଶେଇ ମଧ୍ୟ ଧାନ ଫସଲ ଉପରେ ପ୍ରୟୋଗ କଲେ ଭଲ ଫଳ ମିଳିଥାଏ । ଲକ୍ଷଣ ଗୁଡିକ ଧରା ପଡିବା ପରେ ସେଚିତ ଗନ୍ଧକ @3ଗ୍ରା ସିଞ୍ଚନ କରନ୍ତୁ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ହୁଏ ତାହାଲେ ସର୍ବଦା ଜୈବୀକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି କରନ୍ତୁ । ସ୍ପାଇରୋମେସିଫେଂ ଥିବା ଅଷ୍ଟପଦୀନାଶକ ଓ.ଓରିଜ଼ଏ ପାଇଁ ବହୁତ ଫଳପ୍ରସୂ ହୋଇଥାଏ । କିନ୍ତୁ, ଏହି ଉପଚାର କୁ ସଂକ୍ରମଣର ମାତ୍ରା , ଏହାର ଦାମ ଓ ଅଷ୍ଟପଦୀମାନଙ୍କ ସଂଖ୍ୟା ଘନତ୍ଵ ଉପରେ ପ୍ରଭାବ କୁ ଧ୍ୟାନ ରେ ରଖି ବ୍ୟବହାର କରନ୍ତୁ । ସମୟୋଚିତ ଭାବେ ଏହାର ପ୍ରୟୋଗ ଅତ୍ୟନ୍ତ ଜରୂରୀ ଅଟେ ।

ଏହାର କାରଣ କଣ

ରୋଗର ଲକ୍ଷଣଗୁଡିକ ଓଲିଗୋନାଇଚୂସ ଓରିଜ଼ଏ ନାମକ ଏକ ଧାନ ପତ୍ର ଅଷ୍ଟପଦୀ ପୋକର ପୋଷଣ ପ୍ରକ୍ରିୟା ଯୋଗୁଁ ସୃଷ୍ଟି ହୋଇଥାଏ । ଯେଉଁ ସମୟରେ ତାପମାତ୍ରା ଅଧିକ ଥାଏ(25°C ରୁ ଅଧିକ ) ଓ ଉଚ୍ଚ ଆପେକ୍ଷିକ ଆର୍ଦ୍ରତା ଥାଏ, ସେତେବେଳେ ରୋଗ ସବୁଠାରୁ ମାରାତ୍ମକ ହୋଇଥାଏ । ଅଷ୍ଟପଦୀ ମାନଙ୍କ ସମ୍ପୂର୍ଣ ଜୀବନ ଚକ୍ର ପାଣିପାଗ ଅବସ୍ଥା ଉପରେ ନିର୍ଭର କରି 8-18 ଦିନ ମଧ୍ୟରେ ହୋଇପାରେ । ବୟସ୍କ ମାନେ ଯେତେ ବେଳେ ଆବିର୍ଭାବ ହୁଅନ୍ତି, ସେତେବେଳୁ ସେମାନେ ପ୍ରଜଜନ କ୍ଷମ ହୋଇଥାନ୍ତି ଓ ବାହାରକୁ ଆସି ସଂଗମ କରିବା ଆରମ୍ଭ କରି ଦିଅନ୍ତି । ଅଣ୍ଡା ଗୁଡିକୁ ପତ୍ରର ତଳ ପାର୍ଶ୍ୱରେ ପତ୍ର ଶିରା ଓ ମଧ୍ୟଶିରା ସମାନ୍ତର ରେ ଧାଡି ଧାଡି କରିଗୋଟିଏ ଗୋଟିଏ ଦେଇଥାନ୍ତି । ଉଷୁମେଇବା ସମୟ 4 -9 ଦିନ ହୁଏ । ସାଧାରଣତଃ ସନ୍ତସନ୍ତିଆ ଜମିରେ ଧାନ ସହ ଥିବା ଅନାବନା ଘାସ( ଏକିନୋକ୍ଲୋଆ କୋଲୋନା)ରେ ମଧ୍ୟ ମାରାତ୍ମକ ଆକ୍ରମଣ ହୋଇ ପାରେ, ଯାହା କି ବିକଳ୍ପ ପୋଷକ ହୋଇ ପାରେ । ଯେହେତୁ ଏମାନଂକ ଉପଚାର କଷ୍ଟକର ହୋଇଥାଏ, ଯେଉଁ ଜମିରେଏହି ରୋଗ ଆଗରୁ ଦେଖା ଯାଇଅଛି ଏହି ସଂକ୍ରମଣ ତା ପର ବର୍ଷରେ ମଧ୍ୟ ପୁଣି ଥରେ ହେବାର ସମ୍ଭାବନା ଥାଏ ।


ସୁରକ୍ଷାତ୍ମକ ଉପାୟ

  • ଅଷ୍ଟପଦୀର ଲକ୍ଷଣ ଗୁଡିକ ଜାଣିବା ପାଇଁ ଜମିକୁ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ । ଧାନ ହିଡ଼ ଗୁଡିକୁ ଅନାବନା ଘାସ ରୁ ମୁକ୍ତ ରଖନ୍ତୁ, ଯାହାକି ଅଷ୍ଟପଦୀ ପାଇଁ ଏକ ବିକଳ୍ପ ପୋଷକ ସାଜିଥାଏ । ଫସଲ ପର୍ଯ୍ୟାୟ କରି କିମ୍ବା ଅମଳ ପରେ ଧାନ ନଡା କୁ ଗଭୀର ଭାବେ ହଳ କରି ପୋତିଦେଇ ଜମି ରେ ଧାନ ମୁକ୍ତ ସମୟ ସୃଷ୍ଟି କରନ୍ତୁ । ଅତ୍ୟଧିକ ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ ନାହିଁ, ଯାହାକି ପୋକ ମାନଙ୍କ ପାଇଁ ଅନୁକୂଳ ହୋଇଥାଏ.
  • ଅମଳ ପରେ ଉପର ପରସ୍ତ, ଯେଉଁ ଥିରେ କି ଅଷ୍ଟପଦୀ ସବୁ ଋତୁ ଋତୁ ମଧ୍ୟରେ ଆଶ୍ରୟ ନିଅନ୍ତି, ତାକୁ ବାହାର କରିଦେବା ପାଇଁ ସମସ୍ତ ଧାନ ଅବଶେଷ ବାହାର କରି ନିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ