ଛୋଟ ଶିଙ୍ଗା ଝୀଂଟିକା ଓ ପଙ୍ଗୁପାଳ - ଧାନ

ଧାନ

ଛୋଟ ଶିଙ୍ଗା ଝୀଂଟିକା ଓ ପଙ୍ଗୁପାଳ

Oxya intricata & Locusta migratoria manilensis


ସଂକ୍ଷେପରେ

  • ପତ୍ର, ଡାଳ ଓ କେଣ୍ଡା ଉପରେ ଉଜ୍ଜଳ ସବୁଜ ରଙ୍ଗର 5 ମିମି ରୁ 11ମିମି ଲମ୍ବା ଖାଇବା ଚିହ୍ନ ,.

ଲକ୍ଷଣ

ପତ୍ରର ଅଧିକ ଅଂଶ କାଟି କିମ୍ବା ଧାର କ୍ଷତି କରି ଝିଣ୍ଟିକାମାନେ ଖାଆନ୍ତି । ସେମାନେ ମଧ୍ୟ ଡାଳ ଓ କେଣ୍ଡାକୁ ଖୁମ୍ପି କ୍ଷତି କରନ୍ତି । ଧାନ କେଣ୍ଡାରେ ଅଣ୍ଡାର ଉପସ୍ଥିତି , ହଳଦିଆ , ବାଦାମି ଛୁଆ ଏବଂ ବଯସ୍କମାନେ ଧାନ ପତ୍ର ଖାଇବା ଏହି କୀଟ ପାଇଁ ଅନ୍ୟ ଏକ ଲକ୍ଷଣ ଅଟେ ।

ଟ୍ରିଗର

ପତ୍ର ଓ କେଣ୍ଡାରେ ବୟସ୍କ ଓ ଛୁଆ ଯୋଗୁଁ ଏହି ଲକ୍ଷଣ ଦେଖାଯାଏ । ପାଣି ଜମି ରହୁଥିବା ପରିବେଶ( ଉଦାହରଣ ସ୍ୱରୂପ ଧାନ କ୍ଷେତ ) ଏହାର ବୃଦ୍ଧି ପାଇଁ ଉପଯୁକ୍ତ ଅଟେ। । ଝିଣ୍ଟିକାମାନେ 5 ମିମି ଠାରୁ 11 ସେମି ପର୍ଯ୍ୟନ୍ତ ବିଭିନ୍ନ ଆକାରର ଥାଆନ୍ତି । ଲମ୍ବା ଓ ପତଳା କିମ୍ବା ଛୋଟ ଓ ହୃଷ୍ଟପୁଷ୍ଟ ହୋଇଥାନ୍ତି । ସେମାନେ ପରିବେଶ ସହିତ ମିଶିଯାଇପାରନ୍ତି ,କାରଣ ସେମାନେ ସବୁଜ କିମ୍ବା ନଡା ରଙ୍ଗର ହୋଇଥାନ୍ତି । ମାଇମାନେ ଧାନ ପତ୍ରରେ ଅଣ୍ଡା ଦିଅନ୍ତି । ବୟସ୍କମାନେ ଡେଣା ବୃଦ୍ଧି କରନ୍ତି , ଦଳବଦ୍ଧ ହୋଇ ଅନ୍ୟ ସ୍ଥାନକୁ ଯାଆନ୍ତି ।

ଜୈବିକ ନିୟନ୍ତ୍ରଣ

ଜୈବିକ ନିୟନ୍ତ୍ରଣ କାରକ, ଯେଉଁ ଗୁଡିକ ପ୍ରାକୃତିକ ଭାବେ ସୃଷ୍ଟି ହୁଅନ୍ତି ଯେପରିକି ବିରୁଡି, ପରଜୀବି ମାଛି ଓ କୃମି, ପିମ୍ପୁଡି, ପକ୍ଷୀ, ବେଙ୍ଗ, ଜାଲ ବିଛାଉ ଥିବା ବୁଢିଆଣୀ ଗୁଡିକୁ ପ୍ରୋତ୍ସାହିତ କରିବା ଉଚିତ. କବକ ରୋଗକାରୀ ଜୀବାଣୁ ଓ କୀଟରେ ରୋଗକାରୀ କବକ(ମେଟାରିଃଯ଼ିୟମ ଆକରିଡ଼ମ) କୁ ମଧ୍ୟ ଲାର୍ଭାର ସଂଖ୍ୟା ଘନତ୍ଵ କମେଇବା ପାଇଁ ବ୍ୟବହାର କରାଯାଇପାରେ. ଲୁଣି ପାଣି ଓ ଧାନ କୁଣ୍ଡା ରୁ ତିଆରି ଘରୋଇ ବିଷାକ୍ତ ଥୋପ ବ୍ୟବହାର କରନ୍ତୁ.

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ ତାହାଲେ ସର୍ବଦା ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. 10% ରୁ ଅଧିକ କ୍ଷତି ହେଉଥିବା ଧାନ ଜମି ଗୁଡିକରେ ଝୀଂଟିକା ମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପତ୍ର ଉପରେ କୀଟନାଶକ ସ୍ପ୍ରେ କରନ୍ତୁ. କୀଟନାଶକ ଦାନାଦାର ଗୁଡିକ କାମ କରେନାହିଁ. ବୟସ୍କ ମାନଙ୍କୁ ଆକର୍ଷିତ କରିବା ପାଇଁ ବିଷାକ୍ତ ଥୋପ ଜନ୍ତା ବ୍ୟବହାର କରନ୍ତୁ. ଏହି ପୋକ ବିରୁଦ୍ଧରେ ସ୍ପ୍ରେ କରାଯାଇ ପାରୁଥିବା କୀଟନାଶକ ଗୁଡିକ ମଧ୍ୟରେ କ୍ଲୋରୋପାଇରିଫୋସ, ବ୍ୟୁପ୍ରୋଫେଯ଼ିନ କିମ୍ବା ଏଟୋଫେନପ୍ରୋକ୍ସ ଅନ୍ୟତମ ଅଟନ୍ତି. ବିହନ ବୁଣିବା ପୂର୍ବରୁ ଧାନ ଜମି ହିଡ଼ ଗୁଡିକୁ ମଧ୍ୟ ମାଲାଥିଅନ ଦ୍ୱାରା ଛିଞ୍ଚା ଯାଇପାରେ. ଅନ୍ୟ ଏଫଏଓ ଦ୍ଵାରା ସୁପାରିସ କରାଯାଇଥିବା ରାସାଯନିକ ହେଲା ବେଣ୍ଡିୟକାର୍ବ 80% ଡ଼ବଲଇଉପି@ 125 ଗ୍ରାମ /ହେକ୍ଟର ,କ୍ଳୋରୋପାରିଫାସ 50 % ଇସି @ 20 ଇସି @480ମିଲି /ହେକ୍ଟର , ଦେଲ୍ତାମେଥୃନ 2.8 ଇସି @450ମିଲି /ହେକ୍ଟର

ସୁରକ୍ଷାତ୍ମକ ଉପାୟ

  • ଲଗାଇବା ସମୟରେ, ଧାନ ହିଡ଼ ଗୁଡିକୁ ନିରୀକ୍ଷଣ କରନ୍ତୁ ଓ ଅଣ୍ଡା ବସା ଓ ଛୁଆ ଗୁଡିକୁ ଧ୍ବଂସ କରିଦିଅନ୍ତୁ । କ୍ଷତିର ଲକ୍ଷଣ ଗୁଡିକ ପାଇଁ ଓ ଝୀଂଟିକା ଛୁଆ କିମ୍ବା ବୟସ୍କ ଝୀଂଟିକାର ଉପସ୍ଥିତି ପାଇଁ ଜମିକୁ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ । ରାତି ବେଳା ଯେତେବେଳେ ଏମାନେ କମ ସକ୍ରିୟ ଥାଆନ୍ତି, ବୟସ୍କ ଗୁଡିକୁ ସିଧାସଳଖ ହାତରେ ପତ୍ର ସମୂହ ଉପରୁ ବାହାର କରିଦିଅନ୍ତୁ.
  • ପୋକ ମାନଙ୍କୁ ବୁଡ଼େଇଦେବା ପାଇଁ ମଞ୍ଜି ବାଡକୁ ଵନ୍ୟପ୍ଲାଵିତ କରିଦିଅନ୍ତୁ । ପୋକକୁ ଧରିବା ପାଇଁ ଛୋଟ ବିହନ ପଡିଆ ଗୁଡିକରେ ଏକ ଜାଲଲଗାଇ ଦିଅନ୍ତୁ । ବିକଳ୍ପ ପୋଷକ ଭାବେ କାମ କରିପାରୁଥିବା ଅନାବନା ଘାସ କୁ ବାହାର କରିଦିଅନ୍ତୁ । ଲଗାତାର କୀଟନାଶକ ସ୍ପ୍ରେ କରନ୍ତୁ ନାହିଁ ଯାହା ଦ୍ୱାରା ସାହାଯ୍ୟକାରୀ ପୋକ ଗୁଡିକ ମଧ୍ୟ ପ୍ରଭାବିତ ହୋଇପାରେ । ଶୀତରୁତୁରେ ଅଣ୍ଡା ସମୂହକୁ ପରଭକ୍ଷୀମାନଙ୍କୁ ଦେବାପାଇଁ ଅମଳ ପରେ ଗଭୀର ଚାଷ ସୁପାରିସ କରାଯାଏ । ଆସୁଥିବା ଝିଣ୍ଟିକା ଆଗରେ 45 ସେମି ଗଭୀର ଓ 30 ସେମି ଓସାର ନାଳୀ ଖୋଳାଯାଇପାରେ ଓ ନାଳୀ ରେ ଧାତବ ଚାଦର ପ୍ରତିବନ୍ଧକ ଦିଆଯିବ ଉଚିତ ।.