Melanitis leda
ପୋକ
ସବୁଜ ଶୁଣ୍ଢ ସବାଉଁଳା ଗୁଡିକ ପତ୍ର ଗୁଡିକର ତଳ ପଟେ, ପତ୍ରର ମଝି ଧାର ସମାନ୍ତରରେ ଓ ରାତ୍ରି ସମୟରେ ପତ୍ର ଉପରେ ବସି ଏହାକୁ ଖାଇଥାଏ । ପତ୍ର ଖାଇବା ସାଧାରଣତଃ ପତ୍ରର ମଝି ଧାର ସମାନ୍ତରରୁ ଆରମ୍ଭ ହୋଇଥାଏ ଓ ଟିକେ ଶକ୍ତ ଶିରା କୋଷ ସହିତ, ବଡ ଅଂଶର ପତ୍ର କୋଷକୁ ବାହାର କରି ନିଅନ୍ତି । ଏହି କ୍ଷତି ଗୁଡିକ ଧାନର କୁଦା ମରା ପୋକ ଓ ସବୁଜ ସେମିଲୁପର୍ ଦ୍ୱାରା ହେଉଥିବା କ୍ଷତି ସହ ପ୍ରାୟ ସମାନ ହୋଇଥାଏ । ତେଣୁ ଏହି ପ୍ରଜାତି ମଧ୍ୟରେ ପାର୍ଥକ୍ୟ ଦେଖେଇବା ପାଇଁ ଏହି ସବାଉଁଳା କୁ ଚିହ୍ନିବା ଆବଶ୍ୟକ ହୋଇଥାଏ ।ଏହି ଲାର୍ଭା ବା ଶୂକ ଗୁଡିକ ଅନେକ ପ୍ରଜାତିର ବିକଳ୍ପ ପୋଷକ ଗଛକୁ ଖାଇ ନିଜ ଜୀବନ ଚକ୍ରକୁ ପୂରଣ କରି ଥାଆନ୍ତି ଓ ଏହା ସେମାନଙ୍କ ଲଗାତାର ବିକାଶ ପାଇଁ ସହାୟକ ହୋଇଥାଏ.
ସବୁଜ ଶୁଣ୍ଢ ସବାଉଁଳାର ପ୍ରାକୃତିକ ଶତ୍ରୁ ମାନଙ୍କ ମଧ୍ୟରେ ଚାଲ୍କିଡ୍ ବିରୁଡି (ଟ୍ରାଇକୋଗ୍ରାମା ପ୍ରଜାତିର) ଓ ଟ୍ୟାକିନାଇଡ୍ ର ଦୁଇ ପ୍ରଜାତିର ମାଛି ଏମାନଙ୍କ ଲାର୍ଭାକୁ ସଂକ୍ରମିତ କରି ଥାଆନ୍ତି । କିଛି ପ୍ରଜାତିର ଭେସ୍ପିଡ୍ ବିରୁଡି ଏହି ଲାର୍ଭା ଗୁଡିକର ଶିକାର କରି ଥାଆନ୍ତି. ଯେହେତୁ ଏହି କୀଟ ଗୁଡିକ କମ୍ ସଂଖ୍ୟାରେ ଥାଆନ୍ତି ଓ ଉପକାରୀ କୀଟ ଗୁଡିକର ପ୍ରଭାବ ଅଧିକ ଥିବା ଯୋଗୁଁ ଗଛ ଖାଇବା ଯୋଗୁଁ ହୋଇଥିବା କ୍ଷତିରୁ ଆପେ ଆପେ ନିଜକୁ ପୁନରୁଦ୍ଧାର କରି ପାରିଥାଏ.
ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ । ମୂଖ୍ୟତଃ ମେଲାଣ୍ଟିସ୍ ଲେଡା ଇସ୍ମେନେ (Melantis Leda Ismene) ବିରୋଧରେ କୌଣସି ରସାୟନିକ ଉପଚାର ପଦ୍ଧତି ଉପଲବ୍ଧ ନାହିଁ। ବିସ୍ତୃତ ସ୍ତରରେ କୀଟନାଶକ ପ୍ରୟୋଗ କଲେ କୀଟ ଗୁଡିକ ମରି ଯାଆନ୍ତି, କିନ୍ତୁ ଏହାର ପ୍ରାକୃତିକ ଶତ୍ରୁ ମାନଙ୍କୁ ମଧ୍ୟ ମାରି ଦିଏ । ତେଣୁ,କେବଳ , ଯେତେବେଳେ ସଂକ୍ରମଣ ମାରାତ୍ମକ ଭାବେ ବ୍ୟାପି ଯାଇଥାଏ ଏହି କୀଟନାଶକ ସ୍ପ୍ରେ କରିବା ପରାମର୍ଶନୀୟ ହୋଇଥାଏ.
ପତ୍ର ଉପରେ ଲକ୍ଷଣ ଗୁଡିକ ସାଧାରଣତଃ ମେଲାଣ୍ଟିସ୍ ଲେଡା ପ୍ରଜାତିର ସବୁଜ ଶୁଣ୍ଢ ସବାଉଁଳା ଦ୍ୱାରା ସୃଷ୍ଟି ହୋଇଥାଏ, କିନ୍ତୁ ଜେନସ୍ ମାଇକ୍ୟାଲେସିସ୍ ର ଅନ୍ୟ ପ୍ରଜାତି ମଧ୍ୟ ଜଡିତ ରହି ପାରେ । ଏହି କୀଟ ଗୁଡିକ ସମସ୍ତ ପ୍ରକାରର ଧାନ ଚାଷ ପରିବେଶରେ ଦେଖା ଦେଇଥାଏ ଓ ବର୍ଷା ପ୍ଲାବିତ ସ୍ଥାନରେ ମୁଖ୍ୟତଃ ଦେଖା ଦେଇଥାଏ । ବୟସ୍କ ପ୍ରଜାପତି ଗୁଡିକ ସୁନେଲି ମାଟିଆ ରଂଗର ହୋଇଥାଆନ୍ତି ଯାହାର ପର ଉପରେ ଆଖି ଭଳି ଚିହ୍ନ ଦେଖା ଦେଇଥାଏ । ମୁଖ୍ୟତଃ, ଏମାନେ ଆଲୋକ ଜନ୍ତା ଗୁଡିକ ଦ୍ୱାରା ଆକର୍ଷିତ ହୁଅନ୍ତି ନାହିଁ । ମାଇ ଗୁଡିକ ଧାନ ପତ୍ର ଉପରେ ଧାଡି ଧାଡି କରି ଗୋଟେ ଗୋଟେ କରି ଚମକିଲା, ମୋତି ଭଳି ଅଣ୍ଡା ଦେଇ ଥାଆନ୍ତି । ନିଜର ହଳଦିଆ ସବୁଜ ରଂଗ ଯୋଗୁଁ ଏହି ଲାର୍ଭା ବା ଶୂକ ଗୁଡିକ ପତ୍ର ସମୂହ ଗୁଡିକ ସହ ମିଶି ଯାଆନ୍ତି, ଯାହାକି ଛୋଟ ଓ ହଳଦିଆ ମାଳି ଭଳି ବାଲଳ ଦ୍ୱାରା ଆଚ୍ଛାଦିତ ହୋଇଥାଏ । ଏମାନଙ୍କର ମୁଣ୍ଡ ଉପରେ ଦୁଇଟି ଆଖିଦୃଶିଆ ମାଟିଆ ଶୁଣ୍ଢ ଥାଏ ଯାହାକି ଏମାନଙ୍କ ଏହି ସାଧାରଣ ନାମ ପ୍ରଦାନ କରି ଥାଆନ୍ତି । ଏମାନେ ବିକଳ୍ପ ପୋଷକରୁ ନିଜ ପୋଷଣ କରି ପାରନ୍ତି ଯାହାକି ଜମିରେ ଏମାନଙ୍କ ଅବିରତ ବିକାଶ ପାଇଁ ସହାୟକ ହୋଇଥାଏ । ଏମାନେ ପତ୍ର ଉପରେ କୋଷା କରିଥାନ୍ତି । ସବୁଜ ଶୁଣ୍ଢ ସବାଉଁଳା ଗୁଡିକ ଧାନ ପାଇଁ କ୍ଷୁଦ୍ରତର ବିପଦ ଥିବା କୀଟ ଅଟେ । ଏମାନଙ୍କ ସମ୍ଭାବ୍ୟ ମାରାତ୍ମକତା ସାଧାରଣତଃ ଅତି କମ୍ ହୋଇଥିବାରୁ ଏମାନେ ଅମଳଜନିତ କ୍ଷତି କରେଇ ପାରନ୍ତି ନାହିଁ.