ଧାନ

ଧାନ କେଣ୍ଡାରେ ମାଇଟ ବା ଉକୁଣିଆ ପୋକ

Steneotarsonemus spinki

ମାଇଟ

5 mins to read

ସଂକ୍ଷେପରେ

  • ପତ୍ର ଚ୍ଛଦ ସବୁର ବର୍ଣହୀନତା। ପତ୍ର ଗୁଡିକ ରେ ମାଟିଆ ଘା ଦେଖା ଯାଇ ଥାଏ। ଶାଖା ରୁ ପୋଷଣ କରିବା ଦ୍ବାରା ଅନୁର୍ବରତା, ବିକୃତ ଶସ୍ୟ, ସଳଖ କେଣ୍ଡା ଓ ଶସ ରେ "ଶୁଆ ଭଳି ଥୁଣ୍ଟ" ଦେଖା ଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ପୋଷଣ ପ୍ରକ୍ରିୟା ପତ୍ର ଚ୍ଛଦ ପଛ ପଟେ ହୋଇ ଥାଏ ଓ ଏହାର ଉପସ୍ଥିତି ମାଟିଆ ରଙ୍ଗ ରୁ ଚୋକଲେଟ-ମାଟିଆ ରଙ୍ଗ ର ଘା ଦ୍ବାରା ସୁନିଶ୍ଚିତ କରା ଯାଇ ଥାଏ। କୃମି ଗୁଡିକୁ ବାହାର ଛଦ ବାହାର କରିବା ମାତ୍ରେ ସାଧାରଣତଃ ସିଧା ସଳଖ ଦେଖା ଯାଇ ପାରେ। କୃମି ଗୁଡିକ କେଣ୍ଡା ବିକାଶ ସ୍ତର ରୁ ପୋଷଣ କରିବା ଆରମ୍ଭ କରି ଦିଅନ୍ତି, ବୁଟ ସ୍ତର ରୁ ଆରମ୍ଭ କରି କେଣ୍ଡାର ର କ୍ଷୀର ସ୍ତର ଯାଏଁ ପୋଷଣ କରିବା ଆରମ୍ଭ କରି ଦିଅନ୍ତି। ଏହା ଯୋଗୁଁ ହେଉ ଥିବା କ୍ଷତ ଗୁଡିକ ସୁବିଧାବାଦୀ କବକଜନିତ ରୋଗକାରକ ଦ୍ବାରା ବିକାଶଶୀଳ ଶସ୍ୟ ଓ ପତ୍ର ଚ୍ଛଦ ଦେଇ ଭିତରକୁ ପସିଯାଏ ଯାହା ଫଳରେ ରୋଗ ହୋଇ ଥାଏ (ଉଦାହରଣ ସ୍ବରୂପ- ପତ୍ର ଚୋପ ପଚା ରୋଗ)। ଏହା ଫଳ ରେ ଶସ୍ୟକେଣ୍ଡା ଅନୁର୍ବରତା, ବିକୃତ ଶସ୍ୟ, ସିଧା ମୁଣ୍ଡ ଓ "ଶୁଆ ଭଳି ଥୁଣ୍ଟ" ନାମ ରେ ଜଣାଶୁଣା ବର୍ଣନୀୟ ବିକୃତି ଦେଖିବାକୁ ମିଳି ଥାଏ। ଏହା ଦୁନିଆ ସାରା ଧାନ ଫସଲ ରେ ଦେଖା ଯାଉ ଥିବା ସବୁ ଠାରୁ ଗୁରତ୍ୱପୂର୍ଣ ଓ ଧ୍ଵଂସକାରୀ ଉକୁଣିଆ ପୋକ ଅଟେ।

Recommendations

ଜୈବିକ ନିୟନ୍ତ୍ରଣ

କୀଟନାଶକ ର ଅତ୍ୟଧିକ ପ୍ରୟୋଗ କରିବା ଦ୍ବାରା ଯେପରିକି ଧାନ ଜମି ଗୁଡିକରେ ଏସ. ସ୍ପିଙ୍କି ର ପ୍ରାକୃତିକ ଶତ୍ରୁ (ବୁଢିଆଣୀ, ଏଣ୍ଡୋ-ପାରାସାଇଟୋଇଡ ବିରୁଡି) ସବୁ ମରି ନ ଯାଆନ୍ତି ଏହା ସୁନିଶ୍ଚିତ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. ମାରାତ୍ମକ ସଂକ୍ରମଣ ହୋଇ ଥିବା କ୍ଷେତ୍ର ରେ, ହେକ୍ସୀଥାଈଆଯୋକ୍ସ କିମ୍ବା ସଲଫର ଆଧାରିତ ସାମଗ୍ରୀ ଥିବା କୀଟନାଶକ କୁ ସ୍ପ୍ରେ କର ଯାଇ ପାରେ। ସ୍ପ୍ରେ କରିବା ଆଗରୁ, ଜମି କୁ ବନ୍ୟା ପ୍ଳାବିତ କରି ଦିଅନ୍ତୁ ଯାହା ଦ୍ବାରା କି ପୋକ ମାନେ ଫସଲ ଉପରକୁ ଚଢି ଯିବା ପାଇଁ ବାଧ୍ୟ ହେବେ, ଯାହା ଉପଚାର ର ପ୍ରଭାବ ଓ କାର୍ଯ୍ୟ ଦକ୍ଷତା କୁ ମଧ୍ୟ ବଢେଇ ଥାଏ।

ଏହାର କାରଣ କଣ

ଏହି ରୋଗ ର ଲକ୍ଷଣ ଗୁଡିକ ଷ୍ଟେନେଓଟାରଶୟନେମସ ସ୍ପିଙ୍କି ନାମକ ଧାନ କେଣ୍ଡା ଖାଉଥିବା ମାଇଟର ଖାଇବା କାର୍ଯକଳାପ ଯୋଗୁଁ ସୃଷ୍ଟି ହୋଇ ଥାଏ। ଉଚ୍ଚ ତାପମାତ୍ରା ଓ କମ ବର୍ଷା ଜମି ରେ ଏହାର ଅତ୍ୟଧିକ ଜନସଂଖ୍ୟା ବୃଦ୍ଧି ପାଇଁ ଅନୁକୂଳ ହୋଇ ଥାଏ। ସର୍ବୋତ୍ତମ ଅନୁକୂଳ ପରିବେଶ ହେଲା 25.5 °C ଓ 27.5 °C ମଧ୍ୟ ରେ ତାପମାତ୍ରା ଓ 80 and 90% ମଧ୍ୟ ରେ ଆର୍ଦ୍ରତା। ପ୍ରଖର ଭାବେ ଓ ଲଗାତାର ଭାବେ ଧାନ ଚାଷ କରିବା ଓ ଜମି ଜମି ମଧ୍ୟ ରେ ଚାଷ ଉପକରଣ ବାଣ୍ଟି ବ୍ୟବହାର କରିବା ଦ୍ବାରା ଜନସଂଖ୍ୟା ବୃଦ୍ଧି ପାଇଁ ଅନୁକୂଳ ହୋଇ ଥାଏ। ସମଗ୍ର ବର୍ଷ ଧରି ଧାନ ଫସଲ ଗୁଡିକ ଏହି ସଂକ୍ରମଣ ଦ୍ବାରା ସଂକ୍ରମିତ ହୋଇ ରହି ପାରେ। କିନ୍ତୁ, ଜୀବାଣୁ ସଂଖ୍ୟା ଏହା ର ଶସ ବିକାଶ ସମୟ ରେ ସର୍ବାଧିକ ହୋଇ ଥାଏ ଓ ଫସଲ ବିକାଶ ହେବା ସହ ଏହା କମି କମି ଆସେ। କ୍ଷତି ଗୁଡିକୁ ବର୍ଣନା କରିବା ସାଧାରଣତଃ କଷ୍ଟକର ହୋଇ ଥାଏ କାରଣ ପୋକ ଗୁଡିକ ଧାନ ର ଅନ୍ୟ କୀଟ ପଟଙ୍ଗ ସହିତ ଲଗାତାର ଅଂତକ୍ରିୟା କରୁଥାନ୍ତି। ଉଦାହରଣ ସ୍ବରୂପ ସରୋକ୍ଲାଦିଅମ ଓରୀଜୈ (ପତ୍ର ଚ୍ଛଦ ପଚା) ଓ ବୁରଖୋଲଡେରିଆ ଗଲୁମୈ (କେଣ୍ଡା ର ଜୀବାଣୁ ଜନିତ ଧସା ରୋଗ)।


ସୁରକ୍ଷାତ୍ମକ ଉପାୟ

  • ଉକୁଣିଆ ପୋକ ରୋଗ ର ଲକ୍ଷଣ ଗୁଡିକ ପାଇଁ ଜମି କୁ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ। ଅମଳ ପରେ, ଜମି କୁ ହଳ କରିବା ପୂର୍ବ ରୁ ନଡା ଗୁଡ଼ିକୁ ବିଛେଇ ଜଳେଇ ଦିଅନ୍ତୁ। ଅମଳ ପରେ ଦୁଇ ସପ୍ତାହ ଯାଏଁ ଜମି କୁ ଚାଷ ନ କରି ଛାଡି ଦିଅନ୍ତୁ। ଉଚ୍ଚ ଘନତା ର ସହିତ ଚାରା ଗୁଡିକୁ ଧାଡ଼ି ଧାଡ଼ି କରି ରୋପଣ କରନ୍ତୁ । ସନ୍ତୁଳିତ ଏନ.ପି.କେ ଅନୁପାତ ଥିବା ଉର୍ବର ମାଟି ରେ ବ୍ୟବହାର କରନ୍ତୁ। ଜମି ଭିତରେ ଓ ଚାରି ପାଖରେ ଅନାବନା ଘାସ କୁ ନିୟନ୍ତ୍ରଣ କରିବା ସୁନିଶ୍ଚିତ କରନ୍ତୁ। ଉଈ ପୋକର ଜୀବନ ଚକ୍ର କୁ ଭାଙ୍ଗିବା ପାଇଁ ଧାନ କୁ ବିନ୍ କିମ୍ବା ସିମ୍ବ ଜାତୀୟ ଫସଲ ସହ ପର୍ଯ୍ୟାୟ କରନ୍ତୁ। ଉତ୍ତମ ଚାଷ ପ୍ରଣାଳୀ ଓ ଧାନ ଚାଷ ପାଇଁ ବ୍ୟବହୃତ ଉପକରଣ ଗୁଡିକର ସଫା ସୁତୁରା ବଜାୟ ରଖନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ